Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Inspirational

5.0  

Writer Roja Panda

Inspirational

ବାନରସେନା

ବାନରସେନା

3 mins
7.7K


ବାନରସେନା

ରୋଜା ପଣ୍ଡା

ବଡବଡ ଲୋକମାନଙ୍କୁ ବେଳେବେଳେ ଛୋଟପିଲା ମନେ ବି ଉଚିତ ମାର୍ଗ ଦେଖାଇଥାନ୍ତି । ଏମିତି ଏକ ଘଟଣାକୁ ନେଇ ଏହି କାହାଣୀଟି ।

ଚନ୍ଦନପୁର ନାମରେ ଗୋଟେ ଗାଁ ଥିଲା । ସେଠି ପ୍ରାୟ ୩୦୦୦ ରୁ ଅଧିକ ଲୋକ ବାସ କରୁଥିଲେ । ସେଇ ଗାଁରେ ବହୁତ ଚାଷଜମି ଥିଲା । ପୋଖରୀ, ନଦୀ ଓ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିଲା ସେଇ ଗାଁଟି । ଗାଁର ଦୁଇ ପାର୍ଶ୍ଵରେ ଦୁଇଟି ମନ୍ଦିର ମଧ୍ୟ ଶୋଭା ପାଉଥିଲା ।

