Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Inspirational Others

3  

Kamal Kumar Dash

Inspirational Others

ରାକ୍ଷୀ

ରାକ୍ଷୀ

1 min
478


ଗଲା ରାକ୍ଷୀରେ ସାନ ଭଉଣୀ ତା ଘରକୁ ଆସି ରାକ୍ଷୀ ପିନ୍ଧିବାକୁ କହିଥିଲା ,ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମୁଁ ଯାଇ ପାରିନଥିଲି କି ସେ ଦୂର ସହରରୁ ଆସି ପାରିନଥିଲା । ଟିକେ ରାଗି ଥିଲା ସେ । ବାପା ମା ଗଲା ପରେ ଟିକେ ଦୁଖୀ ହୋଇ ଯାଇଥିଲା ସେ । ରାକ୍ଷୀ ର କିଛି ଦିନ ପରେ ତା ଘରେ ମୁଁ ପହଂଚିଲି , ମତେ ଦେଖି ବହୁତ ଖୁସି ହେଲା ସେ ଓ କହିଲା ଯାହା ହେଉ ଏତେ ଦିନ ପରେ ତୋର ମନେତ ପଡିଲା ମୁଁ ଏଠି ଅଛି ବୋଲି । ହେଲେ ତା ରାଗ ଓ ଅଭିମାନ ସବୁ ମିଳେଇ ଯାଇଥିଲା । ରାକ୍ଷୀ ନଥିଲେ ବି ,ସେ ମୋ ପାଇଁ କିଣି ରଖି ଥିବା ରାକ୍ଷୀ କୁ ଆଣି ବାନ୍ଧିଲା ଓ ଦୀପ ଜାଳି ଵବନ୍ଦାପନା କଲା । ପୁରୁଣା କଥା ମନେ ପକାଇ କାନ୍ଦି ପକାଇଲା ,ତା ଲୁହ ଦେଖି ମୋର ବି ଆଖି ଓଦା ହୋଇଗଲା । ତା ଘରେ ଗୋଟେ ଦିନ ରହି ମୋ ଅଫିସ କାମ ସାରି ଘରକୁ ବାହାରିଲି ମୁଁ ଟ୍ରେନରେ । ତା ଘରୁ ବାହାରିବା ଆଗରୁ ସେ ଗୋଟେ ଛୋଟ ପ୍ୟାକେଟ ମୋ ହାତରେ ଦେଇ କହିଲା ଏଇଟା ତୋ ପାଇଁ । ମୁଁ ପଚାରିଲି କଣ ଅଛି ଏଥିରେ ସେ କହିଲା ଘରେ ଯାଇ ଦେଖିବୁ ।

ଘରେ ଆସି ଦେଖିଲି ସେଥିରେ ଗୋଟେ ଫିଟନେସ ବ୍ୟାଣ୍ଡ୍ ଥିଲା ଓ ସେ ଲେଖିଥିଲା ଭାଇନ ତୋ ପେଟ ବଢିବାରେ ଲାଗିଛି , ତୁ ଦେହର ଜମା ଯତ୍ନ ନେଉନୁ ତୋର ବୋଧେ ମନେ ନାହିଁ କି ବୋଉର ହାର୍ଟ ଆଟାକ ହୋଇଥିଲା । ସେଠି ପାଇଁ ତୋତେ ମୋ ରାଣ ସବୁ ଦିନ ଫିଟନେସ ବ୍ୟାଣ୍ଡ ପିନ୍ଧି ଚାଲିବୁ ଓ ଏକ୍ସରସାଇଜ କରି ପେଟ କମାଇ ଫିଟ ରହିବୁ । ମୁଁ ପଢି ହସିଲି , ଫୋନ କରି ତାକୁ ଧନ୍ୟବାଦ ଦେଲି ଓ କହିଲି କାଲିଠୁ ସବୁଦିନ ଚାଲିବି ଓ ଏକ୍ସରସାଇଜ କରିବି।


Rate this content
Log in

Similar oriya story from Inspirational