Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପରିଚୟ

ପରିଚୟ

2 mins
7.2K


{୧}

ବନ୍ଧୁମାନେ ବାନ୍ଧବୀ ବଢାଇବା , ବାନ୍ଧବୀଙ୍କ ବନ୍ଧୁ ବଢିବାରେ , କିଛି ଅସ୍ୱାଭାବିକତା ନାହିଁ । ନିଜ ଫେସ୍ ଦେଖାଇ ବନ୍ଧୁ ବୁକ୍ କରିବାର ମାଧ୍ୟମ 'ଫେସବୁକ୍' !

{୨}

ଦୀର୍ଘଦିନ ବଂଧୁତା ପରେ ବି , ସ୍ୱଚକ୍ଷୁରେ ଦର୍ଶନ କରିନଥିବା ଜଣେ ବାନ୍ଧବୀଙ୍କୁ ପଚାରିଲି -

- ଆଛା! ଆମେ ପ୍ରତ୍ୟହ କିଛିନାକିଛି ଅନ୍ତରଙ୍ଗ ଚର୍ଚ୍ଚା କରୁଛନ୍ତି । ଆମେ ସୁବନ୍ଧୁ । ସଚେତନ ଓ ହିତାଙ୍କାକ୍ଷୀ ବି । ପରସ୍ପର ଢେର୍ ଅବଗତ ହୋଇସାରିଲେଣି । ତଥାପି ଗୋଟେ ପ୍ରଶ୍ନରେ ମୁଁ ଆନ୍ଦୋଳିତ ହୁଏ । ପଚାରି ପାରିବି ??

- ଏଣେ ସୁବନ୍ଧୁ , ତେଣେ ସଂକୋଚ ??

- ଆଛାହେଉ ! ତୁମ ପ୍ରୋଫାଇଲରେ , ନିଜ ପରିବାର ସଦସ୍ୟଙ୍କୁ କାହିଁ ସାମିଲ୍ କରନି ??

- ଓଃ! ହି ହି । ମୋ' ପ୍ରିୟ ପୁରୁଷ ବନ୍ଧୁ ! ଭୂଲିଯାଉଛ ମୁଁ ଜଣେ ସାମାଜିକ ନାରୀ ବୋଲି ?

- ନାରୀ ହେଲେ ?

- ନାରୀ ହେଲେ ଭାରି !

- ମାନେ ?

- ମୋର ଦୁଇଟି ଏଫବି ଏକାଉଣ୍ଟ୍ । ଗୋଟେ ବ୍ୟକ୍ତିଗତ , ଆରଟା ଅନିଚ୍ଛୁକତା ।

- ସରଳ କର । ମୁଣ୍ଡକୁ ପଶୁନି ।

- ପଶିବନି ! ଆରଜନ୍ମରେ ନାରୀ ହୁଅ ! ଜାଣିବ ବଳେ ।

ଫୋନ୍ କାଟିଦେଲେ ସେ ।

{୩}

ସଂଧ୍ୟାରେ ମୋବାଇଲ୍ ଇନବକ୍ସରେ ମେସେଜ୍ ଟିଏ ପାଇଲି ।

" ଜାଣନ୍ତି ! ମୁଁ ହେଲି ମିଶ୍ର । କେଉଁଏକ ଅଲିଖିତ ରାଜିନାମାରେ , ବିବାହ ପରେ ମୋତେ ସାଙ୍ଗିଆ ବଦଳାଇ, ପଣ୍ଡା ହେବାକୁ ପଡିଲା । ତା'ସହ ବହୁକିଛି ବଦଳିବାକୁ ବି ପଡିଲା । ପଣ୍ଡା ଏକାଉଣ୍ଟ୍ ଟିଏ ବି କରିବାକୁ ହେଲା । କେହିକେହି ଅବଶ୍ୟ ମିଶ୍ରପଣ୍ଡା ପରି ବୁଦ୍ଧି ଟିଏ ଆପଣାଇଛନ୍ତି ।

ତେବେ , ନାରୀଟିର ସ୍ୱତନ୍ତ୍ର ପରିଚୟ କାଇଁ ନାହିଁ ?

ଆପଣ ଯେଉଁ ଏକାଉଣ୍ଟ୍ ରେ ବନ୍ଧୁ , ସେ ମୋ ସ୍ୱତନ୍ତ୍ର । ଯାହାକୁ ମୁଁ ବେଶି ଗୁରୁତ୍ବ ଦିଏ ।

ଘରକୋଣରେ ନାରୀକୁ ସାମାଜିକ ଆବଦ୍ଧ କରାଯାଇପାରେ , କିନ୍ତୁ ମନକୁ ଆବଦ୍ଧ କଲାପରି ସମାଜଟେ ତିଆରି ହୋଇଛି ନା ହେବ ???"

ମୁଁ ଭାବୁଥିଲି ୟେ'ତ ଭାରି ଗହନ କଥାରେ ବାବା !!!

@ ଅମୀୟ


Rate this content
Log in

Similar oriya story from Inspirational