Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanjit Sahoo

Others

3  

Prasanjit Sahoo

Others

ଗାମଛା ନବୋ

ଗାମଛା ନବୋ

2 mins
6.9K


😂 ଗାମଛା ନବୋ......😂 ଲୋକଟି ଦେଖିବାକୁ ସେତେ ସୁନ୍ଦର ନଥିଲା । ଅଧିକ ଗେଡା ନଥିଲା । ଆଷାଢ ମାସର କଳାହାଣ୍ଡିଆ ବଉଦ ପରି ଥିଲା ତା ଶରୀରର ରଙ୍ଗ । କଥା କହୁଥିଲା ମିଶା ଓଡିଆ ଭାଷାରେ, ଭଲ ନ ଶୁଭିଲେ ମଧ୍ୟ ନିଆରା ଶୁଭୁଥିଲା । ବସ୍ତ୍ର କହିଲେ ଖଣ୍ଡେ ପୁରୁଣା ଲୁଙ୍ଗି ଆଉ ମସିଆ ସାର୍ଟ । ଆଉ ଖଣ୍ଡେ ପୁରୁଣା ମସିଆ ସୂତା ଗାମୁଛା ଗୁଡା ହୋଇଥିଲା ମୁଣ୍ଡରେ। ଆଉ ମୁଣ୍ଡ ଉପରେ ଥିଲା ଏକ ଗଣ୍ଠିଲି, ଯେଉଁଥିରେ ଥିଲା କିଛି ଗାମୁଛା । ବାସ୍ ଏତିକି ଥିଲା ବୁଢା ଶରୀରର ଚିତ୍ର । କୋଳାହଳ ମିଶା ଗହଳିପୂର୍ଣ୍ଣ ରାସ୍ତାରେ ବାରି ହୋଇ ପଡୁଥିଲା ବୁଢା । ଶୁଭୁଥିଲା "ଗାମଛା ନବୋ ଗାମଛା ......ଗାମଛା ନବୋ ....."ଏକ ନିଆରା ଢଙ୍ଗରେ । ବାରିହୋଇ ପଡୁଥିଲା ବୁଢା ଲୋକଟି । ଗରାଖଙ୍କ ଭିଡରେ ବୁଢା ଦେଖେଇ ଚାଲିଥାଏ ଗୋଟିକ ପରେ ଗୋଟିଏ ଗାମୁଛା । ସତେ ଯେମିତି ବୁଢାର ମୁହଁରୁ ବୋହୁଥାଏ ଝାଳର ଝରଣା । ତଥାପି ବୁଢା ଚଳଚଂଚଳ । ଦେଖଉଥାଏ ଗୋଟିକ ପରେ ଗୋଟିଏ । ଆଉ ଚାହିଁଥାଏ କଲବଲ ହୋଇ ଗରାଖଙ୍କ ମୁହଁକୁ ବିକ୍ରି ଅପେକ୍ଷାରେ । କିଏ କେତେ ପ୍ରକାରର କଥା କହୁଥାଏ । କିଏ କହୁଥାଏ ମଉସା "ଏ ଗାମୁଛା କେତେ ଟଙ୍କା ??"ସଙ୍ଗେସଙ୍ଗେ ବୁଢା କହୁଥାଏ "ଦୁଇଟାକୁ ଶହେ କୁଡିଏ ଟକା ବାବୁ" । ଆଉ କିଏ କହୁଥାଏ "ଭଲ ପଡିବ ତ, ମଉସା ??" ଉତ୍ତର ମିଳୁଥାଏ ବୁଢାଠୁ "ହଁ ବାବୁ କଲକତା ମେଦିନୀପୁର ମାଲ ଅଛେ , ପିଓର ସୂତା" । ରାସ୍ତା ମଝିରେ ଭିନ୍ନ ଢଙ୍ଗରେ ଲୋକେ ପଚାରୁଥାନ୍ତି ବିଭିନ୍ନ ପ୍ରଶ୍ନ । କିଏ କହୁଥାଏ "ରେଟ ଅଧିକ ହେଇ ଯାଉଛି" ।ଆଉ କିଏ କହୁଥାଏ "ଦୋକାନରେ ୟାଠୁ ଭଲ ଜିନିଷ ମିଳିବ" । ଆଉ କିଏ କହୁଥାଏ "ଏ ଲୋକ ଗୁଡାକ ଏମିତି ଆସନ୍ତି ଆଉ ଆମକୁ ଠକି ଦେଇ ଚାଲି ଯାଆନ୍ତି" । ଏଭଳି କିଛି ସମୟର ଇଣ୍ଟରଭ୍ୟୁ ପରେ ରାସ୍ତାରେ କୋଳାହଳ ଥିଲା ସତ କିନ୍ତୁ ବୁଢା ପାଖରେ କେହି ନଥିଲେ । ସେ ବସିଥିଲା ନିଶ୍ଚଳ ହୋଇ କେତେ ଖଣ୍ଡ ଗାମୁଛାକୁ ଧରି ଆଉ ତା ପାଖ ପରିବେଶ ଥିଲା ଶୁନଶାନ । ମୁଣ୍ଡମୁଣ୍ଡର ଝାଳ ସବୁ ଆଖି କୋଣରୁ ବୋହି ଆସୁଥିବା ତତଲା ଲୁହ ସହ ମିଶି ଅନାୟସରେ ଝରି ପଡୁଥାଏ ଆଉ କାନ୍ଦ ଭିତରେ ମଧ୍ୟ ଉଙ୍କି ମାରୁଥାଏ ଶୁଖିଲା ହସ ଯାହା ଥିଲା ବୁଢା ପାଇଁ ସମ୍ପୂର୍ଣ୍ଣ ମିଛ । କାହାକୁ କିଛି ନକହି ବୁଢା ବାନ୍ଧିଲା ତା ଗଣ୍ଠିଲି । ହାତେହାତେ ମୁଣ୍ଡକୁ ଟେକି ଭିଡରେ ଚାଲିଗଲା ପୂର୍ବପରି । ଖାଲି ଦୂରରୁ ଶୁଭୁଥିଲା ଏକ ଦୁଖଭରା କଣ୍ଠରେ ସେଇ ପୁରୁଣା ଡାକ "ଗାମଛା ନବୋ ବାବୁ .......ଗାମଛା ନବୋ । ମେଦିନୀପୁରସେ ଆନିଛେ । ପିଓର ସୂତା ଆଛେ ।" ପ୍ରସନ୍ନଜିତ ସାହୁ, ନାଉଗାଁ, ଜଗତସିଂହପୁର


Rate this content
Log in