Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

ଶୁଖିଲା କୂଅରେ ପାଣି

ଶୁଖିଲା କୂଅରେ ପାଣି

3 mins
1.5K


ସୁଧାଂଶୁ ଶେଖର ଦ୍ଵିବେଦୀ

ହିମାଞ୍ଚଳ ପ୍ରଦେଶରେ ଗୋଟିଏ ଗାଁରେ ଜଣେ କୃଷକ ରାହୁଥାନ୍ତି l ତାଙ୍କର କୌଣସି ସନ୍ତାନ ନଥାନ୍ତି l ବୟସ ବଢିବା ସତ୍ତ୍ୱେ ମଧ୍ୟ ଜମିବାଡିର କାମ ସେ ନିଜେ ହିଁ କରନ୍ତି l ଗ୍ରୀଷ୍ମଦିନ ହେଲେ ସେହି ଗାଁରେ ପାଣିର ବହୁତ ଅଭାବ ହୁଏ l ନଦୀ, ଗଡିଆ, ପୋଖରୀ ସବୁ ଶୁଖିଯାଏ l ଯେଉଁ ନଦୀରେ ପାଣିଥଏ ତାହାପୁଣି ଗାଁଠାରୁ ୫କି.ମି.ଦୂରେର ଅବସ୍ଥିତ l ସେଥିପାଇଁ ଆଖ ପାଖ ଅଞ୍ଚଳର ଲୋକମାନେ ସେହି ନଦୀରୁ ପାଣି ଆଣି ଚଳନ୍ତି l ସମସ୍ତଙ୍କ ପରି ବୃଦ୍ଧ କୃଷକଙ୍କୁ ମଧ୍ୟ ସେହି ନଦୀରୁ ପାଣି ଆଣିବା ପାଇଁ ଯିବାକୁ ହୁଏ l ନଦୀକୁ ଯିବା ଆସିବା ରାସ୍ତାରେ ଜଣେ ମହାତ୍ମାଙ୍କ ଆଶ୍ରମ ପଡେ l ଗାଁର କିଛି ଲୋକ ମହାତ୍ମାଙ୍କୁ ଥଟ୍ଟା ପରିହାସ କରି ଏଣୁ ତେଣୁ ଗୁଡାଏ ଟିକ୍କା-ଟିପ୍ପଣୀ କରନ୍ତି l କିନ୍ତୁ ବୃଦ୍ଧ କୃଷକ ମହାତ୍ମାଙ୍କର ଆଚରଣ ଓ ମଧୁର ବାଣୀରେ ପ୍ରୀତ ହୋଇ ସମ୍ମାନ ଜଣାନ୍ତି l

