Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajib Gopal Swain

Others

3  

Rajib Gopal Swain

Others

କିଛି ଖୋଜାପଡିଛି

କିଛି ଖୋଜାପଡିଛି

3 mins
7.5K


-ଏ ବାବୁ ତମେ ବ୍ୟସ୍ତ କାହିଁକି ହେଉଛ ? ଏଠି କଟକ ଲୋକ କେହିନାହାନ୍ତି । ସବୁ ଦୂର ଦୂର ରୁ ଆସିଛନ୍ତି । କିଛି ଲୋକ ଦୁଇ ଦିନ ହେବ ଅଧିଆ ପଡିଛନ୍ତି, ଏଇ ବାରଣ୍ଡାରେ । ହେଲେ ବାବୁଙ୍କ ନିୟମ, ଦିନ କୁ ରୋଗୀ ଦେଖିବେ ଷାଠିଏ.... ସକାଳେ ତିରିଶ...ସନ୍ଧ୍ୟା ରେ ତିରିଶ ।

-ଆରେ ଭାଇ ମୁଁ ତ ସେଇ ଲୋକ ଯିଏ ସକାଳେ ସାର୍ ଙ୍କୁ ଦେଖେଇଛି । ଏଇ ଦେଖୁନ ମୋ ହାତ ରେ ପ୍ରେସକ୍ରିପ୍ସନ୍ ।

-ଟେଷ୍ଟ ରିପୋର୍ଟ ଆଣିଛ ?

-ଦେଖ । ସବୁ କରିଛି, ସାର୍ ଯାହା ଯାହା କହିଥିଲେ । ସକାଳୁ ଖାଇନଥିଲି । ଅଖିଆ-ଖିଆ ସବୁ ଟେଷ୍ଟ କରିଛି ।

-ଖାଲି ସେତିକି ରେ କଣହେବ ? ସାର୍ ଯେଉଁଠି କହିଥିଲେ, ସେଇଠି ଟେଷ୍ଟ କଲ  ନା ଆଉ କୋଉ ଜାଗାରେ କରେଇଛ ?
-ନାହିଁ ଭାଇ । ସାର୍ ଯୋଉଠି ଯୋଉଠି କହିଥିଲେ ,ସେଇ ସବୁ ସ୍ଥାନ ରେ କରିଛି ।
-ସେଇ ଲାବ୍ ରିପୋର୍ଟ ନଦେଖିଲେ , ସାର୍ ଫୋପାଡ଼ି ଦେବେ । ହଉ ତମେ ବସ ମୁଁ ନାଆଁ ଡାକିବି ।

-ଭାଇ ମୋ ରିପୋର୍ଟ ଟା'ତ ନିଅ, ସାର୍ ଙ୍କ ଟେବୁଲ ଉପରେ ରଖିଦେ !!
-ତମେ ଭାଇ ବ୍ୟସ୍ତ ହୁଅନା ....ସେଇଠି ବସ । ନମ୍ବର ଅଛି ମୁଁ ଡାକିବି।

xxxxxxxx

'ଘଡି ନାଇଁ ସେ'ଘଡ଼ି ନାଇଁ ....ମୋ ନାଆଁ ଆସୁନଥାଏ।

ଲୋକ ଆସୁଥାନ୍ତି, ଯାଉଥାଆନ୍ତି । ଏ ଭିତରେ କିଛି ନୂଆ ଲୋକ ଆସି ଦେଖେଇକି ଗଲେଣି । ରାଗ ବଢ଼ୁଥାଏ । ହେଲେ କରିବି ବା କଣ !! ମୁଁ ନୁହେଁ ମୋ ପରି ନୟାଗଡ଼, ବଲାଙ୍ଗୀର , ବେତନଟୀ ....ଇତ୍ୟାଦି ସ୍ଥାନ ରୁ ବି  ଲୋକ ସବୁ ବସିଥାନ୍ତି । ଆଉ ସମସ୍ତେ ଥାନ୍ତି ନିରୁପାୟ ।
ଡାକ୍ତର ଙ୍କୁ ଦେଖା କରିବାକୁ ହେବ । ତାଙ୍କ ହାତ ଭଲ, ଆଉ ଯାହା ଖରାପ ହେଉ ପଛକେ....।

