Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନାମ ନଥିବା ସମ୍ପର୍କ
ନାମ ନଥିବା ସମ୍ପର୍କ
★★★★★

© pratap nayak

Romance Tragedy

4 Minutes   489    28


Content Ranking

ଚନ୍ଦ୍ରକଳା ପରି ବଢିଚାଲିଲା ମଧୁଯାମିନୀର ରାତ୍ରିଗୁଡିକ ...। ଖରାବେଳଟା ଖାଲି ଖାଲି ଲାଗେ ସିନା ହେଲେ ରାତ୍ରୀ ଆସିବାର ମୋହରେ ସେସବୁକୁ ପଛ କରିହୁଏ,ଇଚ୍ଛାହୁଏ କହିବାକୁ ହେ ତପନ ତୁମେ ଶିଘ୍ର ଶିଘ୍ର ମା କୋଳକୁ ଚାଲି ଯାଆନ୍ତନି ଝରକା ସେପଟେ ଚରୁଥିବା ଗୋରୁପଲ ଫେରି ଯାଆନ୍ତେନି ଚରାବୁଲା ସାରି ଗୋଧୂଳି ଲଗନେ..। ଚକ୍ ଚକିଆ ଖରା ଡାଆଁଣିଆ ହେଇ ହଟହାସ୍ୟକରେ ବବିତାର ଏକୁଟିଆ ଆଉ ଏକତରଫା ଅପେକ୍ଷାକୁ..।

ବେଳେ ବେଳେ ରାଗଲାଗେ ସୁବ୍ରତଙ୍କ ଉପରେ,ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସିଲେ ସତରେ କଣ ବ୍ୟବସାୟରେ ସୁନାମି ଲାଗିବ,ଆଗେ ସିନା ଏକା ଥିଲ ବାହାରେ ଖାଇ ନଉଥିଲ।ଏବେ କଣ ପାଇଁ ଘରକୁ ଆସୁନା ଯେ.....।

ସତରେ ଅପେକ୍ଷାରେ ସମୟର ବୟସ ବଢିଯାଏ ,ପୁଣି ପ୍ରିୟର ଅପେକ୍ଷା ଯୁଗ ଯୁଗ ପରି ଲାଗିବନି....?

ରାତିରେ ପିଲା ହେଇଯାଉଥିବା ସ୍ୱାମୀ .....ଦିନରେ କଣ ଭୁଲି ଯାଆନ୍ତି ସବୁ....ରାତିର ଜଂଜାଳ ଦିନରେ ତଣ୍ଟିରେ ଲାଗେନି....?

ଆସନ୍ତୁ ଆଜି, ଦିନରେ ଜଳୋଉ ଥିବା ମଣିଷ ଯାଣିବ ସ୍ତ୍ରୀକି ଜଳେଇଲେ କେତେ ନିଶ୍ୱାସ ବେଘର ହୁଏ, ସତେ......।

ବିଛଣା ତ ଅଲଗା ହେବ,ଅଲଗା ହେବ ବି ମିଳାମିଶା.... କଥାବାର୍ତ୍ତା।ମତେ ଜଳେଇ ଯୋଉ ମଜା ନେଉଛ ମୁଁ ବି ଆଜି ସେହି ମଜାନେବି.....।

ସିଏ ଦେଖିବେ,ଆଜି ମୋ ରୂପ.....।

ଅଭିମାନ ଭରା ଭାବନା ଭାବିନେଇ ହୁଏ ହେଲେ ବିରହ ନିଆଁକୁ ଲିଭେଇବାକୁ ତ ସିଏ ଦରକାର ହେବେନା । ହଁ ସେ ବି ଯାଣିଛି ଦିନଦିନ ଧରି ସୁବ୍ରତ ରହିଯିବେ ସିନା କିନ୍ତୁ ସୁବ୍ରତ ଯାଣିଛନ୍ତି ତାକୁ ଖ୍ୟଣିକ ପାଇଁ ବବିତା ଦୁରେଇ ରଖି ରହିପାରିବନି।

ମୁଁ ତ ନିଜେ ନିଲ ଠି ରହିପାରିବିନି, ଆଗେ କଥା ହେବି ଯେତେ ରାଗ ହେଲେ....ଏତେ ମନେ ମନେ ରାଗୁଛି କାହିଁକି?ଏକା ଅଛି ବୋଲି ଖରା ବେଳଟାରେ....।

