Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Inspirational Drama

5.0  

Pramod Kumar Jena

Inspirational Drama

ପଥର ହୋଇଲେ କରିବ ଘର

ପଥର ହୋଇଲେ କରିବ ଘର

4 mins
13.9K



       ଏ ସଂସାର ବଡ ବିଚିତ୍ର l ମଝିଆ ପୁଅ ସାଥିରେ ବ୍ୟାଙ୍କ୍ ଯାଇଥିଲେ ପେନସନ୍ ଆଣିବା ପାଇଁ l ଆଗ ଏ.ଟି.ଏମ୍ କାର୍ଡ୍ ନେଇ ଟଙ୍କା ଉଠୋଉଥିଲେ lହେଲେ ଯେଉଁ ଦିନ ଜାଣିଲେ ନାତି ଟୋକା ବି ଏ.ଟି.ଏମ୍.ରୁ କିଛି ପାର୍ କରିଦେଇଛି, ଭରସା ଉଠିଗଲା l ତା’ ପରଠାରୁ ନିଜେ ବ୍ୟାଙ୍କ୍ ଯାଇ ଟଙ୍କା ଉଠୋଉଛନ୍ତି l ମୀନା ବାପାଙ୍କ ଯିବାର 20 ବର୍ଷ ହୋଇଗଲାଣି l ଏବେ ଯେତିକି ପେନସନ୍ ପାଉଛନ୍ତି, ମୀନା ବାପା ଚାକିରି କାଳେ ତା’ ଅଧାରୁ ଆଧା ବି ପାଉ ନ ଥିଲେ l ତେବେ ପେନସନ୍ ଗଣ୍ଡାକରେ ସମସ୍ତଙ୍କର ଆଖି l ନାତି ନାତୁଣୀଙ୍କ ଠାରୁ ଆରମ୍ଭ କରି ପୁଅ ଝିଅ ପର୍ଯ୍ୟନ୍ତ  ହେଲେ ହୀରାମଣିଙ୍କର ସେଥିରେ ଖୁସି l ଗୋଟିଏ ପଇସା ନିଜ ପାଇଁ ରଖନ୍ତିନି l ଭାବନ୍ତି, ପେନସନ୍ ଗଣ୍ଡାକ ତ ମୀନା ବାପାଙ୍କର କର୍ମ ଫଳ l ଏ ସଂସାର ତ ତାଙ୍କରି l ସେ ସିନା ଚାଲିଗଲେ l ତାଙ୍କ ଯୋଗୁଁ ଏ ବୁଢୀ ବୟସରେ ପେନସନ୍ ଗଣ୍ଡାକ ପାଉଛନ୍ତି l ପୁଅଝିଅଙ୍କୁ ମଣିଷ କଲେ l ସମସ୍ତଙ୍କ ଜଞ୍ଜାଳ ତୁଟେଇ ଆରପାରିକୁ ଚାଲିଗଲେ l ଗଲାବେଳକୁ ଛାଡିଗଲେ ଏତେ ସମ୍ପତ୍ତି ଯେ ଖାଇଲେ ସରିବ ନାହିଁ l ପେନସନ୍ ଟଙ୍କାଟା ପୁଅ ହାତକୁ ବଢେଇଦେଲେ, ତାଙ୍କ ହାତବାକ୍ସରେ ରଖି ଦେବାକୁ l ତାଜା ଉପରୁ ମଝିଆ ପୁଅ ବାକ୍ସଟି ଖୋଲି ଦେଖିଲେ ବୋଉ ପର୍ସରେ ଆହୁରି ଅଢେଇ ହଜାର ଟଙ୍କା ପଡିଛି l ସବୁ ମିଶି ଦଶ ହଜାର ଟଙ୍କା ହେଲା l ବାକ୍ସଟିକୁ ନେଇ ରଖିଦେଲେ ତାଜା ଉପରେ l ଆଉ କ’ଣ ବୟସ ଅଛି ହୀରାମଣିଙ୍କର l କିଛି ବାଟ ଚାଲିଗଲେ ହାଲିଆ ଲାଗୁଛି l ବିଛଣା ଉପରେ ଟିକେ ଗଡି ପଡିଲେ l ମନେ ମନେ ହିସାବ କରୁଥାନ୍ତି, ଏଥର କାହାକୁ ଦେବେ ? ଆରଥର କିଏ ବାଦ୍ ପଡିଥିଲା ? ପେଣ୍ଡି କାନ ଫୁଲ ଦୁଇଟା ଭାଙ୍ଗି ଯାଇଛି l ବଦଳେଇଲେ ବି ହେବ l କେତେ ପଇସା ଲାଗିବ କେଜାଣି ? ତାଙ୍କ କାଳେ ସିନା ବଣିଆ ମଜୁରୀ ନେଇ ଗଢେଇ ଦେଉଥିଲା l ଆଜିକାଲି ତ ଦୋକାନ ହେଲାଣି l ବଡ ପୁଅ ପାଖକୁ ଗଲେ ଭୁବନେଶ୍ୱରରେ ବଦଳେଇଦେବେ l ଏମିତି ଭାବୁ ଭାବୁ କେତେବେଳେ ନିଦ ଆସିଯାଇଛି ଜାଣିପାରିଲେନି l

