Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏକ ସ୍ୱପ୍ନର ଅପମୃତ୍ୟୁ
ଏକ ସ୍ୱପ୍ନର ଅପମୃତ୍ୟୁ
★★★★★

© Aravinda Das

Tragedy

7 Minutes   14.9K    17


Content Ranking

ଏକ ସ୍ୱପ୍ନର ଅପମୃତ୍ୟୁ

ଅରବିନ୍ଦ ଦାସ

ପ୍ରଥମାଷ୍ଟମୀରେ ଏଣ୍ଡୁରୀ ପିଠା ପାଇଁ ହଳଦୀପତ୍ର ଖୋଜା ହେଲାଭଳି, ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ଲୋଡା ହୁଏ ଜାତୀୟପତାକା  । ଆଜିକାଲି ଜାତୀୟତାବୋଧ ବଦଳରେ ଫେସନ ଓ ପ୍ରହସନ ସାମଗ୍ରୀ ପାଲଟିଗଲାଣି ତ୍ରିରଙ୍ଗା  । ଆସନ୍ତାକାଲି ଅଗଷ୍ଟ ପନ୍ଦର  । ସେଥିପ।ଇଁ ଆଜି ଚାରିଆଡେ ପତାକାର ଡିମାଣ୍ଡ  । ମନପ୍ରାଣ ଦେଇ କେତେଜଣ ପ୍ରକୃତରେ ସମ୍ମାନ କରନ୍ତି ଜାତୀୟ ପତାକାକୁ? ତେବେ ସମସ୍ତଙ୍କ ମନ ଭାବନାକୁ ଅଣଦେଖା କରି ପବନରେ

ଫର୍ଫର୍ ହୋଇ ଉଡୁଥାଏ ତ୍ରିରଙ୍ଗା; ଛାତି ପିଟି ପିଟି ଯେମିତି ଘୋଷଣା କରୁଥାଏ, “ମୁଁ ମୁକ୍ତ, ସ୍ୱାଧୀନ ଭାରତର ଗର୍ବ, ଗୌରବ ଓ ଆତ୍ମଅଭିମାନର ପ୍ରତୀକ  ।”

ମିନି ଅନେଇଥିଲା ଫୁର୍ଫୁର୍ ହୋଇ ଉଡୁଥିବା ତ୍ରିରଙ୍ଗାକୁ  । କଲେକ୍ଟର ଅଫିସ୍ ପଛପଟ ବାଡ କଡରେ ଥିବା ଚାହା ଜଳଖିଆ ଦୋକାନରେ କାମ କରୁଛି ମିନି ଏଇ କିଛି ଦିନ ହେଲାଣି  ।

ବାସନ ମଜା, ଟେବୁଲ୍ ପୋଛା, ଅଇଁଠା ଗିଲାସ ସବୁ ଗୋଟେଇ ପିଛୁଳାଇ ମାଜିମୁଜି ମାଲିକ ପାଖରେ ଥୋଇବା ହେଉଛି ତା କାମ  । ଦି ବେଳା ଖାଇବା ସାଙ୍ଗକୁ ମାସକୁ ପାଞ୍ଚଶହ ଟଙ୍କା ଦରମା ଦେବ ବୋଲି କହିଛି ଦୋକାନ ମାଲିକ  ।

ମିନି ଅନାଥ  । ତା’ ନାଁ କିଏ ମିନି ରଖିଲା ସେ ଭଲ  ଭାବେ ଜାଣିନି  । ଷ୍ଟେସନ୍ ପାଖରେ ଅନ୍ୟ ଛୋଟ ଛୋଟ ପିଲାଙ୍କ ସହ ମିଶି ପଲିଥିନ୍ ଜରି ଗୋଟାଉଥିଲା ଓ ଭିକ ବି ମାଗୁଥିଲା  । ଦିନେ କିଛି ସରକାରୀ ବାବୁମାନେ ଆସି ମିନି ଓ ଅନ୍ୟ ପିଲାଙ୍କୁ ନେଇଯାଇଥିଲେ  । କିଛି ଝିଅମାନଙ୍କ ସହିତ ମିନି ବି ରହିଥିଲା ଏକ କନ୍ୟାଶ୍ରମରେ  ।    ପ୍ରଥମଥର ପାଇଁ ସେଇଠି ମିନି ପାଳନ କରିଥିଲା ଅଗଷ୍ଟ ପନ୍ଦର ଓ ଜାନୁୟାରୀ ଛବିଶ  । ନିଜ ଫ୍ରକରେ ଛୋଟ ପତାକାଟା ମାରି ହାତରେ ପତାକା ଧରି ମିନି ଡେଉଁଥିଲା ଖୁସିରେ  । ଏଇ ଦୁଇ ଦିନକୁ ସେ ଅପେକ୍ଷା କରି ରହିଥାଏ ବର୍ଷ ସାରା  । ସମସ୍ତେ ମିଶି ‘ଜନଗଣମନ’ ଗୀତ ବୋଲନ୍ତି ଏବଂ ଖାଇବାକୁ ମିଳିଥାଏ ଚକୋଲେଟ୍, ଲଡୁ, ବିସ୍କୁଟ୍  । ପତାକା ଧରିଲେ ମିନିକୁ ଲାଗେ ସେ ଯେମିତି ସତରେ ମୁକ୍ତ ହୋଇଯାଉଛି ଏ ନିଉଛୁଣା ଜୀବନରୁ  ।

