Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଶ୍ବାସଘାତକ
ବିଶ୍ବାସଘାତକ
★★★★★

© sushama Parija

Crime

6 Minutes   7.3K    15


Content Ranking

ଭୂବନେଶ୍ୱରର ଏକ ଭବ୍ୟ ଅଟ୍ଟାଳିକା । ସାମନାରେ ସୁନ୍ଦର ଗୋଟେ ଫୁଲ ବଗିଚା । ଜାତି ଜାତି ରଙ୍ଗ ରଙ୍ଗର ଫୁଲରେ ଏମିତିକା ଭରି ରହିଛି ଯେ ନଦେଖଲା ଲୋକ ଘଡିଏ ଚାହିଁବ। ପଛପଟକୁ ରହିଛି ଛୋଟ ବଗିଚାଟିଏ ଯେଉଁଠି ରହିଛି ଆମ୍ଭ, ପଣସ,ନଡ଼ିଆ, ସପୁରୀ ଇତ୍ୟାଦି ଅନେକ ଫଳ ଗଛ ସାଙ୍ଗକୁ ଘି କୁଆଁରୀ, ପସାରୁଣୀ, ଅଅଁଳା, ଅଶୋକ, ଅର୍ଜୁନ ଆଦି ଜାତି ଜାତି ଔଷଧିୟ ବୃକ୍ଷ ମାନ। ଘର ଆଗେର ଲାଗିଛି ଗୋଟାଏ ବିରାଟକାୟ ସୁଦୃଶ୍ୟ ଫାଟକ। ଘରଟିର ଅନ୍ତେବାସୀ ମାତ୍ର ତିନି ଜଣ। ଅଠଷଠି ବର୍ଷର ଯଶୋଧାରା ଦେବୀ , ତିରିଶ କି ପଇଁତିରିଶ ବର୍ଷର ହେବ ସାବିତ୍ରୀ , ଯଶୋଧାରା ଦେବୀଙ୍କର ସେବିକା ଆଉ ବସନ୍ତ, ଯଶୋଧାରା ଦେବୀଙ୍କର ଡ୍ରାଇଭର । ଯଶୋଧାରା ଦେବୀଙ୍କର ଦୁଇ ପୁଅ ବିଦେଶରେ ଚାକିରୀ କରନ୍ତି ।ତାଙ୍କ ପରିବାର ସହିତ ସେଠାରେ ରହନ୍ତି । ଚାରି ପାନ୍ଚ ବର୍ଷରେ ଥରେ ଘରକୁ ଆସନ୍ତି ସେମାନଙ୍କ ପରିବାରକୁ ଧରି । ସେତିକି ଦିନ ଖୁବ୍ ଗହଳ ଚହଳ ଲାଗିରହେ ସେଇ ଘରଟିରେ। ଅନ୍ୟ ସବୁଦିନେ ସେମିତି ଶୂଳଶାନ୍ ପଡିଥାଏ।

ସାବିତ୍ରୀ ତା' ସାତ ଆଠ ବର୍ଷର ପୁଅଟିକୁ ଧରି ରୁହେ ଘର ପଛ ପଟେ ଥିବା ସର୍ଭ୍ୟାଣ୍ଟ କ୍ଵାର୍ଟରରେ। ତା'

