Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମତ୍ସ୍ୟକନ୍ୟା ଓ କସ୍ତୁରୀ
ମତ୍ସ୍ୟକନ୍ୟା ଓ କସ୍ତୁରୀ
★★★★★

© Roja Panda

Others

4 Minutes   399    37


Content Ranking

ମତ୍ସ୍ୟକନ୍ୟା ଓ କସ୍ତୁରୀ

ଲେଖିକା - ରୋଜା ପଣ୍ଡା

ଛଅ ସାତ ବର୍ଷର ଝିଅଟିଏ । ନାଁ ତାର କସ୍ତୁରୀ । ବିଚାରି ପିଲାଟି ଦିନରୁ ମାଆ କୁ ଦେଖିନି । ଜନ୍ମ ହେଉ ହେଉ ମାଆ ଆରପାରିକୁ ଚାଲିଗଲା । ମାଆ ସ୍ନେହ କଣ ଅନୁଭବ କରିବା ପୂର୍ବରୁ ସେ ମାଆ ଛେଉଣ୍ଡ ହେଇଗଲା । ଜେଜେମା ତାକୁ ଆଡ ଆଖିରେ ଦେଖନ୍ତିନି ଝିଅଟିଏ ବୋଲି । ଖୁବ ଅତ୍ୟାଚାର କରନ୍ତି ତା ଉପରେ । କସ୍ତୁରୀର ବାପା ନିଜ ଝିଅ ପ୍ରତି ନିଜ ମାଆ ର ଏପରି ବ୍ୟବହାର ଦେଖି କସ୍ତୁରୀର ଯତ୍ନ କିଏ ନେବ ଚିନ୍ତା କରି ଦ୍ୱିତୀୟ ବିବାହ କଲେ । ଭାବିଥିଲେ ଦ୍ୱିତୀୟ ସ୍ତ୍ରୀ କସ୍ତୁରୀକୁ ଖୁବ ଯତ୍ନରେ ଲାଳନପାଳନ କରିବ । କିନ୍ତୁ ଫଳ ହେଲା ଓଲଟା । ବହୁତ ଅବହେଳାରେ କଷ୍ଟେ ମଷ୍ଟେ କସ୍ତୁରୀ ନିଜର ଶିଶୁ ଅବସ୍ଥା କାଟିଲା । ଏବେ ସେ ଛଅ କି ସାତ ବର୍ଷର ହେଇଗଲାଣି ।

ସମୁଦ୍ରର ତଟ ଦେଶରେ କସ୍ତୁରୀର ଘର । କସ୍ତୁରୀ ସମୁଦ୍ରର ଢେଉ ଦେଖି ଖୁବ ଖୁସି ହୁଏ । ସେ ତାର ବାପାଙ୍କ ସହିତ ପ୍ରତିଦିନ ସମୁଦ୍ର କୂଳରେ ବୁଲିବାକୁ ଯାଏ । ସେଠି ସମୁଦ୍ରର ସୀମାହୀନ ବକ୍ଷକୁ ସେ ବହୁତ ସମୟ ଧରି ଚାହିଁରହେ । ସମୁଦ୍ର ଲହଡିରେ ସେ ପାଦ ଧୁଏ ।

ସମୁଦ୍ରକୂଳରେ ବାଲିଘର ଗଢ଼େ । ଖୁବ ଖୁସି ହେଇଯାଏ ସେ କେଇ ମୁହୂର୍ତ୍ତ ପାଇଁ । ହେଲେ ଏବେ କିଛିଦିନ ହେବ ତାର ଦ୍ୱିତୀୟ ମାଆଙ୍କ କଡା ତାଗିଦ ଭୟରେ ସେ ଆଉ ବାପାଙ୍କ ସହିତ ସମୁଦ୍ରକୂଳକୁ ବୁଲିବାକୁ ଯାଇପାରୁନି । ଦ୍ୱିତୀୟ ମାଆ ସଫା ସଫା କହିଛନ୍ତି ଯେ ବାପାଙ୍କ ଠାରୁ ଦୂରରେ ରହିବାପାଇଁ ।

