Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

ମାଉସୀ

ମାଉସୀ

1 min
7.3K


ମାଉସୀ

ରମେଶ ପାତ୍ର

ପ୍ରଥମେ ପ୍ରଥମେ ମୋ କଲେଜ ଦିନମାନଙ୍କରେ ମୁଁ ବଡ଼ ଉଦାସ ରହୁଥିଲି । କାହା ସହିତ କଥାବାର୍ତ୍ତା ନକରି ଏକା ଏକା ଚୁପ୍‌ ଚାପ୍‌ ଘର ସାମ୍‌ନା ମୂଳା ପଡ଼ିଆରେ ଯାଇ ବସୁଥିଲି । ଅନେକ ଦିନ ପରେ ମୁମ୍ବାଇରୁ ମୋ ମାଉସୀ ଆସିଥିଲେ । କିଛି ବିବାହ କାର୍ଯ୍ୟରେ ଆସି ଆମ ଘରକୁ ଆସିଲେ । ମା’ ପାଖରୁ ମୋର ଉଦାସ ରହିବା କଥା ଶୁଣି , ମାଉସୀ ମୋତେ ମୋ ଉଦାସ ରହିବାର କାରଣ କ’ଣ ପଚାରିଲେ ? ମୁଁ ତାଙ୍କୁ କହିଲି , ମାଉସୀ ମୁଁ ସବୁବେଳେ ଭାବୁଛି ଯେ ମୁଁ ଏମିତି କିଛି କରିବି , ଯେଉଁଥିରେ ଲୋକମାନେ ମତେ ସବୁବେଳ ପାଇଁ ପ୍ରଶଂସା କରିବେ ଓ ଜୀବନଟା ସାରା ମନେ ରଖିବେ । ହେଲେ ମୁଁ ଜାଣିପାରୁନି କ’ଣ ଏମିତି କରିପାରିଲେ , ମତେ ଲୋକମାନେ ଚିରଦିନ ପାଇଁ ମନେ ରଖିବେ । ଏହି କଥାରେ ମୋର ମାଉସୀ ଯାହା କହିଲେ , ତାହା ସତରେ ମୋ ମନକୁ ଛୁଇଁଗଲା । ଦେଖ ମଣିଷ ନିଜ ନିଜର ସଫା କାମ , ନିଜର ଭଲ ଗୁଣ ଆଉ ଭଲ କାମ କରିବା ଦ୍ୱାରା ଦୁନିଆରେ ଅମର ହୋଇ ରହେ । ତୁମେ ତୁମ ଘର ପାଖରେ ଅନେକ ଗଛ ଲଗାଅ । ପ୍ରତିବର୍ଷ ଜାନୁୟାରୀ ପହିଲା ବେଳକୁ ବୃକ୍ଷରୋପଣ କର । ଏହାଦ୍ୱାରା ଲୋକଙ୍କୁ ପରିଷ୍କାର ଶୁଦ୍ଧ ବାତାବରଣ ମିଳିବ । ସବୁ ସମୟରେ ବା ଯେକୌଣସି ମୁହୂର୍ତ୍ତରେ ଲୋକଙ୍କ ଫଳରେ ଲୋକ ନିଶ୍ଚିତ ଭାବରେ ତୁମକୁ ମନେ ରଖିବେ । ଲୋକଙ୍କ ପ୍ରଶଂସାର ପାତ୍ର ହେବ । ଆଜିକି ଦୁଇବର୍ଷ ବିତିଗଲାଣି । ମାଉସୀଙ୍କର ଗୋଟି ଗୋଟି କଥା ମନେରଖି କାମ କରି ଅନେକ ପ୍ରଶଂସା ପାଇଛି । ମାଉସୀ କଥା ମନେ ପକାଇ ଭାବୁଛି ସବୁ ଲୋକ ନିଜର ଭଲ ଗୁଣ ପାଇଁ ହିଁ ଏ ସଂସାରରେ ଅମର ରହନ୍ତି । ମାଉସୀ ଆଜି ନାହାନ୍ତି , ହେଲେ ତାଙ୍କର ଉପଦେଶ ପାଇଁ ମାଉସୀ ଅମର ହୋଇ ରହିଯାଅନ୍ତି ।


Rate this content
Log in

Similar oriya story from Classics