Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Abstract Others

3  

Pramod Kumar Jena

Abstract Others

ଆଶୀର୍ବାଦ

ଆଶୀର୍ବାଦ

2 mins
655



ଧଳା ଡ୍ରେସ୍ ତାଙ୍କୁ କୁଆଡେ ଭଲ ଦେଖାଯାଏ । ଆଜି ପୁଣି ତାଙ୍କୁ ଅଫିସରେ ସମ୍ମାନିତ କରାଯିବ । ତେଣୁ ଟିକିଏ ଘରଣୀଙ୍କ ରାୟ ନେଲେ କ୍ଷତି କ’ଣ ? ତା ଛଡା ସ୍ତ୍ରୀ ଲୋକମାନଙ୍କର ପୋଷାକ ବିଷୟରେ ଜ୍ଞାନ ପରା ପୁରୁଷଙ୍କ ଠାରୁ ଉନ୍ନତ । ଯାହା ହେଉ ଧଳା ଡ୍ରେସରେ ଟିପ୍ ଟପ୍ ହୋଇ ରାୟ ବାବୁ ଟିକିଏ ବେଳା ବେଳି ଅଫିସ୍ ବାହାରି ଗଲେ । ମନେ ମନେ ଭାବୁ ଥାଆନ୍ତି କେମିତି ଭାଷଣ ଦେବେ ? ବରିଷ୍ଠ ଅଧିକାରୀମାନେ ଥିବେ, ମହିଳାମାନେ ଥିବେ, ଆଉ କନିଷ୍ଠ ମାନେ ବି । ଭାଷାରେ ଶୈଳୀର ନା ଉପସ୍ଥାପନାରେ ଜୋର୍ ଦେବେ ସେଇ କଥା ଚିନ୍ତା କରୁଥାଆନ୍ତି । ହଠାତ୍ ମଟର୍ ସାଇକେଲକୁ ଜଣେ ହାତ ଦେଖାଇଲେ । ଅନ୍ୟମନସ୍କ ଥାଇ ଗାଡିଟିକୁ ଅଟକାଇ ଦେଲେ । ବୁଢା ଲୋକଟିଏ । ବେଶ ଭୁଷା ଏକଦମ୍ ସାଧାରଣ । ମଇଳା ଲୁଗା, ହାତରେ ବ୍ୟାଗଟିଏ । କହିଲେ, ବାପା ! ଟିକିଏ ଆଗରେ ଛାଡି ଦେବ । ହଁ ନାହିଁର ଦ୍ୱନ୍ଦ୍ୱ ଭିତରେ ରାୟ ବାବୁ କହିଲେ, ବସନ୍ତୁ । ହଉଲୋ ବୋପା, କହି ଗାଡିରେ ବୁଢା ଲୋକ ଜଣଙ୍କ ବସିଲେ । ଏ ବୋପାଲୋ ! ମାହାପୁରୁ କୋଟି ପରମାୟୁ ଦେଇ ଥାଆନ୍ତୁ । ଅଦ୍ଭୁତ ସେ ଦୁଇ ପଦ । କେମିତି ଗୋଟାଏ ବିରାଟ ସମ୍ପତ୍ତି ମିଳିଗଲା । କିଛି ବାଟ ଗଲା ପରେ ବୁଢା ଲୋକଟି କହିଲା, ବାସ୍ ଏଇଠି ଓହ୍ଲାଇ ଦିଅ । ରାୟବାବୁ ଦେଖିଲେ, ଏଇଟା ତ ମଝି ବାଟ । ଅନ୍ୟ ଦିଗକୁ ଆଉ ଗୋଟିଏ ଛୋଟ ରାସ୍ତା ଯାଇଛି । ଅଫିସ୍, ସମ୍ମାନ ସବୁ କିଛି ଭୁଲି ପଚାରିଲେ, ଏଇଠି ନା ଆଗକୁ ଛାଡି ଦେବି ? ନାଇଁ ଲୋ ବାପା, ଏତିକି ଯଥେଷ୍ଟ । ମୋ ବୋପାଲୋ, କହି ପିଠିରେ ଟିକିଏ ସାଉଁଳି ଦେଲେ । ଆଃ କି ଶାନ୍ତି ! ଏକ ଅଦ୍ଭୁତ ସେ ଅନୁଭୂତି । ବାଟ ସାରା ସେ ସ୍ୱର ତାଙ୍କ କାନରେ ବାଜୁଥାଏ । କେତେବେଳେ ଅଫିସରେ ପହଞ୍ଚିଗଲେ ଜାଣି ପାରିଲେନି । ସମ୍ମାନିତ ହେଲେ । ଭାଷଣ ପର୍ବ ବି ସରିଲା । ହେଲେ ମନଟା ସେଇ ବୁଢା ଲୋକଟି ପାଖେ । ସହଯୋଗୀମାନେ ହାତ ମିଳାଇଲେ । ହଠାତ୍ ବୁଲିଲା ବେଳକୁ ତାଙ୍କର ସହଯୋଗୀ ତଥା ବନ୍ଧୁ କହିଲେ ଆରେ ଟିକିଏ ବୁଲିଲୁ । ରାୟ ବାବୁ ଟିକିଏ ଚମକି ପଚାରିଲେ, କ’ଣ ହେଲା ? ଆରେ କୋଉଠି ମାଡ ଖାଇଛୁ ନା କ’ଣ ? ପିଠିରେ ପାପୁଲି ଚିହ୍ନ ପଡିଛି । ଟିକିଏ ମନେ ପକାଇ କହିଲେ, ନା’ରେ । ସେଇଟା ମାଡ ଚିହ୍ନ ନୁହେଁ, ଆଶୀର୍ବାଦର ।

*** *** ***



Rate this content
Log in

Similar oriya story from Abstract