କସ୍ତୁରୀର ବାପା କସ୍ତୁରୀକୁ ବହୁତ ଭଲ ପାଆନ୍ତି କିନ୍ତୁ ତାହା କସ୍ତୁରୀର ଦ୍ୱିତୀୟ ମାଆ ବରଦାସ୍ତ କରିପାରନ୍ତିନାହିଁ । ସେଥିପାଇଁ ସେ କସ୍ତୁରୀକୁ ବାପାଙ୍କ ଠାରୁ ଦୂରରେ ରହିବାକୁ ବାରମ୍ବାର କଡା ତାଗିଦ କରନ୍ତି ।

ଏଇ କିଛିଦିନ ହେବ କସ୍ତୁରୀ ବିଲକୁଲ ଏକା । ଏକା ଏକା ପ୍ରତିଦିନ ସମୁଦ୍ରକୂଳକୁ ବୁଲିବାକୁ ଆସେ । ଆଉ ଆଗଭଳି ବାଲିଘର ଗଢ଼େନି କି ସମୁଦ୍ର ଢେଉରେ ଗୋଡ଼ ବୁଡାଇ ଖେଳେନି । କେବଳ ଅସିମିତ ସାଗର ବକ୍ଷକୁ ଚାହିଁ ରହି କିଛି ଗୋଟେ ଭାବିଚାଲେ । କିଛି ସମୟ ଆଖିରୁ ଲୁହ ଗଡ଼ାଏ । ପୁଣି ନିଜ ଲୁହ ପୋଛି ଏକା ଏକା ଫେରିଯାଏ ନିଜ ଘରକୁ ।

ପ୍ରତିଦିନ ତାର ଏହି ପ୍ରକାର ପ୍ରତିକ୍ରିୟା ଦେଖୁଥାନ୍ତି ସମୁଦ୍ର ଭିତରେ ରହୁଥିବା ଜଣେ ମତ୍ସ୍ୟକନ୍ୟା । ମତ୍ସ୍ୟକନ୍ୟା ଜଣକ ବହୁତ ଦୟାଳୁ । ସେ ଆଉ କସ୍ତୁରୀର ଦୁଃଖ ସହିପାରିଲେନାହିଁ । ଦିନେ ସନ୍ଧ୍ୟାରେ କସ୍ତୁରୀ ସମୁଦ୍ର କୂଳରେ ବସିଥାଏ । ଏକୁଟିଆ ଦେଖି ମତ୍ସ୍ୟକନ୍ୟା ସମୁଦ୍ର ଜଳରୁ ବାହାରି କସ୍ତୁରୀ ପାଖରେ ପହଞ୍ଚିଲେ । କସ୍ତୁରୀ ପ୍ରଥମେ ତାଙ୍କୁ ଦେଖି ଡରିଗଲା କିନ୍ତୁ କିଛି ସମୟପରେ କସ୍ତୁରୀ ମତ୍ସ୍ୟକନ୍ୟାଙ୍କ କୋମଳ ସ୍ପର୍ଶରେ ନିଜ ମାଆର ସ୍ପର୍ଶ ଅନୁଭବ କଲା । ଏବଂ ବହୁତ କମ ସମୟରେ ମତ୍ସ୍ୟକନ୍ୟାଙ୍କୁ ଆପଣେଇନେଲା । ଦୁହେଁ ବହୁତ ସମୟ ଧରି ଵାର୍ତାଳାପରେ ବିଭୋର ହେଇଗଲେ ।

ଏମିତି ପ୍ରତ୍ୟେକ ଦିନ କସ୍ତୁରୀ ଓ ମତ୍ସ୍ୟକନ୍ୟା ଦୁହେଁ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରନ୍ତି ବହୁତ ସମୟ ଧରି । କସ୍ତୁରୀ ନିଜର ସବୁ ଦୁଃଖ ମନ ଖୋଲି ଜଣେଇଦିଏ ମତ୍ସ୍ୟକନ୍ୟାଙ୍କୁ । ସେ ମତ୍ସ୍ୟକନ୍ୟା ସହିତ ଖେଳେ । ସମୁଦ୍ର ଢେଉରେ ଆଗଭଳି ପାଦ ବୁଡାଏ । ସମୁଦ୍ର ତଟରେ ବାଲିଘର ଗଢ଼େ । ଖୁବ ଖୁସି ହୁଏ । ଏମିତି ବହୁତ ଦିନ ବିଟିଯାଏ ତାର ମତ୍ସ୍ୟକନ୍ୟା ସହିତ ବହୁତ ଖୁସି ମଜାରେ ।

