Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

WR Kumar Munna

Others

2.5  

WR Kumar Munna

Others

ଭଙ୍ଗା_ହୃଦୟ

ଭଙ୍ଗା_ହୃଦୟ

10 mins
566


#ଭଙ୍ଗା_ହୃଦୟ

ଏକ ସତ୍ୟ ଘଟଣା ଉପରେ ଆଧାରିତ.

ପ୍ରେମ କେତେବେଳେ କେଉଁଠି କାହା ସହ ହେଇଯାଏ ସେତେବେଳେ ଜାଣୀହୁଏନାହିଁ ହେଲେ ଯେବେ ସେ ଧୋକା ଖା ସେତେବେଳେ ପ୍ରେମ କଣ ସେ ବୁଝିଯାଏ.

ଏକ ଭିର୍ଣ୍ଣ ଧରଣର ପ୍ରେମ କାହାଣୀ.2010 ମସିହା ର କଥା .ମିଲି ନବମ ରେ ପଢୁଥାଏ ଆଉ ସେ ମାମୁ ଙ୍କ ଝିଅ ର ବାହାଘର କୁ କିଛି ଦିନ ପୂର୍ବରୁ ଯାଇଥାଏ. ପିଲାଳିଆମୀ ର ବୟସ ବି ସରି ନଥାଏ .ସେଠିକା ପିଲା ଙ୍କ ସହ ମଜ଼ା ମସ୍ତି କରେ .ମାମୁ ଙ୍କ ଘର ପାଖ ପଡୋଶୀ ପିଲା ରାଜୁ ସହ ବନ୍ଧୁତା ହେଇଯାଏ .ରାଜୁ ସେତେବେଳେ +2 ପରୀକ୍ଷା ଦେଇଥାଏ ଆଉ ବହୁତ ସମୟ ଧରି ମିଲି ସହ କଥା ବାର୍ତା ହସ ମଜ଼ା କରେ .ଧୀରେ ଧୀରେ ରାଜୁ କୁ ପ୍ରେମ ହେଇଯାଏ ମିଲି ସହ.

ରାଜୁ- ଗୋଟେ କଥା କହିବି .

ମିଲି- କୁହ .

ରାଜୁ- ତମେ ମତେ ପସନ୍ଦ କରନା?

ମିଲି- ମାନେ.

ରାଜୁ- ତମେ ଆଗ କହୁନା.

ମିଲି ହସି ଦେଇ ଚାଲିଯାଏ.

ମିଲି ବି ରାଜୁ ର ମନ କଥା ଜାଣିପାରେ .

ରାଜୁ କେମିତି କହିବ କେମିତି କହିବ ବହୁତ ଚିନ୍ତିତ ରେ ଥାଏ .

ଦୁଇ ଜଣ ବାହାଘର ବସି ଦେଖୁଥାନ୍ତି .

ରାଜୁ କିଛି ଫୁଲ ଛଡେଇ କିଛି କିଛି ମିଲି ଉପରେ ପକାଉଥାଏ.

ମିଲି- ମୋ ଉପରେ କଣ ପକୋଉଛ .

ରାଜୁ- ଇଛା ହେଲା .

ତା ପରେ ରାଜୁ ମିଲି ର ପାଖ ଚେୟାର ରେ ବସେ ଆଉ ତା ମୁଣ୍ଡରୁ ଫୁଲ ସବୁ ଫୁଙ୍କି ଉଡେଇ ଦେଉଥାଏ.

ମିଲି- ତମେ ବାହାଘର ଦେଖୁନ .କିଛି ଶିଖ ତମର ବି ବାହାଘର ଆଗକୁ ହେବ.

ରାଜୁ- ତମେ ତ ଅଛ .ସେତେବେଳେ ମତେ ଶିଖେଇଦେବନି.

.

ଚୁପ ରହିଲ ଜେ

ଗୋଟେ କଥା ପଚାରିବି

ମିଲି- କୁହ.

ରାଜୁ- ମୁଁ ବି ତୁମକୁ ଏମିତି ବାହା ହେବାକୁ ଚାହୁଁଛି. ଏଇ କିଛି ଦିନ ହେବ ବାସ ମୁଁ ତୁମରି କଥା ହିଁ ଭାବୁଛି i love you.

ମିଲି ପୁଣି ଥରେ ହସିଦେଲା .

ରାଜୁ- କୁହ ପ୍ଲିଜ଼ .

ମିଲି- ମୋ ହସ ରୁ ଜାଣିପାରୁନା .

ରାଜୁ- ତା ମାନେ ତମେ ହଁ .

ମିଲି- ମୁଁ ଜାଣିଥିଲି ତମେ ମତେ ଭଲପାଉଥିଲ.

ମୁଁ ଗୋଟେ ଜିନିଷ ମାଗିବି ଦେବ.

ରାଜୁ- ମୋ ମୂଲ୍ୟବାନ ଜିନିଷ ହୃଦୟ କୁ ଦେଇ ସରିଲା ପରେ ଆଉ କଣ ନବ କୁହ.

