Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ ଆଉ ମୋ ଷ୍ଟୋରୀମିରର୍
ମୁଁ ଆଉ ମୋ ଷ୍ଟୋରୀମିରର୍
★★★★★

© T.Durga Prasad Rao

Inspirational

2 Minutes   299    10


Content Ranking

ଇଲେକ୍ସନ୍ ଟ୍ରେନିଂ ବାଦ୍ ମୁଁ ଯେତେବେଳେ ଲଞ୍ଚ୍ ଉପଲକ୍ଷ୍ୟେ ମାଡ଼ିଗଲି ସହରର ନାମକରା ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ ଅଭିମୁଖେ, ନଜରରେ ପଡ଼ିଲା ଛିନ୍ନ ଶାଢ଼ୀ ପରିହିତା ଭିକାରୁଣୀଟିଏ ତାର ପାଞ୍ଚ ଛଅ ବର୍ଷର ଝିଅଟିକୁ ନେଇ ବସିଛି କାର୍ ପାର୍କିଙ୍ଗ୍ ସ୍ଥାନରେ ଠିକ୍ ହୋଟେଲ୍ ର କାଉଣ୍ଟର୍ ପାଖାପାଖି। ତାର ଛିନ୍ନ ପଣତକୁ ବିଛାଇ ଦେଇଛି ଟାଇଲ୍ ର ଆବଡ଼ା ଖାବଡ଼ା ଚଟାଣ ଉପରେ। ମୁଁ ମୋର ବାଇକ୍ ଟିକୁ ଟିକିଏ ଦୂରରେ ଷ୍ଟାଣ୍ଡ୍ ମାରି କାଚ ଦରଜା ଠେଲି ପଶିଗଲି ହୋଟେଲ୍ ଭିତରେ । ବାତୟାନୁକୁଳ ହୋଟେଲ୍ ର ଦ୍ୱାର ଦେଶରୁ ହିଁ ଶୀତଳ ପବନ ମୋର ସ୍ୱାଗତ କରି ଟାଣି ନେଲା ଗୋଟିଏ ଖାଲି ଟେବୁଲ୍ ଆଡ଼କୁ। ଭିତରେ ବାଜୁଥାଏ କିଛି ଗୀତ। ମୁଁ ଭଲ କରି ମନ ଦେଇ ଶୁଣିବାକୁ ଚେଷ୍ଟା କଲି। କଣ୍ଠସ୍ୱର ମୋର ଚିହ୍ନା ଚିହ୍ନା ମନେ ହେଲା। ଆରେ ଇଏ ତ ଶ୍ରୀ ବିକେଶ ସାହୁଙ୍କ କବିତା “ଆଉ କଣ ଲୋଡ଼ା”! ହୋଟେଲ୍ ମ୍ୟାନେଜର ବୋଧହୁଏ ଷ୍ଟୋରୀମିରର୍ ର ଜଣେ ନିୟମିତ ପାଠକ ଏବଂ ଶ୍ରୋତା। ସେ ଏକ ଲୟରେ ନିଜର ମୋବାଇଲ୍ ସ୍କ୍ରିନ୍ ରେ ମନୋନିବେଶ କରି ଗୁଣୁ ଗୁଣୁ ହେଉଥାନ୍ତି। ହୋଟେଲ୍ ର ଅଡ଼ିଓ ସିଷ୍ଟମ୍ କୁ ସେ ଖଞ୍ଜି ଦେଇଛନ୍ତି ନିଜ ମୋବାଇଲ୍ ସାଙ୍ଗରେ ଆଉ ଖୋଲି ଦେଇଛନ୍ତି ଷ୍ଟୋରୀମିରର୍ ର ଅଡ଼ିଓ ସେକ୍ସନ୍ ରୁ ଶ୍ରୀ ବିକେଶ୍ ସାହୁଙ୍କ କବିତା। ଶେଷ ପଂକ୍ତିଟିକୁ ସେ ବାରମ୍ବାର ପୁନରାବୃତ୍ତି କରୁଛନ୍ତି। ବୋଧହୁଏ ତାଙ୍କୁ ସେତିକି ଭଲ ଲାଗୁଛି ସେ ପଂକ୍ତି “ଆଉ କଣ ଲୋଡ଼ା”। ଷ୍ଟୋରୀମିରର୍ ପ୍ରତି ଭଦ୍ରଲୋକଙ୍କର ଅନୁରାଗ ଦେଖି ମୋତେ ଭାରି ଖୁସି ଲାଗୁଥାଏ।

