Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Children Stories

4.5  

Maheswar sahoo

Children Stories

ବହୁରୂପୀ ମନ୍ତ୍ରୀ

ବହୁରୂପୀ ମନ୍ତ୍ରୀ

3 mins
693


ଅଗନା ଅଗନୀ ବନସ୍ତ , ବନସ୍ତଟିକୁ ସୁଶୋଭିତ କରୁଥିଲା କଳ କଳ ନାଦ କରି ବୋହିଯାଉଥିବା ଝରଣାଟି । ବନସ୍ତ ମଧ୍ୟଭାଗରେ ଝରଣାଟି ବୋହିଯାଉଥିବାରୁ ଏହା ଜଙ୍ଗଲର ଶୋଭା ବୃଦ୍ଧି କରୁଥିଲା । ନାନାବିଧ ପଶୁ ପକ୍ଷୀ ଆଉ ସରୀସୃପ ମାନେ ଜଙ୍ଗଲରେ ବାସ କରି ଆନନ୍ଦରେ ରହୁଥିଲେ । ଜଙ୍ଗଲର ରାଜା ରୂପେ ସିଂହ ସମସ୍ତ ପ୍ରାଣୀ ମାନଙ୍କର ସୁଖ ଦୁଃଖରେ ଭାଗୀ ହୋଇ ସୁଶାସନର ବ୍ୟବସ୍ତା କରିଥାନ୍ତି । 

  ସିଂହ ସବୁବେଳେ ଯାହାବି ସିଦ୍ଧାନ୍ତ ନିଅନ୍ତି ସମସ୍ତ କାର୍ଯ୍ୟ ପ୍ରଜା ମଙ୍ଗଳ ହୋଇଥାଏ । ସେ ସର୍ବଦା ଭାଲୁକୁ ନିଜର ମନ୍ତ୍ରୀରୂପେ ରଖିଥାନ୍ତି । ଭାଲୁ ଟିକେ ଦେଖାଣିଆ କାମ କରିଥାଏ । ସେ ସର୍ବଦା ରାଜା ଜାଣିବାକୁ ଭଲ କାମ କରେ ଆଉ ରାଜା ଅଜାଣତରେ ଲୁଣ୍ଠନ କରିଥାଏ ପ୍ରଜାମାନଙ୍କୁ । ପ୍ରଜା ମାନେ ଭାଲୁ ମନ୍ତ୍ରିର ଅତ୍ୟାଚାରରେ ବହୁତ ଅସନ୍ତୁଷ୍ଟ ଥିଲେ । ହେଲେ କଣ ହେବ ସେମାନେ କିଛି ପ୍ରତିବାଦ କରି ପାରୁନଥିଲେ । କାରଣ ପ୍ରତିବାଦ କରିବାକୁ ଯିଏ ଚାଂହୁ ଥିଲା ସିଏ ତାର ଶିକାର ହେଉଥିଲା । 

   ଦିନେ ରାଜା ଗୋଟିଏ ସଭା ଡାକିଥିଲେ । ସଭା ମୁତାବକ ସମସ୍ତ ଜଙ୍ଗଲରେ ଥିବା ପ୍ରଜାମାନେ ଆସି ରୁଣ୍ଡ ହେବାକୁ ରାଜାଙ୍କର ନିର୍ଦେଶ ଥିଲା । ଭାଲୁ ମନ୍ତ୍ରୀଙ୍କୁ ସିଂହ ରାଜାଙ୍କ ନିର୍ଦେଶ ଟିକେ ଅଡ଼ୁଆ ଲାଗିଲା । କାରଣ ସେତ କେବେବି ପ୍ରଜା ମଙ୍ଗଳ କାର୍ଯ୍ୟ କରେନି। ଯଦି କେହି ଜଣେ ରାଜାଙ୍କୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦେଇଦିଏ । ଏମିତି ଚିନ୍ତା କରି ସେ ରାଜାଙ୍କଠାରୁ ଫେରିଲା । ଆଉ ଜଙ୍ଗଲ ଅଭିମୁଖେ ଯାତ୍ରା କଲା । 

   ଚିନ୍ତା କଲା କଣ କଲେ ପ୍ରଜା ମାନେ ରାଜାଙ୍କ ପାଖକୁ ଯିବେ ଆଉ ମୋ ବିରୁଦ୍ଧରେ କହିବେନାହିଁ । ଭାବିଲା ମୋଠାରୁ ବହୁରୂପୀ ଦୁନିଆରେ କେହି ନାଂହାନ୍ତି ମୁଁ ତ କାହାରି ମଙ୍ଗଳ କରିନି କି କାହାରି ଭଲପାଇଁ କିଛିବି କରିନି ତେଣୁ ମୋତେ ଆଜି ଟିକେ ଡ୍ରାମା କରିବାକୁ ପଡିବ ।