ଦିନେ କୃଷକ ସେହି ଆଶ୍ରମ ନିକଟ ରାସ୍ତାରେ ନଦୀକୁ ପାଣି ଆଣିବାପାଇଁ ଯିବା ବେଳେ ମହାତ୍ମାଙ୍କ ପ୍ରବଚନରେ ଏମିତି ଲୀନ ହୋଇଗଲେ ଯେ ପାଣି ଆଣିବା ଭୁଲିଗଲେ l ଯେତେବେଳେ ଜାଣିଲେ ସୂର୍ଯ୍ୟ ପଶ୍ଚିମ ଦିଗରେ ଡୁବିବାକୁ ଯାଉଛନ୍ତି, ସେତେବେଳେ ତାଙ୍କର ଚେତା ପଶିଲା l ସକାଳ ପହରୁ ତାଙ୍କ ଘରେ ଥିବା ଗୃହପାଳିତ ପଶୁ ପାଣି ବିନା ଶୋଷରେ ଅଛନ୍ତି l କଣ କରିବେ ତାଙ୍କୁ କିଛି ବୁଦ୍ଧି ଦେଖାଯାଉନଥାଏ l କୃଷକଙ୍କର ବିଚଳିତ ପ୍ରବୃତ୍ତିକୁ ଦେଖି ମହାତ୍ମା ତାଙ୍କ ମନର ଅବସ୍ଥା ଜାଣିପାରି କହିଲେ, ‘’ ନଦୀକୁ ଯାଇ ପାଣି ଆଣିବାକୁ ହେଲେ ତୁମର ଅନେକ ବିଳମ୍ବ ହୋଇଯିବ l ରାତି ହୋଇ ଗଳାପରେ ଅନ୍ଧାର ରାତିରେ ଘରକୁ ଫେରିବା ତୁମ ପକ୍ଷେ ଉଚିତ୍ ନୁହେଁ l ତେଣୁ ନଦୀକୁ ଯିବା ତୁମର ଆବଶ୍ୟକ ନାହିଁ l ମୁଁ ତୁମ ସମର୍ପଣ ଭକ୍ତିରେ ଖୁସି ହୋଇ ଗୋଟେ ଉପାୟ କହୁଛି , ତମେ ସହଜରେ ଏଇଠୁ ପାଣି ନେଇ ପାରିବ l’’ବିଚରା କୃଷକ ମହାତ୍ମାଙ୍କ କଥାର ମର୍ମ କିଛି ବୁଝି ନପାରି ଚୁପଚାପ ଠିଆ ହୋଇଥାନ୍ତି l ଏତିକି ବେଳେ ପୁଣିଥରେ ମହାତ୍ମା କହିଲେ,’’ଯାଅ ବତ୍ସ !ମୋ ଆଶ୍ରମ ଅଗଣାରେ ଖଣ୍ଡେ ପଥର ପଡିଛି, ତାକୁ ସେଠାରୁ ହଟେଇ ଦିଅ l’’

ମହାତ୍ମାଙ୍କ ଆଜ୍ଞା ମାନି ସେୟା କଲେ l ହଟାତ୍ ଏକ ଗର୍ତ୍ତ ମଧ୍ୟରୁ ହାବୁକା ହାବୁକା ପାଣି ଉପରକୁ ଉଛୁଳି ଆସିଲା l ନିଜ ସମ୍ମୁଖରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣାକୁ ଦେଖି କୃଷକ ସଙ୍ଗେ ସଙ୍ଗେ ମହାତ୍ମାଙ୍କ ଚରଣ ତଳେ ପଡିକହିଲେ, ‘’ ଆପଣ ମହାନ୍, ମୋର ବଡ ଭାଗ୍ୟ ଆପଣଙ୍କ ପରି ମହାତ୍ମାଙ୍କର ସାନ୍ନିଧ୍ୟ ପାଇଛି l ତା’ ପରେ ସେ ସେହି କୁଅରୁ ପାଣି ଭରି ଘରକୁ ଫେରିବା ବେଳେ ପୁଣି ମହାତ୍ମା କହିଲେ, ‘’ ଏ ଘଟଣା କାହାରିକୁ କହିବନି l ନହେଲେ ତୁମର ଅନେକ ଅହିତ ହେବ l ଏହି ଘଟଣା ପରେ କୃଷକ ପ୍ରତିଦିନ ଲୁଚିଛପି ସେହି କୂଅରୁ ପାଣି ନିଅନ୍ତି l କିନ୍ତୁ ସତ କେତେ ଦିନ ଲୁଚି ରହିବ ? ଗାଁ ଲୋକମାନେ ଜାଣିଲେ କୃଷକ ପ୍ରତିଦିନ ଘରକୁ ପାଣି ଆଣୁଛି l ହେଲେ ନଦୀକୁ ଯାଉନି lସେମାନଙ୍କୁ ସନ୍ଦେହ ହେବାରୁ ଦିନେ ସମସ୍ତେ ବୃଦ୍ଧଙ୍କୁ ପଚରାଉଚୁରା କଲେ l ବୃଦ୍ଧ ବହୁ ସମୟ ଯାଏ ସତ ନ କହିବାରୁ ତାଙ୍କୁ ଗୋଟେ ଘରେ ବନ୍ଦ କରି ରଖିଦେଲେ l ଦିନେ ଦୁଇଦିନ ପରେ ଭୋକ ଉପାସ ସହି ନପାରି ସତ କହିବାକୁ ବାଧ୍ୟ ହେଲେ l ପୁଣି ଗାଁ ଲୋକମାନେ ମହାତ୍ମାଙ୍କ ପାଖରେ ପହଞ୍ଚି ଅଭିଯୋଗ କଲେ l ଲୋକମାନଙ୍କ ଅଭିଯୋଗ ଶୁଣି ମହାତ୍ମା ଶାନ୍ତ ଓ ନମ୍ର ଭାବେ କହିଲେ, ‘’ ସମସ୍ତେ ଯାଇ ମୋ ଅଗଣାରେ ପଡିଥିବା ପଥରକୁ ହଟେଇ ଦିଅ,ତା ତଳେ ପାଣି ଅଛି କି ନା ଜାଣି ପାରିବ l ଗାଁ ଲୋକମାନେ ମଧ୍ୟ ସେଇଆ କଲେ l ହେଲେ ଏ କ’ ଣ ? ସଭିଏଁ ଆଶ୍ଚର୍ଯ୍ୟ , କୂଅଟି ସଂପୂର୍ଣ୍ଣ ଶୁଖିଲା ଥାଏ l

