Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ଅତି ଗୁପ୍ତ କଥା

ଅତି ଗୁପ୍ତ କଥା

4 mins
386


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଅତି ଗୁପ୍ତ କଥା

ବହୁ ବର୍ଷ ତଳର କଥା । ପୃଥିବୀ ସୃଷ୍ଚି କରିବାର ଅନେକ ଦିନ ବିତିଗଲାଣି । ଈଶ୍ୱର ନିଜେ ସୃଷ୍ଟି କରିଥିବା ପୃଥିବୀ ବିଷୟରେ କିଛି ଚିନ୍ତା କରି ନଥିଲେ । ଦିନେ ସେ ପୃଥିବୀକୁ ଆସି ଦେଖିଲେ ଯେ, ପୃଥିବୀ ସାରା ଲୋକପୂର୍ଣ୍ଣ । ଖୁବ୍ ଅଳ୍ପ ଜାଗା ଖାଲି ପଡିଛି ।

ସେ କିଛି ସମୟ ଚିନ୍ତା କଲେ । ତାପରେ ସେ ନିଜର କାର୍ଯ୍ୟ ଆରମ୍ଭ କରିଦେଲେ । ସୈନ୍ୟମାନଙ୍କୁ ତାଙ୍କର ଆଦେଶ - “କଲାନକୁ ଧରିଆଣ ।” କିନ୍ତୁ କଲାନ କିଏ ସେକଥା କେହି ଜାଣି ନଥାନ୍ତି । ତେଣୁ ସେମାନେ ବ୍ୟତିବ୍ୟସ୍ତ । ଯେତେବେଳେ କଲାନ ଆସିଲା, ଈଶ୍ୱର କହିଲେ - “ତମେ ଏଥର ମୃତ୍ୟୁର ଦେବତା ହେବ । ତମେ ପୃଥିବୀ ତଳେ ଅଲଗା ଗୋଟିଏ ପୃଥିବୀ ସୃଷ୍ଟି କରିବ । ତମର କାର୍ଯ୍ୟ ପାଇଁ ଯାହାକୁ ଉପଯୁକ୍ତ ମନେ କରିବ, ତମେ ତାକୁ ମାରିଦେବ । ଏଥିରେ ବୟସର କୌଣସି ସମ୍ପର୍କ ରହିବ ନାହିଁ । ମୁଁ ଭାବୁଛି ତମେ କର୍ତ୍ତବ୍ୟ ପରାୟଣ ହେବ । ଲୋକମାନଙ୍କର ଚଳ ପ୍ରଚଳ ପାଇଁ ଯେପରି ପୃଥିବୀରେ ଯଥେଷ୍ଟ ଯାଗା ରହେ । ସେଥିପ୍ରତି ଦୃଷ୍ଟି ଦେବ ।”

କଲାନ ତା’ପର ଠାରୁ ମୃତ୍ୟୁ ଦେବତା ହୋଇଗଲେ । ସେ କହିଲେ - “ପ୍ରଭୁ, ମୋତେ ସମ୍ମାନିତ କରି କୃତାର୍ଥ କରିଛନ୍ତି । ହେଲେ ମତେ କୁହନ୍ତୁ ମୁଁ ସେମାନଙ୍କୁ କେଉଁ ସମୟରେ ଓ କେମିତି ମାରିବି ? ”

ଈଶ୍ୱରଙ୍କ ମୁହଁରେ ହସ । ସେ କହିଲେ - “ଶୁଣ ! ମୁଁ ହେଉଛି ଜୀବ ମାନଙ୍କର ସ୍ରଷ୍ଟା । ତୁମେ ଧ୍ୱଂସର କର୍ତ୍ତା । ତେଣୁ ତୁମେ ତୁମର କାମ ପାଇଁ କୌଣସି କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ । କେମିତି ତମର କାର୍ଯ୍ୟ ନିର୍ବାହ କରିବ, ସେ କଥା ତମେ ମତେ ପଚାର