ପୁଅ ସୁଦାମ ବର୍ଷକର ହୋଇଥିଲା ବେଳେ ତା'ର ମଦୁଆ ସ୍ଵାମୀ ପଦନା ତାକୁ ବାଡେଇ ପିଟି ଦରମରା କରି ଘରୁ ବାହାର କରିଦେଇଥିଲା । ଭୋକ ଉପାସରେ ସାତ ଆଠ ଦିନ ଇଆଡେ ସିଆଡେ ବୁଲିଲା ପରେ ଭିକ ମାଗିବାକୁ ଲାଗି ଥିଲା ସାବିତ୍ରୀ ନିଜର ଆଉ ନିଜ କୋଳରେ ଥିବା ଛୁଆଟିର ଜୀବନ ରକ୍ଷା କରିବା ପାଇଁ। ଏମିତି ଭିକ ମାଗି ବୁଲୁ ବୁଲୁ ସେ ପହଞ୍ଚି ଥିଲା ଯଶୋଧାରା ଦେବୀଙ୍କର ଘର ଫାଟକ ପାଖରେ । ଯୋଗକୁ ସେ ଦିନ ତାଙ୍କର ଠିକା ଚାକରାଣୀ ମଇନା ଆସି ନ ଥାଏ କାମକୁ । ତାକୁ ଅପେକ୍ଷା କରି କରି ବ୍ୟସ୍ତ ହୋଇ ତଳକୁ ଆସି ଠାକୁରଙ୍କୁ ପୂଜା କରିବା ଲାଗି ଫୁଲ ତୋଳୂ ଥାଆନ୍ତି ଯଶୋଧାରା ଦେବୀ । ଗେଟ୍ ପାଖରେ କାଖରେ ଛୁଆଟିକୁ କାଖରେ ଧରି ସ୍ତ୍ରୀ ଲୋକଟିଏ ଠିଆ ହୋଇଥିବାର ଦେଖି ତା'ର ପାଖକୁ ଆସି ତା'କୁ କାହିଁକି ଡାକୁଛି ବୋଲି ପଚାରିଲେ । ତାଙ୍କ କଥାରେ କଣ ଥିଲା କେଜାଣି ସାବିତ୍ରୀ କଇଁ କଇଁ ହୋଇ କାନ୍ଦି କାନ୍ଦି ତା'ର ଦୁଃଖ କାହାଣୀ କହିଗଲା । ଯଶୋଧାରା ଦେବୀଙ୍କର ମନ ତରଳି ଗଲା ତା'ର ଦୁଃଖ କଥା ଶୁଣି । ସେ ତାକୁ ବୁଝାଇଲେ ଭିକ ମାଗିବା ଗୋଟିଏ ନିନ୍ଦନୀୟ କାମ । ସେ ଜଣେ ସୁସ୍ଥ ସବଳ ମଣିଷ ଭିକ କାହିଁକି ମାଗିବ ବରଂ କୋଉଠି କାମଧନ୍ଦା କଲେ ନିଜ ସହିତ ନିଜ ପୁଅର ମଧ୍ୟ ପାଳନ ପୋଷଣ କରି ପାରିବ । ଇଜ୍ଜତରେ କମେଇବ ଇଜ୍ଜତରେ ରହିବ। କଥାଟି ମନକୁ ପାଇଲା ସାବିତ୍ରୀର।

ସେ ଯଶୋଧାରା ଦେବୀଙ୍କୁ ଅନୁରୋଧ କଲା ତାଙ୍କ ଘରେ ତାକୁ କାମଟଏ ଦେବା ଲାଗି । ମନେମନେ ସେହି କଥା ଚାହୁଁଥିଲେ ଯଶୋଧାରା ଦେବୀ । ଠିକା ଚାକରାଣୀଟା ତାଙ୍କୁ ବଡ ହଇରାଣ କରୁଥିଲା । ମଝିରେ ମଝିରେ ନ କହି କାମକୁ ଆସୁନଥିଲା। ତେଣୁ ସାବିତ୍ରୀର କଥାରେ ଆନନ୍ଦରେ ରାଜି ହୋଇଗଲେ ।

ସାବିତ୍ରୀ ଆସିଲା ଯଶୋଧାରା ଦେବୀଙ୍କର ମାତୃକୃପା ନିଳୟକୁ ସେବିକା ହୋଇ। ଘର ପଛ ପଟେ ଥିବା ସର୍ଭ୍ୟାଣ୍ଟ କ୍ଵାର୍ଟରଟି ସଫା ସୁତୁରା କରି ରହିଲା ନିଜର ପୁଅକୁ ନେଇ । ଯଶୋଧାରା ଦେବୀଙ୍କୁ ସେ ଦେବୀ ଭଳିଆ ମାନୁଥିଲା । ବଡି ଭୋରରୁ ଉଠି ଘରଦ୍ୱାର ବାଡି ବଗିଚାରେ ଝାଡୁ କରିବା ଠାରୁ ରାତିରେ ଯଶୋଧାରା ଦେବୀ ଶୋଇବାକୁ ଗଲାବେଳେ ତାଙ୍କ ଗୋଡ ମୋଡି ଦେବା ପର୍ଯ୍ୟନ୍ତ ସବୁକିଛି କାମ ନିଜ ହାତରେ କରୁଥିଲା ସେ। ତାଙ୍କୁ ମା ବୋଲି ସମ୍ବୋଧନ କରୁଥିଲା ଏବଂ ମାଆ ଭଳି ଭକ୍ତି କରୁଥିଲା । ତା'ର