ମିଲି- ମୁଁ ଯିବା ପୂର୍ବରୁ ତୁମର ଗୋଟେ ଫୋଟୋ ଦେବ .ମୁଁ ବି ତୁମକୁ ବହୁତ ଭଲପାଏ.

ବାହାଘର ସରିବା ର କିଛି ଦିନ ପରେ ମିଲି ଯିବା ପୂର୍ବରୁ ରାଜୁ ତାର ଫୋଟୋ ଆଉ ତା ପଛରେ ଫୋନ ନଂ ଲେଖି ଦେଇଥାଏ .

କିଛି ଦିନ ଭିତରେ ଦୁହିଁ ଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ ହେଇଆସେ .

ଏମିତି କିଛି ମାସ ଗଲା ପରେ .

ମିଲି ର ବାପା ସବୁ ର ଖବର ଜାଣିବାକୁ ପାଆନ୍ତି.

ମିଲି କୁ ବହୁତ ମାରନ୍ତି ହେଲେ ମିଲି ତଥାପି ରାଜୁ କୁ ଲୁଚି ଲୁଚି ଫୋନ କରେ .

ପୁଣି ଥରେ ବାପା ମାରନ୍ତି .

ହେଲେ ମିଲି ସେ କଷ୍ଟ କୁ ଖାତିରି ନକରି ତଥାପି ସେ ରାଜୁ କୁ ନିଜ କଷ୍ଟ ବିଷୟରେ କିଛି ବି ସୁନାଉନଥାଏ .

ଧୀରେ ଧୀରେ ରାଜୁ ଫୋନ କରିବା କମେଇଦେଲା .

ରାଜୁ ତାଙ୍କ ଗାଁ ପାଖ ଗୋଟେ ଝିଅ ଅନୁ କୁ ଭଲପାଉଥିଲା ଏପଟେ ମିଲି ସହ ବି କଥା ହେଉଥିଲା ସେଥିପାଇଁ ସେ ମିଲି କୁ ବେଶୀ ସମୟ ଦେଇପାରୁନଥିଲା .

ମିଲି ର ଦଶମ ପରୀକ୍ଷା ପାଇଁ ସେ ବି ବେଶୀ କଥା ହେଇପାରୁନଥିଲା .

ପରୀକ୍ଷା ଭିତରେ ବି ରାଜୁ ଥରଟିଏ ବି ଫୋନ କଲାନି.

ମିଲି ଅପେକ୍ଷା କରିଥାଏ ପରୀକ୍ଷା କେବେ ସାରିବ ଆଉ ସେ ରାଜୁ ସହ କଥା ହେବ.

ପରୀକ୍ଷା ସରିଲା ପରେ...

ମିଲି ରାଜୁ କୁ ଫୋନ କରେ.ହେଲେ ରାଜୁ ର ଫୋନ waiting ￰ଦେଖାଏ.

ମିଲି ଯେତେବେଳେ ବି ଫୋନ କରେ ରାଜୁ କିଛି ନା କିଛି ବାହା କରିଦିଏ .

ମିଲି-ତମେ କଣ ଏତେ ବେସ୍ତ ଥିଲ ଜେ ଟିକେ ଫୋନ ବି କରିପାରୁନଥିଲା.

ରାଜୁ- ହଁ ଟିକେ ବେସ୍ତ ରହିଯାଇଥିଲି .ତୁ ବାରମ୍ବାର କଣ ପାଇଁ ଫୋନ କରି ମୋ ମୁଣ୍ଡ ଚାଟୁଛୁ.

ମିଲି(ମନ ଦୁଃଖ ରେ)- ଟିକେ ଇଛା ହେଉଥିଲା କେତେ ଦିନ ହେବ ତୁମ ସହ କଥା ହେଇନଥିଲି .ବହୁତ ମିସ କରୁଥିଲି ଧନ .

ଏମିତି ରାଜୁ ବାରମ୍ବାର ଚିଡି ଚିଡି ହୁଏ ମିଲି ଉପରେ.

ଧୀରେ ଧୀରେ ରାଜୁ କଥା ହେବା ବନ୍ଦ କରିଦେଲା.

ତଥାପି ମିଲି ସବୁଦିନ ରାଜୁ ପାଖକୁ ଫୋନ ଲଗେଇ ହେଲେ switch off ଥାଏ ଜାଣି ବି ସେ ମନରେ ପୁଣି କେତେ ଆଶା ବାନ୍ଧି କଲ କରେ .

ଆଉ ରାତିରେ ତା କଥା ମନେ ପକେଇ କାନ୍ଦେ .

ପୁଣି ସକାଳୁ ଉଠି ପାଗିଳି ଙ୍କ ଭଲି ଉଠି ରାଜୁ ପାଖକୁ କେତେ ମନ ଖୁସି ରେ ଫୋନ କରେ ହେଲେ switch off ଶୁଣି ସାରିବା ପରେ ମନ ଦୁଃଖ ହେଇଯାଏ.

