Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଉପହାର
ଉପହାର
★★★★★

© Alhadini Panigrahi dash

Romance

3 Minutes   147    1


Content Ranking

ଦର୍ପଣ ଆଗରେ ଠିଆ ହୋଇ ନିଜକୁ ନିରେଖି ଦେଖୁଥିଲା ସୁବର୍ଣ୍ଣା । ସତରେ କେତେ ବଦଳି ଯାଇଛି ସେ । ଅତୀତର କଲେଜ କୁଇନ୍ ତନୁପାତଳି ସୁବର୍ଣ୍ଣାକୁ ମୁଣ୍ଡର କେଇଟି ପାଚିଲା ବାଳ ଉପହାସ କରୁଛନ୍ତି ଯେପରି । ସେଦିନର ଛାତ୍ରୀ ସୁବର୍ଣ୍ଣା ଆଜି କଲେଜରେ ଅଧ୍ୟାପିକା । ଯୌବନର ଶେଷ ପାହାଚରେ ଉପନିତା ସେ । ବୟସ ୪୦ ଛୁଇଁଲା ବୋଲି ଫେସବୁକ୍ ଘୋଷଣା କରି ସାରିଲାଣି ।ସାଙ୍ଗ ସାଥି,ସହକର୍ମୀ, ଛାତ୍ର, ଛାତ୍ରୀ ସବୁ କିଏ ଫେସବୁକ୍ ରେ ତ କିଏ ଫୋନ୍ କରି ଶୁଭେଚ୍ଛା ଜଣାଉଛନ୍ତି ।

କିନ୍ତୁ ସୁବର୍ଣ୍ଣା କେବେ ବି ଚାହିଁନି ତା ଜନ୍ମଦିନ ପାଳିବାକୁ । ଏଇ ଦିନଟି ଆସିଲେ ମନଟା କେମିତି ବିଚଳିତ ହୋଇଉଠେ, ଉଦାସ ହୁଏ ମନ,ସଜଳ ହୁଏ ଆଖିପତା ।

ଧିରେ ଧିରେ ଦର୍ପଣ ସାମ୍ନାରୁ ଆସି ଆଲମାରି ଆଗରେ ଠିଆ ହେଲା । ବାହାର କଲା ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ହାତ ବାକ୍ସଟିଏ । ତା ଭିତରୁ ସଯତ୍ନେ କାଢିଲା ହୃଦୟ ଆକୃତିର ତାଲାଟିଏ ଯେଉଁ ଥିରେ ଲେଖା ହୋଇଛି ପ୍ରତ୍ୟେକ ପ୍ରେମିକ, ପ୍ରେମିକାଙ୍କ ଇପସିତ୍ ଶବ୍ଦ ଲଭ୍, ଆଉ ସେ ତାଲା, ଦଉଡିଟିଏକୁ ବାନ୍ଧି ରଖିଛି ।

ନିର୍ଜୀବ ତାଲାଟି ଏଯାବତ୍ ବାନ୍ଧି ରଖିପାରିଛି ଦଉଡିଟିକୁ, କିନ୍ତୁ ସେ କଣ ପାରିଲା ବାନ୍ଧି ରଖି ତା ମନର ମଣିଷକୁ । ଛାତିରେ ଜାକି ଧରିଲା ସୁବର୍ଣ୍ଣା ସେଇ ତାର ଅମୁଲ୍ୟ ପ୍ରେମର ସନ୍ତକଟିକୁ ।ତାର ଆୟତ ଚକ୍ଷୁ ଯୁଗଳରୁ ନିର୍ଗତ ହେଉଛି ଶ୍ରାବଣ ।ଏତେ ବର୍ଷ ପରେ ପୁଣି କାହିଁକି ତାର ଏ ଦୁର୍ବଳତା । ଯାହାଙ୍କ ପାଇଁ ତାର ଏ ପ୍ରୂତୀକ୍ଷା, ସେ କେଉଁଠି ? କଣ ତାକୁ ମନେ ରଖିଥିବେ ?


