#ରସକଲ୍ଲୋଳ------ଅନୁଗଳ୍ପ
#ରସକଲ୍ଲୋଳ------ଅନୁଗଳ୍ପ
1 min
1.6K
#ରସକଲ୍ଲୋଳ------ଅନୁଗଳ୍ପ
#ରସକଲ୍ଲୋଳ------ଅନୁଗଳ୍ପ
କେତେଦିନ ଏମିତି ଖେଳୁଥିବ ଲୁଚକାଳି।ଖେଳୁଛ ତ ମନଭରି ଖେଳ । ପାରୁଛ ଯେତେ ଖେଳ।
ଲେଡି ଗୁଡ଼ କହୁଣୀକୁ ଯେ ଗଲାଣି ବହି । କେତେ କହିବ ମିଛ, ମାଗିବ ଭୁଲ,ଅଭିମାନର ଅଭିନୟ ଯେ ନିରନ୍ତର। ମୋ ପ୍ରୟାସ ତୁମକୁ ଜାରି କିନ୍ତୁ ରହିବ ମନାଇବା ତୁମକୁ
ଅନାମିକା-ବର୍ଷା।ନିଜେ ଉଡି ସ୍ଵଇଚ୍ଛାରେ ମୋ ପାଖକୁ ଆସିଥିଲ,
କହିଗଲ ଖାଲି ମନ ଭୁଲାଣିଆ କଥା,ଦେଖାଇଲ ଅନ୍ଧାର ଘରେ କଳା ବିରାଡି ଛୁଆ,ପୀୟୂଷ ବୋଲି ଦେଲ ବିଷ । ପ୍ରେମ ବୋଲି ଦେଲ ପ୍ରତାରଣା । ମଧୁଶାଳାର ଦେଖାଇଲା ଝଲକ । ମତୁଆଲା କରି ନଚାଇଲ ମତେ ।
ମୋ ନିଜ ପ୍ରତିବିମ୍ବ ମତେ ଦେଖି ହସି ପଚାରୁଛି ,ତମକୁ ମୁଁ କେମିତି କରି ନେଲି ଯେ ମୋ ଅନ୍ତର୍ନିହିତ ବିଶ୍ୱାସ । କିଡ଼ଗୀଜ ଠାରୁ ବି ଢେର ବଦଳାଇ ଜାଣ ତୁମ ରଙ୍ଗ । ଅନାମିକା ,ତୁମ ଚିଠି ପଢି ସାରିଲା ପରେ ଭାରି ଇଚ୍ଛା ହେଉଛି ଦେଖିବାକୁ ତୁମକୁ ଥରେ ।
କୁହ! ପହଞ୍ଚିଯିବି ତୁମ ସହରରେ ସେଇ ପୁରୁଣା ବଗିଚାକୁ, କଦମ୍ବ ମୂଳେ ଥିବା ସିମେଣ୍ଟ ବେଞ୍ଚ ଉପରେ ବସି ଯିବି ଏକୁଟିଆ ଆଉ ତୁମେ ତା ସମ୍ମୁଖରେ ଥିବା ବେଞ୍ଚରେ ତମ ପସନ୍ଦର ରସଗୋଲା,ଖିସିରେ ତମେ ମତେ ଦେଖି ମୁରକି ହସି ଖାଇ ଚାଲିଥିବ, ମୁଁ ଦୂରରୁ ହେଉ ପଛେ ମୋ ଚରାଚରିତ ମୁଦ୍ରାରେ ଦେଖି ଚାଲିଥିବି ତୁମକୁ ଅନାମିକା-ବର୍ଷା ।
ତୁମେ ଭିନ୍ନ ଏକ କାବ୍ୟ ନାୟିକା ଓ ମୁଁ ଅଭିନ୍ନ ପ୍ରେମିକଟିଏ , କିଛି ନ ପାଇ ବି ତୁମ ଠାରୁ ଲେଖି ଚାଲିଥିବି
ଅଦୃଶ୍ୟ ପ୍ରେମର ଗାଥା-ରସ, ରାସ, ଦିଗନ୍ତ ବ୍ୟାପ୍ତ ସଞ୍ଜ ଅରୁଣୀମାର ରଙ୍ଗକୁ ନେଇ #ରସକଲ୍ଲୋଳ, ପ୍ରତିତବାସ୍ତବତାରେ----------!!
©®କାଶ୍ୟପ,ରାୟଗଡା।