Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

ଜହ୍ନମାମୁଁ -189

ଜହ୍ନମାମୁଁ -189

2 mins
7.3K


ଶାପ ମୁକ୍ତି -୩

କିଛିଦିନ ପରେ ସେ ଦେଶରେ କବି ପଣ୍ଡିତଙ୍କୁ ଆଉ କେହିବି ଶ୍ରଦ୍ଧାସମ୍ମାନ ଦେଖାଉ ନଥା’ନ୍ତି । କ୍ରମେ ସେମାନଙ୍କ ପାଇଁ ଏହା ଏକ ସମସ୍ୟା ହୋଇ ଉଠିଲା । ସେମାନେ ଏକାଠି ହୋଇ ମୁନି ନିର୍ବାସଙ୍କ ପାଖକୁ ଯାଇ ନିଜର ସମସ୍ୟା ସମାଧାନ ପାଇଁ ନିବେଦନ କରିବେ ବୋଲି ସ୍ଥିର କଲେ ।

କିନ୍ତୁ ଆଉ କେତେକ ମତ ଦେଲେ ଯେ ମୁନି ତ ବହୁତ କ୍ରୋଧୀ, ଯଦି ଅଭିଶାପ ଦେବେ ତେବେ ତ ଜାଣ କଥା ଶେଷ । ଅନ୍ୟ କେତେଜଣ କହିଲେ, “ଯଦି ବାଜେ ଗ୍ରନ୍ଥ ସବୁ ପୁରସ୍କାର ପାଉଛି; ଆମେ ନାଚାର ହୋଇ ବସି ରହିଛୁ, ତା’ ଅପେକ୍ଷା ନିର୍ବାସଙ୍କ ଅଭିଶାପ ପାଇବା ଯଥେଷ୍ଟ ଭଲ ।”

ଶେଷକୁ ସେ ମନ୍ତ୍ରୀ ସୁକାମଙ୍କ ଲିଖିତ ଗ୍ରନ୍ଥଟି ଧରି ମୁନି ନିର୍ବାସଙ୍କ ଆଶ୍ରମକୁ ଚାଲିଲେ । ନିର୍ବାସ ସେତେବେଳେ ସମାଧିରେ ମଗ୍ନ ଥିଲେ । ଏମାନେ ସବୁ ଯାଇ ସେଠି ପହଁଚିବାରୁ ତାଙ୍କର ଧ୍ୟାନ ଭାଙ୍ଗିଗଲା । କିନ୍ତୁ ସେ ଯମାରୁ ରାଗିଲେ ନାହିଁ । ବରଂ ସେ ଜାଣିପାରିଲେ ଏମାନେ ଏଠାକୁ କାହିଁକି ଆସିଛନ୍ତି । ସେ ସୁକାମଙ୍କ ଲିଖିତ ଗ୍ରନ୍ଥଟି ହାତରେ ଧରିଲେ ଓ ନିଜ ଦିବ୍ୟଦୃଷ୍ଟି ବଳରେ ଜାଣିଗଲେ କି ତାହାର ବିଷୟବସ୍ତୁ କ’ଣ । ସେ କହିଲେ, “ହେ ମହାନ୍ ପଣ୍ଡିତଗଣ, ତୁମେମାନେ ଏଠାକୁ ଆସିବାରୁ ମୋର ପୁରୁଣା ସନ୍ଦେହ ଦୂର ହେଲା । ମୁଁ ବହୁତ ଚେଷ୍ଟା କଲେ ମଧ୍ୟ ଆଜିପର୍ଯ୍ୟନ୍ତ ମୋର ମୋକ୍ଷପ୍ରାପ୍ତି ହୋଇପାରୁ ନଥିଲା, କାରଣ ମୁଁ କ୍ରୋଧର ବଶ ଥିଲି । ମୁଁ ମୋର ସେହି କ୍ରୋଧ ଯୋଗୁଁ ଅନ୍ୟକୁ ଶାପ ଦେଇ କଷ୍ଟ ଦେଉଥିଲି । କିନ୍ତୁ କିଛିଦିନ ହେବ ମୋର ଆଉ କୌଣସି ପ୍ରକାର କ୍ରୋଧ ନାହିଁ । ଭାବିଲି ଏହା କିପରି ସମ୍ଭବ ହେଲା, ଦେଖିଲି ଏହି ଗ୍ରନ୍ଥଟି ସେସବୁର ମୂଳ କାରଣ ।”

