Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବୁଢୀ ଓ ତା’ର କୁକୁଡା

ବୁଢୀ ଓ ତା’ର କୁକୁଡା

1 min
7.3K


ଗୋଟିଏ ବଗିଚାରେ ଜଣେ ବୁଢୀ ରହୁଥିଲା । ଆଉ ସେ ବଗିଚାରେ କାମ କରିବା ପାଇଁ ବହୁତ ଚାକର ବାକର ବି ଥିଲେ । ସେମାନଙ୍କୁ ସକାଳୁ, ଉଠାଇ ସେ ବୁଢୀ କାମ କରାଏ । ସେ ବୁଢୀର ଗୋଟିଏ କୁକୁଡା ବି ଥାଏ, କୁକୁଡା ଭୋରରୁ ଡାକିଲେ ବୁଢୀର ନିଦ ହଠାତ୍ ଭାଙ୍ଗିଯାଏ ଏବଂ ତାପରେ ସେ ତା’ ଚାକରମାନଙ୍କୁ ଉଠାଏ ।

ଦିନେ ସେ ଚାକରମାନେ ଭାବିଲେ ଏ କୁକୁଡା ଭୋରୁ ବୁଢୀକୁ ଉଠାଉଛି ବୋଲି ବୁଢୀ ସିନା ତାଙ୍କୁ ସବୁ ଉଠାଇ କାମରେ ଲଗାଉଛି । କୁକୁଡାକୁ ମାରିଦେଲେ, ବୁଢୀ ତ ତାଙ୍କୁ ସକାଳୁ ଆଉ ଉଠାଇ ପାରିବ ନାହିଁ । ଏହା ଭାବି ସେହି ଚାକରମାନେ ଦିନେ ସେ କୁକୁଡାକୁ ମାରିଦେଲେ ।

କୁକୁଡାର ଡାକ ନ ଶୁଣିବାରୁ ସେ ବୁଢୀ ବି ଆଉ ସକାଳୁ ଉଠି ପାରିଲା ନାହିଁ । ତେଣୁ ସେ ଦିନଯାକ ଶୋଇଲା ଓ ରାତିରେ ଚାହିଁକରି ରହିଲା । ରାତିରେ ଯେତେବେଳେ ଦରକାର ହେଲା ବୁଢୀ ସେ ଚାକରମାନଙ୍କୁ ଉଠାଇଲା । ରାତି ଅଧରେ ବାରମ୍ବାର ଉଠି ସେ ଚାକରମାନଙ୍କ ଅବସ୍ଥା ବି ବହୁତ ଖରାପ ହୋଇଗଲା ।

ନ ବୁଝି ନସୁଝି କାମ କଲେ, ସର୍ବଦା କେବଳ ନିଜର ହିଁ ଅନିଷ୍ଟ ହୋଇଥାଏ ।


Rate this content
Log in

Similar oriya story from Children