Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

ନିୟତିର ଖେଳ

ନିୟତିର ଖେଳ

8 mins
502


ପ୍ରଶାନ୍ତର ମନ ଆଦୌ ଭଲ ଲାଗୁ ନ ଥିଲା ।ପତ୍ନୀ ଦେଇଥିବା ଚାହା ଥଣ୍ଡା ହୋଇଗଲାଣି । ଆଜି ସକାଳର ଦୃଶ୍ୟ ମନରୁ ପାଶୋରି ହେଉନି ।

କେଇ ଦିନ ତଳ କଥା , ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ,ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ । ଦାଣ୍ଡ ଦୁଆରେ ଥୁଆ ହୋଇ ହୋଇ ଗାଡ଼ି ଉପରେମଇଳା ପରସ୍ତେ ପଡି ଯାଇଛି ।ଅଗତ୍ୟା ହାତରେ ସେ କନା ଆଉ ପାଣି ବାଲଟି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା ।

ଏହି ସମୟରେ ରାସ୍ତା ରେ ଯାଉଥିବା ଗୋଟିଏ ଲୋକକୁ ଦେଖିଲା ସେ ।ତାଆରି ଘର ଆଡକୁ ଚାହୁଁଥାଏ ବାରମ୍ବାର ।

ବିରକ୍ତ ହୋଇ ପ୍ରଶାନ୍ତ ପଚାରିଲା --"କାହାକୁ ଖୋଜୁଛ କି ?"

ହାତ ମଳି ମଳି ଲୋକ ଟି କହିଲା -"ବାବୁ କିଛି କାମ ଅଛି କି ? ଲୋକ ଦରକାର ?

ପ୍ରଶାନ୍ତ ଟିକେ ଗାଡି ଆଡକୁ ନଜର ପକେଇ କହିଲା

--"ତମକୁ ଗାଡି ଧୋଇ ଆସେ ?"

ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା । ମନେ ମନେ ପ୍ରଶାନ୍ତ ଭାବୁଥିଲା , ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ ଶହ ଟଙ୍କା ଚାଲିଯିବ ।ସେ ପଚାରିଲା -"କେତେ ନେବ ?

--ଯାହା ଆପଣଙ୍କ ଖୁସି ବାବୁ ।କଣ ଆଉ କହିବି ?

ଏଠୁ ଯାହା ମିଳିବ ବାପା ଙ୍କ ପାଇଁ ଔଷଧ ଟିକେ ନେବି ବାବୁ ।

ଲୋକଟାକୁ ବାଲଟି ଦେଉ ଦେଉ ପଚାରିଲା

--"ତମ ଘର କୋଉଠି ?"....….

ଗାଡିରେ ପାଣି ସହ ଓଦା କନା ବୁଲାଉ ବୁଲାଉ ଦୀର୍ଘଶ୍ୱାସଟିଏ ଛାଡିଲା ଲୋକଟି, ନିଜ କଥା ବର୍ଣ୍ଣନା କରିଥିଲା ଲୋକଟି ।

