Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୁତ କଥା-ଏକ ନିଆରା କାହାଣୀ
ଭୁତ କଥା-ଏକ ନିଆରା କାହାଣୀ
★★★★★

© Manoj Kumar Panda

Horror

3 Minutes   334    9


Content Ranking

ମାର୍ଗଶୀର ମାସର ଗୋଟେ ଶନିବାର ଶୀତୁଆ ସକାଳ କଥା । ପୂର୍ଵ ଦିନ ଅପରାହ୍ନ ରେ ମାମୁଁ ଘରକୁ ଯାଇଥାଏ ମାନେ ଶୁକ୍ରବାର ଦିନ । ଆଜିକାଲି ଆଉ ମାମୁଁ ଘରକୁ ଯାଇ ହଉନି ସେତେବେଳେ ସାପ୍ତାହରେ ଦୁଇଥର ନଗଲେ ନଚଳେ ।ମାମୁଁ ଘରକୁ ଯିବାରେ ପୁଣି ଅନେକ କାରଣ ଥାଏ .ଆମ ଘରୁ ମାମୁଁ ଘରକୁ ଯିବାକୁ ହେଲେ ଗୋଟେ ଗହିର ପାରିହେବାକୁକୁ ପଡେ ପୁଣି ଘରୁ ବାହାରିଗଲେ ଠିକ ସମୟରେ ଠିକଣା ଜାଗାରେ ପହଂଚିବାକୁ ଠିକ ଠିକଣା ନଥାଏ । ଯିବା ବାଟରେ ମୋର ପୁଣି କେତେ କାମ ଘାଇମୁଁଳରେ ମାଛ ଧରିବା । ପାଣି ଓଝାଳିବା କଇଁ ମାଣ୍ଟୁ ତୋଳିବା ପୁଣି ବିଲମା ବାରି ପାଖ କିଆ ବୁଦାରେ ନେଉଳ ଯନ୍ତା ବସେଇବା । ବେଶୀ ମଜା ଲାଗେ ବିରି କିଆରୀରେ ଛିଟିକିନି ରେ କଲିକତରା ଦେଇ ବଗକୁ ଚାଲାଖି ରେ ଧରିନେବା । ପୁଣି ମାମୁଁଘର ନଈରେ କଲିକତି ଦଳ ଟାଣିଦେଇ କଙ୍କଡା ଆଉ ପାଣି ସିଙ୍ଗଡ଼ା ତୋଳିବା ଏମିତି କେତେ ବାଳୁଙ୍ଗାମି କାମ .ହଉ ଛାଡ ସେ କଥା .ସେତେ ବେଳେ ସପ୍ତାହକୁ ଥରେ ଦୁଇଥର ମାମୁଁ ଘରଯିବା ଥୟ । ମାମୁଁ ହାର୍ମୋନିୟମ ତବଲା ବଜେଇ ପାରନ୍ତି ସେସବୁ ଘରେ ଥାଏ ମୋର ମାନେ ଅଛି ସବୁଦିନ ସନ୍ଧ୍ୟା ହେଲେ ରାମଲୀଳା ବହି ବୋଲାଯାଏ କେବେ କେବେ ବହି ବୋଲିବା ପାଳି ମୋର ମଧ୍ୟ ପଡ଼ିଯାଏ ।ଅଭିଲା ବାବୁଲା ଆଉ ଜହ୍ନ ସହ ଖଟି ଭାରି ଜମିଯାଏ ଆଉ ମଧ୍ୟ ଡେ଼କ ବକ୍ସ ବଜେଇ ପ୍ରଫୁଲ୍ଲ କରଙ୍କ ଗୀତ ଶୁଣିବା ।ଏହା ଛଡା ମାମୁଁ ଘର ଯିବାର ଆଉ କୌଣସି କାରଣ ନଥାଏ ।