Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଯୌତୁକ
ଯୌତୁକ
★★★★★

© Laxman Kumar Behera

Inspirational Tragedy

4 Minutes   6.9K    12


Content Ranking

ଏ ରୋଜି ଶୁଣ ତ । କହ ? ଆଜି ମୋତେ ଜଣେ ମୋବାଇଲ୍ ଗୋଟେ ଉପହାର ସ୍ଵରୂପ ଦେଇଛନ୍ତି । କିଏ ଦେଲା, କହ ? ଆଗରୁ ମୋର ଛବିଟିଏ ପେନସିଲ୍ ରେ ଆଙ୍କି ସେ ମୋତେ ଦେଇଥିଲେ । ସତରେ ସେ ମୋତେ ପ୍ରଚୁର ଭଲ ପାଆନ୍ତି । ମୋତେ ବିବାହ କରିବେ ବୋଲି କହିଛନ୍ତି । ତାଙ୍କ ବାପା ମାଆଙ୍କୁ ଆସନ୍ତା କାଲି ଆମ ଘରକୁ ପଠାଇବେ । ମୁଁ ଆଜି ବହୁତ ଖୁସି ରୋଜି ।

ସବୁ କଥା ତକ ଶୁଣି ସାରିବା ପରେ ରୋଜି କହିଲା ହଁ ଆମ ଗାଁଆର ରାଜୁ ବି ଗତ ବର୍ଷ ଏମିତି ମୋତେ ଉପହାର ଦେଉଥିଲା । ପ୍ରଥମେ ପ୍ରଥମେ ଭଲ କଥାବାର୍ତ୍ତା କଲା । ଉପହାର ସ୍ବରୂପ ସବୁକିଛି ଦେଲା । ଆଉ ପରେ .... । ମୁଁ ସେଦିନ ଯେମିତି ଖୁସିରେ ଫାଟି ପଡୁଥିଲି ତୁ ବି ଆଜି ଠିକ୍ ସେମିତି ଖୁସିରେ ଫାଟି ପଡୁଛୁ । ଛି ଛି, ତୁ ପିଲା ମାନଙ୍କୁ ଜାଣିନୁ ସିନା ମୁଁ ଠିକ୍ ଚିହ୍ନିଛି । ସେମାନେ ପ୍ରଥମେ ଦେବାର ଅଭିନୟ କରିବେ ଆଉ ପରେ ଏମିତି ଲୁଟି ନେବେ ଯେ' ତୁ କାହାକୁ ବି ମୁହଁ ଦେଖାଇ ପାରିବୁ ନାହିଁ । ବୁଝି ପାରିଲୁ ତ, ମୁଁ ଯାହା କହିଲି ।

ସଜାଗ ରହିବୁ ନହେଲେ ପସ୍ତେଇବୁ । ମୃଦୁ ପାନୀୟ କେବେ ପିଲାଙ୍କ ଠାରୁ ପିଇବୁ ନାହିଁ । ପାଣିରେ ନିଶା ଔଷଧ ପକାଇ ତତେ ପିଆଇ ଦେଇ ଏମିତି ଲୁଟିବେ ଯେ' କେବେବି ନିଜକୁ କ୍ଷମା କରି ପାରିବୁ ନାହିଁ । ଯେମିତି ଆଜି ମୁଁ ନା କାହାକୁ ପାଟି ଖୋଲି କହିପାରୁଛି ନା ସହିପାରୁଛି କେବଳ ଲୁହ ହିଁ ପୋଛୁଛି । ଲୁହ ପୋଛିବା ଅଭ୍ୟାସ ହେଇ ଗଲାଣି ମୋର ।

ଜ୍ୟୋତି ସେଦିନ ଭୂପେନ୍ ର ପ୍ରେମରେ ଏମିତି ଅନ୍ଧୁଣୀ ହେଇ ଯାଇଥିଲା ଯେ' ଭୂପେନ୍ ର ବିରୁଦ୍ଧରେ ଆଉ ରୋଜିର କୌଣସି ବି କଥା ସେ ଶୁଣିବା ପାଇଁ ପ୍ରସ୍ତୁତ ନଥିଲା । ରୋଜିର କଥାକୁ ସେଦିନ ଯଦି ଜ୍ୟୋତି ଭଲ ଭାବରେ ଶୁଣିଥାନ୍ତା ଆଜି ସେ ପ୍ରତାରଣାର ଶୀକାର ହୋଇ ଏଣେ ତେଣେ ପାଗଳି ପରି ବୁଲୁ ନ ଥାନ୍ତା ।