କସ୍ତୁରୀର ଏତେ ଖୁସିହେବା ତାର ଜେଜେମା ଆଉ ତାର ଦ୍ୱିତୀୟ ମାଆ ସହିପାରନ୍ତି ନାହିଁ । କିଛି ଜିନିଷ ଘରୁ ଚୋରି କରି କସ୍ତୁରୀ ଏତେ ଖୁସି ହେଉଛି ବୋଲି କହି ତାକୁ ମାଡ ମାରନ୍ତି, ବହୁତ କଟୁ କଥା କୁହନ୍ତି । କସ୍ତୁରୀ ଦିନଯାକର ସବୁ ନିର୍ଯାତନା ସହେ ଏଇ ଆଶାରେ କି ସନ୍ଧ୍ୟାରେ ମତ୍ସ୍ୟକନ୍ୟାଙ୍କୁ ସବୁ କହିଦେବ ଆଉ ନିଜ ମନର କୋହକୁ ଭୁଲିଯିବ ।

ଥରେ କସ୍ତୁରୀର ଜେଜେମା ଆଉ ତାର ଦ୍ୱିତୀୟ ମାଆ କସ୍ତୁରୀର ଏତେ ଖୁସିହେବାର କାରଣ ଖୋଜିବାକୁ ଲାଗିପଡିଲେ । ପ୍ରତିମୁହୂର୍ତରେ ତା ଉପରେ କଡା ନଜର ରଖିଲେ । ତାକୁ ଅନୁକରଣ କରି ଶେଷରେ ସେଇ ମତ୍ସ୍ୟକନ୍ୟାଙ୍କ ପାଖରେ ପହଞ୍ଚିଗଲେ ।

ସେଠି ଯାଇ ଦେଖିଲେ କସ୍ତୁରୀ ଓ ମତ୍ସ୍ୟକନ୍ୟା ଖୁବ ଖୁସିରେ ବାର୍ତ୍ତାଳାପ କରୁଛନ୍ତି । ମତ୍ସ୍ୟକନ୍ୟା ତାଙ୍କ ଲାଞ୍ଜରେ କସ୍ତୁରୀର ଦେହକୁ ମଝିରେ ମଝିରେ ଝାଡ଼ି ଦେଉଛନ୍ତି । ଏସବୁ ଦୃଶ୍ୟ ଦେଖି କସ୍ତୁରୀର ଜେଜେମା ହଠାତ ବହୁତ ଜୋର ରେ ଚିଲେଇବାକୁ ଲାଗିଲେ । "ଆରେ ହେଇରେ ଏ ଝିଅ ଟା ଗୋଟାଏ ବଡ ମାଛ ସହ ବସି ଖେଳୁଛି । ଆଉ ଦେହରେ ଆଇଁସ ବୋଳି ଘରକୁ ଯାଇ ସବୁ ମଙ୍ଗୁଳୁଛି , ମୁଁ ବିଧବା ବୁଢୀଟା ଘରେ ଅଛି ତାକୁ କିଛି ମାଲୁମ ପଡୁନି " । ଏମିତି କହି ଜେଜେମା ଚିତ୍କାର କଲେ ଏବଂ କସ୍ତୁରୀକୁ ବହୁତ ବାଡେଇଲେ । ଜେଜେମା ଙ୍କ ଚିତ୍କାର ଶୁଣି ବହୁତ ଲୋକ ଦୌଡ଼ି ଆସିଲେ ସେଠାକୁ । ଏବଂ ମତ୍ସ୍ୟକନ୍ୟାଙ୍କୁ ଧରିବାକୁ ପ୍ରୟାସ କଲେ । ତାଙ୍କୁ କ୍ଷତାକ୍ତ କଲେ । ମତ୍ସ୍ୟକନ୍ୟା ନିଜକୁ ବଞ୍ଚାଇବାକୁ ଚେଷ୍ଟା ନକରି କସ୍ତୁରୀ କେମିତି ଏଇ ବିପଦରୁ ରକ୍ଷା ପାଇବ ଭାବୁଥିଲେ ।