X X X X

ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା ବେଳେ,ଦୁଇଜଣ ପ୍ରତିବେଶୀ ପରିବାରଙ୍କ ସହିତ ମିଶି ଦୀପୁର ପରିବାର ନଦିଆ ନଗରୀ, କଲିକତା ବୁଲିଯାଇଥିଲେ । କଲିକତା ର ଆଳିପୁର ଜୁ କୁ ଯିବାପାଇଁ ଆଲିପୁରରୋଡ ଷ୍ଟପେଜ ରେ ଓଲ୍ହାଇବା ର ଥିଲା । ତାକୁ ଓଲ୍ହାଇବା କୁ କହି ଅନ୍ୟ ମାନେ ଜଣ ଜଣ କରି ଓଲ୍ହାଇ ଯାଇଥିଲେ । ସେତେବେଳେ ସେ ବସ ର ଝରକା ଦେଇ ବିଶାଳ ପ୍ରାସାଦ ଗୁଡିକ ର ମହଲା ସଂଖ୍ୟା ଗଣୁଥିଲା । ୩/୪ ଟି ଷ୍ଟପେଜ ଅତିକ୍ରମ କଲାପରେ ସେ ଅନୁଭବ କଲା ଯେ,ବସ ଭିତରେ ସେଏକା ଅଛି ସେତେବେଳେ ବିକଳ ହୋଇ ବସ କୁ କୌଣସି ପ୍ରକାରେ ଅଟକାଇ ଓଲ୍ହାଇଲା ସେ । ବଙ୍ଗଳା ଭାଷା ଯୋଗୁଁ ନିଜ କଥା କୁ ଠିକ୍ ଭାବେ ବୁଝାଇବା ଓ ଅନ୍ୟ ମାନଙ୍କ କଥା ବୁଝିବା ରେ ଭୀଷଣ ଅସୁବିଧା ହେଉଥାଏ ।କାହାକୁ ଦେଖିବାକୁ ନ ପାଇ ହତାଶ ହୋଇ ପ୍ରାଣ ମୂର୍ଚ୍ଛା ପଛ କୁ ପଛ ଦୌଡ଼ିବାକୁଲାଗିଥାଏ ସେ ।ଅଜଣା ଜାଗାରେ ହତାଶ ଭାବ ବଢି ଯାଉଥାଏ ଦୀପୁର ।ବିକଳ ହୋଇ ଚତୁର୍ଦ୍ଦିଗକୁ ଚାହିଁ ଖାଲି କାନ୍ଦୁ ଥାଏ ସେ । ସେମିତି କାନ୍ଦୁ କାନ୍ଦୁ ଲୋକଙ୍କ ପାଖରେ ହାତ ପାତିଲା ପେଟ ଜ୍ବାଳାରେ । କେତେ ଦିନ ,ରାତି ଭୋକ ଓପାସ ରେ ବିତେଇଛି । କେତେ ରାତି ସେମିତି ଫୁଙ୍ଗୁଳା ଦେହ ରେ ଜାଡ ରେ ବୁଲିଛି । ଅସହ୍ୟ ଶୀତ ରେ କେବେ ରାସ୍ତା କଡ କୁକୁର, ଷଣ୍ଢଙ୍କ ମେଳରେ ଶୋଇଛି ତ କେବେ ଭିକାରୀଙ୍କ ଛିଣ୍ଡା କମ୍ବଳ ତଳେ ସେମାନେ ଶୋଇଗଲା ପରେ ଚୁପ କିନା ଗଳି ଯାଇ ତାଙ୍କ ସହ ରାତି ବିତାଇଛି, ସେସବୁର ହିସାବ ରଖିନି ଦୀପୁ । ଜୀବନ ଚଳେଇବା ପାଇଁ ବାଧ୍ୟ ହୋଇ ହୋଟେଲରେ ଅଇଁଠା ବାସନ ମାଜିବା ସହ, ଏମିତି ଜୀବନରେ ଧୀରେ ଧୀରେ ଅଭ୍ୟସ୍ତ ହେବାକୁ ଲାଗିଲା ସେ ।