“ହଇଲୋ, କୁଆଡେ ଅନେଇଛୁ? ତୋ ବୋପା ଆସି ଗ୍ଲାସ୍ ଉଠେଇବ?” ଦୋକାନ ମାଲିକର ପାଟି ଶୁଣି ଚମକି ପଡିଲା ମିନି  । ତରତର ହୋଇ ହାତରେ ଧରିଥିବା ଓଦା କନାରେ ଟେବୁଲ୍ ପୋଛି ପକାଉ ପକାଉ  ଗ୍ଲାସ୍ ସବୁ ଉଠାଇ ଆଣିଲା  । ହାତ ଫୁର୍ତ୍ତି କରିବାକୁ ଚେଷ୍ଟା କଲା ସେ  । ବାସନ ମାଜିଲାବେଳେ ସେ ପୁଣି ବୁଡିଗଲା ଭାବନା ରାଜ୍ୟରେ  । ସେ କନ୍ୟାଶ୍ରମରୁ ଲୁଚି ପଳାଇଆସିଛି  । ସେଠାର ସେଇ ହେଡ୍ ଦିଦି କନକ ମ୍ୟାଡମ୍ ଜମାରୁ ଭଲ ମଣିଷ ନଥିଲା  । ଖାଲିଟାରେ ପିଲାଙ୍କୁ ବାଡାଏ  । କନକ ଦିଦିଙ୍କ ସ୍ୱାମୀ କେଦାର ସାରଙ୍କୁ ଭାରୀ ଡରେ ମିନି  । ତା ଠାରୁ ବୟସରେ ବଡ ସୁକାନ୍ତି କହୁଥିଲା “କେଦାର ସାର୍ଙ୍କ ସହ ହୁସିଆର ହୋଇ ଚଳିବୁ  । କୁଆଡେ ଡାକିଲେ ଜମା ଯିବୁନି ତାଙ୍କ ସହିତ  ।”

“କାହିଁକି?” ମିନି ପାଟିରୁ ବାହାରି ପଡିଲା  ।

“ତୁ ଏବେ ଛୋଟ ପିଲା  । ବୁଝି ପ।ରିବୁନି  । ଦୁଇବେଳା ଖାଇବାକୁ ଓ ପଢିବାକୁ ସୁବିଧା ଅଛି ବୋଲି ସିନା ଆମେ ପଡିରହିଛୁ  । ହେଲେ ଆହୁରି କେତେ ଝିଅ ଯେ ଏଠାରୁ କୁଆଡେ ପଳାଉଛନ୍ତି ତା’ର ହିସାବ କିଏ ରଖିଛି?” ସୁକାନ୍ତି ଏକ ଅଭିଭାବକ ପରି କହୁଥିଲା  ।

“କୁଆଡେ ପଳାଉଛନ୍ତି? ଦିଦି କ’ଣ ସେମାନଙ୍କୁ ଖୋଜୁ ନାହାନ୍ତି?”

