Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -24

ଜହ୍ନମାମୁଁ -24

3 mins
7.2K


କଥାକୁହା ଫଳ 1



ଜଣେ ରାଜାଙ୍କ ପାଖରେ ଅଗଣିତ ଗାଈ ଥିଲେ । ପଶୁପାଳକ ପ୍ରତିଦିନ ସେହି ଗାଈଗୁଡିକ ଚରାଇବା ପାଇଁ ପାହାଡ ନିକଟସ୍ଥ ପ୍ରାନ୍ତରକୁ ନେଇ ଯାଆନ୍ତି । କିନ୍ତୁ ସଂନ୍ଧ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା କମି ଯାଇଥାଏ । ଏପରି କିଛିଦିନ ଲଗାତାର ଘଟିବାରୁ ରାଜା ଖୁବ୍ ଚିନ୍ତିତ ହୋଇ ପଡିଲେ । ଅନେକ ପ୍ରକାର ସତର୍କତା ଅବଲମ୍ବନ କଲେ । ମାତ୍ର ଗାଈମାନଙ୍କର ଅନ୍ତର୍ଦ୍ଧାନ ବନ୍ଦ ହେଲା ନାହିଁ । ପଶୁପାଳକଙ୍କୁ ରାଜା ଏହାର କାରଣ ବାରମ୍ବାର ପଚାରିଲେ ସେମାନେ ସେହି ଏକା ଉତ୍ତର ଦିଅନ୍ତି ଯେ, “ଆମେ ସର୍ବଦା ସଜାଗ ହୋଇ ପହରା ଦେଉଛୁ । ଆମ ଆଖି ଆଗରୁ ଗାଈମାନଙ୍କୁ କେଉଁଆଡେ ଛାଡି ଦେଉ ନାହୁଁ । ଗାଈ ନିକଟକୁ କେହି ଆସୁଥିବାର ମଧ୍ୟ ଆମେ ଦେଖିନାହୁଁ । ଗାଈର ସଂଖ୍ୟା କେମିତି କମି ଯାଉଛି ଆମେ ତାହା ଜାଣି ପାରୁ ନାହୁଁ ।” ରାଜା ଅନୁଭବ କଲେ, ଏହା ପଛରେ ନିଶ୍ଚୟ କୌଣସି ରହସ୍ୟ ରହିଛି । ନିଜର ତିନିପୁତ୍ରଙ୍କୁ ହଜି ଯାଉଥିବା ଗାଈମାନଙ୍କୁ ଠାବ କରିବାର ଦାୟିତ୍ୱ ଦେଇ ରାଜା ସେମାନଙ୍କୁ ଜଙ୍ଗଲକୁ ପଠାଇଲେ ।

ରାଜକୁମାରମାନେ ସାରାଦିନ ଜଙ୍ଗଲରେ ଘୁରି ବୁଲିବା ପରେ ଶେଷରେ ଏକ କୁତ୍ସିତ ରୂପର ସ୍ତ୍ରୀକୁ ଦେଖିବାକୁ ପାଇଲେ । ସେହି ସ୍ତ୍ରୀ ଲୋକ ଜଣକ ସେମାନଙ୍କୁ ପ୍ରଶ୍ନ କଲେ, “ପିଲାଏ, କୁଆଡେ ଯାଉଛ?”

ରାଜକୁମାରମାନେ ଚିଡି ଉଠି କହିଲେ, “ଆମେ କୁଆଡେ ଗଲେ, ତୁମର କ’ଣ ଗଲା? ତୁମେ ତୁମ ବାଟରେ ଯାଅ ।”

ତା’ପରେ ସେ ସ୍ତ୍ରୀ ଲୋକଟି ତା’ ମନକୁ ମନ କ’ଣ ଗୁଣୁଗୁଣୁ ହୋଇ ସେଠାରୁ ଚାଲିଗଲା । ରାଜକୁମାରମାନେ ସେଠାରୁ ଯାଇ ଏକ ଦୁର୍ଗ ପାଖରେ ପହଁଚିଲେ । ସେହି ଦୁର୍ଗରେ ରାଜାଙ୍କ ଗାଈମାନେ ବନ୍ଧା ହୋଇଥିବାର ସେମାନେ ଦେଖିଲେ । ଭିତରେ ଏକ ବୁଢୀ ରାକ୍ଷସୀ ଶୋଇଥାଏ । ଏମାନେ ସେଠାରେ ପହଁଚିବା ମାତ୍ରେ ସେ ଉଠି ପଡିଲା ।