ସେବା ମନୋବୃତ୍ତି ଦେଖି ମୁଗ୍ଧ ହୋଇଥିଲେ ଯଶୋଧାରା ଦେବୀ । ନିଜ ଝିଅ ପରି ଦେଖିବାକୁ ଲାଗିଥଲେ ତାକୁ। ସାବିତ୍ରୀର ଘରକୁ ଲାଗି ଥିଲା ସାଦିକ୍ ର କ୍ଵାର୍ଟର । ସାଦିକ୍ ମିଆଁ ଥିଲା ତାଙ୍କର ଡ୍ରାଇଭର । ତାଙ୍କ ସ୍ୱାମୀଙ୍କ ଅମଳରୁ ସେ ତାଙ୍କ ଗାଡି ଚଳାଉଥିଲା । ଷାଠିଏ ବର୍ଷର ସାଦିକ୍ ସାବିତ୍ରୀକୁ ନିଜର ଝିଅଟିଏ ପରି ଦେଖୁଥିଲା । ସାବିତ୍ରୀ ମାଆଙ୍କର ଘରକାମ କଲାବେଳେ ତା'ପୁଅର ଦେଖା ଶୁଣା କରୁଥିଲା । ସାଦିକ୍ ରୃପରେ ସାବିତ୍ରୀକୁ ବାପ ଟିଏ ମିଳି ଯାଇଥିଲା ଯେମିତି । ଦିନ ସବୁ ସୁରୁଖୁରୁରେ ବିତି ଯାଇଥିଲା ।

