Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

AMRITA PANI

Others

5.0  

AMRITA PANI

Others

ବଶୀକରଣ

ବଶୀକରଣ

2 mins
803



ଶାଶୁ ଘରକୁ ଯାଉ ଥିବା ମାନିର ପେଡ଼ି ପୁଟୁଳି ବାନ୍ଧୁ ବାନ୍ଧୁ ଲତା ଦେବୀ , ଉପଦେଶ ଦେଉଥାନ୍ତି ,ବୁଝିଲୁ ଝିଅ ଶାଶୁ ଘରେ ପଛେ ଆଉ ସମସ୍ତେ ସମସ୍ତେ ଚୁଲି କୁ ଯାନ୍ତୁ ପ୍ରଥମେ ଚେଷ୍ଟା କରିବୁ ,ସ୍ୱାମୀ କୁ କେମିତି ହାତ ମୁଠା ରେ ରଖିବୁ ,ଦେଖୁନୁ ,ତୋ ଡାଡି କେମିତି ମୋ କଥା ରେ ଉଠୁ ବସ ହୁଅନ୍ତି , ମୁଁ , ଆମ୍ବ ଗଛ ରେ ପଣସ ଫଳିଛି କହିଲେ ବି ମାନି ଯାନ୍ତି | ମାନି , କହିଲା ,ସତ କହିଲୁ ମମ୍ମି , ଟିକିଏ କହିବୁ କି ଏହାର ସିକ୍ରେଟ ଟା କଣ ? ଏକ ରହସ୍ୟମୟ ହସ ହସି ଲତା ଦେବୀ କହିଲେ , ଦେଖେ , ତୋ ଡାଡି ହାତ ରେ ଯୋଉ ଡେଉଁରିଆଟା ବନ୍ଧା ହେଇଛି , ବଶିକରଣ ତାବିଜ୍ ,ମତେ ମୋ ବୋଉ ଦେଇଥିଲା ଶାଶୁ ଘରକୁ ଗଲାବେଳେ , କହିଥିଲା ,ଜୋଇଁ ବାବୁ ଙ୍କୁ ଯେମିତି ହେଲେ ବି ବାନ୍ଧିଦେ ,ଦେଖିବୁ କେମିତି ମେଣ୍ଢା ହୋଇ ରହିବେ ତୋର ବାପାଙ୍କ ପରି | ଆଉ ସତ ରେ ବି ତ ତୁ ଦେଖୁଛୁ ନା ତୋ ଡାଡି ଙ୍କ ଆଚରଣ | ମୋ ବୋଉକୁ ବି ମୋ ଆଇ କାଳେ ଦେଇଥିଲା ସେଇ ପ୍ରକାର ର ତାବିଜ ଆମ କୌଳିକ ପଣ୍ଡିତ ଙ୍କ ଠାରୁ ଆଣି | ମହା ଚମତ୍କାରୀ ଅଟେ ଏଇ ତାବିଜ ଟି ଲୋ ଝିଅ | 

ଏଇ ନେ ତୋ ଲାଗି ବି ବନାଇ ଦେଇଛି ଆଉ ଗୋଟିଏ ତାବିଜ | କଳେ ବେଳେ କୌଶଳେ ମାନସ କୁ ପିନ୍ଧାଇଦେବୁ ,ନ ରାଜି ହେଲେ ବି ଟା ତକିଆ ତଳେ ରଖି ଦେବୁ ଲୁଚାଇକି |

ବାହାଘର କିଛି ମାସ ପରେ ଘରକୁ ଆସିଥିବା ଝିଅର ଶୁଖିଲା ମୁହଁ ଆଶ୍ଚର୍ଯ୍ୟ ଲତା ଦେବୀ |କିଲୋ କଣ ହେଇଛି କହୁନୁ ,ମାନସ ସହ ଝଗଡ଼ା ହେଇଛି କି , ତାବିଜ ଟା ଦେଇନୁ କି ? କାନ୍ଦ କାନ୍ଦ ସ୍ୱର ରେ କହିଲା , ମମ୍ମି ତାବିଜଟା ଦେଲି ,କହିଲି ତମର ଜାତକରେ ଶନି ରାହୁ କେତୁ ଭାରି ଅଛନ୍ତି ,ତେଣୁ ଆମ ଜାତକ ମେଳଣ କରିଥିବା ଜ୍ୟୋତିଷ ଦେଇଛନ୍ତି ଏ ତାବିଜ ଟା| କିନ୍ତୁ କିଛି କାମ ଦେଉନି |ମାନସ ଭୀଷଣ ମାତୃଭକ୍ତ , ତାଙ୍କ ମା କଥା ହେଉଛି ତାଙ୍କ ଲାଗି ବେଦର ଗାର | ସିଏ ମତେ ବାହାଘର ପ୍ରଥମ ଦିନ ହିଁ କହିଦେଲେ ଯେ ଯେହେତୁ ,ପିଲା ଦିନ ରୁ ତାଙ୍କ ର ବାପା ଚାଲିଯାଇଥିଲେ , ବହୁତ କଷ୍ଟ ରେ ମଣିଷ କରିଛନ୍ତି ତାଙ୍କ ମା|ତେଣୁ , ତାଙ୍କ ମା ର ଯେମିତି ଟିକିଏ ବି ଅବହେଳା ନହୁଏ | ଅବଶ୍ୟ ସିଏ ମତେ ଅବହେଳା କେବେ କରନ୍ତିନି ଯେ | ଏହି ସମୟରେ ମାନସ ପହଁଚିଲେ | ଓଳଗି ହେଉ ହେଉ କହିଲେ ,ମମ୍ମି ବୋଉ ଏକୁଟିଆ ଭାରି ହଇରାଣ ହେଉଛି , ତେଣୁ ,ଆମେ କାଲି ଫେରି ଯିବୁ ବୋଲି ସ୍ଥିର କରିଛି | ମାନି ଏଠି ବସି ରହିଲ କାହିଁକି , ଯାଅ ,ପାକିଙ୍ଗ ଆରମ୍ଭ କର ,ଏକ ପ୍ରକାର ଆଦେଶ ଦେଲା ମାନସ | ମୁକ ପାଲଟି ଯାଇଥିବା ଲତା ଦେବୀ ଆଡ଼େ ଅନାଇ ସତେ ଯେପରି ଆଖି ମିଟିକା ମାରି ହସୁଥିଲା ମାନସ ବେକରେ ଝୁଲୁ ଥିବା ବଶୀକରଣ ତାବିଜଟି | 

© ଡଃ ଅମ୍ରିତା ପାଣି

Copyright : Dr.Amrita Pani


Rate this content
Log in