***   ***   ***   ***   ***   ***

       ଏଠି ମଝିଆପୁଅ ନୂଆ ଘର କରିଛି l ଘରେ ବୋଲି ଲୋକ ତିନି ଜଣ l ପୁଅ, ବୋହୁ ଆଉ ନାତି l ବେଳେ ବେଳେ ବୋହୁର ଭାଇ ଆସେ ସାହାଯ୍ୟ କରିବା ପାଇଁ l ଝିଅମାନେ ଆସିଲେ ଟିକେ ବେଶି ଖୁସି ଲାଗେ ହୀରାମଣିଙ୍କୁ l ହେଲେ ସେମାନେ ଆଜିକାଲି ବେଶି ଆସୁ ନାହାନ୍ତି l ଆଜିକାଲିକା ନଣନ୍ଦ ଭାଉଜ l ତାଙ୍କ କାଳ କ’ଣ ଆଉ ଅଛି ? ଗପୁ ଗପୁ ରାତି ପାହି ଯାଉଥିଲା l ହେଲେ କଥା ସରୁ ନ ଥିଲା l ଭାଉଜ ତ ନୁହେଁ, ସାଙ୍ଗ ଠାରୁ ବଳି l ସେମାନେ ବି ଚାଲିଗଲେଣି l ଖାଲି ସେ ହିଁ ତାଙ୍କ ପିଢୀର ବାକି ରହିଛନ୍ତି l ଆଜିକାଲି ପଛ କଥା ବେଶି ମନେ ପଡୁଛି ତାଙ୍କର l ୟାଡୁ ସ୍ୟାଡୁ ଭାବିବାରୁ କୁଆଡେ ତାଙ୍କୁ ବିlପିl ହୋଇଯାଇଛି ବୋଲି ବଡ ପୁଅ କହୁଥିଲା l ଆରେ ହଁ l ଔଷଧ ସରିଗଲାଣି l ଏକା ସାଙ୍ଗରେ ଦୁଇ ମାସର ଔଷଧ ନେଇ ଆସିବ l ପୁଅକୁ କହିଲେ ବାକ୍ସଟା ଟିକେ ତଳକୁ ଦେ l ଟଙ୍କା କାଢିବା l ପୁଅ ବାକ୍ସଟା ବୋଉ ବଢେଇ ଦେଇ କହିଲା, ନେ ବୋଉ l ତୋ ଟ୍ରେଜେରୀ l ମୋତେ ତ ଦେଖାଯାଉନି l ତୁ ବାହାର କରି ଦେ l ପାଞ୍ଚ ଶହ ଟଙ୍କା ତୁ ନେଇ ଯା’ l ବାକ୍ସ ଭିତରୁ ପର୍ସଟି ବାହାର କରି ମଝିଆ ପୁଅ ଚମକି ପଡିଲେ l ଆରେ ପାଞ୍ଚ ହଜାର ଟଙ୍କା କ’ଣ ଅଛି ? ବୋଉ ତୁ କାହାକୁ ଦେଲୁ କି ?

       : ନାଇଁରେ ପୁଅ l ମୁଁ କାହାକୁ ଦେବି ? ମୋର କ’ଣ ହାତ ପାଉଛି ବାକ୍ସକୁ ? ତୁ ପରା ପର୍ ଦିନ ଗଣିକି ଥୋଇଲୁ ? ଏତେ ଗୁଡିଏ ଟଙ୍କା ଯିବା ଦେଖି ଟିକେ ବଡ ପାଟି ହୋଇଗଲା l ଆଲୋ ମୋ ଟଙ୍କା ନେଲା କିଏ ? କିଏ ଆସିଥିଲା ? କିଏ ବାକ୍ସ ଖୋଲିଲା ? ପାଟି ଟିକେ ଜୋର ହେବାରୁ ଘର ଭିତରୁ ବୋହୁ ବାହାରି ଆସିଲା l ପଦରୁ ଦି ପଦ, ଦି ପଦରୁ ଚାରି ପଦ l ଆରମ୍ଭ ହୋଇଗଲା ମହାଭାରତ l