ମିଲି ମନକୁ ପାପ ଛୁଁ ଥାଏ କଳେ ରାଜୁ ର କିଛି ହେଇନି ତ.

ତାଙ୍କ ଗାଁ ରୁ ଖବର ପାଏ ଜେ ରାଜୁ ଦିଲ୍ଲୀ ଯାଇଛି.

ତା ସାଙ୍ଗ ପାଖରୁ ନଂ ଆଣି ସଂଗେ ସଂଗେ କଲ କରେ ରାଜୁ ପାଖକୁ .

ମିଲି (କାନ୍ଦିକି)- ତମର କଣ ମୋ କଥା ମନେପଡ଼ୁନଥିଲା .କେମିତି ଅଛ.

ରାଜୁ- ମୁଁ ବେସ୍ତ ଥିଲି ଏବେ ବି ଅଛି.

ପରେ କଥା ହେବି .

ମିଲି- ଶୁଣ ଟିକେ.

ମିଲି ରାଜୁ ର କଥା ରୁ ମିଛ ଜାଣିପାରି ସତ କଣ ଖୋଜୁଥାଏ.

କଣ ପାଇଁ ମୋ ଠୁ ଦୁରେଇ ଯାଉଛନ୍ତି ରାଜୁ ଏ ସବୁ ଜାଣିବା ପାଇଁ ରାଜୁ ମୁଁ msg ରେ ଲେଖିଲା ମୁଁ ବିଷ ଖାଇଦେଇଛି ଶୀଘ୍ର କଲ କରିବାକୁ ଲେଖି ପଠେଇଲା msg .

ରାଜୁ msg ପଢି ସଂଗେ ସଂଗେ କଲ କଲା.

ରାଜୁ- ପାଗଳ ହେଇଗଲାଣି ନା କଣ .ବିଷ କଣ ପାଇଁ ପିଇଲ.

ମିଲି(କାନ୍ଦିକି)- ନା ମୁ ପିଇନି ହେଲେ ତମେ ମତେ ସତ କୁହ .ମୋ ଠୁ କଣ ପାଇଁ ଦୁରେଇ ଯାଉଛ.

ରାଜୁ- ମୁଁ ଆଉ ଜଣକୁ ଭଲପାଉଛି .

ମିଲି ଏ କଥା ଶୁଣି ସାରିବା ପରେ ଫୋନ ହାତରୁ ଗାଳିପଡିଲା .ଆଉ ସେ ବିଶ୍ୱାସ କରିପାରିଲା ନାହିଁ କି ତା ମୁଣ୍ଡ ରେ କିଛି ପଶିଲା ନାହିଁ ଶେଷରେ ପାଖରେ ବ୍ଲେଡ ପାଇଲା ଆଉ ହାତ କୁ କାଟିଦେଲା .

ତା ପରେ ତା ସାଙ୍ଗ ମାନେ ଡାକ୍ତର ଙ୍କ ପାଖକୁ ନେଇଗଲେ .

ରାଲି - ତୁ କଣ ପାଇଁ ଏମିତି ହେଉଛୁ .ସେ କଣ କହିଲା ଜେ ତୁ ହାତ କାଟି ଦେଲୁ .

ରହ ମୁ ତାକୁ କଲ କରି ପଚାରେ.

ମିଲି-(କାନ୍ଦିକି) ନା ଥାଉ କଲ କାଟିଦେ .ସେ ମତେ ଆଉ ଭଲପାଉନାହାନ୍ତି .ଆଉ କୋଉ ଝିଅ କୁ ଭଲପାଉଛନ୍ତି .ହେଲେ ବୋଧ ହୁଏ ଏବେ ବି ଟିକେ ସେ ମତେ ଭଲପାଉଛନ୍ତି .ତୁ ମୋ ହାତ କାଟିବା କଥା କହିବୁନି .ନହେଲେ ସେ କଷ୍ଟ ପାଇବେ .

ଧୀରେ ଧୀରେ ମିଲି ଭଲ ହେଇଗଲା.

ହେଲେ ହୃଦୟ ର ଯନ୍ତ୍ରଣା କୁ କେମିତି ଭଲ କରିବ.

ମନେ ମନେ ରାଜୁ କୁ ବହୁତ ଝୁରୁ ଥାଏ ଆଉ କାନ୍ଦୁଥାଏ .

ତଥାପି ସେ ନିଜକୁ ଧୀରେ ଧୀରେ ସମ୍ଭାଳିବାକୁ ଲାଗିଲା .

କିଛି ଦିନ ପରେ ରାଜୁ ର କଲ ଆସିଲା .

ମିଲି- ହାଲୋ.

ରାଜୁ କାନ୍ଦୁ ଥିବାର ଶୁଣାଗଲା .

କଣ ହେଇଛି କାନ୍ଦୁଛ କାହିଁକି .

ମିଲି ବି ନିଜର କୋହ କୁ ସମ୍ଭାଳି ପାରୁନଥାଏ .