ନାହିଁ । ତମର କାମ କରିବାର ମାର୍ଗ ତୁମେ ନିଜେ ନିର୍ଧାରଣ କର ।

କଲାନ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ । ତା’ପରେ ନିଜ ବାସସ୍ଥାନକୁ ବାହାରିଲେ । ସେ ତାଙ୍କର କର୍ତ୍ତବ୍ୟ କିପରି ସମ୍ପାଦନ କରିବେ, ସେ ବିଷୟରେ ସେ ଗଭୀର ଭାବରେ ଚିନ୍ତିତ । ଘରେ ପହଞ୍ଚି ମା’ଙ୍କୁ ତାଙ୍କର ଈଶ୍ୱର କହିଥିବା ସମସ୍ତ କଥା କହିଲେ ।

ସେ ଭାବୁଥିଲେ ଯେ ଏ କଥା ଶୁଣି ମା’ ତାଙ୍କର ଖୁସି ହୋଇଯିବେ । କିନ୍ତୁ ଏ କଥା ଶୁଣି ମା’ ତାଙ୍କର ହତାଶ ଓ ନିରାଶ । ସେ ଅତି ଦୁଃଖର ସହ କହିଲେ - “ତମକୁ ଈଶ୍ୱର କି ଘୃଣ୍ୟ କାମରେ ନିୟୋଜିତ କଲେ । ତୁମେ ଯେତେବେଳେ ଲୋକମାନଙ୍କୁ ମାରିବ, ଲୋକମାନଙ୍କର ମତ କ’ଣ ହେବ, ସେ କଥା ବିଚାରକୁ ନେଉଛ କି ? ନିଶ୍ଚିନ୍ତ ଭାବରେ ସେମାନେ ତମ ବିରୁଦ୍ଧରେ କହିବେ, ଆଉ ତମକୁ ଅଭିଶାପ ଦେବେ । ତା’ ଛଡା ମତେ ଜଣାନାହିଁ ଯେ, କେମିତିଆ ଅସଭ୍ୟ ଭାଷାରେ ସେମାନେ ମତେ ଗାଳିଦେଇ କହିବେ ଯେ ମୁଁ କିପରି ଏପରି ଗୋଟିଏ ଦୟା ଶୂନ୍ୟ ହତ୍ୟାକାରୀକୁ ଜନ୍ମ ଦେଇଛି । ମନେରଖ, ଭଲ ଲୋକଙ୍କର ଅଭିଶାପ ସବୁବେଳେ ଫଳପ୍ରଦ ।”

ମା’ଙ୍କ କଥା ଶୁଣି ମୃତ୍ୟୁ ଦେବତା ଆଶ୍ଚର୍ଯ୍ୟ । କିନ୍ତୁ ସେ ଆଶ୍ଚର୍ଯ୍ୟ । କିନ୍ତୁ ସେ ନୂତନ ଭାବେ ନେଇଥିବା କ୍ଷମତା ତାଙ୍କର ମନ ସ୍ଥିରତାକୁ ବଜାୟ ରଖି ପାରିଲେ । ସେ ଉତ୍ତର ଦେଲେ - “ମା’ ପ୍ରତ୍ୟେକ କାର୍ଯ୍ୟରେ କିଛି ଭଲ ଓ ମନ୍ଦ ଅଛି । ତେଣୁ ଲୋକମାନେ କ’ଣ କହିବେ ସେଥିପାଇଁ ବ୍ୟତିବ୍ୟସ୍ତ ହେବା ଅନୁଚିତ୍ । ନିଜର କର୍ତ୍ତବ୍ୟ ସମ୍ପାଦନ ହେଉଛି ଏକମାତ୍ର କର୍ମ । ତାହାହିଁ ଈଶ୍ୱଙ୍କ ପ୍ରକୃତ ସେବା ।

ମାଆ ଠିଆ ହୋଇ ପୁଅ କଥା ଶୁଣୁଥାନ୍ତି, ଆଖି ଡୋଳାରୁ ତାଙ୍କର ଉତ୍ତପ୍ତ ଲୁହ

ବୋହିଗଲା । ଏହା ମୃତ୍ୟୁ ଦେବତା ଦେଖିଲେ । ସେ କହିଲେ - “ମା’ ମୁଁ ତମର ଦୁଃଖ

ବୁଝିପାରୁଛି । କିନ୍ତୁ ମତେ କ୍ଷମା କର । ମୁଁ ଏ ବିଷୟରେ ଆଉ କିଛି କହି ପାରିବି ନାହିଁ । ଈଶ୍ୱରଙ୍କୁ ଅମାନ୍ୟ କରିବାର ଶକ୍ତି ମୋର ନାହିଁ ।”