“ତୁ ଟା ପୁରା ହୁଣ୍ଡୀ  । କାହିଁକି ଖୋଜିବେ? ମୁଁ ଶୁଣୁଛି ସ୍ୱାମୀ ସ୍ତ୍ରୀ ଦୁଇଜଣ ମିଶି ସୁନ୍ଦରୀ ଝିଅଙ୍କୁ ଦଲାଲଙ୍କୁ ବିକି ଦେଉଛନ୍ତି  । ତାଙ୍କ କଥା ନ ମାନିଲେ କେଦାର ସାର୍ ଗୁଣ୍ଡା ଲଗାଇ
ମାରିଦେବ  ।”

“ଇସ୍ ।” ମିନି ପାଟିରୁ ବାହାରି ପଡିଲା  । ନିଜକୁ ଦର୍ପଣରେ ଅନେକ ଥର ଦେଖେ ମିନି  । ସିଏ କାଳେ ଦେଖିବାକୁ ସୁନ୍ଦର ବୋଲି ଅନ୍ୟମାନେ କହନ୍ତି  । କନକ ଦିଦି ତାକୁ ଦେଖିଲେ ମୁଣ୍ଡ ଆଉଁଷି ଦେଇ ଭଲମନ୍ଦ ପଚାରନ୍ତି । ଏ ବର୍ଷ ଜାନୁୟାରୀ ଛବିଶ ଦିନ ଜଣେ ନେତା ଆସିଥିଲେ  ।

ଜାତୀୟପତାକା ଉତ୍ତୋଳନ ବେଳେ ସେଇ ନେତା ପିଲାଙ୍କ ଭିତରେ ଠିଆ ହୋଇଥିବା ମିନିକୁ ଡାକି ତା’ରି ହାତରେ ପତାକା ଉତ୍ତୋଳନ କରାଇଥିଲେ  ।

ମିନି ଯେମିତି ଆକାଶରେ ଉଡୁଥିଲା  । ସାଲ୍ୟୁଟ୍ ମାରି ଠିଆ ହୋଇ ଉପରୁ ଖସୁଥିବା ଫୁଲଗୁଡାକୁ ଅନେଇ ସେ ଭାବୁଥିଲା ଆକାଶରୁ ଯେମିତି ତାରା ସବୁ ଖସି ଡୁଛନ୍ତି ତା ଉପରେ  । ନେତା ଜଣଙ୍କ ମିନିକୁ ଚାପିଧରି ଗେଲକରି ତା’ ହାତରେ ଚକୋଲେଟ୍ ଧରାଇ ଦେଲାବେଳେ କନକ ଦିଦିଙ୍କ କାନରେ କ’ଣ କହୁଥିଲେ ଫୁସ୍ ଫୁସ୍ ହୋଇ  ।

ତାଙ୍କ ହାତଟା ନିଜ ଅଣ୍ଟାରୁ କାଢି ମିନି ଟିକେ ଦୂରେଇ ଠିଆ ହୋଇ ‘ଜନଗଣ’ ଗୀତ ଗାଇବାରେ ମଜ୍ଜିଗଲା  ।

ଦୁଇଦିନ ପରେ ଦିନେ ସନ୍ଧ୍ୟାବେଳେ ମିନିକୁ ନିଜ ରୁମ୍କୁ ଡାକି କନକ ଦିଦି ତାକୁ ନୂଆ ସୁନ୍ଦର ଫ୍ରକ୍ଟିଏ ପିନ୍ଧାଇ କହିଲେ, “ସେଦିନ ଯେଉଁ     ବଡ ସାର୍ ଫଙ୍କସନକୁ ଆସିଥିଲେ, ଆଜି ତାଙ୍କ ଝିଅର ଜନ୍ମଦିନ  । ତୋତେ ପଠାଇବାକୁ ବାରମ୍ବାର ଫୋନ୍ କରିଛନ୍ତି ଏବଂ ଏଇ ଡ୍ରେସ୍ ବି ପଠାଇଛନ୍ତି  । ତୋର ଭାଗ୍ୟ ବଢିଆ  । କେକ୍ ସହିତ ଅନେକ ସୁଆଦିଆ ଜିନିଷ ଖାଇବାକୁ ମିଳିବ ଏବଂ ଫେରିଲାବେଳକୁ ଗିଫ୍ଟ ବି ଦେବେ  । ତେବେ ଆଉ କାହାକୁ ଏ କଥା କହିବୁ ନାହିଁ  । ନ ହେଲେ ଅନ୍ୟ ଝିଅଗୁଡାକ ବି ଜିଦି କରିବେ ସେଠାକୁ ଯିବା ପାଇଁ  । ତୁ ଜଲ୍ଦି ରେଡି
ହୋଇଯା  ।”

ମିନି ଛାତିଟା ଧଡ୍ ଧଡ୍ ହେବାକୁ ଲାଗିଲା  । ଝିଅମାନେ ବୟସ ଅନୁପ।ତରେ କ’ଣ ସତରେ ଟିକେ ଅଧିକ ଅନୁଭବୀ, ଅଭିଜ୍ଞ ହୋଇଯାଆନ୍ତି?