ହଠାତ୍ ଭିକାରୁଣୀଟି ପଶିଆସିଲା କାଚ ଦରଜା ଠେଲି ଏବଂ ସିଧା ପହଞ୍ଚିଗଲା କାଉଣ୍ଟର୍ ରେ । ଭଦ୍ରଲୋକ କିଛି ବୁଝିବା ଆଗରୁ ଚଟାସ୍ କରି ଚାପୁଡ଼ାଏ ପକାଇଲା ତାଙ୍କ ବାଁ ଗାଲରେ। ତାପରେ ଉଚ୍ଚ ସ୍ୱରରେ ପାଟି କରି କହିଲା, କିଛି ତ ଦେବାର ନାହିଁ। ସକାଳ ପହରୁ ମୁଁ ବସିଛି ମୁଠେ ଖାଇବା ଆଶାରେ। ଝିଅଟା ମୋର କାଲି ଠାରୁ ଓପାସରେ ଅଛି। ମିଛଟାରେ କାହିଁକି ବାରମ୍ବାର ପଚାରୁଛ “ଆଉ କଣ ଲୋଡ଼ା”, “ଆଉ କଣ ଲୋଡ଼ା”? ଭଦ୍ରଲୋକ ତଟସ୍ଥ ହୋଇ ନିଜ ଗାଲଟାକୁ ଆଉଁସି ପକାଇ ଚାହିଁଲେ ସ୍ତ୍ରୀଲୋକଟିକୁ। କଥାଟା ବୁଝିବାକୁ ତାଙ୍କୁ ଟିକିଏ ସମୟ ଲାଗିଲା। ଚାରିଆଡ଼କୁ ଥରେ ଆଖି ବୁଲାଇ ନେଲେ ସେ। ସବୁ ଟେବୁଲ୍ ରୁ ଆଠଟି ଲେଖାଏଁ ଆଖି ତାଙ୍କ ଉପରେ ନିବଦ୍ଧ। ବୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ଭିକାରୁଣୀର କରାମତିରେ। ମ୍ୟାନେଜର୍ ଙ୍କ କୋପ ସମସ୍ତେ ଜାଣନ୍ତି। ସେମାନେ ନିଶ୍ଚିତ ହୋଇ ସାରିଥିଲେ ଯେ ଏବେ ଗାର୍ଡ ଠାରୁ ଆରମ୍ଭ କରି ଫୁଡ୍ ସର୍ଭର୍ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଗାଳି ବର୍ଷଣ ହେବ। ପରିସ୍ଥିତିକୁ ସମ୍ଭାଳିବା ଉଦ୍ଦେଶ୍ୟରେ ଜଣେ ବୟ ଦୌଡ଼ି ଆସିଲା ଭିକାରୁଣୀଟିକୁ ସେଠାରୁ ତଡ଼ିବା ପାଇଁ। ମ୍ୟାନେଜର୍ ତାକୁ ହାତ ହଲାଇ ପାଖକୁ ଡାକିଲେ। କଣ ସବୁ କହିଲେ ବୟଟିକୁ। ପର ମୁହୁର୍ତ୍ତରେ ଦେଖାଗଲା ବୟଟି ଦୁଇଟି ପତ୍ରରେ ସବୁ ପ୍ରକାର ଡିସ୍ ସଜାଡ଼ି ବାହାରେ ଦେଇ ଆସିଲା ଭିକାରୁଣୀ ଓ ତାର ଝିଅକୁ। ସେମାନଙ୍କର ଖାଇବା ଶେଷ ହେବା ଯାଏଁ ପଚାରି ବୁଝୁଥିଲା ଆଉ କଣ ଲୋଡ଼ା?

ଇତି ମଧ୍ୟରେ ମୋର ଖାଇବା ଶେଷ ହୋଇ ସାରିଥିଲା। ମୁଁ କାଉଣ୍ଟର୍ ରେ ପେମେଣ୍ଟ୍ କରୁ କରୁ ମ୍ୟାନେଜର୍ ଙ୍କୁ ଭଦ୍ର ଭାବରେ ପଚାରିଲି, ଟି.ଦୁର୍ଗା ପ୍ରସାଦ ରାଓଙ୍କର କିଛି କବିତା ଏ ଯାଏଁ ଅଡ଼ିଓ ସେକ୍ସନ୍ ରେ ଆଡ୍ ହେଲାଣି କି? ଯଦି ହଁ, ଟିକିଏ ଶୁଣେଇବେ ନାହିଁ? ମ୍ୟାନେଜର୍ ମୋ ଆଡ଼କୁ ବଲ ବଲ କରି ଚାହିଁଲେ। ତାଙ୍କ ହାତଟି ସ୍ୱତଃ ଉଠି ଯାଇଥିଲା ନିଜର ଡାହାଣ ଗାଲକୁ। ତାଙ୍କର ଅସହାୟତା ଦେଖି ମୁଁ ହସି ଉଠିଲି ଖୁବ୍ ଜୋର୍ ରେ।

(ଶ୍ରୀ ବିକେଶ ସାହୁଙ୍କ କବିତା “ଆଉ କଣ ଲୋଡ଼ା” ଭାରି ହୃଦୟସ୍ପର୍ଶୀ ଆବୃତ୍ତି, ନିଶ୍ଚୟ ଶୁଣନ୍ତୁ)

ଟି.ଦୁର୍ଗା ପ୍ରସାଦ ରାଓ

ଇଲେକ୍ସନ୍ ହୋଟେଲ୍ ଭିକାରୁଣୀ

Rate the content


Originality
Flow
Language
Cover design

Comments

Post

Some text some message..