ଯିଏ ଯାହାକୁ ନିଜର ଭାବୁଥାଏ ତା ଆଖିରେ ଲୁହ ଦେଖିଲେ ଆପେ ଆପେ ୟା ଆଖିରେ ଲୁହ ଆସିଯାଏ .

ମିଲି ପାଖକୁ ରାଜୁ ର କଲ ଆସିଲା.

ମିଲି- ହାଲୋ.

ରାଜୁ କାନ୍ଦୁ ଥିବାର ଶୁଣାଗଲା.

କଣ ହେଇଛି କାନ୍ଦୁଛ କାହିଁକି.

ରାଜୁ ର କାନ୍ଦ ଦେଖି ମିଲି ବି କାନ୍ଦିବାକୁ ଲାଗିଲା.

ରାଜୁ- ସେ କିଛି ନୁହଁ.ତମେ କେମିତି ଅଛ?

ମିଲି- ହଁ ମୁଁ ଭଲ ଅଛି.ଆଉ ତମେ?

ରାଜୁ- (କାନ୍ଦିକି) ସେ ମତେ ଧୋକା ଦେଇଦେଲା.

ମିଲି- କିଏ ଅନୁ. ହୋଉ ତମେ କାନ୍ଦନି ଆଉ ବହୁତ ଝିଅ ମିଳିବେ.

ରାଜୁ- ତମେ ଯାହା କହିଥିଲ ସତ ହେଲା .ତମ ପ୍ରେମ ସତ୍ୟ ଥିଲା ସେଥିପାଇଁ ପୁଣି ମୁଁ ତୁମ ପାଖକୁ ଫେରିଆସିଛି.ତମେ କଣ ମତେ ଆଉ ଥରେ ଗ୍ରହଣ କରିବନି.

ମିଲି- ନା ମୁଁ ବଞ୍ଚିବା ଶିଖିସାରିଛି .ତୁମ ବିନା. ମୋର ଆଉ ଭଲପାଇବା ପାଇଁ ଇଛା ନାହିଁ.

ରାଜୁ- ପ୍ଲିଜ଼ ମିଛ କୁହନି.ତମେ ଏବେ ବି ମତେ ଭଲପାଉଛ ନହେଲେ ମୋ ଆଖିରେ ଲୁହ ଦେଖି ତମେ କଣ ପାଇଁ କାନ୍ଦୁଥିଲା.

ପ୍ଲିଜ଼ ମାନିଯାଅନା ପ୍ଲିଜ଼. ଭୁଲ ତ କରିଦେଇଛି ତୁମକୁ ଛାଡି .ଆଉଥରେ ସୁଯୋଗ ଦିଅ .ମୁଁ ଆଉ ତମକୁ ଛାଡିବିନି.

ଏମିତି ମିଲି ପାଖକୁ ବାରମ୍ବାର ଫୋନ କରି ମନ ଦୁଃଖରେ କହିଲା .

ମିଲି ବି ପୁଣି ଥରେ ରାଜୁ କୁ ଗ୍ରହଣ କଲା.

ଧୀରେ ଧୀରେ ପୁଣି ପ୍ରେମ ଆରମ୍ଭ ହେଲା.

ଏମିତି କିଛି ଦିନ ଗଲା ପରେ . ରାଜୁ କୁ ସତରେ ଭଲପାଇବା ହେଇଯାଇଥାଏ.

ରାଜୁ ପୁଣି ଥରେ ମନ ଦୁଃଖ ରେ ମିଲି ପାଖକୁ କଲ କଲା.

ରାଜୁ- i love you .

ମିଲି-3 ବର୍ଷ ପରେ ଏବେ କହିବାକୁ ତୁମର ମନେ ପଡିଲା .

ରାଜୁ- ମୁଁ ତୁମକୁ ଛାଡି ବହୁତ ଭୁଲ କରିଥିଲି .ମୁଁ ତୁମକୁ କେବେ ବି ଖୁସି ଦେଇନି .

ମିଲି- ସେମିତି କଣ କହୁଛ.

ରାଜୁ- ତମେ କାଲି ମୋ ସହ ବୁଲିବାକୁ ଯିବ ସେ ମନ୍ଦିର କୁ.

ତା ପର ଦିନ ଦୁହେଁ ସେ ମନ୍ଦିର କୁ ଗଲେ .

ରାଜୁ ମା ଙ୍କ ମନ୍ଦିର ରୁ ସିନ୍ଦୁର ଆଣି - ମୁଁ ତୁମକୁ ମୋ ସବୁଦିନ ପାଇଁ ମୋର କରିବାକୁ ଚାହେଁ.

ତମେ ରାଜି ନା?

ମିଲି ହସିଦିଏ ଆଉ ପୁଣି ଥରେ ତା କଥା କୁ ବିଶ୍ୱାସ କରିଦିଏ.

ଏମିତି ତାଙ୍କର ଭଲପାଇବା 3 ବର୍ଷ ଚାଲିଗଲା.