ଅନେକ ସମୟରେ ଓଡ଼ିଆ ଲୋକଙ୍କୁ ପାଇଲେ, ତା' କଥା ଶୁଣାଏ ।କିଏ ଶୁଣେ ତ କିଏ ଶୁଣି "ଆହା ....ଚୁ ....ଚୁ ."..କରି ଚାଲିଯାଏ । ନିଜ ସମସ୍ୟା ତ ବଳେଇ ପଡୁଛି ପୁଣି ଆଉ କାହା କଥା ବୁଝିବାକୁ ବେଳ କାହିଁ ? କେତେ କଷ୍ଟରେ ଟିକେ ସମୟ କାଢି ମଣିଷ ବୁଲିବାକୁ ଆସିଛି ।ଏଠି ବି ସମସ୍ୟା ? ଏମିତି ଅନେକ ଲୋକଙ୍କର ମାନସିକତାକୁ ଦୀପୁ ଅଳ୍ପ ବହୁତ ବୁଝିବାକୁ ଚେଷ୍ଟା କରେ ।ଏମିତି ଚାଲୁଥିବା ବେଳେ ଶେଷରେ ଦିନେ ନନ୍ଦିତା ଦେବୀ ବୋଲି ଜଣେ ସମାଜ ସେବିକା ,ଭଦ୍ର ମହିଳା ତା" କଥାରେ ତରଳି ଯାଇ, ସେଠାରୁ ତାକୁ ଓଡିଶା ନେଇ ଆସିଥିଲେ । ଦୀପୁ ପରିବାର କୁ ଅନେକ ଖୋଜା ଖୋଜି କରି ମଧ୍ୟ ସେ ଅସଫଳ ହେଲେ ।ସେତେବେଳେ ନିରାଶ ହୋଇ ନନ୍ଦିତା ଦେବୀଙ୍କ ଘରେ ରହିଗଲା ଦୀପୁ ।କିଛି ବର୍ଷ ପରେ ତାଙ୍କ ଦେହାନ୍ତ ହେବା ପରେ ସେଠାରୁ ଚାଲିଆସିଲା ସେ ଅତ୍ୟନ୍ତ ଦୁଃଖରେ । ନନ୍ଦିତା ଦେବୀଙ୍କ ସମ୍ପର୍କୀୟଙ୍କ ବାରଣ ସତ୍ତ୍ୱେ ତା'ର ମନ ଲାଗିଲା ନାହିଁ । ଯାଯାବର ପରି ହୋଇ ଚାରିଆଡେ ଘୁରିବୁଲିଲା ସେ ।ଅନ୍ତର ରେ ଗୋଟିଏ ବାସନା ବାପା ମାଆ ଙ୍କ ର ଦେଖା ପାଇବ ତ ?

ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳ ପରିବର୍ତ୍ତନ କରି ଅନୁଭବ ଅନୁଭୂତି କୁ ସାଉଁଟି ବୁଲିଲା ।ଏମିତି ଦିନେ ରାସ୍ତା କଡ ରେ ଅନ୍ୟ ମନସ୍କ ଭାବେ ବୁଲୁଥିଲା ବେଳେ ଦେଖିଲା ,ଲୋକଟିଏ ତା ପଶାରା ମେଲାଇ ବସିଛି ।

ରାସ୍ତା କଡ ରେ । ଲୋକ ଟିଏ ପାଟି କରି କହୁଛି "ଶୁଆ କହୁଛି ଭାଗ୍ୟ ଫଳ , ଆସନ୍ତୁ ଜାଣିବା ନିଜ ନିଜ ଭବିଷ୍ୟ ଫଳ "

ଦୀପୁର ପାଦ ଅଟକିଗଲା ।ନିଜ କଥା ଟିକେ ଜାଣିବାକୁ ଚାହିଁଲା ସେ

--- ଶୁଆ କେବଳ କାର୍ଡ ଟାଣିବା ପାଇଁ ୨୦ଟଙ୍କା ନିଏ ଆଉ ଭବିଷ୍ୟତ ଫଳ ପାଇଁ ୨୦ଟଙ୍କା । ମୋଟ ୪୦ ଟଙ୍କା ଦର୍କାର ବୋଲି ଲୋକ ଟି କହିବାରୁ ସେ ନିରାଶ ହେଲା ।ପରଦିନଆବଶ୍ୟକ ଟଙ୍କା ସଂଗ୍ରହ କରି ସେଇ ସ୍ଥାନ କୁ ଆସି ସେ ଶୁଆ ଓ ଲୋକ ଟି କୁ ନ ପାଇ ହତାଶ ହେଲା ।ଅକାରଣେ ତା'ମନ ଖରାପ ହୋଇଗଲା ।ପିଲା ଦିନ ସ୍ମୃତି ଝାପସା ,ତା' ମୁହଁ ସାମ୍ନା କୁ ଆସି ଆଖି ଦୁଇଟା କୁ ଭିଜେଇ ଦେଲା । କିନ୍ତୁ ପ୍ରବଳ ଭୋକ ଅନୁଭବ କରିବାରୁ ରାସ୍ତା ସେପଟେ ଠେଲା ଗାଡି ରୁ ବରା ଦୁଇଟା ଆଣି ଖାଇଲା ।ଖାଇ ସାରି କାଗଜ ଟି ଉପରେ ଆଖି ପଡିଲା ତା"ର ,ଏ ଯେ ତାଆରି ଫୋଟୋ ।ଆଶ୍ଚର୍ଯ୍ୟ ରେ ପଢିବାକୁ ଚେଷ୍ଟା କଲା ସେ "missing ,(ନିରୁଦ୍ଦିଷ୍ଟ) ।