ପଣ୍ଡିତମାନେ ଅନୁରୋଧ କରି ପଚାରିଲେ “ଏହା କିପରି ସମ୍ଭବ ହେଲା? କୃପା କରି ଆମକୁ ତାହା ବୁଝାଇ ଦିଅନ୍ତୁ ।”

ନିର୍ବାସ ମୁନି ଅଳ୍ପ ହସି କହିଲେ, “ତମେମାନେ ବିଦ୍ୱାନ, ଅଧିକ ବୁଝାଇବା କିଛିବି ଦରକାର ନାହିଁ । ବାସ୍ତବରେ ଏ ଗ୍ରନ୍ଥଟି ଏମିତି କିଛି ମହାନ୍ ନୁହେଁ । ସାଧାରଣ ସ୍ତରର, ତେଣୁ ଏହାକୁ ଶୁଣି ରାଜା ତାଙ୍କର ପୂର୍ବରୂପ ଫେରି ପାଇଲେ । ଏହି ଦେଶର ଲୋକଙ୍କୁ ସେମାନଙ୍କର କର୍ମଫଳ ଭୋଗିବା ପାଇଁ ଭବିଷ୍ୟତରେ ମୋର ଅଭିଶାପ ଦେବାର ପ୍ରୟୋଜନୀୟତା ଆଦୌ ନାହିଁ । କାରଣ ଏହି ଗ୍ରନ୍ଥ ପଢିଲେହିଁ ସେମାନେ ସବୁକିଛି ବୁଝିପାରିବେ । ଭବିଷ୍ୟତରେ ମୁନିଋଷିଙ୍କୁ ଶାପ ଦେଇ ନିଜର ଆଧ୍ୟାତ୍ମ ଶକ୍ତି ହରାଇବାର ଆବଶ୍ୟକତା ଆଉ ପଡିବନାହିଁ । ଗ୍ରନ୍ଥରୁହିଁ ସବୁ ମିଳିବ ।”

ସେତିକିବେଳେ ଆକାଶରେ ଏକ ଦିବ୍ୟବିମାନ ଦେଖା ଦେଲା । ସେଥିରେ ଥିଲେ ଦେବଦୂତମାନେ । ତାହା ଧୀରେ ଧୀରେ ତଳକୁ ଆସି ନିର୍ବାସ ମୁନିଙ୍କୁ ସେଥିରେ ବସାଇ ଉପରକୁ ଉଠିଗଲା । ବିମାନ ସମ୍ପୂର୍ଣ୍ଣ ଭାବରେ ଉଡିବା ପୂର୍ବରୁ ନିର୍ବାସ ମୁନି କହିଲେ, “ଏହି ଗ୍ରନ୍ଥ ଯୋଗୁଁ ମୋର କର୍ମଫଳ ସମାପ୍ତ ହେଲା । ମୋତେ ମୋକ୍ଷ ପ୍ରାପ୍ତ ହେଲା । ମୁଁ ଆଶୀର୍ବାଦ କରୁଛି ତୁମେମାନେ ଭଲରେ ରହିଥାଅ ।” ତା’ପରେ ବିମାନଟି ଧୀରେ ଧୀରେ ଆକାଶ ମାର୍ଗରେ ଅଦୃଶ୍ୟ ହୋଇଗଲା ।


Rate this content
Log in

Similar oriya story from Children