ହଠାତ୍ ଦିନେ ମାଆଙ୍କର ଜିନିଷ ପତ୍ର ହାତରେ ଧରି ଯାଉଥିଲା ବେଳେ ପାହାଚ ଉପରେ ଗୋଡ ଖସିଗଲା ସାଦିକ୍ ମିଆଁର। ଗଡି ଗଡି ସିଧା ତଳେ ପଡିଲା ସାଦିକ୍ ମିଆଁ । ମୁଣ୍ଡ ଫାଟି ଧାର ଧାର ରକ୍ତ ବୋହିଲା । ତଳେ କାମ କରୁଥିବା ସାବିତ୍ରୀ ଧାଇଁ ଆସିଲା ଚାଚାର କ'ଣ ହେଲା କହି। ଟେକାଟେକି କରି ଅଟୋ ଯୋଗେ ନେଇଗଲେ ଡାକ୍ତର ପାଖକୁ । ଡାକ୍ତର ମୁଣ୍ଡରେ ଔଷଧ ଲଗାଇ ପଟି ବାନ୍ଧି ଦେଇ ଘରକୁ ପଠାଇବାକୁ କହିଲା ବେଳକୁ ସାଦିକ୍ ଚାଚା ଆଉ ଉଠି ପାରିଲାନି ମେଡିକାଲ ବେଡ୍ ରୂ। ଡାକ୍ତର ପରୀକ୍ଷା କରି କହିଲେତ ପାହାଚରୁ ପଡି ଅଣ୍ଟା ହାଡ ଭାଙ୍ଗି ଯାଇଛି ସାଦିକ୍ ଚାଚାର। ଅଣ୍ଟା ପ୍ଲାଷ୍ଟର ହେଲା ଆଉ ସାଦିକ୍ ଚାଚା ତିନି ସପ୍ତାହ ଧରି ପଡି ରହିଲା ସେମିତି ବିଛଣାରେ। ସାବିତ୍ରୀ ଝିଅଟିଏ ଭଳି ଖୁବ୍ ସେବା କଲା ତା'ର। ତିନି ସପ୍ତାହ ପରେ ପ୍ଲାଷ୍ଟର୍ ଖୋଲା ହେଲା ପରେ ଦେଖା ଗଲା ଯେ ସାଦିକ୍ ଚାଚା ଆଉ ଅଣ୍ଟା ସଳଖି ଚାଲି ପାରୁ ନାହିଁ। ଖୁବ୍ ମନ କଷ୍ଟ କଲେ ଯଶୋଧାରା ଦେବୀ । ସାବିତ୍ରୀ ଭାବିଲା ସେ ଆଉଥରେ ତା ବାପାକୁ ହରେଇଲା। ତା'ପୁଅ ଆଉ କାହା ସହିତ ଖେଳିବ ।କିଏ ତାକୁ ରଖିବ। ସାଦିକ୍ ଚାଚାର ଘରକୁ ଖବର ଗଲା । ତାର ପରିବାର ଲୋକେ ଆସି ଘରକୁ ନେଇଗଲେ ତାକୁ। ଗଲାବେଳେ ମାଆ ତା' ହାତକୁ ବଢ଼େଇ ଦେଇଥିଲେ ପଚାଶ ହଜାର ଟଙ୍କା । କହିଥିଲେ ବହୁତ ଦିନ ଧରି ଆମ ପରିବାରର ସେବା କଲ ସାଦିକ୍ ମିଆଁ , ଆଜି ଏ ଅବସ୍ଥାରେ ତମକୁ ଛାଡିବାକୁ ମୁଁ ବାଧ୍ୟ ହେଉଛି । ତମେ ଥିଲ, ମୋର ଚିନ୍ତା ନଥିଲା ହେଲେ ଏବେ ତମ ଭଳି ଜଣେ ବିଶ୍ବସ୍ତ ଡ୍ରାଇଭର ମୁଁ କେଉଁଠାରୁ ପାଇବି ? ଯଦି ତମ ଆଖିରେ ସେମିତି କେହି ଥାଆନ୍ତି ତେବେ ମତେ ତମେ ଡ୍ରାଇଭରଟିଏ ଯୋଗାଡ କରି ଦେଇ ଯାଅ । ମୋର ବଡ ଉପକାର ହେବ। ଖୁସି ହୋଇ ସାଦିକ୍ ଚାଚା କହିଲା ମୋର ସାଙ୍ଗର ପୁଅଟିଏ ଏଇ ପାଖରେ ରହି ଗାଡି ଚଲାଉଛି। ତାର ବାପା ଖୁବ୍ ଭଲଲୋକ ଥିଲା, ତେଣୁ ଭାବୁଛି ସେ ବି ସେମିତି ଭଲ ପିଲାଟିଏ ହୋଇଥିବ । ମୁଁ ତାକୁ ଡକାଇ ଦେଉଛି ଆପଣ କଥାବାର୍ତ୍ତା କରି ନିଅନ୍ତୁ । କହିବା ଅନୁଯାୟୀ ବସନ୍ତକୁ ପଠାଇଦେଲା ସାଦିକ୍ ମିଆଁ ତା' ଯାଗାରେ କାମ କରିବା ଲାଗି ଡ୍ରାଇଭର ଭାବରେ ।