ଦୀପେଶ କୁମାର ।" ତେଲ ରେ ଛେବଲା ଦେଖା ଯାଉଥିବା କାଗଜ ଖଣ୍ଡ କୁ ବାରମ୍ବାର ଏପଟ ସେପଟ କରି କିଛି ଜାଣି ନ ପାରିବାରୁ ସେ ଠେଲା ଗାଡି ପାଖକୁ ଦୌଡ଼ିଲା ମାତ୍ର ସେତେବେଳକୁ ଗାଡ଼ି ଚାଲିଯାଇଥାଏ ।କାଗଜ ଖଣ୍ଡ କୁ ଭାଙ୍ଗି ଭୁଙ୍ଗି ଯତ୍ନ ରେ ରଖିଲା ଦୀପୁ ।ଆତ୍ମା ହା--ହା କାର କରି ଉଠୁଥିବା ବେଳେ ଆଖି ଦୁଇଟି ଲୁହରେ ଅନ୍ଧ ହୋଇଯାଇଥିଲା ତା'ର ।

ଇତି ମଧ୍ୟରେ ୮/୯ ବର୍ଷ ବିତିଯାଇଥାଏ ।ବାପା ମାଆକୁ ଖୋଜିବା ପାଇଁ ରାଇଜ ସାରା ଯାଯାବର ହୋଇ ଘୁରି ବୁଲୁଛି ସେ । ମୂଲ ଲାଗିବାର କଥା କହିଲେ ଲୋକମାନେ କମେଇ କରି ଦେବେ ବୋଲି କହୁଛନ୍ତି ସେଥିପାଇଁ ସ୍ୱଳ୍ପ ମୂଲ୍ୟରେ, ଘର ଘର ବୁଲି କାମ କରୁଛି, କାଳେ କୋଉଠି ରକ୍ତ ସମ୍ପର୍କର ଭେଟା ଭେଟି ହୋଇଯିବ ।

ଦିନେ ଜଣଙ୍କ ଘରୁ କାମ କରି ଫେରୁଥାଏ କେନାଲ ରାସ୍ତାରେ । ବେଳ ରତ ରତ । ହଠାତ କାନ୍ଦଣା ଶବ୍ଦ ପାଇ ଗୋଟିଏ ଶିଶୁ କନ୍ୟା କୁ ସାମାନ୍ୟ ଘଞ୍ଚ ବୁଦା ମୂଳରୁ ଆବିଷ୍କାର କଲା ଦୀପୁ । ବୟସ ଜାଣିବା ତା ପକ୍ଷରେ ସମ୍ଭବ ନ ଥିଲା ।କଣ କରିବ ନ କରିବ ହୋଇ ଶେଷରେ ଅନାଥାଶ୍ରମ ଆଡକୁ ମୁହାଁଇଲା ସେ ।ଫାଟକ ପାଖରେ ବୃଦ୍ଧ ଜଣେ ତାକୁ ଅତି ବିକଳ ହୋଇ କିଛି ଟଙ୍କା ମାଗିବାରୁ ସେ ପକେଟ ଅଣ୍ଡାଳି କୋଡିଏ ଟଙ୍କା ପାଇଲା ,ସେଇତକ ତାଙ୍କୁ ଦେଇ ସେ ଭିତରକୁ ଗଲା । ବୃଦ୍ଧଙ୍କୁ ଦେଖି ତା"ର ବାପା କଥା ମନେ ପଡି,ଆଖି ଦୁଇଟି ଝାପସା ହୋଇଯାଉଥାଏ ।