 ***  ***   ***   ***   ***   ***

ବୋହୁ ନ ଥିବା ବେଳେ ମଝିଆ ପୁଅ ଆସି କହିଗଲା, ‘ଦେଖ ବୋଉ ! ତୋ’ର ଯେତିକି ଟଙ୍କା ଯାଇଛି, ମୁଁ ଦେଇ ଦେବି l ହେଲେ ତୁ ମୋ ପୁଅକୁ ଚୋର ବୋଲି ସନ୍ଦେହ କରିବୁନି l ଯଦି ଚୋର ଆସିଥାନ୍ତା, ସେ କ’ଣ ଗଣିକି ପାଞ୍ଚ ହଜାର ଟଙ୍କା ନେଇଥାନ୍ତା ? ଆର ବାକିତକ ଛାଡି ଦେଇଥାନ୍ତା ଖର୍ଚ୍ଚ କରିବା ପାଇଁ ? ’ 

: କେହି ତ ନେଇନ ? ତା’ହେଲେ କ’ଣ ଭଗବାନ ଆସି ନେଇଗଲେ ? ମନକୁ ମନ ଗୁଣୁ ଗୁଣୁ ହେଉଥାନ୍ତି, ହୀରାମଣି l

ଶେଷ କଥା ପଦକ ପଡିଗଲା ବୋହୁର କାନରେ l ଆଉ କିଏ ସମ୍ଭାଳେ ? ପୁରା ରଣଚଣ୍ଡୀର ରୂପ l ଭରତପୁର ଝିଅ ଭାଇ l ଆଜି ସେ ପ୍ରଳୟ କରିବ l ଖାଇବାକୁ ଦେଇ ଘରେ ରଖିଥିଲେ କ’ଣ ତା’କୁ ଚୋର କହିବେ ବୋଲି ? ନାଃ.......l ଆଜି ଯେମିତି ହେଲେ ଫଇସଲା ହୋଇଯାଉ l

: ଆରେ, ବୋଉ ବୁଢୀ ଲୋକ l ତା’ କଥାକୁ ଧରିଲେ ଚଳିବ ? ମଝିଆ ପୁଅ ବୁଝୋଇଥାନ୍ତି l

: ବୁଢୀ ଲୋକ ? ଶୁଣିଲନି କ’ଣ କହିଲେ ? ନାଟର ଗୋବର୍ଦ୍ଧନ l ଆଜି ଫଇସଲା କର l ଏ ଘରେ କିଏ ରହିବ ? ସିଏ ରହନ୍ତୁ, ନ ହେଲେ ମୁଁ l ପୁରା ରୋକ୍ ଠୋକ୍ l ଯେ ପର୍ଯ୍ୟନ୍ତ ଶାଶୁ ଘରେ ଥିବେ, ସେ ଏ ଘରେ ପାଦ ରଖିବ ନାହିଁ l ଏତେ ଜୋରରେ ମଝିଆ ବୋହୁ କହୁଥିଲା ଯେ, କାନରେ ଢୋ ଢୋ କରି ବାଜୁଥିଲା l

କୁଆଡେ ଯିବେ ? ଏବେ ତ ପୁଅମାନେ ପାଳି କରି ରଖୁଛନ୍ତି l ସାନ ପୁଅ ତ ବୋହୁକୁ ନେଇ ବାହାରକୁ ଯାଇଛି ବୁଲିବା ପାଇଁ l ବଡ ପୁଅ ଘରୁ ତ ଏବେ ଆସିଛନ୍ତି l ଭାବିଲେ ଝିଅମାନଙ୍କ ଘରକୁ ପଳେଇବେ l ହେଲେ ଜ୍ୱାଇଁ ଘର ଲୋକମାନେ କ’ଣ କହିବେ ? ତିନି ତିନିଟା ପୁଅ l ମାଆଟାକୁ ମୁଠେ ଦେଇପାରିଲେନି ଯେ ଝିଅ ଘରେ ପଡିଛନ୍ତି l ଏତେ ସମ୍ପତ୍ତି ଥାଇ କେତେ ନ ଥାଇ କେତେ ? ବହେ କାନ୍ଦିଲେ l ମୀନା ବାପାଙ୍କୁ ଝୁରିଲେ l ପୁଅ ସିନା ବଡ ଘର କରିଛି l ହେଲେ ଘର କାନ୍ଥରେ ବାପାଙ୍କର ଛୋଟ ଫଟୋଟିଏ ବି ନାହିଁ l କେତେ ଆଦରରେ ରଖିଥିଲେ l ଦିନେ ହେଲେ ବି ପଦେ କଥା ଟାଣ କରି କହି ନ ଥିଲେ l ସେ କ’ଣ କେବେ ଭାବିଥିଲେ, ତାଙ୍କ ଯିବା ପରେ ପୁଅମାନେ ଏମିତି ବଦଳି ଯିବେ ? ଆଖିରୁ ଲୁହ ପୋଛୁ ପୋଛୁ ମିନିବାପାଙ୍କର ସେହି କଥା ପଦିକ ମନେ ପଡିଗଲା, “ପଥର ହୋଇଲେ କରିବୁ ଘର, ପତର ହୋଇଲେ

ହସିବେ ପର l”

(#Positiveindia)


Rate this content
Log in

Similar oriya story from Inspirational