ମିନି ମନକୁ ପାପ ଛୁଉଁଥିଲା  । ତା’ର ବାରମ୍ବାର ମନେପଡିଯାଉଥିଲା ସେଇ ନେତାଙ୍କର ହାତର ସ୍ପର୍ଶ  । ସାପ        ଭଳି ତାଙ୍କ ହାତଟା ମିନି ଦେହରେ ସେଦିନ   ବୁଲିଯାଉଥିଲା  । ଛିଃ ବଡ ଅଭଦ୍ର ଲୋକଟା  ।

କନକ ମ୍ୟାଡମଙ୍କ ରୁମରୁ ଚୁପ୍ କିନା ବାହାରି ଆସିଲାବେଳେ ସୁକାନ୍ତି କଥାଟା ମନେପଡିଗଲା ତା’ର  । ସତରେ କ’ଣ ସେ କନ୍ୟାଶ୍ରମ ଆଉ ଫେରିଆସିବ? କିଏ ଜାଣେ ତାକୁ କେଉଁ ଦଲାଲକୁ ବିକି ଦିଆ ଯାଉନି ତ? ସେ ଯଦି ପାଟି ଗୋଳ କରେ, କେଦାର ସାର୍ ଗୁଣ୍ଡା ଲଗାଇ ତାକୁ ମାରିଦେବେନି ତ? ସେଇ ଅନ୍ଧାରରେ କନ୍ୟାଶ୍ରମର ପାଚେରୀ ଡେଇଁ ଦୌଡିଥିଲା ମିନି  । କୁଆଡେ ଯାଉଥିଲା ସେ ଜାଣିନଥିଲା  । ଷ୍ଟେସନ୍ରେ ପହଞ୍ଚି ଗୋଟେ ଟ୍ରେନରେ ଚଢିଯାଇଥିଲା  । ବାସ୍ ପହଞ୍ଚି ଯାଇଥିଲା ଏଇଠି  । କେଉଁ ଦୋକାନରେ କିଛି ବୋଲହାକ କରୁଥିଲା ମିନି  ।

ତଥାପି ଗୋଟାଏ ଡର ବାରମ୍ବାର ତା ମନକୁ ଜାବୁଡି ଧରୁଥିଲା, “କନକ ଦିଦି ଖୋଜି ଖୋଜି ଏଇଠି ପହଞ୍ଚି ଯିବନି ତ?”

ଷ୍ଟାର୍ଟ ହେଲା  ।

“କିଏ ଏଇ ଟୋକୀ”?

“ଏକଦମ୍ କଅଁଳିଆ ମାଲ୍  । ପତାକା ମାଗୁଥିଲା ଆମକୁ  । ମୁଁ ଭାବିଲି ଏକାଥରେ ପତାକା ଉତ୍ତୋଳନଟା ସାରଙ୍କ ହାତରେ କରାଇଦେବା  ।” ବେହିଆଙ୍କ ପରି ହସି ହସି କହୁଥିଲା ଲୋକଟା  ।

ସାମ୍ନା ଲୋକଟା ସିଗାରେଟ୍ ଲଗାଇବା ପାଇଁ ଲାଇଟର୍ ଜଳାଇଲା  । ମିନି ଚମକି ପଡିଲା । ଆରେ! ଇୟେ ତ ସେଇ ନେତା ଯିଏ ତାଙ୍କ କନ୍ୟାଶ୍ରମକୁ ଆସିଥିଲେ ଏବଂ କନକ ମ୍ୟାଡମ୍ ୟାଙ୍କରି ପାଖକୁ ତାକୁ ପଠାଉଥିଲେ  । ହେ ଭଗବାନ୍ ଏଇ ବଦମାସ୍ ଲୋକଟା... ଗାଡିଟା ବୁଲିବୁଲି ଗୋଟାଏ ଜାଗାରେ ଅଟକିଲା  । ବଡ ପାଚେରୀ ଚାରିଆଡେ  । କେଉଁ ଅଫିସ୍ ବୋଧହୁଏ  । ସିମେଣ୍ଟ ପାଚେରୀର ଗୋଟାଏ ଜାଗାରେ ଭାଙ୍ଗିଯାଇଥିଲା  । ସେଇ ବାଟ ଦେଇ ତାକୁ ଟେକି ନେଇଗଲେ ଲୋକ ଦୁଇଟା  । ପଛେ ପଛେ ସେଇ ଅଭଦ୍ର ବୟସ୍କ ନେତା ଓ ଡ୍ରାଇଭର  ।