ଶିଶୁ କନ୍ୟା ଟିକୁ ଅନାଥାଶ୍ରମ ଭିତରେ ଛାଡ଼ିଆସିବା ବେଳକୁ ସେଇ ବୃଦ୍ଧଙ୍କୁ ଅଳ୍ପ ଦୂରରେ ଦୁର୍ଘଟଣାର ଶୀକାର ହୋଇ ଚିତ୍କାର କରୁଥିବାର ଶୁଣିଲା ଦୀପୁ । ଅନ୍ୟମାନଙ୍କ ପରି ତାଙ୍କୁ ସେଇ ଅବସ୍ଥା ରେ ଛାଡି ଚାଲିଯିବା ପାଇଁ ନିଜ ବିବେକ ବାଧା ଦେଲା ।। ବୃଦ୍ଧ ଙ୍କ ସଂସ୍ପର୍ଶ ରେ ଆସି ସେ ଏକ ଅଜଣା ଖୁସି ଅନୁଭବ କରୁଥିବାରୁ ତାଙ୍କୁ ନେଇ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଦେଲା ।ଚିକିତ୍ସିତ ହେଉଥିବା ବୃଦ୍ଧ ସାମାନ୍ୟ ସୁସ୍ଥ ହେଲାପରେ ତା ଅନୁରୋଧ ରେ ନିଜ ଦୁର୍ଦ୍ଦଶା ର କାରଣ କହିବାରୁ ,ସେ ଯେ ତା'ର ବାପା, ଜନ୍ମଦାତା ସେ କଥା ଜାଣିଗଲା ଦୀପୁ ।

ଦୀର୍ଘ ୨୦ ବର୍ଷ ପରେ ଦୀପୁ ତା ବାପାଙ୍କୁ ଫେରି ପାଇଛି କିନ୍ତୁ ତାଙ୍କୁ ଦେବା ପାଇଁ ଆଜି ତା' ପାଖରେ କିଛି ନାହିଁ ।

ସେ ହଜିଯିବାର ବର୍ଷେ ଭିତରେ ମାଆ ଇହଧାମ ତ୍ୟାଗ କଲେ ।

ବାପା ସାନ ପୁଅ କୁ ନେଇ ଘର ଛାଡି ଚାଲିଗଲେ ରାଜ୍ୟ ବାହାରକୁ ମନ ଦୁଃଖ ଓ ଆତ୍ମ ଗ୍ଲାନି ରେ । ପୁଅ ଚାହିଁବାରୁ ବାପା ଫେରିଆସିଲେ ନିଜ ଭିଟାମାଟି କୁ ।କିନ୍ତୁ ସେଇ ପୁଅ ତାଙ୍କୁ ଅନ୍ୟ ବୁଦ୍ଧିରେ ହତାଦର କଲା ।ଆଜି ଯଦି ଦୀପୁ ଥାନ୍ତା ତାଙ୍କ ପାଖରେ ,କେତେ ଖୁସି ରେ ରହିଥାନ୍ତେ ।ଏମିତି ବର୍ଣ୍ଣନା ଥିଲା ବାପାଙ୍କର ।

ଶେଷ ଦୁଇପଦ କଥା ରେ ଦୀପୁ ର ଆଉ ସାହସ ହେଲା ନାହିଁ ପରିଚୟ ଦେବାକୁ, ଯେ "ବା.. ପା ମୁଁ ତୁମ ର ସେଇ ହତଭାଗ୍ୟ ପୁଅ ଦୀପୁ "।ଯୋଉ ଆତ୍ମ ସନ୍ତୋଷ ତାଙ୍କ ଭାବନା ରେ ଅଛି ତାହା ସେମିତି ଥାଉ ,ବାସ୍ତବ କୁ ଆସି ଆହତ ନ ହେଉ । କାହାଣୀ ଶେଷ ହେବା ବେଳକୁ ପ୍ରଶାନ୍ତ ର ଗାଡି ଆଉ ଦୀପୁ ଆଖି କୋଣ ରୁ ଝରି ଆସୁଥିବା ଲୁହ ବୁନ୍ଦା କେଇଟା ଖାଲି ଚିକ ଚିକ କରୁଥାନ୍ତି ।

