Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

2  

Rasmi Rekha Tripathy

Inspirational

ନିଆରା

ନିଆରା

2 mins
295


ଟଣା ଟଣା ଆଖି । ମୁହଁରେ ହାଲୁକା ପ୍ରସାଧନ । ଆଧୁନିକ ଷ୍ଟାଇଲରେ କଟାଯାଇଥିବା ଛୋଟ ଛୋଟ ଚୁଟି । ଅଫ୍ ସୋଲଜର୍ ପୋଷାକଟିଏ ପିନ୍ଧିଛି । ବାସ୍ ଏତିକିରେ କେବଳ ସୁନ୍ଦର ନୁହେଁ, ଚମତ୍କାର ଦେଖାଯାଉଥିଲା ଝିଅଟି । ତା ପ୍ରୋଫାଇଲରେ କେବଳ ଏହି ଗୋଟିକ ଫୋଟ ତା’ର । ଆଶ୍ଚର୍ଯ୍ୟ ଲାଗିଲା । ସେ ମୋର ଜଣା ନୁହେଁ, ଶୁଣା ନୁହେଁ । କିନ୍ତୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠେଇଛି । ଗ୍ରହଣ କରିବା ନ କରିବାର ଦ୍ୱନ୍ଦ୍ୱ ଭିତରେ ଗ୍ରହଣ କରି ନେଇଥିଲି ତା’ ଅନୁରୋଧକୁ । ଅଜଣା ଅଶୁଣାଙ୍କ ଠାରୁ ଦୂରେଇ ରହିବାକୁ ମୁଁ ପସନ୍ଦ କଲେ ବି ମୋ ଅଜାଣତରେ ମୁଁ ଆକର୍ଷିତ ହୋଇ ଯାଉଥିଲି ତା’ ଆଡକୁ । କାହାର ବ୍ୟକ୍ତିଗତ କଥାରେ ମୁଁ କେବେ ବି ହସ୍ତକ୍ଷେପ ନ କଲେ ବି ଯେତେବେଳେ ଜାଣିଲି, ଝିଅଟି ବାପା ମାଆଙ୍କୁ ହରେଇଛି ଛୁଆବେଳୁ, ମୋର ମାୟା ଆସିଗଲା ତା’ ପ୍ରତି । ପ୍ରଥମ ଥର ପାଇଁ ଦେଖୁଥିଲି, ଏତେ ଦୃଢ ମନୋବଳ ଥିବା ଝିଅଟିଏ । ଜୀବନ ସହ ସଙ୍ଘର୍ଷ କରିବା ଶିଖିଛି । ବୈବାହିକ ଜୀବନ ବି ସୁଖମୟ ନୁହେଁ । ମୋତେ ରାଗ ଲାଗୁଥିଲା ତା’ ସ୍ୱାମୀ ଉପରେ । କିନ୍ତୁ ତା’ ମନରେ ରାଗ ହିଁ ନଥିଲା ଜମା । ବରଂ ମୋତେ ସେ ରାଗିବାରୁ ନିବୃତ୍ତ କରି କହିଲା, ତା’ ସ୍ୱାମୀ ବହୁତ ଭଲ । ମନ ମିଶିଲାନି । ତେଣୁ ସେ ଦୁହେଁ ଅଲଗା ହୋଇଗଲେ । ହୁଏ ତ ଭଗବାନଙ୍କର ସେୟା ହିଁ ଇଚ୍ଛା ଥିଲା, ପ୍ରାରବ୍ଧ ସବୁ ଏହି ଜନ୍ମରେ ହିଁ କଟିଯାଉ । ଜୀବନରେ ପ୍ରଥମ ଥର ପାଇଁ ବୋଧ ହୁଏ ମୁଁ ମଣିଷଟେ ଦେଖିଲି, ଯିଏ କି ତା’ର କୌଣସି ଦୁର୍ଭାଗ୍ୟ ପାଇଁ କାହାରିକୁ ବି ଦୋଷ ଦେଉ ନ ଥିଲା । ସବୁଠୁ ଆଶ୍ଚର୍ଯ୍ୟ ହେଲି ଜାଣି ଯେ, ପୂର୍ବର ସବୁ କଟୁତାକୁ ଭୁଲି ସେ ଆଶା ରଖିଛି ଯେ ପୁଣି ଦିନେ ତା’ ଅତୀତ ଫେରି ଆସିବ । ତା’ର ନିଆରା ବ୍ୟକ୍ତିତ୍ୱ ସାମ୍ନାରେ ମୋର ମଥାନତ ହୋଇ ଯାଉଥିଲା ।


Rate this content
Log in

Similar oriya story from Inspirational