କଣ୍ଢେଇର ଲୁହ
କଣ୍ଢେଇର ଲୁହ
ଥରେ ବାପା ଗୋଟିଏ କଣ୍ଢେଇ ବଜାରରୁ କିଣି ପୁଅକୁ ଉପହାର ସ୍ଵରୂପ ଦେଲେ । ପୁଅର ଖୁସି କହିଲେ ନସରେ । କଣ୍ଢେଇଟି ଗୋଟିଏ ପୁଅ କଣ୍ଡେଇ ମୁଣ୍ଡରେ ପଗଡ଼ି ପିନ୍ଧିଛି ଆଉ ବ୍ୟାଟେରୀ ଚଳିତ ମଧ୍ୟ କଥା କହୁଛି । ପୁଅର କଥାକୁ ପ୍ରତିଧ୍ୱନି କରୁଥିଲା । ପୁଅକୁ ମଜା ଲାଗୁଥିଲା ସେ କଣ୍ଢେଇ ସହିତ ବହୁତ ଗପେ କାରଣ କଣ୍ଢେଇଟି ତାର କଥାକୁ ଆଉ ଥରେ କୁହେ ଯାହା ପୁଅକୁ ଆନନ୍ଦ ଦିଏ । ବେଳେବେଳେ ଘରର ଅନ୍ୟ ଲୋକମାନେ ମଧ୍ୟ କଣ୍ଢେଇ ସହିତ କଥା ହୁଅନ୍ତି କାରଣ କଣ୍ଢେଇ ତାଙ୍କୁ ବି ଆନନ୍ଦ ଦେଉଥିଲା । ପୁଅର ବି ଅନେକ ସାଙ୍ଗ ଥିଲେ ସେମାନଙ୍କୁ ସିଏ ବି ତାର କଣ୍ଢେଇ ସହିତ ପରିଚିତ କରାଇଲା । ସମସ୍ତେ କଣ୍ଢେଇ ସହିତ ଖେଳୁଥିଲେ କଣ୍ଡେଇଟି ସତରେ ଯେମିତି ସାଜିଥିଲା ଜୀବନ୍ତ ଲାଗୁଥିଲା ତା ଭିତରେ ବି ପ୍ରାଣ ପଶିଯାଇଛି ସିଏ ବି ମଣିଷ ପରି ମନେ କରିଥିଲା ନିଜକୁ । ଏମିତି ଅନେକ ଦିନ ବିତି ଗଲା କେତେ ସୁଖ କେତେ ସ୍ମୃତି ବାଣ୍ଟି ଚାଲିଲା ସମସ୍ତଙ୍କ ସହିତ । ଦିନ ପରେ ଦିନ ବିତି ଚାଲିଲା ମାସ ଆଉ ବର୍ଷ । ଗୋଟିଏ ଯନ୍ତ୍ର ଚଳିତ କଣ୍ଢେଇ କେତେ ଦିନ ବା ଚାଲିବ ଥରେ ସାଙ୍ଗ ମାନଙ୍କ ସହିତ ଖେଳୁ ଖେଳୁ ପୁଅଟି ଅନ୍ୟ ସାଥି ମାନଙ୍କର ରାଗକୁ କଣ୍ଢେଇ ଉପରେ ସାରିଦେଲା ଫିଙ୍ଗିଦେଲା ତାକୁ ଯେମିତି ତାର କଣ୍ଢେଇ ସହିତ କୌଣସି ସମ୍ପର୍କ ନଥିଲା ଯେମିତି ସେ କଣ୍ଢେଇଟି ଆଉ ତାର ଦରକାରରେ ଆସିବନି । ଯନ୍ତ୍ର ଚଳିତ କଣ୍ଢେଇ ପଡି ଭାଙ୍ଗିଗଲା ଖରାପ ହୋଇଗଲା , ହରାଇଲା ତାର ପ୍ରତିଧ୍ୱନି କରିବାର କ୍ଷମତା ହୋଇଗଲା ଯେମିତି ସମସ୍ତଙ୍କ ପାଇଁ ଅଲୋଡ଼ା ଅଖୋଜା । କବାଡି ବାଲାକୁ ଦେଖିଲା ପରେ ପୁଅ ବିକିଦେଲା ସେ କଣ୍ଢେଇକୁ ଆଉ ସେଇ ପଇସାରେ କିଛି ଚଟପଟି ଜିନିଷ କିଣି ଖାଇବାର ଆନନ୍ଦ ନେଲା । କଣ୍ଢେଇଟି କିନ୍ତୁ ଅଚଳ ଥିଲା ସିନା ହେଲେ ଏତେ ଲୋକଙ୍କ ସହିତ ସମୟ ବିତାଇବା ପରେ ବୋଧେ ସିଏ ବି ସତେ ହୋଇଯାଇଥିଲା ଜୀବନ୍ତ ମନେମନେ କାନ୍ଦୁଥିଲା ହେଲେ ତାର ଲୁହକୁ କିଏ ବା ଦେଖିବ କିଏ ବା କାହିଁକି ଜାଣିପାରିବ ତାର ହୃଦୟର ବେଦନା । ପୁଅର ଆଉ ତାର ସାଙ୍ଗମାନେ କହିଲେ ଭଲ ହେଲା ବିକିଦେଲୁ ।
ଏମିତି କିଛି ଦିନ ବିତିଗଲା ମନେ ପଡିଗଲା ସେଇ ସବୁ ପୁରୁଣା ସ୍ମୃତି , ବିତାଇଥିବା ପ୍ରତିଟି ମୁହୂର୍ତ୍ତ ସେଇ କଣ୍ଢେଇ ସହିତ ଯୋଡି ହୋଇ ଯାଇଥିବା ସବୁ ଅନୁଭୂତି । ମନେମନେ କହିଲା କାହିଁକି ବିକିଲି କଣ ବା ପାଇଲି। ସାଙ୍ଗମାନେ ବି କହିଲେଣି କଣ୍ଢେଇ କଥା ମନେ ପଡୁଛି ତାର ସେଇ ମନ ଲୋଭା ଚେହେରା ଆଉ ତାର ସେଇ କଥା । ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିଲା କିନ୍ତୁ ତାର ଲୁହକୁ କିଏ ବା ଦେଖିଛି ଚେଷ୍ଟା କରିବି କେହି ପହଞ୍ଚି ପାରିବେନି ତା ପାଖରେ କାରଣ ସେ ଚାଲି ଯାଇଛି ଅଫେରା ବାଟକୁ..........