ତାଙ୍କ ମାଆ ଗାଲରେ ଗଡି ଆସୁଥିବା ଲୁହକୁ ନିଜର ପିନ୍ଧାକାନିରେ ପୋଛି ଦେଇ କହିଲେ - ତାଙ୍କ ଆଦେଶକୁ ଅମାନ୍ୟ କରନାହିଁ । କିନ୍ତୁ ତୁ ଯଦି ତୋର ନିଜତ୍ୱକୁ ଏଇ କର୍ତ୍ତବ୍ୟ ସମ୍ପାଦନରେ ସମ୍ପୃକ୍ତ କରିବୁ ନାହିଁ, ତା’ହେଲେ ମୁଁ ଖୁସି ହେବି । ଫଳରେ ତତେ ଆଉ କେହି ଦୋଷ ଦେଇ ପାରିବେ ନାହିଁ । କିନ୍ତୁ ତୋ କାର୍ଯ୍ୟରେ ସାଫଲ୍ୟ ଓ ତୃଟି ବିଚାର କରିବେ ନାହିଁ । ଦୋଷାରପ କରିବେ ନାହିଁ ।

“ମା’ ମଣିଷକୁ ମାରିବା ହେଲା ମୋର କାମ । ନିଜକୁ ସେଥିରେ ସମ୍ପୃକ୍ତ ନକରି ଏ କାର୍ଯ୍ୟ

କିପରି କରିବି ?

ମା’ କହିଲେ - “ପୁଅ, ମୁଁ କ’ଣ ତୋର କ୍ଷମତା ବିଷୟରେ ସଚେତନ ନୁହଁ ?” ତା’ପରେ ସେ ତାଙ୍କୁ ତାଙ୍କର ପାଖକୁ ଡାକିଲେ । ତାଙ୍କ କାନରେ କିଛି ଗୁପ୍ତ କଥା କହିଲେ ।

ମୃତ୍ୟୁ ଦେବତା ସିଧା ତାଙ୍କ ଗୋଡ ତଳେ ପଡିଗଲେ । ସେ ତାଙ୍କ ମା’ଙ୍କର ଉପଦେଶ ପାଇଁ କୃତଜ୍ଞ । ତା’ର ନିଦର୍ଶନ ପାଇ ସେ ତାଙ୍କଠାରୁ ବିଦାୟ ନେଇ ପୃଥିବୀକୁ ଚାଲିଆସିଲେ । ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ଆଖିରେ ଗୋଟିଏ ମନ୍ଦିର ପଡିଲା । ସେଠାରେ ଲୋକ ଗହଳି ବହୁତ । ସେମାନେ କୌଣସି ଗୋଟିଏ ଉତ୍ସବ ପାଳନ କରୁଥିଲେ । ସେ ମନ୍ଦିରର ଦ୍ୱାର ଦେଶରେ ହାତୀଟିଏ ଉଭା । ଅତି ସୁନ୍ଦର ଭାବେ ଦାମୀ ଗହଣାରେ ସୁସଜ୍ଜିତ । ମୃତ୍ୟୁ ଦେବତା ନିଜକୁ ନିଜକୁ ଗୋଟିଏ ବିରୁଡି କରି ହାତୀର କାନରେ ପଶିଗଲେ । ଭିତରେ ପୁଣି ତାର ମସ୍ତିଷ୍କକୁ କାମୁଡିବାରେ ଲାଗିଲେ । ଯନ୍ତ୍ରଣାରେ ହାତୀଟି ଗର୍ଜନ କରି ଏଣେ ତେଣେ ଧାଇଁବାକୁ ଲାଗିଲା ।

ଲୋକମାନେ ହୋ ହୋ ହୋଇ ଏଣେ ତେଣେ ପଳାଇଲେ । ସେଇ ଅଳ୍ପ ସମୟ ମଧ୍ୟରେ ସ୍ଥାନଟି ଖାଲି ହୋଇଗଲା ଆକସ୍ମିକ ଆତଙ୍କଜନିତ ଛତ୍ରଭଙ୍ଗରେ ଯେଉଁ ଦଳାଚକଟା ହୋଇଗଲା, ସେଥିରେ କେତେ ସହ ଲୋକ ପ୍ରାଣ ହରାଇଲେ ।