ମିଲି ଓ ରାଲି କଟକ ରେ PG କଲେ ଆଉ ରାଜୁ ଭୁବନେଶ୍ୱର ରେ ଚାକିରୀ କରିଥାଏ.

ରାଜୁ ମିଲି ର ପଢା ପଢି ଓ ଯିବା ଆସିବା ରେ ବହୁତ ସାହାଯ୍ୟ କରୁଥାଏ .

ମିଲି ବି ରାଜୁ କୁ ବେଳେ ବେଳେ ନିଜ ହାତ ରନ୍ଧା ରୋଷେଇ କରି ଦିଏ.

.

କିଛି ଦିନ ପରେ ...

ରାଜୁ ତାଙ୍କ ଅଫିସ ର ଗୋଟେ ଝିଅ ସହ ମିଳା ମିଶା କରେ ଆଉ ତା ସହ ବି ପ୍ରେମ କରିବାକୁ ଲାଗେ .

ଧୀରେ ଧୀରେ ମିଲି ସହ କଥା ହେବା ବି କମେଇ ଦିଏ.

ମିଲି- ତମେ ମୋ ଉପରେ ଏମିତି କାହିଁକି ହେଉଛ .ପୁଣି ଯଦି କାହାକୁ ଭଲପାଉଛ କହିଦେଉନ .ମୁ ମନ ଦୁଃଖ କରିବିନି .

ରାଜୁ- ନା ଅଫିସ ଟେନସନ ପାଇଁ ସମୟ ଦେଇ ପାରୁନି .ସମୟ ବି ଥିଲେ କଣ କଥା ହେବା .ବାରମ୍ବାରସେଇ କଥା ଖାଇଲାନି ପିଇଲଣି ତୁ ଆଉ କଣ ଜାଣୁ କି.

ଏମିତି ଧୀରେ ଧୀରେ ପ୍ରେମ ରେ ମଳିନ ପଡିଗଲା.

ମିଲି- ଆଉ କଣ କହିବି କହୁନ.

ରାଜୁ- ଥାଉ ,ତୋର ଦେବା କିଛି ଦରକାର ନାହିଁ.

ଏମିତି ରାଜୁ ର ବ୍ୟବହାର ଦେଖି ମିଲି ଜାଣିବାକୁ ପାଇଲା କି ସେ ଅଫିସ ଷ୍ଟାଫ ଝିଅ ସହ ମିଳା ମିଶା କରୁଛି.

ମିଲି କୁ ବହୁତ କଷ୍ଟ ହେଉଥାଏ ସେ ରାଜୁ ସହ କଥା ହେବା ପାଇଁ ମନ ବ୍ୟାକୁଳ ହେଉଥାଏ .ହେଲେ ତା ମନ ଭିତରେ ସେ ଏବେ ଅଛି କି ନାହିଁ ସନ୍ଦେହ.

ମିଲି ବହୁତ ଥର ତାକୁ ପଚାରିବାକୁ ଚେଷ୍ଟା କରେ ହେଲେ ରାଜୁ ତା କଥା କୁ ବୁଲେଇବାକୁ ଚେଷ୍ଟା କରେ.

ମିଲି (କାନ୍ଦିକି)- ତମେ ଆଉ କାହାକୁ ଭଲପାଉଛ ଯଦି କୁହ .ମୁ ତୁମ ଖୁସି ଚାହେଁ.

ରାଜୁ- ନା ସେମିତି କିଛି ନାହିଁ.

ମିଲି- ଯଦି ସେମିତି କିଛି ନାହିଁ .

ତେବେ ମତେ ଦୁରେଇ ଦେଉଛ କଣ ପାଇଁ.

ରାଜୁ କିନ୍ତୁ ମନା କରୁଥାଏ.

ମିଲି ଭାବିଲା କି ସେ ଆତ୍ମହତ୍ୟା ର ଧମକ ଦେଲେ ରାଜୁ ତା ମନ ଭିତରେ ଯାହା ସବୁ ଅଛି କହିଦେବ.

ଶେଷରେ ରାଜୁ ର ମନକଥା ଜାଣିବା ପାଇଁ ରାଜୁ ପାଖକୁ video call କଲା ଓ ପଙ୍ଖା ରେ ଶାଢ଼ୀ ଟାଙ୍ଗି ଆତ୍ମହତ୍ୟା କରିବା ପାଇଁ କହିଲା.

ମିଲି- ତମେ କହିଦିଅ ପ୍ଲିଜ଼ ତମେ କଣ ପାଇଁ ଏମିତି କରୁଛ.ତମକୁ ଆଜି ତମ ମନ କଥା କହିବାକୁ ପଡିବ ନହେଲେ ମୁ ଆଜି ମରିବି.

ରାଜୁ- ପ୍ଲିଜ଼ ତୁ ସେମିତି କରନି.ମୁ ତତେ ଏ କଥା କହିବାକୁ ସାହସ ନାହିଁ.