“ପାଟି ଜମା କରନା  । ସୁନା ପିଲା ପରିକା ଆମ କଥା ମାନିଲେ ପତକା ସହ ପଇସା ବି ମିଳିବ  । ନ ହେଲେ ଜୀବନରୁ ମାରିଦେବୁ  ।”

ମିନି ବୁଝଇପାରୁନଥିଲା କ’ଣ କରିବ  । ତଳେ ପକାଇ ତାକୁ ଲୋକ ଦୁଇଟା ମାଡିବସିଥିଲେ  । ଜଣେ ତା’ର ଦୁଇ ହାତ, ଅନ୍ୟ ଜଣଙ୍କ ତା        ଦୁଇଗୋଡ ଧରିଥିଲେ  । ଅସହାୟ ହୋଇ ମିନି ଉପରକୁ ଅନେଇଥିଲା  ।   ଜାଗାଟା ସେ ଚିହ୍ନି ପାରୁଥିଲା  । ଏଇଟା ତ କଲେକ୍ଟର ଅଫିସ୍  । ଛାତ ଉପରେ ବଡ ପତାକାଟା ତଳକୁ ଖସାହୋଇଛି  । ଅଗଷ୍ଟ ପନ୍ଦର ପାଇଁ ରଙ୍ଗୀନ୍ ପତକା ସବୁ ସୂତାରେ ବନ୍ଧା ହୋଇ ଝୁଲୁଛି  । ପବନରେ ଫଡ୍ ଫଡ୍ ହୋଇ ଉଡୁଥାନ୍ତି ପତକା ଗୁଡା  । ସେମାନେ ବି ବୋଧେ ମିନି ପରି ଭୟ ପାଇଯାଇଥା’ନ୍ତି  ।

ନେତା ଜଣଙ୍କ ପାଖକୁ ଆସିଲେ  । ମିନିର ଫ୍ରକ୍, ପ୍ୟାଣ୍ଟ ସବୁ କାଢି ଫିଙ୍ଗିଦେଲେ । ତା ଫୁଙ୍ଗୁଳା ଦେହରେ ହାତ ବୁଲାଉଥିଲେ  । ମିନିର ଇଚ୍ଛା  ହେଉଥିଲା ପାଦରେ ଧକ୍କା     ମାରି ଦୌଡି ପଳାଇବା ପାଇଁ; ସେଦିନ କନ୍ୟାଶ୍ରମରୁ ପଳାଇଲା ପରି  । ତା ଆଖିରୁ ଲୁହ ଶୁଖି ଯାଉଥିଲା  । ଭୋକିଲା କୁକୁର ପରି କୁଦି ପଡିଲା ସେ ଲୋକ ମିନି ଉପରେ  । ତା’ ପରେ ପାଳି କଲା ପରି ଅନ୍ୟମାନେ  । କଷ୍ଟରେ ମିନିର ଆଖି ବୁଜି ହୋଇଯାଇଥିଲା  । ନିଥର, ଦେହଟା ପଡିଥିଲା ସେଇ ମାଟି ଉପରେ  ।

“ଆବେ ଏ ଟୋକୀ ହାତରେ ଏଇଟା କ’ଣ? ବଡ ପତାକାଟା ନେଇଆସିଛି ଗାଡିରୁ  ।” ଜଣେ କହିଉଠିଲା  । “ଠିକ୍ ଅଛି  । ସେଇଟା ଘୋଡେଇ ଦିଅ ତା ଦେହ ଉପରେ  । ପତାକା ମାଗୁଥିଲା ପରା?” ହସି ହସି କହୁଥିଲେ ନେତାଜଣଙ୍କ  ।

