Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Tragedy

3.8  

Disambar Meher

Tragedy

ଫୁଲମତୀର୍ ଫଟା କରମ୍

ଫୁଲମତୀର୍ ଫଟା କରମ୍

4 mins
4.9K


ଲୋକ୍ କହେସନ୍ ଜେ ଜନମ୍ ହେବାର ଉତାରୁ ଷଠୀଦେବୀ ଆଏସନ୍ ଆର୍ ମୁନୁଷର୍ କପାଲ୍ ନେ ଜୀବନର୍ କରମ୍ ସବୁ ଲେଖିଦେଇ ଯାଏସନ୍ ।ଜନମ୍ ରୁ ମରନ୍ ପତେ ଯେନ୍ତା ଲେଖିଥିସନ୍ ସବୁ ହେନ୍ତା ଘଟ୍ସି ।କପାଲେ ଲେଖା ହେଇଥିବାର ଲିଖନ୍ କେ କେହିବି ବଦ୍ଲେଇ ନାଇଁପାରନ୍ ।

ଚାଲି ଯାଉଥିଲେ ଛୁମ୍ ଛୁମ୍ ପାଞ୍ଜୁଲ୍ ବାଜୁଥିଲା ,ହାତେ ସୁନାର୍ ଖଡୁ,ହଲଦୀ ମଖା ଗାଲ୍ ଆର୍ ଦେହେ ଗୁରା ଧୋବ୍ ଫୁର୍ ଫୁରା । ସେ ହେଲା ଗାଁର୍ ଗହଁଟିଆ ଘରର୍ ଝୀ ଫୁଲମତୀ ।ଛୁଆବେଲୁ ଲାଡ୍ ଗେଲ୍ ନେ ତାର୍ ଜୀବନ୍ କଟିଛେ । ଦିନେକ୍ ଦଶ୍ରା ସମିଆଁରେ ସେ ତାର୍ ମାମୁ ଘର୍ କେ ଗଲା । ଦଶ୍ରା ପୁଜା ଦେଖି ଯିବାର୍ ସମିଆନେ ଫୁଲମତୀ ଗୁଟେ ଟୁରାପିଲା କେ ଦେଖ୍ଲା ଉଁଚାପୁରା ,ଧୋବ୍ ଠକ୍ ଠକା । ଫୁଲମତୀ କେ ଦେଖିକରି ସେ ପିଲା ବି ମୁଲ୍କି ହଁସି ଦେଲା ଦୁହିଁ ଲୋକର୍ ମନ୍ ମିଶିଗଲା ।ଫୁଲମତୀ ଘର୍ କେ ଆସ୍ଲା ଆର୍ ତାର୍ ମାଁ ବୁଆକେ ମନର୍ କଥା ସବୁ କହେଲା ।ଗୁଟେ ବଲି ଝୀ ଆଏ ହେତିର୍ ଲାଗି ମାଁ ବୁଆ କିଛି ନାଇଁ କହି ଝୀର୍ ସୁଖ୍ ଲାଗି ଫୁଲମତୀ ଆର୍ ଚଏତୁର୍ ବିହା ବରତନ୍ ଧୁମ୍ ଧାମ୍ ନେ କଲେ ।ଝି କେ ଜଉତୁକ୍ ନେ ୧୦ ପୁରାର୍ ଜମିନ୍ ,୫ଭରି ସୁନାଗହନା ,କପଡାଲତା,ଖଟ୍,ଝାପି,ବର୍ତନ୍ ବାସନ୍ ସବୁ ଦେଲେନ୍ ।