ରାଜକୁମାରମାନେ କହିଲେ, “ବୁଢୀ ମା’, ଆମକୁ କିଛି କାମ ଦିଅ ।” ସେମାନେ ଜାଣିଥିଲେ ବୁଢୀ ରାକ୍ଷସୀ ପାଖରୁ ଗାଈ ମୁକଳେଇ ନେଇଯିବା କିଛି ସହଜ କାମ ନୁହେଁ । ତେଣୁ କାମର ବାହାନା କରି ତା’ପାଖରେ ରହିଲେ ସୁଯୋଗ ଦେଖି ଗାଈଙ୍କୁ ନେଇ ଏଠାରୁ ପଳାଇ ଯିବା ପାଇଁ ଯୋଜନା କରି ହେବ ।

ରାକ୍ଷସୀ ସେତେବେଳକୁ ଜାଣି ସାରିଥାଏ ଯେ, ସେମାନେ ଗାଈ ନେବା ପାଇଁ ଏଠାକୁ ଆସିଛନ୍ତି । ସେ ବୁଢୀ ରାକ୍ଷସୀ ତ ବଡ ଚତୁରୀ । ତା’ର ଦେହର ବଳ କମି ଯିବାରୁ ସେ ଛଳ କପଟରେ ନିଜ ଶତୃମାନଙ୍କୁ ମାରି ପକାଉଥାଏ । ରାଜକୁମାରମାନଙ୍କୁ ମାରିବାକୁ ସ୍ଥିର କରି ସେମାନଙ୍କୁ ସେ କହିଲା, “ଆଚ୍ଛା ପିଲାଏ, ଏବେ ଗାଈକ୍ଷୀର ଦୁହିଁବାର ବେଳ ହୋଇ ଗଲାଣି । ତୁମେମାନେ ଯାଇ ଗାଈ ଦୁହିଁବା କାମ କର ।”

ରାଜକୁମାରମାନେ ପାତ୍ରପୂର୍ଣ୍ଣ କରି କ୍ଷୀର ଆଣି ପହଁଚିବା ପରେ ରାକ୍ଷସୀ ସେମାନଙ୍କୁ ପୁଣି କହିଲା, “ତୁମମାନଙ୍କୁ ତ ଭୋକ ଲାଗୁଥିବ । ନିଅ, ଏହି କ୍ଷୀର ପିଇ ପେଟ ଭର୍ତ୍ତି କରିଦିଅ ।” ସେହି ତିନିଜଣଙ୍କ ହାତରେ ରାକ୍ଷସୀ ବିଷଭର୍ତ୍ତି ପାତ୍ର ଦେଇଥିଲା । ସୁତରାଂ ସେମାନେ କ୍ଷୀର ପାଟିରେ ଲଗାଇବା ମାତ୍ରେ ଟଳି ପଡିଲେ । ରାକ୍ଷସୀ ସେମାନଙ୍କୁ ଏକ ସିନ୍ଧୁକରେ ଲୁଚାଇ ଦେଲା ।

ବହୁଦିନ ବିତିଗଲେ ମଧ୍ୟ ରାଜକୁମାରମାନେ ଆଉ ଫେରିଲେ ନାହିଁ । ଏଣେ ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ଉଠିଲେ । ରାଜାଙ୍କର ଗୋବିନ୍ଦ ନାମକ ଜଣେ ପଶୁପାଳକ ଥିଲା । ସେ ସାହସ କରି ରାଜାଙ୍କୁ ଆସି କହିଲା, “ମୁଁ ରାଜକୁମାରମାନଙ୍କୁ ଖୋଜିବା ପାଇଁ ଯିବି ଓ ହଜିଥିବା ଗାଈ ମଧ୍ୟ ଖୋଜି ଆଣିବି ।” ରାଜା ତା’କୁ ଯିବାପାଇଁ ଅନୁମତି ଦେଲେ ।

