Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Inspirational

3  

Arabinda Acharya

Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
7.6K


ଆଜି ଅଗଷ୍ଟ ମାସ ୯ ତାରିଖ । ଆଉ ଦିନ କେଇଟା ପରେ ଆସିବ ସ୍ୱାଧୀନତା ଦିବସ । ଆମେ ସମସ୍ତେ ମିଶି ପ୍ୟାରେଡ଼ କରିବା । ଜାତୀୟ ପତାକା ଉତ୍ତୋଳନ କରିବା । ପ୍ୟାରେଡ଼ ପଡିଆରେ କେତେ କେତେ ନୂଆ ନୂଆ ଦେଶାତ୍ମବୋଧକ ଗୀତର ତାଳେ ତାଳେ ସ୍କୁଲ କଲେଜ ପିଲାଙ୍କ ଚିତ୍ତ।କର୍ଷକ ନାଚ ଦେଖି ତାଳି ମାରିବା । ଆପଣ ଏଥିରୁ ବାଦ ପଡିବେ କି ? ମୁଁ ପଡିବି । କାହିଁକିନା ମୁଁ ଆଉ ଏ ଦୁନିଆଁରେ ନାହିଁ । ଆତଙ୍କବାଦୀଙ୍କ ଗୁଳିରେ ମୁଁ ସବୁଦିନ ପାଇଁ ଶୋଇ ଯାଇଛି । ମୁଁ କହିକି ଆସିଥିଲି ମୋ ପୁଅକୁ, ନିଶ୍ଚିତ ଆସନ୍ତା ଅଗଷ୍ଟ ୧୫ କୁ ତାକୁ ବୁଲେଇ ନେବି । ସିଏ ଯାହା କହିବ ତାକୁ କିଣିଦେବି । କିନ୍ତୁ ମୋ କଥା କଥାରେ ରହିଗଲା । ସିଏ ବହୁତ କାନ୍ଦିବ । ବହୁତ ଖୋଜିବ ମୋତେ । କିନ୍ତୁ କଣ କରାଯାଇ ପାରେ , ମୁଁ ତ ଆଉ ନାହିଁ । ଆପଣ ମାନେ ଚାହିଁଲେ ସବୁ ହେଇ ପାରିବ, ଆଉ କୋଉ ଶହୀଦ ଜବାନଙ୍କ ପୁଅ କାନ୍ଦିବେନି । ପାରିବେ ସେଇ ଛୋଟ କାମଟି କୁ କରି ? ଆତଙ୍କବାଦର ମୂଳ ଉତ୍ସ ସେଇ ହିଂସା,ଦ୍ୱେଷ,ପରଶ୍ରୀକାତରତା,ଘୃଣ୍ୟ ରାଜନୀତି, ବ୍ୟଭିଚାର, କାମୁକତାର ଲେଲିହାନ ଶିଖାକୁ ମୂଳୋତ୍ପାଟନ କରି ବାରେ ହାତ ବଢେଇବେ ? ତା ହେଲେ ଯାଇ ଏଇ ତ୍ରିରଙ୍ଗା ସବୁବେଳେ ଉର୍ଦ୍ଧ୍ୱ ଆକାଶରେ ଫରଫର ହେଇ ସବୁବେଳେ ଉଡିବ । ଆଉ କେବେ ବି ମୋ ପରି ଶହୀଦଙ୍କ ଉପରେ ଢାଙ୍କିବା ପାଇଁ ବାରମ୍ବାର ତଳେ ଲୋଟିଯିବନି । ହଉ ଯାଉଛି । ଭୁଲ ଥିଲେ କ୍ଷମା ଦେବେ ।


Rate this content
Log in

Similar oriya story from Inspirational