ମୁ ତୁମ ଦୁଇ ଜଣକୁ ଭଲପାଏ.

ମିଲି- ତମେ ଭୁଲ କହୁଛ .ତାକୁ ହୃଦୟରୁ ଭଲଉଛ ଆଉ ମତେ ଡରି ଡରି ଭଲପାଉଛ .

ତମକୁ ଜଣକୁ ଛାଡିବାକୁ ହେବ .

ମୁ କାଲି ବି କହିଥିଲି ଆଜି ବି କହୁଛି ସବୁବେଳେ ତୁମ ଖୁସି ମୁ ଚାହିଁବି .

ତମେ ମୋ ପାଇଁ ବେସ୍ତ ହୁଅନି .ମୋର କିଛି ହେବନି .

ସେହି ଦିନ ରାତିରେ ତିନି ଜଣ ଫୋନ ରେ ￰￰କନଫରେନସ ରେ କଥା ହେଲେ .

ଅଫିସ ଷ୍ଟାଫ ଝିଅ ସାଙ୍ଗ ଟି କାନ୍ଦିକରି ମିଲି କୁ କହିଲା ମତେ ପ୍ଲିଜ଼ ତାଙ୍କୁ ଦେଇଦିଅ .

ମିଲି- (ଉପରେ ହସି ହସି)- ତାଙ୍କ ମନ ଭିତରେ ତ ତମେ ଅଛ .ତମେ ଦୁଇ ଜଣ ଖୁସି ରେ ରୁହ .ମୁ ଏମିତି ଠିକ ଅଛି.

ମିଲି ସିନା କହିଦେଲା ମୁ ଠିକ ଅଛି ହେଲେ ସେ ନିଜର ଆଖି ଲୁହ କୁ ଅଟକେଇ ପାରିଲାନି .ଚିତ୍କାର କରି କାନ୍ଦି ଉଠିଲା .ଆଉସେ ରାତି ସାରା ପ୍ରେମ ପାଇଁ କରିଥିବା ତ୍ୟାଗ କୁ ମନେ ପକେଇଲା .

ପରଦିନ ସକାଳୁ ସକାଳୁ ସେ ସେହି ମନ୍ଦିର କୁ ଗଲା ଯୋଉଠି ରାଜୁ ନେଇକି ଯାଇଥିଲା.

ଖାଲି ହାତ ରେ କର୍ପୁର ଜଳେଇ ତା ମନ କଥା ଭଗବାନ ଙ୍କୁ କହିଲା.

କି ଭୁଲ କରିଥିଲି ମୁ ସବୁବେଳେ ମତେ କଣ ପାଇଁ କଷ୍ଟ ମିଳୁଛି .ତା ମନ ରେ ଏତେ କଥା ଥିଲା ଭଗବାନ ଙ୍କୁ କହିବା ପାଇଁ ଶେଷରେ ତା ହାତ ପୋଡି ଗଲା ତଥାପି ମିଲି ଆଖିରୁ ଲୁହ ସରୁନଥାଏ .

ତା ସାଙ୍ଗ ରାଲି ଏ ସବୁ ଦେଖି ତାକୁ ଘରକୁ ନେଇଆସିଲା.

ରାଲି- କଣ ପାଇଁ ଏମିତି ହେଉଛୁ .

ମିଲି- ମୋ ଖୁସି ମୋ ରାଜୁ ତ ଥିଲା ସେ ଚାଲିଗଲା ତ ମୋ ଖୁସି ଚାଲିଗଲା.

ରାଲି ବହୁତ ବୁଝେଇଲା ହେଲେ ପୁଣି ଯେବେ ରାଜୁ କଥା ମାନେ ପଡେ ପୁଣି କାନ୍ଦେ.

ମୁଁ ବି ବହୁତ ବୁଝେଇଛି .

WR- ଧର୍ଯ୍ୟ ଧର ଆଉ ତମେ ଯୋଉ କାର୍ଯ୍ୟ ରେ ତମକୁ ଭଲ ଲାଗେ .ସେଥିରେବେସ୍ତ ରୁହ.

ମିଲି- ପଢିପାରୁନି .କୋଉଥିରେ ବି ମନ ଲାଗୁନି.

WR- ଚେଷ୍ଟା କର .ଧୀରେ ଧୀରେ ଭଲ ଲାଗିବ.ସମୟ କୁ ଯିବାକୁ ଦିଅ .ସମୟ ତୁମ ପାଇଁ ରାସ୍ତା ବାହାର କରିବ.

ଏମିତି ସେ କଲେଜ ଯିବା ପାଇଁ ରାଜି ହେଇଗଲା .

ତା ପରେ ମିଲି ଜୀବନ ରେ ଏକ ମୋଡ ନେଲ

ମିଲି କଲେଜ ଯିବାକୁ ରାଜି ହେଇଗଲା ହେଲେ ସେ କଲେଜ ରେ ବି ବେଳେ ବେଳେ କାନ୍ଦେ .