ଗୋବିନ୍ଦ ମଧ୍ୟ ଅରଣ୍ୟର ସେହି ଦିଗରେ ଯାତ୍ରା କଲା । ବାଟରେ ସେହି କୁତ୍ସିତ ରୂପୀ ସ୍ତ୍ରୀ ସହିତ ତା’ର ଭେଟ ହେଲା । ସ୍ତ୍ରୀ ଲୋକଟି ତାକୁ ପଚାରିଲା, “ପୁଅ କେଉଁଆଡେ ଯାଉଛୁ?”

ରାଜ କୁମାରମାନଙ୍କ ପରି ଗୋବିନ୍ଦ ସେ ସ୍ତ୍ରୀଲୋକ ଉପରେ ମୋଟେ ବିରକ୍ତ ହେଲା ନାହିଁ । ଭାବିଲା, ସମ୍ଭବତଃ ଏହାକୁ ଗାଈ ବା ରାଜକୁମାରମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ଜଣାଥିବ । ତେଣୁ ସେ ତା’ ନିଜ କାମର ବିବରଣୀ ଜଣାଇଲା ।

ସ୍ତ୍ରୀ ଲୋକଟି କହିଲା, “ଆଉ ଅଳ୍ପବାଟ ଆଗକୁ ଗଲେ ଏକ ଦୁର୍ଗ ପଡିବ । ସେହି ଦୁର୍ଗରେ ଏକ ଧୂର୍ତ୍ତ ରାକ୍ଷସୀ ଥିଲା । ମୋ ଭଉଣୀର ସାହାଯ୍ୟ ନେଇ ସେ ରାଜାଙ୍କର ଗାଈ ଚୋରାଉଥିଲା । ତାର କାମ ପୂର୍ଣ୍ଣ ହେବା ପରେ ମୋ ଭଉଣୀକୁ ସେ ମାରି ପକାଇଛି । ଏବେଯାଏଁ ରାଜକୁମାରମାନେ ମଧ୍ୟ ତା’ ପାଖରେ ବଂଚି ନ ଥିବେ ।”

ଗୋବିନ୍ଦ ପ୍ରଶ୍ନ କଲା, “ତୁମର ଭଉଣୀ କିଏ? ସେହି ରାକ୍ଷସୀର ଆମ ଗାଈ ଚୋରାଇବା କ’ଣ ଦରକାର?”

ସ୍ତ୍ରୀ ଲୋକଟି କହିଲା, “ସେହି ରାକ୍ଷସୀ ଏବେ ବୁଢୀ ହୋଇ ଗଲାଣି । ନିଜର କ୍ଷୁଧା ମେଂଟାଇବା ପାଇଁ ସେ ଅସମର୍ଥ । ତେଣୁ ତାର ଦୃଷ୍ଟି ରାଜାଙ୍କ ଗାଈ ଉପରେ ପଡିଛି । ମୋର ଭଉଣୀ ମନ୍ତ୍ର–ତନ୍ତ୍ର ଜାଣିଥିଲା । ସେହି ରାକ୍ଷସୀ ମୋ ଭଉଣୀ ସହିତ ବନ୍ଧୁତା ସ୍ଥାପନ କଲା । ତାକୁ ଅଧା ଗାଈ ଦେବା ପାଇଁ ପ୍ରତିଶୃତି ଦେଇ, ତା’ଦ୍ୱାରା ଏହି କାମ ସେ କରାଇଲା । କିନ୍ତୁ ତା’ର କାମ ହାସଲ ହେବା ପରେ ମୋ ଭଉଣୀକୁ ଦୁର୍ଗରେ ବନ୍ଦ କରି ସେ ହତ୍ୟା କଲା । ମୁଁ ମୋ ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଚାହେଁ ।”



Rate this content
Log in

Similar oriya story from Children