ଫୁଲମତୀ ଆର୍ ତାର ମୁନୁଷ୍ ଚଏତୁ ଦୁଇ ଝନ୍ କେତେ ସୁଖ୍ ନେ ଦିନ୍ କଟାଉଥିଲେନ୍ ହେଲେ ଦଇବର୍ କେନ୍ତା ନିୟମ୍ ଯେ ,ବିହା ର୍ ୧୦ ବଛର୍ ହେଲା ତାକର୍ ଘରେ ପୋ କି ଝୀ ଗୁଟେ ନାଇଁ ଦେଲେ । ଗାଁର୍ ପରାର୍ କୁଟୁମ୍ ବାଟୁମ୍ ମାନେ ଭି କେତେ କଥା କହେସନ୍ ବାନ୍ ଝେନ୍ ବଲି ଛିଛା କରସନ୍ ।ନୁଆ ଭୁଆସନ୍ ମାନେ ଆସ୍ଲେ ବି ଫୁଲମତୀର ଛେଏଁଲା ନାଇଁପଡୁ ବଲି ଲୁକି ଦେସନ୍ ।ଇ ସବୁକେ ଦେଖି କରି ଫୁଲମତୀ ଆର୍ ଚଏତୁ କେତେ ଦୁଖ୍ ନେ ହଦ୍ରି ଯାଉଥିଲେନ୍ ।

ମହାପୁରୁ ମହାଦେବ୍ କେ ଫୁଲମତୀ ତାର୍ ଦୁଖ୍ ଗୁହେର୍ କଲା ସବୁ ଦିନ୍ ଗୁଡିକେ ଜେଇକରି ଗଡୁଗଡୁ ପାଏନ୍,ଗୁରସ୍,ବେଲପତର୍ ଚଘାଉଥିଲା ।ମହାପୁରୁ ବି ତାର୍ କଥା ଦିନେକ୍ ସୁନ୍ଲେ ଆର୍ ତାର୍ କୁଲେ ଦୁଇଟା ପୋ ସାନ ବଡ ଜନମ୍ ହେଲେ ।ଚଏତୁ ଆର୍ ଫୁଲମତୀ କେତେ ଲାଡ୍ ଗେଲ୍ଲେ ଦୁଇ ଜନ୍ କେ ସୁରୁ ନୁ ବଡ଼ କଲେ ।ବଡ ପୋ ଗାଁ ନୁ ସହର୍ କେ ପାଠ୍ ପଢି ଗଲା ଚାକ୍ରିବାକ୍ରି କଲା ଆର୍ ସାନ ପୋ ପାଠ୍ ଘୁସ୍ରା ଥିଲା ଗାଁନେ ଦୁକାନ୍ ଟେ ଦେଲା ଧାନ୍,ଚାହାଁର୍,ମହୁଲ୍ ବିକା ସଙ୍ଗା କରି ଦୁହି ପୋ ବନେ ପଏସା ପତର୍ କମାଲେ । ସାନ ପୋ ଆର୍ ବଡ ପୋ ର୍ ବିହା ବରତନ୍ କରାଲେ ନାତି ନାତିନେ ମାନେ ବି ହେଲା ।କେତେ ହଁସି ଖୁସି ନେ ତାକର୍ ଦିନ୍ କଟୁଥିଲା ।ଜମିବାଡି ଲାଗି ଦୁଇ ପୋର୍ ଭିତ୍ରେ ଝମେଲା ହେଲା ।ଚଏତୁ ଆର୍ ଫୁଲମତୀ ତାକର୍ ଜମିନ୍ ଟଁକା ପଏସା ସୁନା ଗହନାକେ ଦୁଇ ପୋ କେ ସମାନ ବଁଟା କରିଦେଲେ ଆର୍ ସାନ୍ ପୋ ଘରେ ରହିକରି ଖାନାପିନା କରୁଥିଲେନ୍ ।

