Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନେ ପଡେ ସେ ସମୟ
ମନେ ପଡେ ସେ ସମୟ
★★★★★

© Susanta kumar Das

Inspirational Tragedy

3 Minutes   3.7K    14


Content Ranking

 କଲେଜ ପଢ଼ା ସାରି ଘରକୁ ଫେରୁଥିଲି । ବସ ଅନୁଗୁଳ ବସଷ୍ଟାଣ୍ଡରେ ଲାଗିଲା ମୁଁ ଘରକୁ ଯିବାକୁ ବାହାରିଲି । ଠିକ ସେତିକିବେଳେ ଜଣେ ବୁଢ଼ୀ ମାଉସୀ ତାକୁ ପ୍ରାୟ ୬୭ ବର୍ଷ ହେବ, ସେ ବସରୁ ଓହ୍ଲାଇ ବସର ଡ୍ରାଇଭର ଓ ହେଲ୍ପରକୁ ପଚାରିଲା ମତେ ଏଠି କଣ ପାଇଁ ଛାଡିଲ,ମତେ ସମ୍ବଲପୁରରେ ଛାଡ଼ିଥାନ୍ତ । ଡ୍ରାଇଭର ଓ ହେଲ୍ପର ବୁଢ଼ୀ ମାଉସୀକୁ କହିଲେ ମାଉସୀ ସମ୍ବଲପୁରରେ ହୋଇଗଲା ତମେ ଏଠି ଓହ୍ଲାଇ ପଡ । ବୁଢ଼ୀ ମାଉସୀ ଜଣକ କୁଆଡେ ଯିବ କିଛି ବୁଝିନପାରି ଭୟଭୀତ ହୋଇ ବସ ଆଗରେ ବସି ରହିଲା । ଆଉ ସମସ୍ତଙ୍କୁ ପଚାରୁଥିଲା ମୁଁ କୁଆଡେ ଯିବି କିଛି ଜାଣିନି । ମୁଁ ସେହି ବୁଢ଼ୀ ମାଉସୀକୁ ଦେଖି ପଚାରିଲି ମାଉସୀ ତୁମେ କୁଆଡେ ଯିବ କୁହ ମୁଁ ତୁମକୁ ଛାଡିଦେବି । ହେଲେ ମାଉସୀ ସେହି ଗୋଟେ ଉତ୍ତର ଦେଉଥିଲା କୁଆଡେ ପୁଅ ମୁଁ କିଛି ଜାଣିନି । ଖବର ନେବାରେ ଜାଣିଲି ସେ ମାଉସୀ ଯାଜପୁର ଟାଉନରୁ ବସରେ ବସି ଅନୁଗୁଳ ଆସିଛନ୍ତି । କେହି ଜଣେ ଲୋକ ବସ କଣ୍ଡକ୍ଟରକୁ ବସ ଫେୟାର ଦେଇ କହିଲା ମାଉସୀଙ୍କୁ ନେଇ ସମ୍ବଲପୁରରେ ଛାଡ଼ିଦେବ,ସେଠି ଜଣେ ଲୋକ ଆସି ତାଙ୍କୁ ନେଇଯିବ । ହେଲେ ମାଉସୀ ଜାଣିନି ତାକୁ କିଏ ସମ୍ବଲପୁରରେ ନେବାକୁ ଆସିବ । ଶେଷରେ ବୁଢ଼ୀ ମାଉସୀ ଜଣଙ୍କ କାନ୍ଦି କାନ୍ଦି ମୋତେ କହିଲା କେଉଁଠି ହେଲେ ରଖିଦେରେ ପୁଅ,ମୁଁ ମାଗିକି ଖାଇ ଚଲି ଯିବି । ବୁଢ଼ୀ ମାଉସୀର ଲୁହ ଦେଖି ସମସ୍ତଙ୍କ ଆଖିରୁ ଲୁହ ବାହାରିଯାଉଥାଏ,ମୁଁ ଯାଇ ମାଉସୀଙ୍କୁ ପଚାରିଲି ମାଉସୀ ତମର କଣ ହୋଇଛି ତମେ ଏମିତି କାଇଁ କାନ୍ଦୁଛ । ସେ କହିଲା ମୋ ଜ୍ୱାଇଁ ‘ବିରଞ୍ଚି’ ମତେ ବସରେ ବସେଇଦେଇ କହିଲା ତୁ ସମ୍ବଲପୁର ଯା’ ସେଠି ରହିବୁ । ବୁଢ଼ୀ ମାଉସୀ କାନ୍ଦି କାନ୍ଦି କହୁଥାଏ ମୁଁ ମୋ ଝିଅ ଘରେ ରହୁଥିଲି ଝିଅ ମୋତେ ଗାଳି କରି କହିଲା ତୁ ମୋ ଘରୁ ପଳା ଆଉ କେବେ ଏଠିକୁ ଆସିବୁ ନାହିଁ,ଯଦି ଆସିବୁ ତୋ ଗୋଡ଼ ହାତ ବାଡେଇ ଭାଙ୍ଗିଦେବି,ତୁ ପଳେଇ ଯା’ ମୋ ଘରୁ ଯାଇ କେଉଁଠି ରହି ମାଗିକି ଖାଇ ଚଳିବୁ । ମୁଁ ଏ ସବୁ କଥା ଶୁଣି ସେ ମାଉସୀଙ୍କୁ କିପରି ଉପଯୁକ୍ତ ସ୍ଥାନରେ ଥଇଥାନ କରିପାରିବି ସେଥିଲାଗି ମୁଁ ଆଉ  "ସଂକଳ୍ପ ସୋସିଆଲ ଫାଉଣ୍ଡେସନ’ ର କିଛି ସଦସ୍ୟ ମିଶି ବୃଦ୍ଧା ଗୃହକୁ ନେବା ପାଇଁ ବ୍ୟବସ୍ଥା କରିଥିଲୁ ।

