Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Abstract Others Thriller

5.0  

Ranjita Das

Abstract Others Thriller

ଅନାବନା ଗଛ

ଅନାବନା ଗଛ

1 min
623


କାଇଁ କେତେ ଯେ ରେଳ ଗାଡି ଛୁକ ଛୁକ କରି ମତେ ପାସୋରି ଯାଏ। ମୁଁ ସେମିତି ଛିଡା ହୋଇରହିଥାଏ ଏଠି,କେତେ ରେଳ ଯେ ମୁଁ ନ ଦେଖିଛି!! ଗର୍ଜନ କରି ମାଡି ଆସେ ଆଉ ମୋ ନିଦକୁ ଭାଙ୍ଗି ଦେଇ ଚାଲିଯାଏ । ଆଉ ସେଥିରେ ଯଦି କେବେ ରେଳଟି ଅଟକିଗଲା ଏଇ ଘଞ୍ଚ ବନରେ,ତେବେ କେତେ କବି, ଲେଖିକା ଗଣ ମୋ ଉପରେ କେତେ କଣ ଲେଖିଯା'ନ୍ତି ।  ପୁଣି କିଏ କେତେ ଫୋଟୋ ଉଠେଇ ନେଇଯାନ୍ତି, କାରଣ ସେମାନେ ମୋ ସୁନ୍ଦରତାକୁ ଉପଭୋଗ କରିବେ ଯେହେତୁ ଘଞ୍ଚ ଜଙ୍ଗଲରେ ମୋ ଘର ପୁଣି ମୁଁ ପାହାଡକୁ ଆଉଜି ରହିଛି । ମୁଁ ଗୋଟେ ଅନାବନା ଗଛ, ଏମିତି କିଛି ମୋ ଅକୁହା କଥା ।


Rate this content
Log in

Similar oriya story from Abstract