Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Drama

3  

Shanti Mishra

Drama

ମାଂସ ଝୋଳ

ମାଂସ ଝୋଳ

3 mins
7.5K


ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

****************************

ରଜ ପର୍ବ ଆଉ ଶନିବାର ରବିବାରକୁ ମିଶେଇ ଚାରିଦିନ ଛୁଟି | ଖୁବ୍ କମ୍ ମିଳେ ଏପରି ସୁଯୋଗ | ସେଇଥି ପାଇଁ ସେ ଅନିଲ୍ ଙ୍କୁ ଘରକୁ ଡାକିଥିଲା ରଜ ପୋଡ଼ ପିଠା ଆଉ ମାଂସ ଝୋଳ ଖାଇବାକୁ | ସେ ବି ବହୁ ଆଗ୍ରହର ସହିତ ତାର ନିମନ୍ତ୍ରଣ ରକ୍ଷା କରିଥିଲେ | ଘରଠାରୁ ବହୁ ଦୂରରେ ରହିଥିଲେ ପର୍ବ ପର୍ବାଣୀରେ, ମନ ଟିକେ ଏମିତିରେ ବି ଉଦାସ ହୋଇଯାଏ | ଅମିତା ଏପରି ଏକ ସୁଯୋଗର ଅପେକ୍ଷାରେ ଥିଲା | ଯେପରିକି ସେ ଅନିଲ୍ ଙ୍କୁ ଥରେ ତା ଘରକୁ ନିମନ୍ତ୍ରଣ କରି ପାରିବ | ଆଜି ସେଇ ସୁଯୋଗଟି ମିଳିଛି ଛାଡିବା କଥା ନୁହେଁ | ରଜ ପର୍ବ ତ ଏକ ବାହାନା ମାତ୍ର |

ଏମିତିରେ ସେମାନଙ୍କର ନିତି ଅଫିସରେ ଦେଖାହୁଏ | ଅଫିସ୍ କାଫେରେ ଚା ଜଳଖିଆ ବି ବହୁତ ସମୟରେ ଏକାଠି ଖିଆହୁଏ | କିନ୍ତୁ ଘରକୁ କେବେ ଡାକି ନଥିଲା | ତା ନିଜ ରୋଷେଇ ଉପରେ ତାର ବେଶୀ ଭରଷା ନଥାଏ କେବେବି | ଏଥର କିନ୍ତୁ ବୋଉ ଠୁ ରେସିପ୍ ଆଣିଛି |

ପୋଡ଼ ପିଠାକୁ କପେ ବିରିରେ ଦୁଇ କପ୍ ଚାଉଳ ବତୁରେଇ ରାତିରେ, ସକାଳୁ ଗ୍ରାଇଣ୍ଡରରେ ବାଟି ନଡିଆ ଖଣ୍ଡ ,କଟା କାଜୁ, ଖିସମିସ୍ , ଟିକେ ବେକିଂଗ ସୋଡ| ଆଉ ଲୁଣ ଓ ଟିକେ ଚିନି ଦେଇ ଗୋଳେଇ ଏକ ସ୍ଟିଲ୍ ପାତ୍ରରେ ରଖିଦେଲା | ତାପରେ ପ୍ରେସରକୁକରରେ ଲୁଣ ରଖି ତାକୁ ଗରମ୍ କରି ତା ଉପରେ ସ୍ଟିଲ୍ ପାତ୍ରରେ ଥିବା ପିଠୋଉକୁ ରଖିଦେଲା | ଭେଣ୍ଟ କାଢ଼ି ଢାଙ୍କୁଣୀ ଲଗେଇ ତିରିଶରୁ ଚାଳିଶ୍ ମିନିଟ୍ ଧିମା ଆନ୍ଚରେ ରଖି ଦେଇଥିଲା | ପିଠା ଠିକ୍ ହେଇଛି | କିନ୍ତୁ ମାଂସ ଝୋଳଟା……...