X X X X

ପ୍ରଶାନ୍ତ ସବୁ ଶୁଣି ଦୀପୁ ର ଅସହାୟ ଆଖି ଆଉ କ୍ଲାନ୍ତ ଅବସନ୍ନ ମନ ଟି କୁ ଚାହିଁ ବୁଝିବାକୁ ଚେଷ୍ଟା କରୁଥାଏ ।

କେତେବେଳକେ ରେ ଚେତନା ଆସିଲା ଦୀପୁ ର ସମ୍ବୋଧନରେ ---"ଆଜ୍ଞା ଗାଡି ପୋଛା ହୋଇଗଲା । ମୁଁ ଯିବି ....."

------"ହଁ..... ହଁ କହି ପ୍ରଶାନ୍ତ ଭିତରକୁ ଯାଇ ହାତରେ ଶହେ ଟଙ୍କା ର ନୋଟ ଖଣ୍ଡେ ଓ ତା'ଅଫିସ ର ଭିଜିଟିଙ୍ଗ କାର୍ଡ଼ ଟିଏ

ଧରି ଆସିଲା ଓ କହିଲା -----"ତୁମେ ଏଇ ଠିକଣା ରେ ଦିନେ ଆସ ,ମୁଁ ଆମ ଅଫିସର ଙ୍କୁ କହି ତୁମକୁ କିଛି କାମ ଦେବାର

ଚେଷ୍ଟା କରିବି ।ଆଉ ନିଅ ,ଏ ଶହେ ଟଙ୍କା ରଖ " ଦୀପୁ କୃତ୍ୟ କୃତ୍ୟ ହୋଇ କହିଲା

---"ଆପଣ ଦେବତା ଲୋକ ବାବୁ ନୋହେଲେ ଅନ୍ୟ ମାନେ ତ ......"

ପ୍ରଶାନ୍ତ କହିଲା କଥା ଅଧା ଛଡାଇ ନେଇ କହିଲା

---"ଏବେ ବାପା ମିଳିଗଲେ , ଜାଣ ଯେ ତମର ସବୁ ଦୁଃଖ ଦୁର୍ଦ୍ଦଶା ର ଅନ୍ତଃ ଘଟିଲା । ତେଣୁ ତୁମେ ଆଉ ପଛ କଥା ନ ଭାବି ଭବିଷ୍ୟତ କଥା ଚିନ୍ତା କର ।"

ଦୀପୁ ର ଆଖି ଦୁଇଟି କୃତଜ୍ଞତା ରେ ଛଳଛଳ ହୋଇଗଲା ।

ପ୍ରଶାନ୍ତ ର କମ୍ପାନୀ ରେ ନୂତନ ଶାଖା କାର୍ଯ୍ୟାଳୟ ରେ ଏକ ଫାଟକ ଜଗୁଆଳୀ ର ଆବଶ୍ୟକତା ଥିଲା ।ପ୍ରଶାନ୍ତ ଦୀପୁ କୁ ସେଇ ଚାକିରୀ ରେ ନିୟୋଜିତ କରାଇ ଦେଲା । ଯାଯାବର ପରି ବୁଲୁଥିବା ଦୀପୁ ବର୍ତ୍ତମାନ ମାସ କୁ ଦୁଇ ହଜ଼ାର ଟଙ୍କା ଦରମା ରେ କମ୍ପାନୀ ପ୍ରଦତ୍ତ କଟେଜ ରେ ନିଜ ବାପା ଆଉ ଅନାଥାଶ୍ରମ କୁ ଦେଇଥିବା ଶିଶୁ କନ୍ୟା କୁ ଆଣି ନିଜ ପାଖରେ ପିତା ର ସ୍ନେହ ଦେଇ ରଖିଛି,ଅବଶିଷ୍ଟ ଜୀବନସେମିତି ଅବିବାହିତ ରହିବାର ସଂକଳ୍ପ ନେଇ ।

