Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

ଫଏସଲା

ଫଏସଲା

2 mins
357



       : ଯାହା ହେଉ l ଭଗବାନଙ୍କ ଦୟାରୁ ତୁମେ ସବୁ ଜଞ୍ଜାଳରୁ ମୁକ୍ତ ଅଛ ବୋଲି ଯେତେବେଳେ ଯୁଆଡେ ଚାହୁଁଛ ଯାଇପାରୁଛ, ଯେମିତି ଚାହୁଁଛ ଖର୍ଚ୍ଚ କରିପାରୁଛ l ତୁମର ଅଭାବ କଣ ଯେ? ଏକଦମ୍ ସ୍ୱାଧୀନ l ନା ଲଗା ଅଛି ନା ପଘା ? ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି ପ୍ରୀତି ମୁହଁକୁ l କେତେ ସହଜରେ କହିଯାଉଛି କଥା ସବୁ l ଅଥଚ ଭୁଲି ଯାଉଛି ତା ନିଜର ଅସୁବିଧା ସବୁକୁ l ଭୁଲି ଯାଉଛି ଯେ ସେ ତା ସ୍ୱାମୀଙ୍କ ଅଜାଣତରେ ଆସିଛି ଆଶ୍ରମକୁ, ତା ହାତରେ ପଇସାଟେ ନାହିଁ ଆଶ୍ରମର ସର୍ବ ନିମ୍ନ ଖର୍ଚ୍ଚକୁ ତୁଲେଇବା ପାଇଁ , ତା ପୁଅର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ l ତାର ସବୁ ଖର୍ଚ୍ଚ ମୁଁ ହିଁ ବହନ କରେ l

ମୋର ପାରିବାରିକ ଜୀବନ ବହୁତ ସଙ୍ଘର୍ଷମୟ l ଆମ ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଯୋଗୁଁ ଆମେ ଦୁହେଁ ଗୋଟିଏ ଛାତ ତଳେ ରହିଲେ ମଧ୍ୟ ନିଜ ନିଜର ଅଲଗା ଦୁନିଆରେ ରହିଥାଉ l କିଏ କାହା କଥାରେ କେବେ ବି ମୁଣ୍ଡ ଖେଳାଉ ନାହିଁ l ମାନସିକ ଶାନ୍ତି ପାଇଁ ଅନେକ ସମୟରେ ମୁଁ ନିକଟସ୍ଥ ଆଶ୍ରମକୁ ଚାଲିଯାଏ ଓ କିଛି ନା କିଛି କାମରେ ନିଜକୁ ଡୁବେଇ ରଖେ l ଆମ ଭିତରେ ଯେତେ ମତ ପାର୍ଥକ୍ୟ ହେଲେ ବି ସେ ମୋତେ ମୋର ଆବଶ୍ୟକ ଅର୍ଥ ଦେବାରେ କେବେ ବି କୁଣ୍ଠା ବୋଧ କରି ନାହାନ୍ତି l ପ୍ରୀତିକୁ ଦେଖି ଦୁଃଖ ଲାଗେ l ସିଏ ଅନେକ ସମୟରେ କହେ ତା ଦୁଃଖ ସବୁ l ସେ ଦିନ ତା ପୁଅ ବହିଟେ ଧରିଲା କିଣିବା ପାଇଁ l ପ୍ରୀତି ବି ଚାହୁଁଥିଲା କିଛି ଆଧ୍ୟାତ୍ମିକ ବହି ନେବା ପାଇଁ l ଅଥଚ ପଇସା ନ ଥିବାର ଗ୍ଲାନି ତା ମୁହଁରେ l ମୁଁ କିଛି ପଇସା ଧରେଇଦେଲି ତା ହାତରେ l ଆଉ ତା ପରେ ପରେ ତାର ଏହି ସବୁ ବଚନିକା l ସେହି ଦିନ ଠାରୁ ମୁଁ ସ୍ଥିର କରିଥିଲି ଏ ଭଳିଆ ଖର୍ଚ୍ଚ ଆଉ କେବେ ନ କରିବା ପାଇଁ l



Rate this content
Log in