ପରଦିନ ସକାଳ ମାନେ ଶନିବାର ସକାଳ ଆଂଦୁ ଆଂଦୁଆରୁ ଉଠିପଡ଼ି ମୁଁହଁ ଧୁଏ କି ନ ଧୁଏ କବାଟ ଖୋଲିକି ଘରକୁ ଯିବାକୁ ବାରିଲାବେଳେ (ମା)ମାନେ ବୋଉର ବୋଉ ଗୋବର ପାଣି ଛାଟି ଓଳୋଉ ଥାଏ । ବୁଢ଼ୀ ଭାରି ଚିଡି ଚିଡ଼ା ଶୋଭାବର ମତେ କହିଲା ଏତେ ସକାଳୁ ସକାଳୁ କୁଆଡେ? ମୁଁ କହିଲି ଶନିବାରିଆ ସକାଳୁଆ ସ୍କୁଲ ଆଉ ସ୍କୁଲ ନଗଲେ ବୋଉ ବାଡେଇବ ମୁଁ ଯାଉଛି ମା କହିଲା ଟିକେ ରହ କାଲି ରାତିର ବିରିଡାଲି ଅଛି ଭାତ ଦିଟା ଖାଇଦେଇ ଯିବୁ ସତରେ ବାସି ବିରି ଡାଲି ଥିଲେ ଖିରି କି ପଲଉ କିଛି ଦରକାର ପଡ଼େନି ।ବୁଢ଼ୀ କଥାକୁ ଏ କାନରେ ପୁରେଇ ସେକାନରେ କାଢ଼ିଦେଇ ମୋ ବାଟରେ ମୁଁ ।କାକରର ଟପ ଟପ ଶବ୍ଦ ଏତେ ସକାଳୁ ମାମୁଁ ଘର ଗାଁଟା ସୁନ ସାନ ପରିଡା ଘର ଟଗର ଗଛରେ ଆଦୃଶ୍ୟରେ କେହିଜଣେ ଫୁଲ ଚୋରର ଟିକ ଟିକ ଶବ୍ଦ ।ପତଳା ସୀଲକ ସାର୍ଟଟା ଉତରା ପବନର ହାଡ କମ୍ପା ଶୀତଆଗରେ ହାରି ଯାଉଥାଏ । ମୁଁ କିନ୍ତୁ ଆଗକୁ ଆଗକୁ ଘର ମୁଁହାଁ ।ବିଲମା କାଁଥି ଡ଼େଇଁକି ଘାଇର ବାଁ ପଟରେ ଚାଲି ଗଲେ ଆମ ଘର ଦେଖାଯାଏ .ଭେଡା ଡ଼େଇଁଗଲା ପରେ ମୋର ମାନେ ଅଛି ମୁଁ ହିଡ଼ ଉପରେ ଯାଉ ଯାଉ ବେଣା ଚେରକୁ ମାଡ଼ିକି ଯାଉଥାଏ ।ବାପା କୁହନ୍ତୁ ବାଟରେ ବେଣା ଚେର ପଡିଲେ କବେ ମାଡ଼ିକି ଯିବୁନୁ । ବେଣା ମୂଳରେ କୁଆଡେ ଭୁତ ଲୁଚିକି ଥାନ୍ତି ।ତାକୁ କୁହନ୍ତି ଆଉଁରିଆ ଛାଟିବା ମାନେ ଆଜିକାଲିକା (ଭୁଲଭୁଲେଆଁ )ମୁଁ ଏବେ ସେଇ ବେଣା ଚେର ଭୁଲ ଭୁଲେଆଁର ଶିକାରରେ ।  କୁହୁଡି ସେମିତି କିଛି ନଥାଏ । ହଟାତ କୁଆଡୁ କାଳ କୁହୁଡି ମାଡିଆସିଲା ଧୀରେ ମୋ ଚାରିକଡ଼ ଘେରିଗଲା ମୁଁ କିଛି ବୁଝି ବା ଆଗରୁ ମତେ କୁହୁଡି ଭୟବିତ୍ତ କରିସାରିଥିଲା ଘର ଆଡକୁ ଯିବା କଥା ମୁଁ ଘରର ବିପରୀତ ଦିଗରେ ବାଟ ଖୋଜି ଖୋଜିକା ଏକ ଅଜଣା ଅପରିଚତ ଗହୀର ବିଲକୁ ଆପଣେଇ ନେଇ ସାରିଥିଲି. ଆଉଁରିଆର ମାନେ (ଭୁଲଭୁଲେଆଁ )ର ଶିକାର ହେଲେ କୁଆଡେ ମଣିଷ ଦିଗ ଭାଗ ଭୁଲିଯାନ୍ତି ।