Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyajit Samal

Others

3.0  

Satyajit Samal

Others

ନାରୀ

ନାରୀ

2 mins
7.4K


ବୈଦିକ ଓ ଉପନିଷଦୀୟ ଯୁଗରେ ନାରୀମାନେ ପୁରୁଷ ମାନଙ୍କ ସହ ପଦମର୍ଯ୍ୟାଦା ଲାଭ କରୁଥିଲେ । ନାରୀ ମାନଙ୍କୁ ଉଚ୍ଚ ସମ୍ମାନ ମିଳୁଥିଲା । ସେମାନଙ୍କୁ କବଳ ଶିକ୍ଷା ନୁହେଁ ବେଦ ଓ ଉପନିଷେଦ ଅଧ୍ୟୟନ କରିବାର ସୁଯୋଗ ମଧ୍ୟ ମିଳୁଥିଲା । ସ୍ଥଳ ବିଶେଷରେ ସ୍ୱୟମ୍ବର ସଭାର ଆୟୋଜନ ନରୀ ମାନଙ୍କ ଏଭଳି ହେବାର ପ୍ରମାଣ ଦିଏ । ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କ ସହ ସମାନ ଭାବେ ଗୃହ ସମ୍ପତ୍ତିର ଅଧିକାରିଣୀ ଥିଲେ । ଯଜ୍ଞପୂଜାପାଠକ୍ରିୟାକର୍ମ ଆଦି ଧାର୍ମିକ କାର୍ଯ୍ୟରେ ଓ ଧର୍ମାନୁଷ୍ଠାନରେ ନାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ । ସ୍ତ୍ରୀର ଉପସ୍ଥିତି ବିନା ଧାର୍ମିକ କ୍ରିୟାନୁଷ୍ଠାନ ଅସମ୍ପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା । ସ୍ତ୍ରୀ ବିନା ସ୍ୱାମୀର ତୀର୍ଥଯାତ୍ରା ନିଷ୍ଫଳ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି । ନାରୀମାନେ ଯେଉଁଠି ବିତରଣ କରନ୍ତି ସେଠାରେ ସ୍ୱର୍ଗର ଦେବୀ ମାନେ ରୁହନ୍ତି ବୋଲି ଧାର୍ମିକ ଭାବନା ରହିଛି ।
 
 
ଯେତେବେଳେ ନାରୀ ମାନେ ବୌଦ୍ଧ ବା ଅନ୍ୟାନ୍ୟ ଧର୍ମରେ ଦିକ୍ଷୀତ ହେବାକୁ ଚାହିଁଲେ ସେହି ସମୟରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଗଲା । ପୁରୁଷ ରାକ୍ଷସ ସାଜି ନାରୀ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏମିତି ହେବାରୁ ବାଲ୍ୟ ବିବାହ ପ୍ରଥାକୁ ବାଧ୍ୟ ହୋଇ ପ୍ରଚଳନ କରାଗଲା । ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛୋଟ ଛୋଟ ପିଲାଙ୍କୁ ବାହା କରେଇ ଦିଆଯାଉଥିଲା । ତା ପର ସମୟ ନରୀ ମାନଙ୍କୁ ଅବହେଳିତ କରାଗଲା । ସତୀଦାହ ପ୍ରଥାକୁ ଅନ୍ଧବିଶ୍ୱାସରେ ଆଗେଇ ନିଆଗଲା ।
 
 
ଆଜିର ନାରୀମାନେ କର୍ମ, ଶିକ୍ଷା କ୍ଷେତ୍ରରେ ଆଗେଇଥିଲେ ମଧ୍ୟ ସେହି ବୈଦିକ ଯୁଗର ସମ୍ମାନ ମିଳୁନାହିଁ । ସମାଜ ନାରୀଙ୍କୁ ଆକର୍ଷଣ ଦୃଷ୍ଟିରେ ଦେଖୁଛି । ନରୀ ଦୁଷ୍କର୍ମ ଓ ବଳତ୍କାରରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆଜି ବି ଗୋଟେ ମା କନ୍ୟା ସନ୍ତାନକୁ ଜନ୍ମ କରିବାକୁ କଣ୍ଠାବୋଧ ପ୍ରକାଶ କରୁଛି । ଜନ୍ମ ହେଲେ ଅବହେଳାରେ, ଯୁବତୀ ଅବସ୍ଥା ଧର୍ଷଣରେ, ବାହାଘରରେ ଯୌତୁକ ଭାବରେ, ଏବଂ ପ୍ରାପ୍ତ କାଳ ବୃଦ୍ଧାଶ୍ରମରେ । ଭାରତ ବର୍ଷରେ ଏକ କୁତ୍ରିମ ପଦାର୍ଥରେ ଛନ୍ଦି ହୋଇଯାଇଛି ନାରୀ । ନା ନାରେ ରହିଯାଇଛି ନାରୀ ଶବ୍ଦ...
 
ସତ୍ୟଜିତ ସାମଲ


Rate this content
Log in