“ଏ ପତାକାଗୁଡାକ ବଡ ହେଲେ ସିନା ପୁରା ଦେହକୁ ପାଆନ୍ତା  । ଉପର ଘୋଡାଇଲେ ତଳ ଫୁଙ୍ଗୁଳା, ତଳ ଘୋଡେଇଲେ ଉପର ଖୋଲା  ।” ଥଟ୍ଟା, ବ୍ୟଙ୍ଗ କରିବାକୁ ମଉକା ମିଳିଯାଇଥିଲା ଯେମିତି ସେମାନଙ୍କୁ । ହଠାତ୍ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିଲା  । ମିନି ଦେହରୁ ରକ୍ତସ୍ରାବ ହୋଇ ସେଇ ବର୍ଷା ପାଣିରେ ମିଶି ଭାସିଯାଉଥିଲା  । ଲୋକଗୁଡାକ ଗାଡିରେ ବସିଯାଇଥିଲେ  । ବିଜୁଳି ଆଲୁଅରେ ଚାରିଆଡେ ଝଲସି ଉଠୁଥିଲା  । ପ୍ରବଳ ବର୍ଷା ପବନରେ ପତକାଟା ମଧ୍ୟ ମିନି ଦେହରୁ ଉଡିଯାଇଥିଲା  । ତା ଫୁଙ୍ଗୁଳା ଦେହଟା ସେମିତି ପଡିଥିଲା ଅସହାୟଭାବେ  । ବିଜୁଳି ଆଲୁଅ ମଝିରେ ମଝିରେ ସର୍ଚ୍ଚଲାଇଟ୍ ପରି ତା ଦେହ ପରେ ଘୁରି ଆସୁଥିଲା  ।

“ଟୋକୀଟା ମରିଗଲା ବୋଧେ  ।

“କାଲି ଟି.ଭି. ନିଉଜ୍ ଦେଖିଲେ ଜଣାପଡିବ  ।” ଗାଡି ଷ୍ଟାର୍ଟକରି ଚାଲି ଯାଉଯାଉ କହିଲା ଜଣେ । ପବନର ଓ ବର୍ଷାର ବେଗ କ୍ରମାଗତ ବଢି ଚାଲିଥିଲା  । କେତେ ସମୟ ପରେ ମିନିର ଚେତା ଆସିଲା  । ଦେହ ହାତ ତା’ର ଅବଶ ଲାଗୁଥାଏ  । ସେ ଜାଣି ପ।ରୁଥିଲା ତା ଉପରେ ବହିଯାଇଛି ଏକ ଅଦିନିଆ ଝଡ  । କଷ୍ଟେମଷ୍ଟେ ଉଠି ବସିଲା ସେ  । ଠିଆ ହେବାକୁ ବଳ ପାଉନଥିଲା  । କାଦୁଅ ପାଣିରେ ଘୁସୁରି ଘୁସୁରି କିଛି ଦୂରରେ ଥିବା ଏକ ତିନିଥାକିଆ ଗୋଲାକାର ସିମେଣ୍ଟ ପିଣ୍ଡି ଉପରକୁ ଉଠିଲା  । ସବା ଉପର ପିଣ୍ଡିରେ ପୋତା ହୋଇଥିବା ବଡ ଲୁହା ଖୁମ୍ବକୁ ଆଉଜି ବସିଲା ସେ । ଟିକିଏ ନିଃଶ୍ୱାସ ମାରିଲା । ଓଃ, ଦେହଟା ଯନ୍ତ୍ରଣାରେ ଫାଟି ପଡୁଛି । ମୁଣ୍ଡ ଟେକି ଉପରକୁ ଅନାଇଲା  । ଏଇ ଖୁଣ୍ଟରେ ପତକା ଉତ୍ତୋଳନ ହେବ? ବର୍ଷା ପବନରେ ସେଇ ଖୁଣ୍ଟ ଦେହରୁ ଅନ୍ୟଆଡକୁ ଟଣା ହୋଇଥିବା ଦଉଡିରେ ଲଗାହୋଇଥିବା ପତକା ମାଳ ସବୁ ପବନରେ ଛିଣ୍ଡି ଓହଳିଥା’ନ୍ତି  । ପୁଣି ବର୍ଷା ପବନ ଆରମ୍ଭ ହେଲା  । ପାଟି ମେଲାକରି ବର୍ଷା ପାଣି ପିଇ ମିନି ଆଖି ମୁଦି ବସିଥିଲା ସେଇଠି ଏକ ନିଶ୍ଚଳ ମୂର୍ତ୍ତି ପରି  । ଛିଣ୍ଡି ଯାଇଥିବା ପତାକା ମାଳସବୁ ପବନରେ ଉଡିଆସି ମିନି ଦେହରେ ଗୁଡାଇ ହୋଇଯାଉଥିଲା  । ପ୍ରତିଯୋଗିତା କଲାଭଳି ପତକା ମାଳସବୁ ମିନିର ଫୁଙ୍ଗୁଳା ଦେହକୁ ଆବୃତ କରିଦେଇଥିଲେ  । ତା ପତକା ଗୁଡା ଦେହଟା ଦିଶୁଥିଲା କେଉଁ ଏକ ଶହୀଦ ଭାରତୀୟ ସୈନ୍ୟର ଦେହ ପରି  । ଫର୍ଚ୍ଚା ହୋଇ ଆସୁଥିଲା  । ବର୍ଷା, ପବନ ସବୁ ଛାଡିଯାଇଥିଲା  । ତ୍ରିରଙ୍ଗାବେଷ୍ଟିତ ମିନିର ଦେହଟା ଦେଖିଲେ ଜଣାପଡୁନଥିଲା ସେ ମୃତ ନା ଜୀବିତ  । ମିନିର ଆଖି ଦୁଇଟା ଅର୍ଦ୍ଧନିମୀଳିତ ଥିଲା; ଠିକ୍ ଅଫିସ୍ ହତାରେ ଲାଗିଥିବା ଦୁଇଟା କ୍ଲୋଜ୍ ସର୍କିଟ୍ କ୍ୟାମେରା ଭଳି  । ଗତକାଲି ରାତି ଘଟଣାର ମୁକ ସାକ୍ଷୀ କେବଳ  । କିଛି ସମୟ ପରେ ଏ ଜାଗାଟା ଲୋକାରଣ୍ୟ ହୋଇଯିବ  । ମିଡିଆ, ପବ୍ଲିକଙ୍କ ଭିଡ ଜମିବ, ଫଟ ଉଠିବ, ହଙ୍ଗାମା ହେବ, ମୋର୍ଚ୍ଚା, ଶୋଭାଯାତ୍ରା ବାହାରିବ  । ପ୍ରକୃତ ଦୋଷୀ ଦଣ୍ଡ ପାଇବେ କି ନାହିଁ ଭଗବାନଙ୍କୁ ବି ଅଜଣା  । କିଛିଦିନ ପରେ ସମସ୍ତେ ଏ ଘଟଣା ଭୁଲିଯିବେ,

