ଅନାବନା- ୦୪
ଅନାବନା- ୦୪
କହିଲ ଦେଖି, କେତେ ଭଲପାଉଛ ?
ଭଲପାଇବାର କଣ ମାପଦଣ୍ଡ ଅଛି ଯେ ତୁମକୁ ମାପିକି କହିବି ?
ତଥାପି, କୁହ ତ କେତେ ଭଲପାଉଛ ?
ଆକାଶରେ ତାରା ଯେତେ ।
ଆକାଶର ତାରା କେତେ ଗଣି ପାରିବ ?
ପାଗିଳି, ତାରା କଣ କେହି ଗଣିପାରେ ?
ପୁଣି କହିଲ କାହିଁକି ?
କୁହ କେତେ ଭଲପାଉଛ ?
ସମୁଦ୍ରରେ ପାଣି ଯେତେ ।
ମୋ ପାଇଁ ସମୁଦ୍ର ପାଣି ବର୍ଷେ ଯାଏ ପିଇ ପାରିବ ?
ସମୁଦ୍ର ପାଣି ଲୁଣିଆ, ତାକୁ କଣ କେହି ପିଇ ପାରେ ?
ଯଦି ପିଇ ପାରିବନି କହିଲ କାହିଁକି ? ସେ ସରଳ ମନ ନେଇ ପଚାରିଥିଲା ।
ସତ କୁହ, କେତେ ଭଲପାଉଛ ?
ପ୍ରଫୁଲିତ ମନରେ ସେ ଦୂର ଦିଗବଳୟକୁ ଚାହିଁ କହିଲା ଏଇ ବଡ ପାହାଡ ଠାରୁ ବି ମୋ ଭଲପାଇବା ଆହୁରି ଉଚ୍ଚ ।
ପ୍ରଥମ ଦେଖାରେ ତୁମେ ମୋ ସମ୍ମୁଖରେ ଆଣ୍ଠେଇ ପ୍ରେମ ନିବେଦନ କରି କହିଥିଲ "ମୁଁ ତୁମକୁ ଭଲପାଉଛି ।"
ପ୍ରଥମ ଦେଖାରେ ଯିଏ ଆଣ୍ଠୁମାଡି ପ୍ରେମ ନିବେଦନ କରେ, ପାହାଡର ଉଧାହରଣ ଦେବା ହାସ୍ୟାସ୍ପଦ ।
କୁହ କେତେ ଭଲପାଉଛ ? ସମାନ ପ୍ରଶ୍ନ ଏବେ ବି ଜାରି ରହିଥିଲା ।
ପୁର୍ଣ୍ଣତ ନିର୍ବୋଧ ଶିଶୁ ପରି କହିଥିଲା- ମାଆ ଯେତେ ।
??? ଏବେ ସେ ଚୁପ୍ ଥିଲା ।
ଚୁପ୍ ? କିଛି କହିବନି ?
ଆଉ କିଛି କହିବାର ନାହିଁ ।
ପାଗଳ ମାଆ ଠାରୁ ଟିକେ କମ ଭଲପାଅ ।
କାହିଁକି ? ସେ ଆଶ୍ଚର୍ଯ୍ୟ ହୋଇ ।
ଯେଉଁ ଶବ୍ଦଟି କହିବା ମାତ୍ରେ ଦୁଇ ଓଠର ମିଳନ ହୋଇଯାଏ ଓ ଓଠର ମିଳନରେ ମିଠାସ ଭରିଯାଏ, ଆଉ ଅଧିକ କଣ କହିବି ?
ତା ଆଖିରେ ଏବେ ଭରପୁର୍ ମିଠା ମିଠା ପ୍ରେମମୟ ଭାବନା ବହିଯାଉଥାଏ, ଏକ ନିଷ୍ପାପ ନିର୍ବୋଧ ଶିଶୁର ଚକ୍ଷୁ ଯୁଗଳରେ ସବୁ ପ୍ରଶ୍ନର ଉତ୍ତର ପାଇଯିବାର ଆତ୍ମତୃପ୍ତି ଓ ହସ ହସ ବଦନରେ ଦୁଇ ଓଠ ପାଖେଇ ଆସୁଥାଏ ଏକ ଆତ୍ମହରା ଚୁମ୍ବନ ଉଦ୍ଧେଶ୍ୟରେ ।
© ପ୍ରଶାନ୍ତ ସେନାପତି ।