ନିଜ ଉପରେ ହସ ଲାଗିଲା ବବିତାର ,ନିଜ ଭାବନାକୁ ନେଇ ବହେ ହସିଗଲା ନିଜ ଭିତରେ ସେ....।ହଉ କଡ ନେଉଟେଉ ନେଉଟେଉ ସଂଜ ହେଇ ଯିବନିକି ତାପରେ କଅଁଳ ରାତି ।ଗାଢହେଲେ ନିର୍ଜନତା ଆକାଶରୁ ଓହ୍ଲେଇ ଆସିବେନିକି ଆଦାମ୍ ଆଉ ଇଭ୍ ସୁବ୍ରତ ଆଉ ବବିତା ରୂପରେ....।ଖେଳି ବେନିକି ଚିରା ଚରିତ ଲଂଗଳା ଖେଳ।ମତୁଆଲା ହେବନିକି ପବନ,ଲାଜରେ ଲାଜେଇବନିକି ବଉଦ ଉହାଡେ ଚନ୍ଦ୍ରମା।ଉଚ୍ଛନ୍ନ ହବନିକି ନିଶ୍ୱାସ ।ଝରଣାର କଳକଳ ନାଦ ବନ୍ଦ ହବନିକି କିଛି ଖ୍ୟଣ ପାଇଁ..।

ସବୁ ଦିଇଟାର ମିଳନ ଭିତରେ ଥିବ ନୂତନ ଉତୁରେଇବାର ସଙ୍କଳ୍ପ....।

ଚିରାଚରିତ ଅଭିପ୍ସାର ମଳିନ ଘଟିଲେ ପୁଣି ଫୁଲେଇ ହବନିକି ଚନ୍ଦ୍ରମା,ଚକ୍ ଚକ୍ ହେଇ ଝରିଯିବ ଝରଣା,ଡେଇଁ ଡେଇଁ ଖେଳିଖେଳି ମତୁଆଲା ପବନରେ...।ନିଶ୍ୱାସରେ ନିଶ୍ୱାସ ଗଭିରତା ମାପି ନେଉଥିବ ଆନନ୍ଦର ସଂଦିକ୍ଷଣେ..।

କବଟ ଫାଙ୍କରେ,କାଳିବିଲେଇ ଘରସାରା ଚରିକି କାଟି ଶଙ୍ଘିଯାଉଥିଲା ସବୁ ଆସବାବପତ୍ର । ଖଟଉପରୁ ନଜର ରଖିଥିଲା ବବିତା ଆଉ ଚେଇଁ ଶୋଇ ଦେଖୁଥିଲା ବିଲେଇର ପ୍ରତ୍ୟେକ କାର୍ଯ୍ୟକଳାପ । ଆଲଣା ତଳ ଟିଭି ଷ୍ଟାଣ୍ଡ ଡ୍ରେସିଂ ଟେବୁଲ... ଆରେ ଖଟତଳକୁ ଗଲା ଆଉ ଦେଖା ଯାଉନି ବବିତାକୁ,ବେଳେବେଳେ ଖସଖସ ଶବ୍ଦ ଶୁଭୁଛି ଯାହା ଖଟତଳୁ।

କାଳି ବିଲେଇଟା କୋଉଠି ଥିଲା କେଯାଣି ଆସି ମିଠା ଭାବନାରେ ପୂର୍ଣ୍ଣଛେଦ ପକେଇଲା..!

ଚଢିଲାଣି ବହି ଥାକକୁ..... ଚଢୁ କଣ ଅଛି ଯେ ସେଠି ଖାଇବ।

ଆଲୋ ଆଲୋ ବିଲେଇଟା କଣ ଏତେ ମୋଟା....ତାକୁ ଅସଜ ଅସଜ ଲାଗିଲା,ବିଲେଇ ଚାଲିରେ ସନ୍ତର୍ପଣ ନଥିଲା ,ନଥିଲା ଶୀକାର କରିବାର ଭାବନା...।ପେଟଟା ତାର ଅପେକ୍ଷାକୃତ ଫୁଲି ଓହଳି ପଡିଥିଲା ତଳକୁ । କାଳି ବିଲେଇଟା ବୋଲି ଜଣା ପଡୁ ନଥିଲା ଯାହା......।

ଏଥର ମନେ ମନେ ଧରିନେଲା ବବିତା କାଳିବିଲେଇଟା ଅତି ନିକଟରେ ମା ହେବାକୁ ଯାଉଛି ନିଶ୍ଚୟ..... ସେଥିପାଇଁ ବୋଧହୁଏ,ଖୋଜୁଛି ତା ପିଲା ପାଇଁ  ସୁରକ୍ଷିତ ସ୍ଥାନ,ଯେଉଁଠି ଲୁଚେଇ ହବ ବାଡିପଡା ବୁଲା କୁକୁରମାନଙ୍କ କବଳରୁ ।ନହେଲେ ଛୁଆକୁ ପାଟିରେ କାମୁଡି ତାକୁ ବାରଘର ଷୁଣ୍ଢିପିଣ୍ଢା ହେବାକୁ ପଡିବ।