X X X X X X

ଆଜି ସକାଳେ ଦୀପୁ ରହୁ ଥିବା ଘର ପାଖ ଛକ ଉପରେ ଏକ ଅଭାବନୀୟ କାଣ୍ଡ ରେ ସେ ଅଞ୍ଚଳରେ ଉତ୍ତେଜନା ଖେଳିଗଲା । ଦୀପୁ ପାଳିଥିବା ଝିଅ ର ଚେହେରା ସହିତ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ଝିଅର ଆତ୍ମୀୟ ଦୀପୁ କୁ ପିଲା ଚୋର କହି ନିସ୍ତୁକ ପିଟି କ୍ଷତାକ୍ତ କରି ଦେଉଥିବା ବେଳେ ଝିଅ ଟି ତା' ଦୋରଟି ସ୍ୱର ରେ, ବା.... ବା , କହି କହି କାନ୍ଦୁଥିଲା ।

କୌଣସି କାମ ରେ ପ୍ରଶାନ୍ତ ସେଇ ରାସ୍ତା ଦେଇ ଫେରୁଥିଲା ।

ଏ ଘଟଣା ରେ ସେ ସମ୍ପୂର୍ଣ୍ଣ ହତଚକିତ ରହିଗଲା ।ଦୀପୁ ଯେ ପିଲା ଚୋର ନୁହେଁ ,ପ୍ରମାଣ କରିବା ରେ ବେଶ କେଇ ଘଣ୍ଟା ଲାଗିଗଲା ପ୍ରଶାନ୍ତ କୁ ।ଦୀପୁ କୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଛି । ତା"ର କେଇପଦ ବାଷ୍ପକୁଳ କଥା ପ୍ରଶାନ୍ତ ର କର୍ଣ୍ଣ କୁହର ରେ ପ୍ରଧ୍ୱନିତ ହେଉଛି ଏ ପର୍ଯ୍ୟନ୍ତ----"ଆଜି ୨୦ ତାରିଖ, ଯୋଉ ଦିନ ମୁଁ ହଜି ଯାଇଥିଲି , ବାପା ଙ୍କୁ ପାଇଲି ୨୦ ବର୍ଷ ପରେ ।ଯେତେ ସବୁ ଘଟଣା,ଦୁର୍ଘଟଣା ମୋ ଜୀବନ ରେ ଏଇ ୨୦ ସଂଖ୍ୟା କୁ ନେଇ । ନିୟତି ର ଖେଳ ବଡ ବିଚିତ୍ର ଓ ପରିହାସ ପୂର୍ଣ୍ଣ ମୋ ପାଇଁ ,ପ୍ରଶାନ୍ତ ବାବୁ । ସେ ଭିତରେ ଆପଣଙ୍କୁ କିନ୍ତୁ ସେ ରଖିଛି ଏକ ଦେବଦୂତ ସଦୃଶ ।ବିଷ ଭାଣ୍ଡ ମଧ୍ୟ ରେ ଅମୃତ ବିନ୍ଦୁ ଟିଏ ଆପଣ ମୋ ପାଇଁ ।"

ଶାନ୍ତି ଆସି ହଲାଇ ଦେଇ କହିଲା ପ୍ରଶାନ୍ତ କୁ

----"କଣ ଏତେ ଭାବୁଛ ସେଇବେଳୁ .....ଚାହା ପରା ଥଣ୍ଡା ହେଲାଣି ,ଦୁଇ ଦୁଇ ଥର ।ହେଇ ନିଅ ଆଉ ଥରେ ଗରମ କରି ଆଣିଛି ।"

ଗଭୀର ଅଶ୍ୱସ୍ତି ରେ ପତ୍ନୀ କୁ ଚାହିଁ ', ନା ସେ କିଛି ନୁହଁ ' କହି ଚାହା କପ ରେ ଚୁମୁକ ଦେଲା ।"ସତରେ କଣ ଏଇୟା ହିଁ ନିୟତି ର ଖେଳ " ସ୍ୱଗତୋକ୍ତି କଲା ସେ ।

-------- ------

ସିପ୍ରା ନାମତା ,ନମ୍ରତା

ବାରିପଦା

8249850168


Rate this content
Log in