ତାର ଠିକ୍ ମନେ ଅଛି ପ୍ରଥମେ ସେ ପ୍ୟାନ୍ ରେ ତେଲ ପକେଇ ଗୋଟା ଗରମ୍ ମସଲା ଅଳ୍ପ କିଛି ପକେଇଥିଲା l ହଁ ତେଜପତ୍ର, ଟିକେ ଡାଲଚିନି, ଦୁଇଟା ଗୁଜୁରାତି, ଲବଂଗ ଦିଟା ଏହିପରି କିଛି ପକେଥିଲା ତା ପରେ କଟା ପିଆଜ ଦେଇ ଭାଜି ଥିଲା l ତା ପରେ ଅଦା ରସୁଣ ବଟାର ପେସ୍ଟ ଦି ଚାମଚ୍ ପାଖା ପାଖି ପକେଇଥିଲା l ତା ପରେ ଦି ଚାମଚ ଧନିଆଁ ଗୁଣ୍ଡ, ଏକ ଚାମଚ ଜିରା ଗୁଣ୍ଡ, ଏକ ଚାମଚ୍ କିଣା ଗରମ୍ ମସଲା ଗୁଣ୍ଡ ବି ପକେଇଥିଲା | ଭଲ କରି ମସଲା ଭାଜି ହେଇଗଲା ପରେ ଦିଟା କଟା ଟମାଟୋ ସହିତ ମାଂସ ସବୁ ପକେଇ ପୁଣି ଥରେ ଭଲ କରି କସି ଥିଲା ତା ପରେ ପାଣି ଦେଇ କଭର କରି ମଧ୍ୟମ ଆଞ୍ଚରେ ତିରିଶରୁ ପଇଁଚାଳିଶ୍ ମିନିଟ୍ ପାଖା ପାଖି ଚୁଲା ଉପରେ ରଖିଥିଲା l ତାର ପୁରା ମନେ ଅଛି l କିନ୍ତୁ ତାରକାରୀଟା ସ୍ବ|ଦ କାହିଁ ଲାଗିଲାନି l ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ବି ପକେଇ ଥିବାର ପୁରା ମନେ ଅଛି | ଶେଷରେ ଚୁନା ଚୁନା ଧନିଆ ପତ୍ର କାଟିକି ଝୋଳ ଉପରେ ପକେଇ ଥିବାର ବି ମନେ ଅଛି | ତେବେ କୋଉଠି ଭୁଲ୍ ରହିଲା |

ପ୍ରଥମ ଥର ପାଇଁ ସେ ଅନିଲଙ୍କୁ ଘରକୁ ଡାକିଥିଲା ଖାଇବାକୁ କଣ ସେ ଭାବିଥିବେ l ସେଥି ପାଇଁ ସେ ବୋଉଠୁ ରେସିପି ଆଣି ବେଶ୍ ମନ ଧ୍ୟାନ ଏବଂ ସମୟ ଦେଇ ରୋଷେଇ କରିଥିଲା | କଣ ସେ ଭାବୁଥିବେ କେଜାଣି l କିଛି ଅବଶ୍ୟ କହିଲେନି l ଚୁପଚାପ୍ ଖାଇଦେଇ ଚାଲିଗଲେ l ଆହୁରି ଦି ଥର ମାଗିକି ଖାଇଥିଲେ ବି l

ଆଉ ଗୋଟେ ଚାମଚ୍ ନେଇ ଚାଖିଲା | ଆରେ ଆରେ ସେ ତ ଲୁଣ ପକେଇବକୁ ପୁରା ଭୁଲି ଯାଇଚି l ରୋଷେଇ କରୁଥିବା ସମୟରେ ହିଁ ଅନିଲ୍ ଚାଲି ଆସିଥିଲେ l ତା ପରେ ଗପସପରେ ଲୁଣ ଚାଖିବାକୁ ସେ ଭୁଲି ଯାଇଥିଲା l ଲୁଣ ପକେଇଦେଲା ପରେ ବେଶ୍ ସ୍ବାଦିଷ୍ଟ ହେଇଗଲା ତାରକାରୀ ପୁରା ବୋଉ ରନ୍ଧା ପରି ଲାଗିଲା l