   ରାଜା ଜଙ୍ଗଲରେ ସଭା ଡକାଇଛନ୍ତି କଥାଟା ଧୀରେ ଧୀରେ ବ୍ୟାପିବାକୁ ଲାଗିଲା । ଭାଲୁମନ୍ତ୍ରୀ ଜଙ୍ଗଲ ସାରା ହାତିକଟୁଆଳଙ୍କ ପିଠି ଉପରେ ବସି ପ୍ରଚାର କରୁଛନ୍ତି । କିନ୍ତୁ ଭାଲୁ ମନ୍ତ୍ରୀଙ୍କ ପଛରେ କଣ ହଜାର ହଜାର ପଶୁ । ସମସ୍ତେ ଭାଲୁ ମନ୍ତ୍ରୀ ଜୟ ଗାନ କରୁଛନ୍ତି । ଭାଲୁ ମନ୍ତ୍ରୀଙ୍କର ଜୟ ହେଉ ଭାଲୁ ମନ୍ତ୍ରୀଙ୍କର ଜୟ ହେଉ କହି ପ୍ରଜା ମାନେ କାହିଁକି ପଡିଛନ୍ତି ଜାଣିବାକୁ ଚାହିଁଲା ଚତୁର ବିଲୁଆ । କାରଣ କଣ ସେ ଜାଣିବାକୁ ଯାଇ ଭାଲୁ ପଛରେ ଗୋଡ଼ାଇବା ଆରମ୍ଭ କଲା । 

   ଚତୁର ବିଲୁଆ ଶେଷରେ ଜାଣିଲା ଯେକି ଭାଲୁ ମନ୍ତ୍ରିର କାରସାଧି । ଭାଲୁ ମନ୍ତ୍ରୀ ଗଧିଆ କୁ ବୋହେ ମାଂଶ ଖାଇବାକୁ ଦେଇ ପ୍ରଚାର କରିବାକୁ କହିଛି । ଗଧିଆ ସମସ୍ତଙ୍କୁ ଗୋଟିଏ କଥା କହୁଛି ଯେକି ଭାଲୁ ମନ୍ତ୍ରୀ ପରି ଦୁନିଆରେ କେହି ନାଂହାନ୍ତି ଆଉ ସେ ଆଗଭଳି ନାଂହାନ୍ତି। ସେ ସମାଜ ମଙ୍ଗଳ କାର୍ଯ୍ୟ କରାଇବାକୁ ସଭା ଡକାଇଛନ୍ତି । 

      ଅନ୍ୟ ପଶୁ ମାନେ ଗଧିଆର କଥା ଶୁଣି ଜଣକ ପରେ ଜଣେ କାନକୁ କାନ କୁହା କୁହି ହୋଇ ଦୌଡ଼ିବାକୁ ଲାଗିଲେ । ଶେଷରେ ସଭାସ୍ଥଳରେ ଦେଖେତ ସମସ୍ତ ପଶୁ ହାଜର । ରାଜା ବହୁତ ଖୁସି ହୋଇ ଯାଇଥିଲେ ଓ ଭାଲୁ ମନ୍ତ୍ରୀଙ୍କୁ ଶ୍ରେଷ୍ଟତାର ମାନ୍ୟତା ଦେଇ ସଭାସଙ୍ଗ କରାଇଥିଲେ ।

    ଭାଲୁ ମନ୍ତ୍ରିତ ରୂପ ବଦଳେଇବା ଜନ୍ତୁ । ସଭାରେ ରାଜା ଘୋଷଣା କରିଥିବା ସମସ୍ତ ଧନ ଭାଲୁମନ୍ତ୍ରୀଙ୍କୁ ଦିଆଯାଇଥିଲା । ଭାଲୁମନ୍ତ୍ରୀ ଜନ୍ତୁମଙ୍ଗଳ କାର୍ଯ୍ୟରେ ନଲଗାଇ ଗଧିଆକୁ କିଛି ଦେଇ ନିଜ ପାଇଁ ସଞ୍ଚୟ କରିବାରେ ଲାଗିଲା । କେହି କୋୖଣସି ଅସୁବିଧାରେ ଆସିଲେ ନିଜ ଗୁମ୍ଫାକୁ ଡକାଇ ମାରି ଖାଇଯାଉଥିଲା । 