ଦିନେକ୍ ସାନ୍ ବହ ଫୁଲମତୀ କେ କହେଲା "ତୋର୍ ବଡ୍ ପୋ କେ ଯେତେ ଧନ୍ ଦେଇଛୁ ସାନ୍ ପୋ କେ ବିତ ହେତେ ,ଜା ତାର୍ ଘରେ ଖାଏବୁ ମୋର୍ ଘରେ କାଏଁ ଏନ୍ରି ଢେଣା ଅଛେ,ଖାଲି ଇନ୍ ମରିଛୁ ଜେ " ।ଇ କଥାକେ ସୁନିକରି ଚଏତୁ ଆର୍ ଫୁଲମତୀର୍ ଆଖିର ପାଏନ୍ ଆର୍ ନାଇଁ ଥେବି ଛାତି ଫାଟି ଗଲା । କାହାକେ ତାକର୍ ଦୁଖର୍ ଗୁହେର୍ କର୍ବେ ନିଜର୍ ପାଏଲା ପୋ ତ ଜାନି ନାଇଁ ପାରବାର୍ ବଲି ସେ ଦୁଇ ଜନ୍ ଦୁଖ୍ ମନା ହେଲେ ।ଗାଁର୍ ସମାଜ୍ ବସ୍ଲେ ଆର୍ ଦୁଇ ପୋ ଫେସ୍ଲା କଲେ ଯେ ବଡ୍ ପୋ ଘରେ ମାଁ ରହେବା ଆର୍ ସାନ ପୋ ଘରେ ବୁଆ । କେନ୍ତା ନିୟମ ଦୁଇ ପୋ ମାଁ ବୁଆକେ ବି ଭିନେ କରିଦେଲେ ।

ବଡ ପୋ ଘର୍ଥି ଫୁଲମତୀ ରହେଲା ଘର୍ କାମ୍ ,ଗାଏ ବୁଛ୍ରାର୍ ଯତନ୍ କଲା ଆର୍ ଚଏତୁ ସାନ୍ ପୋ ଘରେ ଜମିବାଡିର୍ ଦେଖା ସଙ୍ଗା କଲା ।ଦୁଇ ଜନ୍ ହେନ୍ତା ଥିର, ପାଏନ୍ ଫୁଟେ ଦେଲେ ଖଉଥିଲେନ୍ ।ଚଏଦୁ ସକାଲୁ ଜମିନ୍ କେ ଯାଉଥିଲା ଆର୍ ବେଲବୁଡା ଆସ୍ଲେ ଫୁଲମତୀ କେ ଛନେକ୍ ଦେଖି ଆସୁଥିଲା ଦୁଇ ଲୋକ୍ ଛନେକ୍ ଦୁଖ୍ ସୁଖ୍ ହେଉଥିଲେନ୍ ଫେର୍ ଚଏତୁ ତାର୍ ସାନ୍ ପୋ ଘର୍ କେ ପଲାଉଥିଲା ।ଦିନେକ ଫୁଲମତୀ ତାର୍ ବଡ୍ ପୋ ଘର୍ ଥି ଲିପା ପୁଛା କରବାର୍ ସମିଆନେ ତାର ଡେବ୍ରି ଗୋଡ଼ ସର୍ଲୀ ଗଲା ଆର୍ ଭାଙ୍ଗି ଗଲା । ବଡ ପୋ କହେଲା ଆର୍ ଇ ବୁଢୀ କେତେ ଦିନ୍ ବଛ୍ସି ତା ଜେ, ଭାନିପାଟନା ନେସୁ । ଗାଁର୍ ବଇଦ୍ କେ ଡାକ୍ଲା ଆର୍ ଚେରିମୁଲିନେ ଗୋଡ କେ ବାନ୍ଦି ଦେଲା ।ବୁଢୀ ଲୋକର୍ ଗୋଡ୍ ତ ଜୁରି ନାଇଁ ପାର୍ଲା ।ବୁପ୍ରି ଚାଲିବୁଲି ବି ନାଇଁ ପାର୍ଲା ସୁଏଲା ଖଟେ ସୁଇ ଥେ ନା ।ଝାଡା ପିସାବ୍ ଜିବାର୍ ନେ କେତେ ଅସୁବିଧା ହେଉଥିଲା । ବୁଢା ହେଲେ କାଏଁ କର୍ବା ତାର୍ କିଛୁ ଉପେ ନାଇଁ ଦିସୁଥିଲା ।ସାନ୍ ପୋ ଘର୍ ର ଜମିନେ କବାର୍ କରିକରି ଦିନ୍ ସରି ଯାଉଥିଲା ଛନେକ୍ ନାଇଁ ଗଲେ କବାର୍ କରି ସାନ୍ ବହ ଗୁଏଲ ଗୁଏଲ୍ ପୁରେଇ ଦେଉଥିଲା ।ସେ ଭିତ୍ରୁ ଛନେକ୍ ସମିଆଁ ପାଏଲେ ସେ ଫୁଲମତୀ କେ ଦେଖି ଯାଉଥିଲା ।