💐💐  💐💐  💐💐  💐💐  💐💐

ପାଖରେ ଥିବା ଗୋଟେ ମେଡିସିନ କାଉଣ୍ଟର ପାଖରେ ଠିଆ ହୋଇ ମୋ ଅସହାୟତା ଓ କ୍ରୋଧ କୁ କହୁଥାଏ । ଦୋକାନୀ ହସିଲା ।
-ଭାଇ ହସିଲ ଯେ ..?
ନାଇଁ ଏମିତି ....ଆପଣ ଙ୍କ କଥା ଶୁଣି ହସ ମାଡ଼ିଲା । ଆପଣ ଏଇଠି ନୂଆ ବୋଧେ ।
ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି । କିଏ ବା କାହିଁକି ଏପରି ସ୍ଥାନ କୁ ବାରମ୍ବାର ଆସିବାକୁ ଚାହିଁବ !
ଆପଣ ବେପାର ଟା ବୁଝନ୍ତି ନି !
ମୁଁ ଅଜ୍ଞତା ମିଶ୍ରିତ ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ଚାହିଁଲି ।
-ଆସନ୍ତୁ ମୋତେ ଟଙ୍କା ଶହେ ଟା ଦିଅନ୍ତୁ ।
ବିନା ଦ୍ିଧା ରେ ଟଙ୍କା ଶହେ ବଢ଼େଇ ଦେଲି ।

💐💐  💐💐 💐💐  💐💐 💐💐

କିଛି ସମୟ ପରେ ଦେଖିଲି , ସେଇ ଆଟେଣ୍ଡାଣ୍ଟ ଲୋକ ଟି ସେଇ ମେଡିସିନ ଦୋକାନ କୁ ଆସିଲା। ଆଗରୁ  ଶହେ ଟଙ୍କା ପୁରାଯାଇଥିବା ଗୋଟେ ମେଡିସିନ ଖୋଳା କୁ ଦୋକାନୀ, ସେଇ ଲୋକ ଟି ହାତ କୁ ବଢାଇ ଦେଲା -ଏଇଟା ଏଇ ବାବୁ ଙ୍କ କ୍ୟାପସୁଲ, ବହୁତ ଦୂରରୁ ଆସିଛନ୍ତି । ଟିକେ ଜଲଦି ଦେଖି ଦିଅ ।
ସେ ଲୋକ ଟା ଗୋଟେ ନିଲଠା ହସ ହସିଲା । ମୁଣ୍ଡ କୁଣ୍ଡେଇ ହେଲା, କାନ ଆଉଁସିଲା - ହଁ ହଁ ...ମୁଁ ସାଙ୍ଗେ ସାଙ୍ଗେ ଡାକୁଛି ।
କିପରି ଗୋଟେ ଅଭାବବୋଧ ରେ ଭରିଗଲା ମନ ।
ଜାଣିଥିଲେ କଣ ଟଙ୍କା ଟା ଦେଇଥାନ୍ତି ......
💐💐  💐💐  💐💐  💐💐  💐💐
ମୋ କାମ ହୋଇଗଲା । ଡାକ୍ତର ଙ୍କୁ ଦେଖେଇ ସେଇ ଦୋକାନୀ ଠୁଁ ମେଡିସିନ କିଣିଲି । ଦୋକାନୀ ପଚାରିଲା - ବ୍ୟାପାର ଟା ବୁଝିଲେ ତ ?