ବସନ୍ତ ଯଶୋଧାରା ଦେବୀଙ୍କର ଗାଡି ଚଲେଇଲା ଆଉ ରହିଲା ଆସି ସାଦିକ୍ ମିଆଁ ରହୁଥିବା କ୍ଵାର୍ଟରରେ। ଧୀରେ ଧୀରେ ବନ୍ଧୁତା ସ୍ଥାପନ କଲା ସାବିତ୍ରୀର ପୁଅ ସୁଦାମ ସହିତ। କେତେବେଳେ ଚକୋଲେଟ୍ ଟିଏ ଦେଇ ତ ଆଉ କେତେବେଳେ ଖେଳନାଟିଏ ଦେଇ । କାମ ନଥିଲା ବେଳେ ସୁଦାମକୁ ବଜାର ବୁଲାଇ ନିଏ ,ଭଲ ମନ୍ଦ ଜିନିଷ ଖାଇବାକୁ ଦିଏ। ସୁଦାମ ତାକୁ ବେଶ୍ ଆଦରି ନେଇ ଥାଏ।ଆଉ ସାଦିକ୍ ଚାଚାକୁ ଖୋଜୁ ନଥାଏ। ବେଳେ ବେଳେ ସାବିତ୍ରୀ ବିରକ୍ତ ହୁଏ । କୁହେ କାହିଁକି ପିଲାଟା ପିଛା ଏତେ ଖର୍ଚ୍ଚ କରୁଛ ? ବସନ୍ତ ହସି ହସି ଉତ୍ତର ଦିଏ ହଁ ମୋର ଆଉ କିଏ ଅଛି ଯେ କାହା ଲାଗି ରଖିବି। କ୍ରମେ କ୍ରମେ ସାବିତ୍ରୀ ଜାଣି ଗଲା ଯେ ବସନ୍ତ ଏବେ ବି ଅବିବାହିତ । ଘରେ ବାପା ମାଆ ଚାଲିଗଲା ପରେ ଦୁନିଆଁରେ ସେ ସଂପୂର୍ଣ୍ଣ ଏକୁଟିଆ । ସେ ପିଲାଟିକୁ ସେଇଥି ପାଇଁ ଏତେ ସ୍ନେହ ଶ୍ରଦ୍ଧା କରୁଛି। ଏବେ ସେ ଖୁସିରେ ସୁଦାମକୁ ଛାଡି ଦିଏ ବସନ୍ତ ସାଥୀରେ ଖେଳିବାକୁ । କେବେ କେମିତି ଖୁସିରେ ବସନ୍ତ ମିଠା କିଣି ଦେଇ ଥାଏ ସୁଦାମ ହାତରେ, ଘରେ ବସି ମାଆ ପୁଅ ଦିଜଣ ଖାଆନ୍ତି । କେବେ ଭଲ ତରକାରୀ ଟିକେ କଲେ ଶ୍ରଦ୍ଧାରେ ସାବିତ୍ରୀ ଖାଇବାକୁ ଡାକିଥାଏ ବସନ୍ତକୁ। ଏମିତି ବଢୁଥାଏ ସଂପର୍କ। ଧୀରେ ଧୀରେ ବସନ୍ତର ଯିବା ଆସିବା ବଢୁଥିଲା ସାବିତ୍ରୀ ଘରକୁ । ସାବିତ୍ରୀକୁ ଲାଗୁଥିଲା ସେ ଧୀରେ ଧୀରେ ଟାଣି ହୋଇ ଯାଉଛି ବସନ୍ତ ଆଡକୁ । ବସନ୍ତର ସାମୀପ୍ୟ ତାକୁ ଆନନ୍ଦ ଦେଉଥିଲା । ତା ଆଖି ଲାଖି ରହୁଥିଲା ବସନ୍ତର ବଳିଷ୍ଠ ଶରୀର ଉପରେ ।ଅନେକ ଦିନ ତଳେ ଛାଡି ଆସିଥିବା ସ୍ବାମୀର ଦେହ ସୁଖ ସେ ଖୋଜିବାକୁ ଆରମ୍ଭ

କଲା ବସନ୍ତ ପାଖରେ। ବସନ୍ତ ଯେମିତି ଏଇ ସୁଯୋଗ ଅପେକ୍ଷାରେ ଥିଲା । ପ୍ରତିଦିନ ସେ କିଛି ନା କିଛି ଉପହାର ଆଣି ଦେଉଥିଲା ସାବିତ୍ରୀକୁ। ସାବିତ୍ରୀ ମଧ୍ୟ ଏବେ ସବୂ ସମୟରେ ସାଜି ସୁଜି ହୋଇ ଅପେକ୍ଷା କରି ରହୁଥିଲା ବସନ୍ତର ଆସିବା ବାଟକୁ । ସ୍ନେହର ସଂପର୍କ ଶାରୀରିକ ସଂପର୍କରେ ପରିବର୍ତ୍ତିତ ହୋଇ ଯାଇଥିଲା ।