ଯେବେ ମିନି ପରି ଆଉ କେଉଁ ଝିଅ ଏମିତି ବର୍ବରତାର ଶିକାର ହେବ  । ଏଇଟା ତ ନିତିଦିନିଆ ଘଟଣା ହୋଇଗଲାଣି  । ମିନି ବଞ୍ଚିଛି ନା ମରିଯାଇଛି? ମିନି କ’ଣ ନିଜ ପାଇଁ ଏମିତି ମୋର୍ଚ୍ଚା, ଶୋଭାଯାତ୍ରା କଥା ଚିନ୍ତା କରୁଥିଲା?

ପ୍ଲାଷ୍ଟିକ ପତକା ଗୁଡାକ ପବନରେ ଫଡ୍ ଫଡ୍ ହୋଇ ଶବ୍ଦ କରି ଯେମିତି ଯେମିତି ପ୍ରଶ୍ନଟା ନିଜ ନିଜ ଭିତରେ ପଚରାଉଚୁରା ହେଉଥିଲେ, “ଯଦି ମିନି ବଞ୍ଚିଥିବ, ତେବେ ତା’ ଲୁଟିଯାଇଥିବା ଶୈଶବ, ଅପହୃତ ହୋଇଥିବା କୋମଳ ସ୍ୱପ୍ନ କ’ଣ ପୁଣି ଫେରି ଆସିବ?”

ଫ୍ଲାଟ୍ - ୧୦୩, ହୋରାଇଜନ୍ ଏନକ୍ଲେଭ୍, ମହାରାଣୀ ପେଟା, ବିଶାଖାପାଟଣା - ୫୩୦୦୦୨

ଫୋନ୍ - ୦୯୧୭୭୬୦୫୧୦୫

ସ୍ୱାଧୀନତା ଦିବସ ଜାତୀୟ ପତାକା

Rate the content


Originality
Flow
Language
Cover design

Comments

Post

Some text some message..