ଦିନ୍ ଦିନ୍ ଫୁଲମତୀର୍ ଦିହେ ଖରାପ୍ ହେଇତେଲ୍ ଗଲା । ଚାଲିବୁଲି ନାଇଁ ପାର୍ଲା ଝାଡା ପିସାବ୍ କରି ଦେଲା ଘରେ ଯେ ତାଖେ ଘରର୍ ପଛ୍ ଆଡର୍ ଗୁହାଲ୍ ନେ କୁରିଆଟେ କରିଦେଲେ ଆର୍ ସକାଲେ ବେଲ୍ ବସା ଖାନାପିନା ନେଇଦେଉଥିଲେ । ଦିନେକ୍ ଫୁଲମତୀ ଖଟେ ଝାଡା ହେଇ ଯାଉଥିଲା ଖଟୁ ଉଠି ନାଇଁ ପାରୁଥିଲା ଇ ସମିଆନେ ବଡ ବହ କୁରିଆକେ ଗଲା ଆର୍ କହେଲା"ତୋର୍ କିରା ହେଲା ପେଟେ ଜେତେ ଦେଲେ ଖେଇ ଦେଉଛୁ ଜିରେଇ ନାଇଁ ପାରବାର୍ ଆଉ "ଇ କଥାକେ ସୁନି କରି ବିଛାରି ଖାନା ପିନା ବି ଆଉଁ ନାଇଁ କଲା ।ଦିହି ହାଡ୍ ବାଗିର୍ ହେଇଗଲା ଜୀବନ୍ ସେସ୍ ସମିଆ ଆସି ଯାଇଥିଲାନା ।ଚିଏତୁ ଫୁଲମତୀ ଲାଗି ଖାଏବା ବଲି କଦଲୀ ୬ଟା ଆନିଦେଲା ଆର୍ ଛନେକ୍ କଥା ବାର୍ତ୍ତା ହେଲା ଆର୍ ଗଲା ।ଶୀତ ମାସର୍ ଦିନେ ବୁଢୀ ଶୀତେ ଥୁର୍ ଥୁରି ଯାଉଥେ ।

ସକାଲ ପାଏଲା ଘରନୁ କିଛି ଆବାଜ୍ ସୁନି ନାଇ ହେଉଥାଏ ।ପରାର୍ ଲୋକ୍ ମାନେ ଘରର୍ କେ ଡୁଙ୍ଗି ଦେଖ୍ଲେ ଯେ ବୁଢୀ ଆଏଁଖ୍ ଲିମି ଦେଇଛେ ।ଇ କଥା ତାର୍ ପୋ ବହ ମୁନୁଷ୍ କେ ଖବର୍ ଦେଲେ ।ସଭେଁ ଆସ୍ଲେ ଦେଖ୍ଲେ ବଢୀର୍ ଜୀବନ୍ ନାଇଁନା ।ଚଏତୁର୍ ଆଖିର ପାଏନ୍ ଦୋରୋଦୋରୋ ବୁହି ଯାଉଥିଲା କାନ୍ଦିକାନ୍ଦି କହୁଥିଲା ଫୁଲମତୀର୍ କେତେ ଫଟା କରମ୍ ମରନ୍ ବେଲେ ବି ତାର୍ ଇ ହତ୍ ଭଗା ମୁନୁଷ୍ କେ ଦେଖ୍ ନାଇଁ ପାର୍ଲା ।

ଡିସେମ୍ୱର ମେହେର

ଗଣ୍ତାବାହାଲି ,ନୂଆପଡା


Rate this content
Log in

Similar oriya story from Tragedy