ତା ପରେ ରାଲି ମୋ ପାଖକୁ ଫୋନ କଲା.

ରାଲି- ସେ କଲେଜ ରେ ବି କାନ୍ଦୁଛି.

WR- ତାକୁ ଫୋନ ଦେ ରେ.

ମିଲି- ମୁଁ ତାକୁ ଭୁଲିପାରୁନି.

WR- ତା ସ୍ମୃତଜେ ପର୍ଯ୍ୟନ୍ତ ତୁମ ହୃଦୟ ରେ ଅଛି ସେ ସ୍ମୃତି ତ ବାହାରି ପାରିବନି ହେଲେ ଆଉ କିଛି ସ୍ମୃତି ତୁମ ହୃଦୟ କୁ ଆସିଗଲେ .ତମେ ତା କଥା ଭୁଲିପାରିବ.

ମିଲି- ମୁଁ କିଛି ବୁଝିପାରୁନି .

WR- l କୁ ଲୋଭ e ହିଁ ବଂଚେଇ ପାରିବ .ତମେ second ଲୋଭ e ଖୋଜ .

ମିଲି- ମୁଁ ଥରେ ଭୁଲ କରିଛି .ଆଉ ଭୁଲ କରିବିନି ଲୋଭ e କରି.

WR- ମୋ ଉପରେ ଭରସା କର.

.

ମିଲି ପୁଣି ଥରେ ମନକୁ ସଜାଡି କଲେଜ ଗଲା ହେଲେ ଆଗ ଭଳି ଯେତେ ହସୁଥିଲା କିନ୍ତୁ ଏବେ ପୁରା ଚୁପ ଚାପ ଯାଏ ଆସେ.

ତାଙ୍କ କଲେଜ ର ଗୋଟେ ପିଲା ମିଲି କୁ one side ଲୋଭ e କରୁଥିଲା.

ରଶ୍ମି ସବୁଦିନେ ମିଲି ର ହସ ହସ ଚେହେରା ଦେଖି ଭଲପାଇଯାଇଥାଏ .ହେଲେ ସେ ସାଙ୍ଗ ର ପରିଚୟ ଦେଇ କଥା ହୁଏ.

ହେଲେ ଏବେ ମିଲି ଦଶକଥା କହିଲେ ଗୋଟେ କଥା କହୁଛି ହସିବା ତ ଦୂରର କଥା .

ରଶ୍ମି- କଣ ହେଇଛି ତୋର. ମୁହଁ ଶୁଖିଲା ଦେଖାଯାଉଛି .

ମିଲି- କିଛି ନାହିଁ .ଏମିତି

ରଶ୍ମି- ଏମିତି କେମିତି .

ମିଲି- ( ପଛ କଥା ଭାବି କାନ୍ଦି ପକେଇଲା (

ରଶ୍ମି- କଣ ହେଇଛି କୁହ .ପ୍ଲିଜ଼ କାନ୍ଦନି.

ମିଲି ଜୀବନ ରେ ଯାହା ସବୁ ହେଇଥିଲା ରଶ୍ମି କୁ ମନ ଖୋଲି ସବୁ କହିଦେଲା .

ରଶ୍ମି ବି ମିଲି କୁ ବହୁତ ବୁଝେଇଲା .

ହେଲେ ଅସଫଳ ରହିଲା .

ରଶ୍ମି ମିଲି କୁ ହସେଇବା ପାଇଁ ସବୁ କିଛି କଲା .ମଜ଼ା ମଜ଼ା କଥା ବି କୁହେ.

ଦୁଇ ଜଣ ଙ୍କ ସମ୍ପର୍କ ବନ୍ଧୁତ୍ୱ ରେ ଥିଲା ହେଲେ ଦୁହେଁ ନିଜର ମନ କଥା କହିପାରୁନଥିଲେ .

ରଶ୍ମି ଭାବୁଥିଲା ମୁଁ ଯଦି prpz କରିବି ତେବେ ମିଲି ମତେ ତା ଅସୁବିଧା ର ଫାଇଦା ପାଇଁ ମୁଁ ତା ପାଇଁ ଏ ସବୁ କଲି.

ମିଲି ବି ଭାବୁଥିଲା ମୁଁ ଜଣଙ୍କ ଠୁ ଧୋକା ଖାଇଛି ସେ ମତେ କଣ ଗ୍ରହଣ କରିବେ ଓଲଟା ମତେ ଖରାପ ଭାବିବେ କି ଗୋଟେ love ଯାଉ ଯାଉ ଆଉ ଗୋଟେ ପୁଣି .ନା ମୁଁ prpz କରିବିନି.

ସେମାନଙ୍କର ବନ୍ଧୁତ୍ୱ ସେମିତି ରହିଥାଏ ହେଲେ ଦୁହେଁ ଦୁହିଁ ଙ୍କର ବହୁତ ଯତ୍ନ ନିଅନ୍ତି .