ସେଇ ଗାଁରେ ହରିଆ ନାମରେ ଏକ ଛୋଟ ପିଲା ରହୁଥିଲା । ସେ ଗାଁ ଶେଷମୁଣ୍ଡ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲା । ଦିନେ ସେ ବିଦ୍ୟାଳୟରୁ ଦୌଡ଼ି ଦୌଡ଼ି ନିଜ ଘର ଆଡ଼କୁ ଯାଉଥିବା ଦେଖି ଗାଁର କେତେଜଣ ମୁଖିଆଲୋକ ତାକୁ ପଚାରିଲେ, କିରେ ହରିଆ କଣ ଏତେ ଜୋରରେ ଧାଉଁଛୁ,କଣ କିଛି ମିଳିଗଲା କି ? ହରିଆ କାହା କଥା ନଶୁଣି ନିଜ ଘରେ ଯାଇ ପହଁଚିଲା । ଘରେ ଯାଇ ଦେଖିଲା ନିଜ ସାନ ଭଉଣୀ ବହୁତ ବେମାର ପଡିଛି । ତାକୁ ଝାଡା, ବାନ୍ତି ରୋଗ ହେଇଛି । ହରିଆ ସଙ୍ଗେ ସଙ୍ଗେ ଯାଇ ଡାକ୍ତରବାବୁଙ୍କୁ ଡାକିଆଣିଲା । ଡାକ୍ତରବାବୁ ଔଷଧ ଦେଲେ ଏବଂ ରୋଗର କାରଣ ଦର୍ଶାଇଲେ । ହରିଆ ବୁଝିଗଲା ଯେ ବାହାରେ ମଳ ତ୍ୟାଦ କରିବାଦ୍ୱାରା ଏହି ସଂକ୍ରାମକ ରୋଗଟି ବ୍ୟାପିଛି । ଡାକ୍ତରବାବୁ ପ୍ରତି ଘରେ ପାଇଖାନା କରିବାପାଇଁ ଅନୁରୋଧ କଲେ । ହରିଆର ମନକୁ ପାଇଖାନା ତିଆରିକରିବା କଥାଟା ଖୁବ ବିଚଳିତ କଲା । ସେ ଗାଁର ମୁଖିଆ ଓ ଗାଁ ସରପଞ୍ଚଙ୍କ ପାଖକୁ ଗଲା ଏବଂ ଗାଁରେ ପ୍ରତି ଘରେ ଘରେ ପାଇଖାନା ତିଆରି କରିବାପାଇଁ ବିନତି କଲା । ଗାଁ ସରପଞ୍ଚ ଟିକେ ଆଗକାଳିଆ ଲୋକ ଥିଲେ । ସେ ଗାଁରେ ପାଇଖାନା କରିବା କଥାଟା ସହଜରେ ହଜମ କରିପାରିଲେ ନାହିଁ । ଗାଁରେ ଶୌଚ ପାଇଁ ଏତେ ସୁବିଧା ଅଛି ପୁଣି ପାଇଖାନା କଣ ଦରକାର ବୋଲି ସେ ହରିଆକୁ ଉତ୍ତର ଦେଲେ । ଏବଂ ହରିଆକୁ ସିଧା ସିଧା ପାଇଖାନା ତିଆରି ହେଇପାରିବ ନାହିଁ ବୋଲି ରୋକଠୋକ ମନା କରିଦେଲେ । ହରିଆ ମନ ଦୁଃଖରେ ସେଠୁ ଫେରିଲା । ସେ ଗାଁ ସରପଞ୍ଚଙ୍କୁ ବୁଦ୍ଧି ଶିଖାଇବାପାଇଁ ଏକ ଯୋଜନା କଲା । ଗାଁର କିଛି ପିଲାଙ୍କୁ ଏକତ୍ର କରି ଏକ ବାନରସେନା ପ୍ରସ୍ତୁତ କଲା । ସେଇ ବାନରସେନା ଗାଁର ଯେତେ ଲୋକ ବାହାରେ ଶୌଚ ପାଇଁ ଯାଉଥିଲେ ସମସ୍ତଙ୍କ ପାଣିଢାଳ ନେଇ ପଳାଉଥିଲେ। ଲୋକମାନେ ଖୋଲା ପଡ଼ିଆରେ ମଳତ୍ୟାଗ କରୁଥିବା ସମୟରେ ସେମାନଙ୍କୁ ଲଣ୍ଠନ ଏବଂ ଟର୍ଚ୍ଚ ଦେଖାଇ ହଇରାଣ କରୁଥିଲେ । କିଛି ପିଲା ମିଶି ଟେକା ପଥର ମଧ୍ୟ ପକାଉଥିଲେ । ସେଇ ବାନରସେନା ଦଳ ଗାଁ ସାରା ବୁଲି ବୁଲି "ଖୋଲା ସ୍ଥାନରେ ମଳତ୍ୟାଗ ସଂକ୍ରାମକ ରୋଗର କାରଣ" ଏହି ସ୍ଲୋଗାନ ଦେଉଥିଲେ । ହରିଆ ତିଆରି କରିଥିବା ବାନରସେନାଙ୍କ ଉତ୍ପାତ ଦେଖି ଗାଁ ଲୋକ ଆଉ ଶାନ୍ତିରେ ଖୋଲା ପଡ଼ିଆରେ ମଳତ୍ୟାଗ କରିପାରିଲେ ନାହିଁ । ଶେଷରେ ଗାଁ ଲୋକ ମିଶି ହରିଆର ପ୍ରସ୍ତାବରେ ଏକମତ ହେଲେ ଏବଂ ସମସ୍ତେ ମିଶି ଗାଁ ସରପଞ୍ଚଙ୍କ ଘରକୁ ଗଲେ । ସେତେବେଳକୁ ଗାଁ ସରପଞ୍ଚ ନିଜେ ସଂକ୍ରାମକ ରୋଗରେ ପୀଡିତ ଥିଲେ । ଡାକ୍ତରବାବୁ ଆଉଥରେ ସେଇ ଖୋଲା ସ୍ଥାନରେ ମଳତ୍ୟାଗ ଦ୍ୱାରା ଏହି ରୋଗ ହେଇଛି ବୋଲି କହିଥିଲେ । ଏବଂ ଗାଁରେ ପାଇଖାନା ନିହାତି ଜରୁରୀ ବୋଲି ଦର୍ଶାଇଥିଲେ । ଶେଷରେ ଗାଁ ସରପଞ୍ଚ ବାଧ୍ୟ ହୋଇ ଗାଁରେ ପାଇଖାନା ତିଆରି ହେବାପାଇଁ ଅନୁମତି ଦେଲେ ।

ସେଇଦିନ ଠାରୁ ସେଇ ଗାଁରେ ବେସି ସଂକ୍ରାମକ ରୋଗ ବ୍ୟାପୁନାହିଁ । ଏବଂ ଆଜି ସେଇ ଗାଁଟି ହରିଆର କାର୍ଯ୍ୟ ପାଇଁ ତାକୁ ବହୁତ ପ୍ରଶଂସା ବି କରୁଛନ୍ତି ।

ଖୋଲା ପଡ଼ିଆରେ ମଳତ୍ୟାଗ କରିଲେ ଆମକୁ ବହୁତ ଭୟଙ୍କର ସଂକ୍ରାମକ ରୋଗ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ଗାଁରେ ପାଇଖାନା ନିହାତି ଆବଶ୍ୟକ । ନିଜ ଗାଁରେ ଓ ନିଜ ଘରେ ପାଇଖାନା ତିଆରିକରି ନିଜକୁ ଏବଂ ନିଜ ପରିବାରକୁ ସୁସ୍ଥ ରଖନ୍ତୁ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in

Similar oriya story from Inspirational