Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ରାଜାଙ୍କର କୋଷ୍ଠ ସାଫ୍

ରାଜାଙ୍କର କୋଷ୍ଠ ସାଫ୍

2 mins
759


ରାଜା କୃଷ୍ଣ ଚନ୍ଦ୍ରଙ୍କର ପୁତ୍ର ଜନ୍ମ ହୋଇ ଥିବା କଥା ଶୁଣି ଖୁସି ହୋଇ ରାଜା ଗୋପାଳ ଭାଣ୍ଡକୁ ପଚାରିଲେ, “ଗୋପାଳ! ଆମ୍ଭର ପୁତ୍ର ଜନ୍ମ ହେବା କଥା ଶୁଣି ତୁମ୍ଭ ମନରେ କିପରି ଆନନ୍ଦ ହୋଇଛି କହିଲ? ଗୋପାଳ କହିଲେ –

“ଆଜ୍ଞା କୋଷ୍ଠ ସାଫ୍ (ଅର୍ଥାତ୍ ପରିଷ୍କାର ଝାଡା) ହେଲେ ଯେପରି ସୁଖ ଅନୁଭବ ହୁଏ, ଠିକ୍ ସେହି ପରି ଆନନ୍ଦ ହୋଇଛି ।” ରାଜା ଏଭଳି କଥା ଶୁଣି ଗୋପାଳ ଉପରେ କ୍ରୋଧ କରିଲେ । ଏହି କଥାରୁ ରାଜା କୃଷ୍ଣ ଚନ୍ଦ୍ର ଗୋପାଳ ସହିତ ଭଲ ରୂପେ ଆଉ ବାକ୍ୟାଳାପ କରିଲେ ନାହିଁ । କିଛି ଦିନ ପରେ ଦିନେ ଗୋପାଳ ଓ ରାଜା ଦୁହେଁ ଜଳ ପଥରେ ବୁଲିବାକୁ ଯାଉଛନ୍ତି । ଗୋପାଳ ନୌକା ବାହୁଛନ୍ତି ରାଜା ବସି କଥା ବାର୍ତ୍ତା ହେଉଛନ୍ତି । ଏମନ୍ତ ସମୟରେ ରାଜାଙ୍କୁ ପୋଖରୀ ପାଣି (ଝାଡା) ଲାଗିଲା ।

ରାଜା କହିଲେ –

ଗୋପାଳ ନୌକା ଏପାଖ କୂଳରେ ଲଗାଅ, ମୁଁ ପାଇଖାନା ଆଡେ ଯିବି ।

ଗୋପାଳ ଏକଥା ଜାଣି ତାର ପୂର୍ବ କଥାକୁ ମନେ କରି କହିଲା – “ଆଜ୍ଞା ଏପାଖ ଜଙ୍ଗଲରେ ବଡ ବଡ ସାପର ଭୟ ଅଛି, ଆଗକୁ ଚାଲନ୍ତୁ ।” କିଛି ଦୂର ଗଲା ଉତାରେ ରାଜା କହିଲେ –

ଗୋପାଳ ଏବେ ଏହି ଠାରେ ନୌକା ଲଗାଅ । ଗୋପାଳ କହିଲା – “ଆଜ୍ଞା ଏଠାରେ ଭାରି ବାଘର ଭୟ, ଜାଣି ଶୁଣି କଅଣ ବିପଦ କିଣିବେ? ଆଉ ଟିକିଏ ଆଗକୁ ଚାଲନ୍ତୁ ଏତେ ତରବର କିଆଁ?” ପୁଣି କିଛି ଦୂର ନୌକା ଗଲା । ରାଜା ଅସମ୍ଭାଳ ହେଲେଣି । ରାଜା ପୁଣି କହିଲେ, ଗୋପାଳ ନୌକାଟି ଏହି ଟାପୁ ଚଢାରେ ଲଗାଅ । ଗୋପାଳ କହିଲେ – “ଆଜ୍ଞା ନା, ଏଠାରେ ଖାଲି କୁମ୍ଭୀର ମାଳକୁ ମାଳ, ଗଲେ ସତେ କ’ଣ ଆଉ ଫେରିବେ । ନା ଆଉ ଟିକିଏ ଆଗକୁ ଚାଲନ୍ତୁ ।” ପୁଣି କିଛି ଦୂର ନୌକା ଯିବାରୁ ରାଜା କହିଲେ – “ଗୋପାଳ ତୁମ୍ଭେ ଆଉ ଆଗକୁ ନଯାଇ ଏହି ଠାରେ ନୌକା ଲଗାଅ, ଆଉ ରହି ହେବ ନାହିଁ । ଗୋପାଳ କହିଲେ – “ଆଜ୍ଞା ନା ଏଠାରେ ଦେଖୁ ନାହାଁନ୍ତି ଖାଲି କଂଟା ବଣ । ରାଜା କହିଲେ – କଂଟା ଥାଉ ପଛେ ତମେ ଆଗେ ନୌକା ଲଗାଅ । ରାଜା ଅସମ୍ଭାଳ ହେବା ଜାଣି ଗୋପାଳ ଏଥର କୂଳକୁ ନୌକା ଲଗାଇ ଦେଲେ । ରାଜା ନୌକାରୁ ଯାଇ ଶୀଘ୍ର ଶୀଘ୍ର ପୋଖରୀ ପାଣି ଶେଷ କରି ପୁଣି ଆସି ଗୋପାଳକୁ କହିଲେ –

“ଏବେ ନୌକା ଚଳାଅ । ତହୁଁ ଗୋପାଳ ପଚାରିଲେ ମହାରାଜ ବର୍ତ୍ତମାନ କିପରି ମନରେ ସୁଖାନୁଭବ କରୁଛନ୍ତି କୁହନ୍ତୁ ।” ରାଜା କହିଲେ – “ଗୋପାଳ ଆଃ ବଂଚାଇଲୁ, ଖୁବ୍ ଆରାମ୍ବୋଧ ହେଉଛି ।” ତହୁଁ ଗୋପାଳ କହିଲେ – ଆପଣଙ୍କର ପୁତ୍ର ଜନ୍ମ ହେବା କଥା ଶୁଣି ଠିକ୍ ଏହି ପରି ମୋ ମନରେ ସୁଖ ବୋଧ ହୋଇ ଥିଲା । କିନ୍ତୁ ଆପଣ ମୋ ଉପରେ ବିରକ୍ତ ହୋଇ ଥିଲେ କ୍ଷମା କରିବେ । ରାଜା ନିରୁତ୍ତର ହୋଇ ରହିଲେ ।


Rate this content
Log in

Similar oriya story from Children