ମୁଁ ବିଭୁଲି ଗଲି । କଣ କରିବି କୋଉ ଦିଗ୍ଗକୁ ଗଲେ ଆମ ଘର ପଡ଼ିବ ଚାରିକଡ଼ କୁହୁଡ଼ି ଛଡ଼ା ଆଉକିଛି ନାହିଁ ।ଚାରି କଡ଼ରୁ ବିକଟାଳ ଶବ୍ଦ କୁକୁର ବିଲୁଆଙ୍କର ମୋ ଆଡକୁ ମାଡିଆସିବାର ହୁ ହୁ ଶବ୍ଦ ।କିଛି ବାଟ ଯିବା ପରେ ମୁଁ ସମ୍ପୂର୍ଣ୍ଣ ବାଟଭୁଲିଯାଇଛି ମୁଁ ଏକ ଅଜଣା ବାଟରେ ଅଦୃଶ୍ୟରେ କିଛି ଲୋକମାନେ ଚାଲି ଚାଲି ଯିବାର ଦେଖିଲି ।ଆଖିରୁ ଲୁହ ଝରୁଥାଏ ପାଟିରେ ମା ଶାରଳାଙ୍କ ନାଁ କେବଳଥାଏ. ସେ ଲୋକମାନଙ୍କୁ ଦେଖୁଥାଏ ହେଲେ ଲାଜରେ କିଛି କହିପାରୁ ନଥାଏ ।କିଛି ଦୂରରେ ମତେ ତାଳ ଭେଡୀ ଆସ୍ପଷ୍ଟ ଭାବେ ଦେଖା ଗଲା । ସେତେବେଳେ ମୁଁ ଜାଣିଲି ମୋର ଆଜି ଶେଷ ଦିନ । ତାଳ ଭେଡୀ ସେତବେଳେ ଥିଲା ଭୁତ ପ୍ରେତଙ୍କର ଆଶ୍ରୟ ସ୍ଥଳ ଏବେ ଅବଶ୍ୟ ଭାବିଲେ ମିଛ ଲାଗେ । ବହୁତ ଡରିଗଲି । କୁହୁଡି ଘେରାରୁ ଦେଖିଲି କେହି ଜଣେ ବୁଢା ଲୋକଟେ ବୟସ ଷାଠିଏ କି ପଇଁଷଠି କାନ୍ଧରେ ବିରାଟ ବଡ ବାଉଁସଟେ ଧରି ମୋ ଆଡକୁ ଆସୁଛି ଗୋଟେ ଜାଗାରେ ଛିଡା ହେଲି ।ମୁଁ କିଛି ନ କହୁଣୁ ସେ କହିଲେ କିଏରେ ତୁ ଏତେ ସକାଳୁ କୁଆଡେ ଯାଉଛୁ । ମୁଁକହିଲି ମୁଁ ହଜିଯାଇଛି ଲୁହ ପୋଛି ଦେଇ ପଚାରିଲେ ଘର କୋଉଠି ମୁଁ କହିଲି ସମା ଗୋଳ ବାପା ନାଁ କଣ ମୁଁ କହିଲି ଭଗବାନ ମହାନ୍ତି ସେ କହିଲେ ମହାନ୍ତି ସାହିରେ ଘର ହଉ ଆସେ ମୋ ସହ ।ପଛେ ପଛେ ଗଲି ଘୋଡାମରା ପୋଲ ଯାଏ । କହିଲେ ଏଥର ଘରକୁ ଯାଇପାରିବୁ ମୁଁ କହିଲି ହଁ ସେତେବେଳକୁ ନାଲି ନାଲି ଖରା ଟିକେ ଟିକେ ପଡୀସାରିଲାଣି । ହେଲେ ଗୋଟେ କଥା ଆଜି ଭାବୁଛି ସେଦିନ ମୁଁ କାହାକୁ ଭୟ କରୁ ଥିଲି । ବୋଉକୁ ନାଁ ତାଳ ଭେ......

ମନୋଜ କୁମାର ପଣ୍ଡା

ଅଡା। ବାଲେଶ୍ବରଡୀ କୁ...

ମାର୍ଗଶୀର ଶନିବାର ଶୀତୁଆ

Rate the content


Originality
Flow
Language
Cover design

Comments

Post

Some text some message..