ମୁଁ କିଛି କହିପରିଲି ନାହିଁ । କାରଣ ମୋତେ ମାତ୍ର  ଅନୁଗୁଳ ପର୍ଯ୍ୟନ୍ତ ଯିବାର ଅଛି । ଏଇ ଦେଢ଼ଶ..କିଲୋମିଟର ଭିତରେ , ହେବ କି କଣ । ମୋ ପାଖରେ ନିଜ ଗାଡି ବି ଅଛି।
ହେଲେ ଏବେ ବି ସେଇ ବଲାଙ୍ଗୀର ରୁ ଆସିଥିବା ସ୍ତ୍ରୀ ଲୋକଟି ବସିଛି । ଦୁର୍ବଳ, ଯନ୍ତ୍ରଣା ରେ ଜର୍ଜରିତ । ସାଥିରେ ଗାଉଁଲି ଲୋକଟିଏ । ତା' ଗେରସ୍ତ ହେବ ବୋଧେ ! ସେ କାହୁଁ ବୁଝିବ ଏଇ ବେପାର ମାହାତ୍ମ୍ୟ । ଗତ ଦୁଇ ଦିନ ହେବ କଟକ ସହର ରେ ପଡିଛି । ଆଜି ଦେଖେଇ ଦେଲେ ହୁଏତ କାଲି ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍ ରେ ପଳେଇଯାଇ ପାରିବ ।
ଆଃ !!
ମୋ ମନର ଏଇ ଯନ୍ତ୍ରଣା ଟା କଣ ପାଇଁ ??
ଲୋକଟି କୁ କହି ଆସିବି କି ଶହେ ଟଙ୍କା ଦେଇ ଆଗୁଆ ଦେଖେଇ ହେବ ।
ମନ ଟା ଛି ଛି କରୁଥିଲା । ଏ'ବ୍ୟବସ୍ଥା ପ୍ରତି ନିରୁତ୍ସାହିତ ମନ ଟି ବିଦ୍ରୋହ କରିବାକୁ ଇଚ୍ଛା କରୁଥିଲା । କିନ୍ତୁ ଜାଣିଥିଲି ,ଆଖିରେ ଏମିତି ଦେଖି ଗଲେ କେବେ ବି ନିଜକୁ କ୍ଷମା କରିହେବନି ।

ଆଟେଣ୍ଡାଣ୍ଟ କୁ ଡାକି କାଗଜ ରେ ଗୁଡ଼ାଇ ଶହେ ଟଙ୍କା ଦେଲି....ସେ ମୋତେ ଆଶ୍ଚର୍ଯ୍ୟ ରେ ଚାହିଁଲା -ଆପଣ ଦେଖେଇ ସାରିଲେଣି ପା !!
ମୁଁ ସେଇ ବଲାଙ୍ଗିରିଆ ଲୋକଟି କୁ ଦେଖେଇ କହିଲି- ତା'ପାଇଁ ।
ସେ କଣ ଭାବିଲା କେଜାଣି କହିଲା -ଥାଉ !!

ତାପରେ ଅବଶ୍ୟ ସେଇ ବଲାଙ୍ଗିରିଆ ଲୋକ ର ପାଳି ପଡି ଯାଇଥିଲା । ତା'ମୁହଁ ରେ ଥିଲା ଏକ ଅଦ୍ଭୁତ ସନ୍ତୋଷ।
ମୁଁ ଆଟେଣ୍ଡାଣ୍ଟ ମୁହଁ କୁ ଚାହିଁଲି , ସେ ମୋ ଆଡକୁ ଦେଖି ମୁରୁକି ମୁରୁକି ହସୁଥିଲା। ସେଇଟା କୃତ୍ରିମ କି ବ୍ୟବସାୟିକ ହସ ନଥିଲା , ଥିଲା ଏକ ନିଚ୍ଛକ ମଣିଷ ପଣିଆ ର .....!!

ମୁଁ ଭାବୁଥିଲି ଏମିତି ସବୁବେଳେ ହୁଅନ୍ତାକି !

🌺 🌿🌺 🌿🌺 🌿🌺 🌿🌺 🌿🌺 🌿🌺

ରାଜୀବ ଗୋପାଳ ସ୍ବାଇଁ
ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେଙ୍କାନାଳ-୭୫୯୧୨୧


Rate this content
Log in