    ବିଚରା ପଶୁମାନେ ଜାଣିପାରିଲେ ଯେକି ମନ୍ତ୍ରୀ ଭାଲୁ ବହୁରୂପୀ । ରୂପ ବଦଳାଇ ଆମକୁ ଲୋଟିବା ଛଡା ସେ ଆମର କିଛିବି ଉପକାର କରିବନାହିଁ । ଚତୁର ଶିଆଳ ଗୋଟିଏ ଉପାୟ ପାଞ୍ଚିଲା। କେମିତି ଏହି ସ୍ୱାର୍ଥପର ଭାଲୁକୁ ପାନେ ଦେବ । ଦାଦାଗିରି ତ କରୁଛି ତା ସହିତ ପଶୁ ପକ୍ଷୀଙ୍କୁ ଉଲ୍ଲୂ ବନେଇ ଲୋଟିବାରେ ଲାଗିଛି । ଜିଏ କିଛି ଅସୁବିଧାରେ ପହଂଚୁଛି ତାକୁ କହୁଛି ତ ପୁଅର ମାଂଶ ବହୁତ ନରମ । ତୁ ତାକୁ ପଠା ତୋ କାମ ହେଇଯିବ । ଏମିତି ତାର ଲୋଭ ଆଉ ସ୍ୱାର୍ଥପରତା ବଢି ଚାଲିଥାଏ ।

    ଦିନେ ରାଜା ଜଙ୍ଗଲ ପରିକ୍ରମାରେ ଯାଇଥାନ୍ତି । ଶିଆଳଟି ତ ସୁଯୋଗ ଖୋଜୁଥାଏ । କେମିତି ପାନେ ଦେବ ବହୁରୂପିଟାକୁ ।ଦିନେ ଶିଆଳ ଯାଇ ପହଁଚିଲା ଭାଲୁମନ୍ତ୍ରୀଙ୍କ ନିକଟରେ । ଆଉ ଗୋଟେ ସାଷ୍ଟାଙ୍ଗ ପ୍ରଣାମ ଜଣାଇଲା । ଆସିବାର କାରଣ ମନ୍ତ୍ରୀ ମହାଶୟ ପଚାରିବାରୁ ଶିଆଳଟି ଦୁଃଖ ଜଣାଇ କହିଲା ମଣିମା ରାଜା ସିଂହ ମୋତେ ପଠାଇଛନ୍ତି । କହିଛନ୍ତି ମୁଁ ରୋଗରେ ପଡିଲିଣି ଆଉ ଆମର ଶ୍ରେଷ୍ଟ ମନ୍ତ୍ରୀ ଏବେ ରାଜ୍ୟର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ମୁଁ ଟିକେ ଶାନ୍ତିରେ ବିଶ୍ରାମ ନେବି । 

    ଭାଲୁ ରାଜା ହେବ, ଏହି କଥା ଶୁଣି ବେଶ ଖୁସି ହୋଇ ଗଲା । ଆଉ ଯାଇ ସିଧା ରାଜପ୍ରାସାଦ ରେ ହାଜର । ରାଜାଙ୍କ ଅନୁପସ୍ଥିତରେ ସିଧା ଯାଇ ବସିପଡ଼ିଲା ସିଂହାସନରେ । ରାଜା ଜଙ୍ଗଲ ପରିକ୍ରମାରୁ ଫେରୁଥାନ୍ତି ଆଉ ପ୍ରଜାମାନଙ୍କର ସୁଖ ଦୁଃଖ ଶୁଣି ଥାନ୍ତି । ଯେ କି ଭାଲୁ କିପରି ନିଜର ରୂପବଦଳାଇ ବ୍ୟଭିଚାର, ଲୁଣ୍ଠନ କରୁଛି । 

     ରାଜା ସିଂହ ଫେରି ଦେଖନ୍ତିତ ଭାଲୁ ମନ୍ତ୍ରୀ ରାଜ ସିଂହାସନରେ ବସି ହେକୁଟା ମାରୁଛି । ରାଗରେ ଜଳିଗଲେ ରାଜା । ଭାଲୁ ମନ୍ତ୍ରୀ କିଛି କହିବା ପୂର୍ବରୁ ଦଳବଳ ସହ ଲମ୍ପ ପ୍ରଦାନ କଲେ ଆଉ ଲୋଭୀ ଗର୍ବୀ ଓ ଅତ୍ୟାଚାରୀ ଭାଲୁର ଅନ୍ତ ହେଇଥିଲା ।

*****************

ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in