ମୃତ୍ୟୁ ଦେବତା ତାପରେ ହାତୀ କାନରୁ ବାହାରି ଆସି ନିଜ ରୂପ ଧାରଣା କଲେ । ସେ ଅନ୍ୟ ଗୋଟିଏ ଜାଗାକୁ ଗଲେ ।

ସେଠାରେ ଦେଖିଲେ ଯେ, ଗୋଟିଏ ଶଗଡ ଗାଡି ପାହାଡର ତୀଖ ପଥ ଦେଇ ଯାଉଛି । ସେଥିରେ ଗୋଟିଏ ପରିବାରର ସ୍ତ୍ରୀ, ପୁରୁଷ ଓ ପିଲା ଛୁଆ ସମସ୍ତେ ବସିଛନ୍ତି ।

ସେ ସେଇ ଶଗଡ ଗାଡି ପାଖକୁ ଉଡିଗଲେ । ତାର ଅଖର ଅନିକିଳି ବାହାର କରିଦେଲେ । ସାଙ୍ଗେ ସାଙ୍ଗେ ଚକ ଶଗଡ ଗାଡିରୁ ଅଲଗା ହୋଇ ପଡିଗଲା । ଶଗଡ ଗାଡିଟି ଗୋଟିଏ ଭୟଙ୍କର ଶବ୍ଦ କରି ପାହାଡ ଉପରୁ ତଳକୁ ଖସିପଡିଲା । ସେଥିରୁ କେହି ହେଲେ ଜଣେ ରକ୍ଷା ପାଇପାରିଲେ ନାହିଁ ।

ତା’ପରେ ସେ ଆଉ ଗୋଟିଏ ଜାଗାକୁ ଗଲେ । ସେଠାରେ ଦେଖିଲେ ଗୋଟିଏ ଦମ୍ପତ୍ତି ପତ୍ରଭରା ଗଛ ତଳେ ବସିଛନ୍ତି । ସେ ଗୋଟିଏ ବିଷାକ୍ତ ସର୍ପର ରୂପ ଧରି ପୁରୁଷକୁ ଦଂଶନ କଲେ । ପୁରୁଷ ମରିଗଲା । ଫଳରେ ତା’ ସ୍ତ୍ରୀ ବିଧବା ହୋଇଗଲା ।

ତା’ପରେ ସେ ପାଖରେ ଥିବା ଗୋଟିଏ ଘରକୁ ଗଲେ । ସେଠାରେ ସେ ଗୋଟିଏ କଙ୍କଡାବିଛାର ରୂପ ଧରି ଶିଶୁର ଦୋଳି ପାଖକୁ ଗଲେ । ଦୋଳିରେ ଶୋଇଥିବା ଲୋକଟିକୁ କାମୁଡି ଦେଲେ । ସେ ପଦାକୁ ଆସି ଦେଖିଲେ, ଦୁଇ ଭାଇ କଳି କରୁଛନ୍ତି । ସେ ସେମାନଙ୍କ ମଧ୍ୟରୁ ଜଣକ ଦେହରେ ପ୍ରବେଶ କରି ଅନ୍ୟଟିକୁ ମାରିଦେଲେ ।

ସେଥିପାଇଁ ଯେତେବେଳେ ମୃତ୍ୟୁ ଆସେ, ଲୋକେ କୁହନ୍ତି – ସେ କେମିତି ମଲା ? ତା’ର ଉତ୍ତର ଆସେ ଏହା ଆକସ୍ମିକ ଆତଙ୍କଜନିତ ଦଳା ଚକଟାରେ ମୃତ । ଦୁର୍ଘଟଣାରେ ମୃତ । ସେ ସାପକାମୁଡାରେ ମୃତ, ସେ ବିଛା କାମୁଡାରେ ମୃତ, ସେ ଲଢେଇରେ ମୃତ । ଏହିପରି ଭାବରେ ଲୋକମାନଙ୍କୁ ମାରୁଥିବା ଅଦୃଶ୍ୟ ହତ୍ୟା – ହତ୍ୟାକାରୀ କଲାନକୁ ଏ ପୃଥିବୀରେ କେହି କଣ କେବେ ଦୋଷ ଦିଏ ?

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



Rate this content
Log in