ସେତେବେଳେ ସେ ଯୁକ୍ତ ଦୁଇର ଛାତ୍ରୀ ।ସୁନ୍ଦରୀ ବୋଲି ଛାତ୍ର ମହଲର ଚର୍ଚ୍ଚା, ଆଉ ଛାତ୍ରୀ ମାନଙ୍କ ଇର୍ଷାକୁ ସେ ଯେ ଅନୁଭବ ନ କରିଛି ତା ନୁହେଁ । କାହାକୁ କିଛି ନ କହିଲେ ବି ମନେ ମନେ ରୋମାଂଚିତ ହୁଏ ତା ପ୍ରଶଂସା ଶୁଣି । ନିଜ ପ୍ରଶଂସା କାହାକୁ ବା ଭଲ ନ ଲାଗେ ଯେ !

 ସେଦିନ +୩ ଶେଷ ବର୍ଷର ଛାତ୍ର ନିର୍ମଳ ଆସି ତାକୁ ବାର୍ଷିକ ଉସ୍ସବର ଡ୍ରାମା ରେ ହେରୋଇନ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଦେଲେ । ପ୍ରଥମେ ସୁବର୍ଣ୍ଣା ମନା କରିଥିଲେ ବି ଅଧ୍ୟାପକ, ଅଧ୍ୟାପିକାଙ୍କ ଅନୁରୋଧ ଏଡାଇ ନପାରି ରାଜି ହୋଇଗଲା । ତାପରେ ପ୍ରତିଦିନ ନିର୍ମଳ ସହିତ ରିହଲସାଲ୍ କଲା ବେଳେ ଦେଖା ହୁଏ । ନିର୍ମଳ ନାୟକ ଭୂମିକାରେ ସୁନ୍ଦର ଅଭିନୟ କରୁଥିଲେ ମିଳାମିଶାରୁ ସୃଷ୍ଟି ହୁଏ ବନ୍ଧୁତା ଓ ବନ୍ଧୁତାରୁ ପ୍ରେମ । ସେଦିନ ଏମିତି ମେ ୧ ତାରିଖ, ସୁବର୍ଣ୍ଣାର ଜନ୍ମଦିନ । ନିର୍ମଳ ଜୋର କରି ନେଇଗଲେ ଉପହାର କିଣିବାକୁ କୌଣସିଟି ନିର୍ମଳଙ୍କ ପସନ୍ଦ ହେଉନଥାଏ । ଶେଷରେ ତାଙ୍କ ନଜର ଅଟକି ଗଲା ଗୋଟିଏ ଉପହାର ଆଗରେ । ଗୋଟିଏ ହୃଦୟ ଆକୃତିର ତାଲାରେ ବନ୍ଧା ହୋଇଛି ଦଉଡିଟିଏ । ହସିଥିଲା ସୁବର୍ଣ୍ଣା ଏଇଟା ବା ତାର କି କାମରେ ଆସିବ ! ସେଇମିତି ରୋମାଣ୍ଟିକ ଅନ୍ଦାଜରେ କହିଥିଲେ ସେ,"ଏଇ ତାଲା ହେଉଛି ତୁମ ହୃଦୟ ଓ ଏଇ ଦଉଡି ହେଉଛି ମୁଁ । ମୁଁ ପରା ଚିରଦିନ ତୁମ ହୃଦୟ ତାଲାରେ ବନ୍ଧା ହୋଇ ରହିଛି । ଏଇ ହେଉଛି ତାର ଓ ନିର୍ମଳଙ୍କ ପ୍ରେମର ମୂକ ସାକ୍ଷୀ । ତାପରେ ସୁବର୍ଣ୍ଣାର ବାପାଙ୍କ ବଦଳି ହୋଇଯାଏ । ଆଉ ନିର୍ମଳ ବି ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବାହାରକୁ ଯାଆନ୍ତି । ପ୍ରଥମେ ପ୍ରଥମେ ଚିଠିର ଆଦାନ ପ୍ରଦାନ, ତାପରେ ଚୁପଚାପ । କେବଳ ରହିଗଲା ହୃଦୟରେ ସେ ଅଭୁଲା ଦିନର ସ୍ମୃତି ଓ ଏଇ ଉପହାର । ସୁବର୍ଣ୍ଣାର ବାପା ମା’ କେତେ ବାଧ୍ୟ କରିଛନ୍ତି ତାକୁ ବାହା କରିଦେବାକୁ । କିନ୍ତୁ କିଛି ନା କିଛି ବାହାନା କରି କଥାକୁ ଟାଳି ଦିଏ ସେ । କାଳେ ନିର୍ମଳ ଆସିଗଲେ କ’ଣ ଭାବିବେ ତାକୁ, ତାଙ୍କ ପ୍ରେମ ରଞ୍ଜୁକୁ ପରା ସେ ବାନ୍ଧି କି ରଖିଛି ତା ହୃଦୟ ଭିତରେ ତାଲା ପକାଇ । ମନେ ମନେ ସେ କେତେ ଖୋଜିଛି ନିର୍ମଳଙ୍କୁ ତା ସାଙ୍ଗ, ସାଥିଙ୍କୁ ପଚାରିଛି, ସର୍ଚ କରିଛି ଫେସବୁକ୍ ପୃଷ୍ଠାରେ । କାଳେ ତାଙ୍କ ଠିକଣା ମିଳିଯିବ ! କିନ୍ତୁ ନା କେବେ ପାଇନି । ତାଙ୍କରି ପ୍ରତୀକ୍ଷାରେ ଯେ, ସେ ଆଜିଯାଏଁ ଅବିବାହିତା । ସତରେ ନିର୍ମଳ ବି କଣ, ଏମିତି ତାକୁ ହିଁ ଖୋଜୁଥିବେ । ସବୁଥର ତାର ଜନ୍ମଦିନରେ ଏଇ ଉପହାରଟିକୁ କାଢେ, ଆଉ ଅଭିଷିକ୍ତ କରେ ତାର ଆଖି ଲୁହରେ । ହଠାତ୍ ମୋବାଇଲ ଫୋନର ଚିତ୍କାରରେ ତାର ଧ୍ୟାନଭଗ୍ନ ହେଲା । ଅପରିଚିତ ନମ୍ବର ଦେଖି ଭାବିଲା, କାଳେ କିଏ ତାକୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ କଲ୍ କରିଛନ୍ତି ।