ତାଙ୍କର ଏ ଅନୈତିକ ସମ୍ପର୍କ କିନ୍ତୁ ବାଦ ପଡି ନଥିଲା ଯଶୋଧାରା ଦେବୀଙ୍କର ଅନୁଭବୀ ଦୃଷ୍ଟିରୁ। ଅନେକ ଦିନ ହେବ ସେ ସାବିତ୍ରୀର ହାବଭାବରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ । ଅନେକ ସମୟରେ ସାବିତ୍ରୀ ଆଉ ବସନ୍ତକୁ ଟୁପ୍ ଟାପ୍ କଥା ହେବାର ଦେଖିଥିଲେ ମାତ୍ର ଏତେଟା ଗୁରୁତ୍ୱ ଦେଇ ନଥିଲେ । ହଠାତ୍ ସାବିତ୍ରୀର ପ୍ରସାଧନ ସାମଗ୍ରୀ ପ୍ରତି ଆଗ୍ରହ ଦେଖି ସେ ସନ୍ଦେହ କରୁଥିଲେ ଯେ ସାବିତ୍ରୀ ଜୀବନକୁ ଆଉ ଥରେ ନୂଆ କରି ବଞ୍ଚିବାକୁ ଚାହୁଁଛି ହୁଏତ ତା ଜୀବନରେ ଆଉ କେହି ନୂଆ ଲୋକ ଆସିଛି କିନ୍ତୁ ସେଇ ଲୋକଟି ଯେ ବସନ୍ତ ସେ କଥା ସେ ଚିନ୍ତା କରି ନଥିଲେ । କାରଣ ସାବିତ୍ରୀ ଠାରୁ ବସନ୍ତ ବୟସରେ ସାନ ଥିଲା । ତା ଛଡା ସାବିତ୍ରୀର ସାତ ଆଠ ବର୍ଷର ପୁଅଟିଏ ମଧ୍ୟ ଥିଲା। ସବୁ ଦେଖି ଦେଖି ସେ ଦିନେ ସାବିତ୍ରୀକୁ ଡାକି ବୁଝେଇଲେ । ଦେହ ସୁଖ ପାଇଁ ନିଜର ଏବଂ ନିଜ ପୁଅର ଭବିଷ୍ୟତ ଅନ୍ଧକାର ନ କରିବା ଲାଗି ପରାମର୍ଶ ଦେଲେ । ବସନ୍ତକୁ ମଧ୍ୟ ଡାକି ଧମକାଇ ଏଥିରୁ ଓହରି ଯିବା ଲାଗି ତାଗିଦ୍ କରିଦେଲେ। କଥା ନ ମାନିଲେ ଚାକିରୀରୁ ବାହାର କରି ଦେବେ ବୋଲି ସଫା ସଫା ଶୁଣେଇ ଦେଲେ ।

ତିନି ଦିନ ପର୍ଯ୍ୟନ୍ତ ମାତୃକୃପା ନିଳୟର ମୁଖ୍ୟ ଦରଜା ଖୋଲା ନ ହେବା ଦେଖି ସ୍ଥାନୀୟ କିଛି ଲୋକ ପୋଲିସ୍ ରେ ଖବର ଦେଇଥିଲେ । ପୋଲିସ୍ ସହାୟତାରେ ମୁଖ୍ୟ ଦରଜା ଖୋଲା ଗଲା। ଘର ଭିତରେ ପଡିଥିଲା ଯଶୋଧାରା ଦେବୀଙ୍କର ମୃତ ଦେହ, ଧାରୁଆ ଅସ୍ତ୍ରରେ କଟା ହୋଇ ଗଣ୍ଡି ମୁଣ୍ଡ ଅଲଗା ହୋଇ ଯାଇଥିଲା । ଧାର ଧାର ରକ୍ତ ବୋହି ଚଟାଣରେ ଶୁଖି ଯାଇଥିଲା । ଘରର ଆଲମାରୀ ଖୋଲା ପଡିଥିଲା । ସର୍ଭ୍ୟାଣ୍ଟ କ୍ଵାର୍ଟରଟା ଫାଙ୍କା ପଡିଥିଲା । କାହାରି ଚିହ୍ନ ବର୍ଣ୍ଣ ନଥିଲା । ପୋଲିସ୍ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ଯଶୋଧାରା ଦେବୀଙ୍କର ପୁଅ ମାନଙ୍କୁ ଖବର କରିବା ପରେ ପୋଲିସ୍ ଛାନ୍ ବିନ୍ ଆରମ୍ଭ କରିଦେଇଥିଲା ।

ଯଶୋଧାରା ସାବିତ୍ରୀ ଡ୍ରାଇଭର

Rate the content


Originality
Flow
Language
Cover design

Comments

Post

Some text some message..