Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସିଏ
ସିଏ
★★★★★

© Rasmi Rekha Tripathy

Inspirational Abstract

1 Minutes   6.9K    8


Content Ranking


       ମୋ ଅଜା ବହୁତ ମଜା କରନ୍ତି l ଥଟ୍ଟା ମଜା କରି ପରିବେଶକୁ ଜମେଇ ରଖନ୍ତି l ବହୁତ ଦିନ ପରେ ନାନୀ ଆସିଥିଲା, ତା ପାଞ୍ଚ ବର୍ଷର ପୁଅ ଓମକୁ ନେଇ l ଭାଇନା (ଭିଣେଇ) ଆସି ନ ଥିଲେ l ଆମ ଓଡିଆ ଘରର ଚଳଣି ମୁତାବକ ନାନୀ ଭାଇନାଙ୍କ ବିଷୟରେ କିଛି କହିଲେ “ସିଏ” ଶବ୍ଦଟି ବ୍ୟବହାର କରେ l

       : ଆଲୋ ମାଆ! ସେ ସିଏଟି କିଏ କି ? ଅଜା ଥଟ୍ଟା କରି ନାନୀକୁ ପଚାରିଲେ l

       : ବଡ ଅଜା ! ତୁମେ ଏତିକି ଜାଣିନା? ଯେମିତି ଆଇର “ସିଏ” ହେଲ ତୁମେ, ମାଇଁଙ୍କର “ସିଏ” ହେଲେ ମାମୁଁ, ମାଉଷୀଙ୍କ “ସିଏ” ହେଲେ ମଉଷା l ସେମିତି ମମ୍ମିର “ସିଏ” ହେଲେ ବାବା l ମୋ ନାନୀ କିଛି କହିବା ପୂର୍ବରୁ ତା ପୁଅର ବୁଦ୍ଧିଦୀପ୍ତ ଉତ୍ତର ଥିଲା ଅଜାଙ୍କ ପ୍ରତି l

ଅଜା ଓମ “ସିଏ”

Rate the content


Originality
Flow
Language
Cover design

Comments

Post

Some text some message..