ବର୍ଷେ ପରେ ରୋଜି ସମ୍ବଲପୁରର ଧନୁପାଲିରେ ହଠାତ୍ ଜ୍ୟୋତିକୁ ଦେଖି ଚମକି ପଡିଛି । ଜ୍ୟୋତି ଖୁବ୍ ଖୁସିରେ ଗଦ୍ ଗଦ୍ ହେଇ ରୋଜିକୁ କୁଣ୍ଢାଇ ପକାଇଛି । ଦୁହେଁ ପରସ୍ପରକୁ ଭେଟି ବହୁତ ଖୁସି । ଦୁଇ ଜଣଙ୍କ ମଧୁର ମୁହୂର୍ତ୍ତରେ ସେଦିନ ସାରା ସହରଟା ସତେ ଯେମିତି ସ୍ଥିର ହୋଇ ଏଇ ଦୁଇ ଜଣଙ୍କର କଥା ହିଁ କେବଳ ଶୁଣୁଥିଲା । ତୁ ଭଲରେ ଅଛୁ ତ, ବହୁତ ଦିନ ପରେ ତତେ ଦେଖିଲି ବୋଲି ପ୍ରଶ୍ନ କରିଛି ରୋଜି ।

ଟିକିଏ ଗମ୍ଭୀର ରହି ..... ତୁ ମୋତେ ସେଦିନ ଠିକ୍ କହୁଥିଲୁ ରୋଜି । ପିଲାମାନେ ସତରେ ଧୋପାବାଜ୍ । ମୋତେ ବିବାହର କଥା ଦେଇ, ଭଲ ପାଇବାର ମିଛ ଅଭିନୟ କରି ସେ ଗତ ବର୍ଷ ଗୋଟେ ଝିଅ ସହ ଧରିପଳା ପଳାଇଲା । ସହର ସାରା ତା'ର ଚର୍ଚ୍ଚା ମାସେ ତମାମ୍ ଚାଲିଲା । ମୋ ସହିତ ଯେଉଁ ବିଶ୍ଵାସଘାତକତା କାର୍ଯ୍ୟ କରିଛି ବଞ୍ଚିଥିବା ଯାଏଁ ତା'କୁ ମୁଁ କେବେବି କ୍ଷମା କରିବି ନାହିଁ ।

ଆଜି ମୁଁ ମୋର ଅତୀତକୁ ଭୁଲିବାକୁ ଚେଷ୍ଟା କରୁଛି, ଆଉ ତୁ କେଉଁଠାରେ ବିବାହ କଲୁ ରୋଜି । ତୋ କଥା କିଛି କହ ! ଭଲ ତ ସବୁ ।

ଟିକିଏ ଅଟକି ..... ରୋଜି କହିଲା, ଆମ ଘରର ପରିସ୍ଥିତି ଭଲ ନାହିଁ । ବହୁତ କଷ୍ଟରେ ମୋତେ ମୋ ବାପା ମାଆ ପାଠ ପଢାଇଲେ । ହେଲେ, ବିବାହ ପାଇଁ ଅର୍ଥ ଯୋଗାଡ କରି ପାରିଲେ ନାହିଁ । ଯିଏ ବି ମୋତେ ଦେଖିବାକୁ ଆସିଲେ ସମସ୍ତେ ଯୌତୁକ ମାଗିଲେ । ମୋ କଥା ଭାବି ଭାବି ମୋ ବାପା ଚାଲିଗଲେ । ରୋଗିଣା ମାଆ ମୋର । ଏତେ ଅର୍ଥାଭାବରେ କେମିତି ବାହା ହେଇଥାଆନ୍ତି କହ ତ ! ସେଇ ଦିନଠାରୁ ମୁଁ ସ୍ଥିର କଲି ଧରିପଳା ପଛେ ଯିବି ହେଲେ ଯୌତୁକ ମାଗୁଥିବା ପିଲାକୁ କେବେ ବିବାହ କରିବି ନାହିଁ । ତେଣୁ, ମୁଁ ଗୋଟେ ପିଲା ସହିତ ଧରିପଳା ପଳାଇଲି । ଗତ ବର୍ଷ । ଯାହାକୁ ତୁ ଭଲ ଭାବରେ ଜାଣୁ ଜ୍ୟୋତି । ମୋତେ କ୍ଷମା କରି ଦେବୁ । କ'ଣ କହୁଛୁ ? ତୁ କାହିଁକି କ୍ଷମା ମାଗୁଛୁ ? ତୋ ବର କାହିଁ ? ସେଇଠି ଅଛନ୍ତି । ସେ କପଡା ଦୋକାନରେ । ଚାଲ୍ ଚାଲ୍ ମୁଁ ଦେଖିଥାଏ ହେଲେ । ରୋଜି, ଜ୍ୟୋତି ହାତକୁ ପଛକୁ ଟାଣି ନେଇ .... ନାଇଁ ମ ଥାଉ । ତୁ ଆଉ କେଉଁ ଦିନ ଦେଖିନେବୁ ।