କସ୍ତୁରୀ ମଧ୍ୟ ନିଜ ପ୍ରାଣପଣେ ମତ୍ସ୍ୟକନ୍ୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥାଏ । ମତ୍ସ୍ୟକନ୍ୟାଙ୍କୁ ବାରମ୍ବାର ଅଗଭୀର ସମୁଦ୍ର ଭିତରକୁ ଚାଲିଯିବାକୁ ଠେଲୁଥାଏ କସ୍ତୁରୀ । ସେଠାକାର ଲୋକମାନେ ଅତି ନୃଶଂସ ଭାବେ ବିଭିନ୍ନ ଅସ୍ତ୍ରରେ ମତ୍ସ୍ୟକନ୍ୟାଙ୍କୁ ଆକ୍ରମଣ କରୁଥାନ୍ତି କିନ୍ତୁ ମତ୍ସ୍ୟକନ୍ୟାଙ୍କୁ ରକ୍ଷା କରିବାକୁ ଯାଇ କସ୍ତୁରୀ ସେସବୁକୁ ସାମ୍ନା କରୁଥାଏ । ଅସ୍ତ୍ର ଗୁଡିକର କ୍ରୁର ଆଘାତରେ କସ୍ତୁରୀ ରକ୍ତାକ୍ତ ହେଇଯାଇଥାଏ । ମତ୍ସ୍ୟକନ୍ୟା ମଧ୍ୟ କିଛିଟା ପରିମାଣରେ କ୍ଷତାକ୍ତ ହୋଇଥାନ୍ତି । ଶେଷରେ ମତ୍ସ୍ୟକନ୍ୟାଙ୍କୁ ବଞ୍ଚେଇବାକୁ ଯାଇ କସ୍ତୁରୀ ଏକ ଭୟଙ୍କର ଅସ୍ତ୍ରର ସାମ୍ନା କରି ଶେଷ ନିଶ୍ୱାସ ତ୍ୟାଗ କରିଦେଲା । ମତ୍ସ୍ୟକନ୍ୟାଙ୍କ ଆଖିରୁ ଲୁହ ଝରିଲା କସ୍ତୁରୀ ପାଇଁ । ଏତେ ଦିନର ସମ୍ପର୍କ ଆଜି ଛିନ୍ନ ହେଇଗଲା । କସ୍ତୁରୀ ସବୁଦିନ ପାଇଁ ଆଖିବୁଜିଦେଲା ।

ଶେଷରେ ମତ୍ସ୍ୟକନ୍ୟା ଅଗଭୀର ସମୁଦ୍ର ମଧ୍ୟକୁ ଅତି କ୍ଷିପ୍ର ଗତିରେ ଚାଲିଗଲେ ନିଜ ଲାଞ୍ଜ ବାଡେଇ ବାଡେଇ କାରଣ ଏଇ ନିଷ୍ଠୁର ମନୁଷ୍ୟର କ୍ରୁର ସ୍ଵଭାଵ ସାମ୍ନାରେ ସେ ନିରୁପାୟ ଥିଲେ । ଯିଏ ତାଙ୍କର ଅତି ପ୍ରିୟ ଥିଲା ସେ ତ ଆଉ ଏ ଦୁନିଆରେ ନାହିଁ। ଆଉ କାହା ପାଇଁ ସେ ଅପେକ୍ଷା କରିବେ ।

ହେଲେ ପ୍ରତ୍ୟେକ ସନ୍ଧ୍ୟାରେ ଆଜିବି ସେ ସମୁଦ୍ରରୁ ଉଠିଆସନ୍ତି କସ୍ତୁରୀର ଅପେକ୍ଷାରେ ।

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା, କଟକ-୭୫୩୦୧୦

Email-roja.saumya@gmail.com

ମତ୍ସ୍ୟକନ୍ୟା କସ୍ତୁରୀ ସମୁଦ୍ର

Rate the content


Originality
Flow
Language
Cover design

Comments

Post

Some text some message..