ସେ ବି ଅନିଲଙ୍କ ସଙ୍ଗେ ବସି ଖାଉଥିଲା ଏବଂ ଗପସପ୍ ବି ଯୋରରେ ଚାଲିଥିଲା ତା ସହିତ ତାକୁ ଟିକେ ନର୍ଭସ୍ ବି ଲାଗୁଥିଲା | ଅନିଲ୍ ଖାଲି ତାର ପୁରୁଷ ବନ୍ଧୁ ନଥିଲେ ତାର ସୁପରଭାଇଜର ବି ଥିଲେ |

କାଲି ଅଫିସରେ ଅନିଲ୍ ନିଶ୍ଚୟ ହସିବେ ବା କିଛି କମେଣ୍ଟ ଦେବେ l ନା ସେପରି କିଛି ହେଲାନାହିଁ l ଦିନେ ଗଲା ଦି ଦିନ ଯାଇ ସପ୍ତାହେ ବି ଗଲା କିଛି ସେପରି ମନ୍ତବ୍ୟ ଆସିନାହିଁ ଅନିଲଙ୍କ ତରଫରୁ l

ମାସକ ପରେ ଅନିଲ୍ କହିଲେ -’’ଅମିତା ଆଉ ଖାଇବାକୁ କେବେ ନିମନ୍ତ୍ରଣ କରିବ? ଥରକରେ କଣ ସରିଗଲା l ତୁମ ହାତ ରନ୍ଧା ସତରେ ଚମତ୍କାର l ଦୁଇଦିନ ଯାଏ ମୋ ହାତରେ ମାଂସର ବାସ୍ନା ରହିଥିଲା l ମୁଁ ଅଧିକ ଦିନ ରଖିବା ପାଇଁ ହାତରେ କିଛି ଦିନ ସାବୁନ୍ ବ୍ୟବହାର କରି ନଥିଲି l ’’

ମନେ ମନେ ଖୁସିରେ ଉଛୁଳି ଗଲା ଅମିତା | ସତେ ନା କଣ ! ଏଥରକ ସେ ନିଶ୍ଚୟ ମନେ ପକେଇ ଲୁଣ ପକେଇବ ମାଂସ ତରକରୀରେ |

-’’ତେବେ ଆସନ୍ତୁ ନା ଆସନ୍ତା ଶନିବାରକୁ ଡିନରରେ’’ l ଶନିବାର ଦିନ ନିର୍ଘଣ୍ଟ ସମୟ ପୁର୍ବରୁ ଅନିଲ୍ ଆସି ଯାଇଥିଲେ l କିନ୍ତୁ ଖାଲି ହାତରେ ନୁହେଁ l ଏକ ସୁନା ମୁଦି ସହିତ ବିବାହ ପ୍ରସ୍ତାବ ନେଇ l ଅମିତା ତ କେତେବେଳୁ ରେଡି ହୋଇ ତାଙ୍କ ଆସିବା ବାଟକୁ ଚାହିଁ ବସିଥିଲା | ସିନେମା ଷ୍ଟାଇଲରେ ତା ଗୋଡ଼ ତଳେ ଆଣ୍ଠେଇ, ମୁଦି ହାତରେ ଧରି ଅମିତାର ଅନୁମତି ଅପେକ୍ଷାରେ ବସି ରହିଲେ ଅନିଲ୍ | ଅମିତା ଆଉ କଣ କହିବ | ବାକ୍ ଶକ୍ତି ହରେଇ ବସିଲା ଅତ୍ୟଧିକ ଉତେଜନାରେ କ୍ଷଣକ ପାଇଁ | ଏଇ କଥା ଶୁଣିବ ବୋଲି ଗତ ଚାରି ମାସ ହେଲା ଅପେକ୍ଷା କରି ବସିଛି ସେ | ପୁଣି ଥରେ ଅତ୍ୟଧିକ ଖୁସିରେ ତାରକାରୀରେ ଲୁଣ ପକେଇବକୁ ଭୁଲି ଗଲା ଅମିତା l କିନ୍ତୁ ଅନିଲ୍ କହିଥିଲେ ଚଳିବ……|

***************


Rate this content
Log in

Similar oriya story from Drama