ସତେ ଯେମିତି ଲାଗୁଥିଲା ବୟସର ବାର୍ଦ୍ଧକ୍ୟ ଶିଙ୍କୁଳିରେ ବୁଢ଼ୀ ମଉସୀର ଶରୀର ସମ୍ପୁର୍ଣ୍ଣ ରୂପେ ବନ୍ଧା ପଡିଛି । ସେ ନିଜର ଲୋକଙ୍କ କଥା ଠିକ ସେ ବି କହିପାରୁନ ଥିଲା କି କାହାକୁ ସେ ବୁଝେଇପାରୁନ ଥିଲା କଣ ଘଟଣା ତା ସହିତ ଘଟିଛି । ବୟସ ଗଡ଼ିବା ସହ ତାର ସ୍ମରଣ ଶକ୍ତି କମିଯାଇଥିଲା । ମୋତେ ଯାହା ଲାଗୁଛି ଅଧିକ ବୟସ ହେବାରୁ ପୁଅ ଓ ଝିଅମାନଙ୍କ ଜୀବନ ଶୈଳୀରେ ତାଙ୍କ ମା’ କଲେ ତାଙ୍କ ଉପରେ ବୋଝ ପାଲଟିଯିବ,ସେଥିପାଇଁ ତା ପିଲାମାନେ ତାକୁ ଘରୁ ବାହାର କରିଦେଇଛନ୍ତି । ମା’ ଅଟେ ମମତାର ଭଣ୍ଡାର । ଆମେ ମା’ ଙ୍କୁ ମନ୍ଦିରରେ ବିଭିନ୍ନ ରୂପରେ ପୂଜା କରୁଛେ । ହେଲେ କିଛି ଲୋକ ମା’ ଓ ବାପାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଯେଉଁ ମା’ ଙ୍କୁ ଆମେ ଦେଖିନେ ତାକୁ ଭଗବାନ ମଣିନେଲେ,ହେଲେ ଯେଉଁ ମା’ଙ୍କୁ ଆମେ ଦେଖୁଛେ ତାକୁ ରାସ୍ତାର ଭିକାରି ବନାଇଦେଲେ । ମୁଁ ପ୍ରଶଂସା କରୁଛି ସେହି ପିଲାମାନଙ୍କୁ ଯେଉଁମାନେ ବାପା ଓ ମା’ଙ୍କୁ ସ୍ନେହ-ମମତା ଓ ନିଃସ୍ୱାର୍ଥପରତା ଓ ସେମାନେ ଦେଇଥିବା ଜଳାଞ୍ଜଳିକୁ ଭୁଲି ସ୍ୱାର୍ଥପର ହୋଇ ମା ଓ ବାପାଙ୍କ ଭୁଲିଯାନ୍ତି,କଣ ତୁମେ ଯାହା ବି କରୁଛ ଠିକ କରୁଛ ?