ହେଲେ ରଶ୍ମି ର ବହୁତ ଥାଏ ତାକୁ ପାଖରେ ରଖି ବହୁତ ଖୁସି ଦେବାକୁ .

ବହୁତ ବ୍ୟାକୁଳ ହେଉଥାଏ ତା ମନ ତାକୁ ଯାଇ ହୁଙ୍ଗ କରି ତାର ସବୁ ସ୍ବପ୍ନ ପୁରା କରିବାକୁ .ଆଉ ତାର ପ୍ରେମ ରେ ସବୁଦିନ ପାଇଁ ହଜି ଯିବାକୁ .

ଏମିତି କିଛି ଦିନ ଗଲା ପରେ

ମିଲି ମୁହଁରେ ପୁଣି ଥରେ ହସ ଭରିଦେଇଥିଲା ରଶ୍ମି .

ଦିନେ ମିଲି ତା ଅନ୍ୟ ସାଙ୍ଗ ମିନା କୁ ସାହାଯ୍ୟ କରିଥାଏ ହେଲେ ଯିଏ ଭଲ କରେ ତାକୁ ଖରାପ ପାଆନ୍ତି.

ମିନା ତାକୁ ଏମିତି କଣ କିଛି କହିଲା .

ସେଇ କଥା କୁ ଧରି ମିଲି ଆଖିରେ ଲୁହ ଆସିଯାଏ ଆଉ ସେ କଲେଜ ର ପଛରେ ବସି ଏକା କାନ୍ଦୁଥାଏ .

ରଶ୍ମି ଖୋଜି ଖୋଜି ତା ପାଖରେ ପହଂଚି ଯାଏ .

ଆଉ ମିଲି ଆଖିରେ ଲୁହ ଦେଖି ସେ ଦୌଡ଼ି ଯାଇ ତାକୁ hug କରି ଗାଲରେ ମୁଣ୍ଡରେ kiss କରି କହେ .

- ତତେ କେତେ ଥର କହିଛି ତୁ କାହିଁକି କାହାକୁ ସାହାଯ୍ୟ କରି ନିନ୍ଦା ଶୁଣୁଛୁ .

ଏଇ ଚୁପ ହେଇଜା

କଣ ପାଇଁ କାହିଁକି ମୁଁ ତୋ ଲୁହ ଦେଖି ସହି ପାରୁନି .

ମିଲି ଆଖିରୁ ଲୁହ ପୋଛି .କାଇଁ ମତେ ତ ଟିକେ ସାହାଯ୍ୟ କରୁନୁ ମତେ ତ ଟିକେ ହାସୋଉନୁ .

ମିଲି- ଟିକେ ହସିଦେଇ .ତମେ ତ ମତେ ହସେଇବା ଲୋକ ମୁ କେମିତି ତୁମକୁ ହସେଇବି .

ରଶ୍ମି- ମତେ କଥା ଦେ .ତୁ ଆଜି ଠୁ କାଂଦିବୁନି .

ତୁ କଥା ନଦେଲେ ବି ମୁ ତତେ କନ୍ଦେଇବାକୁ ଦେବିନି.

ମିଲି ଜାଣିସାରିଥାଏ ରଶ୍ମି ତାକୁ ଭଲପାଉଛି ହେଲେ ଥରେ କି ରଶ୍ମି i love you କଣ ପାଇଁ କହୁନି.

ମିଲି ରଶ୍ମି ର ଏତେ ଆପଣତା ଦେଖି ସେ ନିର୍ଣ୍ଣୟ କଲା ଜେ ସେ କଲି prpz କରିଦେବ ରଶ୍ମି କୁ .

ତା ପର ଦିନ ମିଲି ବହୁତ ଖୁସି ଥିଲା .ଦୁଇଟା ଗୋଲାପ ନେଇ ରଶ୍ମିକୁ prpz କରି କହିଲା.

"ଫୁଲ ଭଳି ହୃଦୟ ତୁମର

କି ଫୁଲ ଦେଇ ପୂଜିବି ତୁମକୁ

ତୁମେ ମୋ ସାକ୍ଷାତ ଈଶ୍ୱର .

ଫୁଲ ଝଡ଼ିଯିବ

ବାସ୍ନା ହଜିଯିବ

ଯିବ ଦିନେ ମଉଳି

ହେଲେ ଏ ଫୁଲ କୁ କେବେ ଦେବ ନାହିଁ ଦଳି

ଏ ଫୁଲ ତୁମର ହୃଦୟ ଶିକୁଳି .

ଦୁଇ ଜଣ ବନ୍ଧୁତ୍ୱ ରୁ ପ୍ରେମ ସମ୍ପର୍କ ହେଇଗଲା .ଆଉ ସେମାନେ ଏବେ ବି ସେମିତି ପ୍ରେମ କରୁଛନ୍ତି .

ଦୁଇ ପରିବାର ଙ୍କ ସଂମତି ରହିଛି .

କିଛି ବର୍ଷ ପରେ ବିବାହ କରିବେ .

The End

Written by WR Munna.


Rate this content
Log in