ଏଣୁ ବୁଝିଲା ବବିତା କାହିଁକି ରୋଷେଇ ଘର ଛାଡି ଶୋଇବା ଘରେ, ଶୁଙ୍ଘି ବୁଲୁଛି କାଳିବିଲେଇ ।ବହିଥାକରୁ ଆଉ ଦେଖା ଯାଉନି ବିଲେଇ।ଏବେ ତାକୁ ଅନୁସରଣ କରିବା ଦରକାର ନାହିଁ ବବିତାର...।ଯାଣିଗଲା ବିଲେଇର ମକସଦ୍।

ବେହୁସିଆରି ଆଉ ଅଜଣାତ ,ମୁହାଁ ମୁହିଁ ହେଲେ..... ,ପୁଣି ବାମହାତ ସହିତ ଡାହଣ ହାତ ଘୁରି ବୁଲିଲେ ଲୁଗାତଳେ ନାଇ ତଳକୁ ନିଜ ତଳି ପେଟ ଉପରେ...।

ବିଲେଇଟା ମା ହବ,କାଳି ବିଲେଇ , ଛୁଆ,ଗୋଟା ବା ପାଞ୍ଚଟା....ହେଲେ ଯଣାଯିବ ସିନା....କିନ୍ତୁ ବବିତା....???

ମା ହବା ଭାବନା .....ଶିତେଇ ଉଠିଲା ଦେହ....ରୋମାଞ୍ଚିତ ହେଲା ମନ...ମା ହବ ବବିତା ମା ହବ,ପୁଅ ନା ଝିଅ ,ତା ପରିକା ହବ ନା ସୁବ୍ରତ ପରିକା..ଅନେକ କଂଚା ପ୍ରଶ୍ନୀଳ ପ୍ରଶ୍ନ।

ମାତୃତ୍ୱର ଅନୁଭବ କିପରିହବ, କିପରିହବ ପିଲାକୁ ଦଶମାସ ଭିତରେ ଧରି ରଖିବାର ପ୍ରୟାସ,ସହଜ ନା କଷ୍ଟ.....।

ବେଖିଆଲି ମନ ଖୁସି ହଉ ନଥିଲା ଏଇଥି ପାଇଁ । ସେ ନିଜ ଭିତରେ ମାର ବେଦନା ଉନ୍ମାଦନା ସଂଭାବନାକୁ ଅନୁଭବି ପାରୁନଥିଲା । ଅନୁଭବି ପାରୁ ନଥିଲା ନିଜ ଭିତରେ ପିଲାର ଅବୟବ । କାହିଁକି କେଜାଣି ଭାବନା ରାଜ୍ୟ ତାର ଏଣେ ତେଣେ ବିଛାଡି ହେଇ ପଡୁଥିଲା।

ଏବେ ଖାଲି ପେଟ ଥାଉ କାଲିତ ସେ ମା ହବନା....ଯାଣି ନବନି ମା’ର ଅନୁଭବଟା ମା’ର କଷ୍ଠଟା....।

ଆରେ ସତେତ ମା ହବା ଯଦି କଷ୍ଠ ତେବେ ଯଣେ ଯଣେ ଯାଣି ସୁଦ୍ଧା ଥରେ ପରେ କାହିଁକି ଯେ ଅନେକ ବାର ମା ହେଉଛନ୍ତି ,ବାରମ୍ବାର ପିଲା ଜନ୍ମ କରୁଛନ୍ତି ?

ହସିଦେଲା ନା ହସ ଚାଲିଆସିଲା ତା ଓଠ ଧାରକୁ ଆପେ ଆପେ.... କାରଣ, ଅଗୁରୁ ବିଦ୍ୟା ପରା ବଡ ଜଟିଳ ,ବିନା ଗୁରୁରେ ଶିଖ୍ୟା ହାସଲ .ସ୍ଥାବରରୁ ଜଂଗମ,କୀଟରୁ ପତଙ୍ଗ ,ସ୍ଥଳଚର ଜଳଚର ଉଭୟଚର ମେରୁଦଣ୍ଡି ଅମେରୁଦଣ୍ଡି ପାଦପ ।ଏକଦା ସମସ୍ତେ ମା ହୁଅନ୍ତି .....ସିଏବି ମା ହବ ନୁତନତ୍ୱକଣ ଅଛି?

