ସିଏ
ସିଏ
ମୋ ଅଜା ବହୁତ ମଜା କରନ୍ତି l ଥଟ୍ଟା ମଜା କରି ପରିବେଶକୁ ଜମେଇ ରଖନ୍ତି l ବହୁତ ଦିନ ପରେ ନାନୀ ଆସିଥିଲା, ତା ପାଞ୍ଚ ବର୍ଷର ପୁଅ ଓମକୁ ନେଇ l ଭାଇନା (ଭିଣେଇ) ଆସି ନ ଥିଲେ l ଆମ ଓଡିଆ ଘରର ଚଳଣି ମୁତାବକ ନାନୀ ଭାଇନାଙ୍କ ବିଷୟରେ କିଛି କହିଲେ “ସିଏ” ଶବ୍ଦଟି ବ୍ୟବହାର କରେ l
: ଆଲୋ ମାଆ! ସେ ସିଏଟି କିଏ କି ? ଅଜା ଥଟ୍ଟା କରି ନାନୀକୁ ପଚାରିଲେ l
: ବଡ ଅଜା ! ତୁମେ ଏତିକି ଜାଣିନା? ଯେମିତି ଆଇର “ସିଏ” ହେଲ ତୁମେ, ମାଇଁଙ୍କର “ସିଏ” ହେଲେ ମାମୁଁ, ମାଉଷୀଙ୍କ “ସିଏ” ହେଲେ ମଉଷା l ସେମିତି ମମ୍ମିର “ସିଏ” ହେଲେ ବାବା l ମୋ ନାନୀ କିଛି କହିବା ପୂର୍ବରୁ ତା ପୁଅର ବୁଦ୍ଧିଦୀପ୍ତ ଉତ୍ତର ଥିଲା ଅଜାଙ୍କ ପ୍ରତି l