Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାର ଆପଣଙ୍କ ମୁଣ୍ଡ
ସାର ଆପଣଙ୍କ ମୁଣ୍ଡ
★★★★★

© Kamal Kumar Dash

Comedy

2 Minutes   7.3K    12


Content Ranking

ବେଶି ଦିନ ତଳର କଥା ନୁହେଁ । ଆମ ଭାଇନା ଟିକେ ଗପୁଡି , ଏଇ ରିଟାୟାର୍ଡ ହେଲା ପରେ ଗପର ମାତ୍ରା ଟିକେ ବିଧି ଯାଇଛି ,କାରଣ ସକାଳୁ ଅଫିସ ନାହିଁ କି ଘରେ କରିବାକୁ କିଛି କାମ ନାହିଁ । ଟିଭି ଦେଖି ପେପର୍ ପଢି ସମୟ କଟୁଛି । ଘରକୁ କିଏ ଆସିଲେ ନାନୀ ଭାଇନା ଭାରି ଖୁସି ।ପିଲା ମାନେ ବାହାରେ ଘରେ ଖାଲି ଲୋକ ଦି ଜଣ , ନାନି ଓ ଭାଇନା । ହଁ ଘରେ ୨ଟା କୁକୁର , ୧୦ଟା ଚଢେଇ ଓ ଆକ୍ବାରିୟମ ଅଛି । ଘର ଆଗରେ ନାନୀର ସୁନ୍ଦର ଫୁଲ ବଗିଚା । ଯୁଆଡେ ବୁଲିବାକୁ ଗଲେ ଫୁଲ ଗଛ ଦି ତିନିଟା ସେ ଆଣିକି ଆସେ ।ନାନୀର କାମ ହେଲା କୁକୁର ,ମାଛ , ଚଢେଇଙ୍କ କଥା ବୁଝିବା ଓ ବଗିଚା କାମ । ଭାଇନା ଏଥିରେ ମୁଣ୍ଡ ଖେଳାନ୍ତିନି । କ୍ରିକେଟ ଖେଳ ହେଲେ ଭାଇନା ଭାରି ଖୁସି । ସ୍ୱାକାହୂ ଗାଧୋଇ ପୂଜା ସାରି ଟିଭି ଆଗରେ , ଟିଫିନ ଠାରୁ ଡିନର ଯାଏଁ ଟିଭି ପାଖରେ , ନାନୀ ଚିଡ଼ିଲେ ବ୍ରେକ ସମୟରେ ପାଖ ବଜାର ଯାଇ କଣ ଆଣି ଜଲ୍ଦି ଫେରି ଆସନ୍ତି ଘରକୁ ।

ଦିନେ ନାନୀ ଭାଇନାଙ୍କୁ ବଜାରରୁ ପରିବା ଓ ମାଛ ଆଣିବାକୁ କହିଲା । ଟିଫିନ ଖାଇ ବ୍ୟାଗ ଧରି ସେ ଘରୁ ବାହାରିଗଲେ । ପରିବା ବଜାରରେ ସାଙ୍ଗ ମିଳିଗଲେ ଗପୁ ଗପୁ ୨ ଘଣ୍ଟା କୁଆଡେ ଚାଲିଗଲା ଜଣା ପଡ଼ିଲାଣି ।ହଠାତ ନାନୀର ମାଛ କଥା ମନେ ପଡିଲା ।ଜଲ୍ଦି ମାଛ ବଜାରକୁ ଗଲେ ଓ ସନାକୁ ମାଛ କାଟିବାକୁ କହି ପାଖ ପାନ ଦୋକାନକୁ ଗଲେ ପାନ ଖାଇ । ସନା ମାଛ କାଟି ରଖିଥିଲା ତାକୁ ଧରି ସିଧା ଘରେ ।ହେଲେ ସେତେବେଳକୁ ସମୟ ୨ଟା ହେଲାଣି , ଘରେ ନାନୀ ରାଗିକି ପଞ୍ଚମ । ଭାଇନାଙ୍କୁ ପଚାରିଲା ଏତେଡ଼େରି କାହିଁକି , କ’ଣ ମାଛ ମାରିବାକୁ ନଈକୁ ଯାଇଥିଲା ନ କଣ ? ଭାଇନା କହିଲେ ସରି ସେ ବଜାରରେ ଦାସ ବାବୁ ଦେଖା ହୋଇଗଲେ ଅନେକ ଦିନ ପରେ ଟିକେ ବସି ଗପୁଥିଲୁ। ନାନୀ ମାଛ ଧୋଇବାକୁ ବାହାର କଲା ଦେଖିଲା ମୁଣ୍ଡଟା ନାହିଁ । ଫୁଣି ରାଗରେ ଚିଲେଇଲା , ଆରେ ବାବୁ ଟିକେ ଦେଖିକି ମାଛଟା ଆଣ ? କାରଣ ମାଛ ମୁଣ୍ଡଟା ତାକୁ ଭାରି ଭଲ ଲାଗେ । ଭାଇନା ବାହାରିଲେ ବଜାର । ସନା ଉପରେ ରାଗିକି ତାକୁ କହିଲେ ଆରେ ସନା ତୋ କଣ ଗଞ୍ଜେଇ ଟିକେ ଅଧିକା ହୋଇଯାଇଚିନା କଣ ? ସନା ଠିକ ବୁଝି ଗଲା କହିଲା ସରି ସାର ଆପଣଙ୍କ ମୁଣ୍ଡଟା ଭୁଲରେ ରହିଗଲା ଏଠି ।ପାଖରେ ଠିଆ ହୋଇଥିବା ଲୋକ ହସି ଉଠିଲେ । ଭାଇନା ରାଗିକି କହିଲେ ସନା ସେଇଟା ମାଛର ମୁଣ୍ଡ ମୋର ନୁହେଁ । ସନା ହିସିକି କହିଲା ମାଛଟା ବି ତ ଆପଣଙ୍କର ସାର । ଆରେ ଜଲ୍ଦି ଦେ ଆଉ ମୋ ମୁଣ୍ଡ ଖାଆନି । ମୁଣ୍ଡ ଧରି ଘରେ ପହଁଚିଲା ବେଳକୁ ୩ଟା । ଘରେ ପହଁଚି ନାନୀକୁ ମାଛ ମୁଣ୍ଡ ଦେଲା ବେଳେ ଭାଇନା ସନା କଥା ତାକୁ କହିଲେ , ରାଗରେ ବି ନାନୀ ହସି ପକାଇଲା ଓ କହିଲା ଯାଅ ଜଲ୍ଦି ଗାଧୋଇକି ଆସ ଖାଇବା ।

ଭାଇନା ଖୁସି ନାନୀ

Rate the content


Originality
Flow
Language
Cover design

Comments

Post

Some text some message..