Prasant Kumar Senapati

Drama Tragedy


2  

Prasant Kumar Senapati

Drama Tragedy


ଅପାର ପ୍ରେମ

ଅପାର ପ୍ରେମ

3 mins 7.2K 3 mins 7.2K

ସମର ଭୁବେନେଶ୍ବର ଇଣ୍ଟରନେସନାଲ ଏୟାରପୋର୍ଟରୁ ବାହାରି ଟ୍ୟାକ୍ସି ଧରିଲା । ସବୁଠୁ ପୁରୁଣା ବାଉନ ବଜାର ତେପନ ଗଳି କଟକ ସହର ତାର ଭାରି ପ୍ରିୟ । ଦୀର୍ଘ ପାଞ୍ଚ ବର୍ଷ ପରେ ବିଦେଶରୁ ଫେରୁଥିଲେ ବି ତାକୁ ଲାଗୁଥିଲା ସେ କେବେ କୁଆଡେ ଯାଇନି, ଏଇଠି ଅଛି ଓ ରହିବ ବି । ହଠାତ୍ ଏଫ୍.ଏମ୍ ରେ ଗୀତ ଶୁଣିବା ମାତ୍ରେ ତାର ତନ୍ଦ୍ରା ଭଙ୍ଗ ହେଲା, "ତୁମ୍ ମେରେ ବାଦ୍ ମୋହବତ କୋ ତରସ ଯାଓଗେ,,,,ମେନେ ଦିଲ୍ ତୁଝକୋ ଦିଆ ୟେ ଖତା ହମାରି ହେ ।" "ମୁଝକୋ ତୋ ଇସ୍କ କରନେ କି ବିମାରୀ ହେ,,,,,ୟାର ତୋ ପାଓଗେ, ୟେ ପ୍ୟାର୍ କାହାଁ ।"

ଧୀରେ ଧୀରେ ସମର ପାଞ୍ଚବର୍ଷ ପଛକୁ ଫେରିଗଲା । ପାଞ୍ଚବର୍ଷ ତଳର ପ୍ରତ୍ୟେକଟି ଶବ୍ଦ ତାର ହୃଦୟର ପ୍ରତି କୋଣ ଅନୁକୋଣରେ ଗୁଞ୍ଜୁଥାଏ, ମନରେ ଅନେକ ପ୍ରଶ୍ନ । ହଁ, ତୁମକୁ ତ ମୋ ଠାରୁ ବହୁତ ସୁନ୍ଦର ଗୁଣବାନ ମିଳିଯିବେ, ହେଲେ ମୋ ପରି ଅପାର ପ୍ରେମ କରