Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Others

3  

Prasant Kumar Senapati

Others

ପୁରୁଣା ସ୍ମୃତି

ପୁରୁଣା ସ୍ମୃତି

1 min
14.3K


 

ମୁଁ ପଞ୍ଚମରେ ପଢୁଥିଲି, ସେ ତୃତିୟର ଶ୍ରେଣିର ଛାତ୍ରୀ ସହିତ ମୋର ପଡୋଶୀ ବି ଥିଲା । ଦିନେ ମୁଁ ବିଦ୍ୟାଳୟରେ ଖେଳୁଥିଲି ସେ ଦୌଡି ଦୌଡି ଆସି ମୋ ଗାଲକୁ ଚିମୁଟି ଦେଇ ହସି ହସି ଚାଲିଗଲା ଓ ମୁଁ ସାମାନ୍ୟ କଷ୍ଟ ଅନୁଭବ କଲି ।

ମୁଁ ଅଷ୍ଟମରେ ପଢୁଥିଲି । ସେଦିନ ଗଣେଶ ପୂଜା ପାଇଁ କିଛି ଫୁଲ ଆମ ବଗିଚାରୁ ତୋଳୁଥିବା ସମୟରେ ସେ ଲୁଚି ଲୁଚି ଆସି ସବୁତକ ଫୁଲ ନେଇ ହସି ହସି ଚାଲିଗଲା । ବଗିଚାରେ ଆଉ ଫୁଲ ନଥିବାରୁ ମୋତେ ଖାଲି ହାତରେ ବିଦ୍ୟାଳୟ ଯିବାକୁ ପଡିଲା ଓ ସାଙ୍ଗସାଥିଙ୍କ ଥଟ୍ଟା ମଜ୍ଜାର ପରିହାସର ପାତ୍ରଟିଏ ବନିଯାଇଥିଲି ମୁଁ ।

ମୁଁ ଯୁକ୍ତ ଦୁଇ ବାଣିଜ୍ୟରେ ପଢୁଥିଲି । ସେଦିନ ମୋ ପସନ୍ଦର ମା ହାତ ରନ୍ଧା ଗାଜର ହାଲୁଆ ଖାଇବାକୁ ବସିଥିବା ସମୟରେ ପଛ ପଟୁ ଆସି ଗାଜର ହାଲୁଆ ପ୍ଲେଟ୍ କୁ ନେଇ ହସି ହସି ଚାଲିଗଲା । ମୋତେ ବହୁତ ଦୁଃଖ ଲାଗିଲା ଓ କାନ୍ଦିବାକୁ ଇଚ୍ଛା ହେଉଥିଲା ।

ମୁଁ ଅଫିସ୍ ଯିବା ପାଇଁ ପ୍ରସ୍ତୁତ୍ ହେଉଥିବା ସମୟରେ ସେ ଆସିଲା, ହେଲେ ଆଶ୍ଚର୍ଯ୍ୟର କଥା ତାର ଚେହେରାରେ ହସ ବଦଳରେ ଭାରାକ୍ରାନ୍ତ ଅଧିକ ଦୃଶ୍ୟ ହେଉଥିଲା ।

ସେ ମୋ କାନ ପାଖକୁ ଆସି କହିଲା କେତେଦିନ ଅବୁଝା ହୋଇ ରହିବ ? ପିଲାଳିଆମି ଆଜି ପର୍ଯ୍ୟନ୍ତ ଛାଡିନ, ବଡ କେବେ ହେବ, ଯେବେ ମୋ ମଥାରେ ସିନ୍ଦୁର ଓ ହାତରେ ସଙ୍ଖା ପିନ୍ଧାଇ ଆଉକିଏ ମୋତେ ନେଇଯିବ । ଏତିକି ଶୁଣିବା ପରେ ମୋ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ବାହୁ ବନ୍ଧନରେ ଭିଡିନେଇ କହିଥିଲି ତୁମେ ଏକା ମୋର ।


Rate this content
Log in