-ହ୍ୟାଲୋ…

-ଆରପଟରୁ ଶୁଭିଲା, ତୁମେ ସୁବର୍ଣ୍ଣା ତ ?

-ଚମକି ପଡିଲା ସୁବର୍ଣ୍ଣା, ୟେ’ତ ତା ଇପସିତ ପୁରୁଷଙ୍କ କଣ୍ଠ । କେବଳ ହଁ ଟିଏ କହି ନିରବ ହୋଇ ଗଲା ସେ, ଦୁଇ ଆଖିରୁ ଝରି ଆସୁଛି ଆନନ୍ଦ ଅଶ୍ରୁ ଝର ଝର ହୋଇ ।

ସେପଟୁ ନିର୍ମଳର ସେଇ ଯୁବ ସୁଲଭ ପ୍ରଗଲଭ ସ୍ବର - ଆଜି ପରା ତୁମ ଜନ୍ମଦିନ । ଡାକିବ ନି ?

ଏଁ ନିର୍ମଳ ତାକୁ ଏଯାବତ୍ ମନେ ରଖିଛନ୍ତି ତା’ ହେଲେ । ନିର୍ମଳ ଚୁପ୍ ରହିବା ପିଲା ନୁହଁନ୍ତି ଟିକେ ବି ବଦଳି ନାହିଁ, ତାଙ୍କ କହିବା ଶୈଳୀ ।

କହି ଚାଲିଛନ୍ତି ସେ । ଆଉ ହଁ, ଆଜି ମୁଁ ତୁମକୁ ଉପହାର ଦେବିନି; ବରଂ ମୋତେ ବାନ୍ଧି ରଖିଥିବା ତାଲାଟିକୁ ବି ନେଇ ଆସିବି । ବୁଝିଲନି.. ତୁମକୁ କହୁଛି ପରା କବାଟ ଖୋଲି ଦେଖ, ମୁଁ ପରା ତୁମ ଘର ସାମ୍ନାରେ ।

ସୁବର୍ଣ୍ଣା ଯେପରି ସ୍ଥାଣୁ ପାଲଟି ଯାଉଛି ଆନନ୍ଦାତିଶ୍ଚର୍ଯ୍ୟରେ ମନ ତା ପଛକୁ ଫେରି ଯାଉଛି ଧିରେ ଧିରେ ପାଦ କିନ୍ତୁ ଆଗେଇ ଯାଉଥିଲା କବାଟ ପାଖକୁ ।

ସହକର୍ମୀ ଅଧ୍ୟାପିକା ଉପହାର

Rate the content


Originality
Flow
Language
Cover design

Comments

Post

Some text some message..