ଗାଁ ଲୋକମାନଙ୍କର ନିରାଶା ଭାବ ଦେଖି ମହାତ୍ମା ହସି ହସି କହିଲେ ‘’ ଯିଏ ଯେମିତି ଇଚ୍ଛା କରିବ ସେ ସେମିତି ଫଳ ପାଇବ l ଆପଣ ମାନେ ଜ୍ଞାନର ଗରିମାକୁ ପରିହାସ କରୁଥିଲେ l ସତ୍ୟକୁ ଅପପ୍ରଚାର କରୁଥିଲେ,ତେଣୁ ସେ କୂଅରୁ ପାଣି ନେବାର ଅଧିକାର ଆପଣମାନଙ୍କର ନାହିଁ l’’ ମହାତ୍ମାଙ୍କର ପ୍ରକୃତ ଜ୍ଞାନର ପରାକାଷ୍ଠାକୁ ଗାଁ ଲୋକମାନେ ବୁଝିପାରି ପଶ୍ଚାତାପ କଲେ l ଭୁଲପାଇଁ ଜଣ ଜଣ ହୋଇ କ୍ଷମା ମାଗିଲେ lସଭିଏଁ ନିଜର ଭୁଲ ପାରିଛନ୍ତି ଜାଣି ମହାତ୍ମା ଜନକଲ୍ୟାଣ ନିମନ୍ତେ ପୁଣି ଥରେ ଦୟାକଲେ ଓ ସେହି କୂଅରେ ପାଣି ଉଜୁଳି ଉଠିଲା l ସେହି ଦିନଠୁ ସେଠାକାର ଲୋକମାନେ ପାଣି ଆଣିବାପାଇଁ ଆଉ ନଦୀକୁ ଯିବାକୁ ପଡିଲା ନାହିଁ l ମହାତ୍ମାଙ୍କ ମହିମାରୁ ଉକ୍ତ କୂଅରୁ ସଭିଏଁ ପାଣି ନେଇ ବ୍ୟବହାର କଲେ l ଆଜି ମଧ୍ୟ ସେହି ମହାତ୍ମାଙ୍କୁ ମନେ ପକେଇ ସେହି ଅଞ୍ଚଳର ଲୋକମାନେ ପ୍ରତିବର୍ଷ ସେଇଠି ବଡ ଧରଣର ମେଳା କରନ୍ତି l


Rate this content
Log in

Similar oriya story from Children