ଆସୁ ସେ ସମୟ ,କାଳି ବିଲେଇ ହେଉ ତାର ଆଦ୍ୟଗୁରୁ ....।ଧଡାସ କରି ଶବ୍ଦରେ କାଳି ବିଲେଇ ଖସି ପଡିଲା ବହିଥାକ ଉପରୁ....ମିଆଁଉ ....ମିଆଁଉ ହେଇ ବାହାରିଗଲା ଲାଞ୍ଜକୁ ପିଟି ଦରଆଉଜା କବାଟକୁ ପଛକରି.....।କେତେ କଷ୍ଟ ହେଇଥିବ ଅସଜ ପେଟକୁ ତାର, ଚମକି ପଡିଲା ବବିତା ନିଜ ଭିତରେ....।

ବହି ଥାକରୁ ବହିଖଣ୍ଡେ ଶବ୍ଦ କରି ପଡିଛି ତଳେ,ବିଲେଇର ଓଜନରେ ଭାରସାମ୍ୟ ହରେଇଛି.....।ଗୋଟେଇ ଆଣିଲା ବହି ...ପୁଣି ନୀଳ ଲଫାପା ବହି ମଲାଟ ଭିତରୁ ବାହାରି ପଡିଛି ଅନତି ଦୁରରେ.....।

ମନଡଂଗା ସତେ କେତେ ଖିପ୍ର।ଖରାବେଳଟା ତାକୁ ଏକୁଟିଆ କରିଦେଇ ଥିଲା ଯେ,ସିଏ ଖୋଜୁଥିଲା ସୁବ୍ରତକୁ.... ପାଖକୁ ଆସନ୍ତେନି...କାଳିବିଲେଇ ଦେଇ ଗଲା ପୁଣି ମାତୃତ୍ୱର ସମ୍ମୋହନ ବିଦ୍ୟା ,ଏବେ ଯାଇ ମନ ଅପହଂଚ ସେହି ତନ୍ମୟ ପାଖରେ.....।ପୁଣି ଖୋଲି ପଢିବାକୁ ଇଚ୍ଛାହେଲା ସେହି ତନ୍ମୟର ଏକତରଫା ଛୋଟ ପ୍ରେମପତ୍ର । ଯାହାକୁ ଯତ୍ନରେ ପିଲାପରି ପେଟରେ ସାଇତି ରଖିଛି ସେହି ନୀଳ ଲଫାପା ।ସମୟ ହେଲେ,ପ୍ରସବିବ ଇପ୍ସିତ ସନ୍ତାନ।

କିଏ ଯାଣେ,କୋଉଠି ଥିବ ସିଏ ନିଜେ ଓ ତାର ପରିଚୟ ପୁଣି ସୁବ୍ରତ ଆଉ,ତନ୍ମୟଙ୍କର ପରିଚୟ ବି । ସେ ପରିଚୟ ଯେତେ ଆନନ୍ଦର ହେଉ କି ନିରାନନ୍ଦ,ଖୁସି ଆଣୁ କି ଦୁଃଖର କଳା ପାହାଡ ଆଣୁ ।

ପ୍ରକୃତ ପ୍ରେମ ସହଜ ପ୍ରେମ ନିଃସଂକୋଚ ପ୍ରେମ ସେମିତି ବଢୁ ଥାଉ ନୀଳ ଲଫାପାର ପେଟ ଭିତରେ । ଭୃଣ ହତ୍ୟା କରିବାକୁ ସେ କିଏ??ତା କାନ ପାଖରେ ପ୍ରତିଧ୍ୱନୀତ ହଉଥିଲା ସେ କିଏ,ସେ କିଏ.....।

ଯେମିତି ତନ୍ମୟଙ୍କ ଦେହର ବାସ୍ନା ଖେଳିଗଲା ଘର ଭିତରଟା ସାରା ।ହାତରେ ତୋଳି ନେଇ ଛାତିରେ ଚାପି ଧରିଲା ବନ୍ଦ ଲଫାପାକୁ ସେ ।ଆଘ୍ରାଣ କରିନଉଥିଲା କଲେଜ ପଢାର ଦିନ ଗୁଡିକୁ ବବିତା...।

ସତରେ ତନ୍ମୟ ଏବେ,କୋଉଠି ଅଛିି? କିପରି ଅଛି ,କୋଉଠି ଏନଗେଜ୍ ହେଲାଣିନା.....ତାର ବାହାଘର.... ତନ୍ମୟ ସମ୍ବନ୍ଧରେ ଅନେକ ଅସମାହିତ ପ୍ରଶ୍ନ ଉଂକି ମାରୁଥିଲା ବବିତା ମନରେ....।

ସଂଜ ହେଲାଣି ବାହାରୁ ଶାଶୁ କାହାକୁ କହୁଥିଲେ .....।

ତରତର ହେଇ ବହି ଓ ନୀଳ ଲଫାପାକୁ ତା ପେଟରେ ପୁରେଇ ଥାକସଜାଡି ନେଲା ବବିତା.... ବହିଥାକ....।

...କ୍ରମଶଃ..

ଚନ୍ଦ୍ରକଳା ସିନା ସ୍ୱାମୀ .

Rate the content


Originality
Flow
Language
Cover design

Comments

Post

Some text some message..