ସେଦିନ ରୋଜି, ଜ୍ୟୋତିକୁ ତା' ସ୍ଵାମୀଙ୍କୁ ନ ଦେଖିବା ପାଇଁ ଅନେକ ନେହୁରା ହେଇଥିଲା । ହେଲେ ଜ୍ୟୋତି ତା'ର କୌଣସି କଥା ଶୁଣିଲା ନାହିଁ । ଯେତେବେଳେ ଜ୍ୟୋତି ରୋଜିର ବରକୁ ଦେଖିଛି ସେ ତା'ର ରାଗକୁ ଆଉ ସମ୍ଭାଳି ପାରିଲା ନାହିଁ । ଗୋଡ ତଳୁ ଚପଲ ଉଠାଇ ରୋଜିର ଗାଲରେ ଜୋର୍ ସେ ଠୋ ଠୋ କରି ଦୁଇ ଥର ସେକି କହିଲା ମୋ ଭଲ ପାଇବାକୁ ତୁ ଛଡାଇ ନେଇ ମୋତେ ଯନ୍ତ୍ରଣା ସାଗରେ ଡୁବାଇ ଦେଲୁ । ଛି, ତତେ ସାଙ୍ଗ କହିବାକୁ ଆଜି ମୋ ଜିଭ ଥରୁଛି । ନିଜର ସ୍ବାର୍ଥ ପାଇଁ ନିଜ ବାନ୍ଧବୀର ଖୁସିକୁ ତୁ ଛଡାଇ ନେଇ ପାରୁ । ବହୁତ୍ ଜୋର୍ ରେ କାନ୍ଦି କାନ୍ଦି କହିଲା ତୁ ତ ସବୁ ଜାଣିଥିଲୁ ରୋଜି । ଏମିତି କେମିତି କଲୁ । କହ ! ଏତେ ତଳକୁ ତୁ ଖସି ଯାଇପାରିଲୁ । ଦୂରରେ ଥାଇ ଏସବୁ ଭୂପେନ୍ ନିରବରେ ଦେଖୁଥିଲା ।

ଜ୍ୟୋତିର ରାଗ ଦେଖି ଭୁପେନ୍ ସେଦିନ କଦଳି ପତ୍ର ଭଳି ଥରୁଥାଏ । ତଥାପି ମନରେ ସାହସ ସଞ୍ଚୟ କରି ଦୁଇ ଜଣଙ୍କ ପାଖକୁ ଆସି ଏମିତି କାର୍ଯ୍ୟ ସେ କ'ଣ ପାଇଁ କଲା ସେସବୁ କଥା ଜ୍ୟୋତିକୁ ଗୋଟି ଗୋଟି କରି କହିଲା । ଯେଉଁ କଥା କି ସେ କେବେବି ତା'ର ସ୍ତ୍ରୀ ରୋଜିକୁ କହି ନଥିଲା ।

ଶୁଣ ଜ୍ୟୋତି ରୋଜି... ଆଉ ମୋ ମାଆ ଦୁଇ ସାଙ୍ଗ । ମୋ ମାଆ ରୋଜିକୁ ବୋହୂ କରିବା ପାଇଁ ମନ୍ଦିରରେ ଶପଥ କରିଥିଲା । ମୁଁ ସେବେ ଛୋଟ ଥିଲି । କିନ୍ତୁ କେବେ ଜାଣି ନଥିଲି ଯେ' ଯେଉଁ ରୋଜି କଥା ମୋ ମାଆ ମୋତେ ସବୁଦିନେ କହେ ସିଏ ଏଇ ରୋଜି ବୋଲି । ତମେ ବିଶ୍ଵାସ କର । ମୋ ମାଆଙ୍କ ରାଣ ନେଇ କହୁଛି । ଆମେ ବହୁତ ଗରିବ ଜ୍ୟୋତି । ବିବାହ ପାଇଁ ମୁଁ ଅର୍ଥ ଯୋଗାଡ କରି ପାରି ନଥିଲି, ତେଣୁ; ଆମେ ଦୁହେଁ ଧରିପଳା ଯାଇ ପୋଲିସ୍ ଥାନାରେ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ପରସ୍ପରକୁ ବରଣମାଳା ଦେଇ ସୁଖଦୁଃଖର ସାଥି ହେଲୁ । ଆମର ଭୁଲ୍ କ'ଣ, ତମେ କୁହ ? ତମେ ତ ସମ୍ଭ୍ରାନ୍ତ ପରିବାରର । ତମର ତ ଅର୍ଥର ଅଭାବ ନାହିଁ । ଭଲ ପାତ୍ର ଦେଖି ବିବାହ କରିନେବ ଜ୍ୟୋତି, ମୋ ରାଣ .... ।

ଜ୍ୟୋତି ସେଦିନ ଭୂପେନ୍ ର ସମସ୍ତ କଥାକୁ ଏକ ଲୟରେ ଶୁଣୁଥାଏ ସିନା ହେଲେ ତା'ର ଆଖିର ଲୁହ ଆଉ କୋହକୁ ଜମାରୁ ସମ୍ଭାଳି ପାରୁ ନଥାଏ ।

ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର ,ଦଣ୍ଡାସିଂହା, ବାରକୋଟ ,ଦେବଗଡ (ଓଡିଶା)

ରୋଜି ଭୂପେନ୍ ଜ୍ୟୋତି

Rate the content


Originality
Flow
Language
Cover design

Comments

Post

Some text some message..