ଏଠି ପ୍ରଶ୍ନ ଉଠୁଛି କେଉଁଠି ନ କେଉଁଠି ମଣିଷ ପଣିଆ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଆଜିର ଦୁନିଆରେ ମା ଓ ବାପମାନେ ବୃଦ୍ଧ ହୋଇଗଲା ପରେ କିଛି ଲୋକ ସ୍ୱାର୍ଥପର ସେମାନଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛନ୍ତି । କଥାରେ ଅଛି ବାପା ଓ ମା ଆମର ଜିଅନ୍ତା ଠାକୁର । ହେଲେ ଯେଉଁ ବ୍ୟକ୍ତି ବାପା ଓ ମା’ ଙ୍କ ଉପରେ ଅତ୍ୟାଚାର କରୁଛି ସେ କଣ କେବେ ଯାଇ ମନ୍ଦିରରେ ଭଗବାନଙ୍କୁ ପୂଜା କରେନି । ଜଣେ ମା ଓ ବାପାଙ୍କୁ ଆଗରେ ତା ପିଲାମାନଙ୍କୁ କିଏ ଯଦି କିଛି କୁହେ ସେମାନେ ସହ୍ୟ କରିପାରନ୍ତି ନାହିଁ । ହେଲେ ସେହି ପିଲା ଯେତେବେଳେ ବାପା ଓ ମା’ ଙ୍କ ପରିଣତ ବୟସରେ ଅନ୍ୟ ଆଗରେ ଭିକାରି ପରି ସଜେଇ ଦେଇ ସେ କେମିତି ଖୁସିରେ ରହିପାରେ ? ଆଜିର ଦୁନିଆ ସ୍ୱାର୍ଥପର ପାଲଟିଯାଇଛି । ଏଠି ସମସ୍ତେ ଟଙ୍କା-ପଇସାକୁ ହିଁ ଜାଣନ୍ତି । ସ୍ନେହ ଓ ମମତାର ଏଠି କିଛି ମୂଲ୍ୟ ନାହିଁ । ଆଜି ଯଦି ତମ ପାଖରେ ପଇସା ଓ ଧନ ସମ୍ପତ୍ତି ଅଛି ତାହେଲେ ତମେ ସମସ୍ତଙ୍କର ଆପଣାର,ନଥିଲେ ସମସ୍ତଙ୍କର ଘୃଣାର ପତ୍ର । ଏବେ ବି ସେଇ ବୃଦ୍ଧା ମାଉସୀ ମତେ ତାର ପୁଅ କରିଛି । ମୁଁ ବି ତାକୁ ମା ଭଳି ଡାକୁଛି । କିନ୍ତୁ ଏବେ ବି ମୋ ମନରୁ ସେ ସମୟର ଦୃଶ୍ୟ ମୁଁ ଭୁଲି ପାରୁନି । ମୁଁ ଜାଣିନି ମୁଁ ତାଙ୍କୁ ତାଙ୍କ ପରିବାର ସହ ମିସେଇ ପାରିବି କି ନାଇଁ । ଭଗବାନ କରନ୍ତୁ ଆଉ କୌଣସି ମା’ଙ୍କୁ ତାଙ୍କ ପୁଅ ବୋହୁ ଏପରି ଅବସ୍ଥା ନା କରନ୍ତୁ ।

ଅନୁଗୁଳ ମାଉସୀ ମା’

Rate the content


Originality
Flow
Language
Cover design

Comments

Post

Some text some message..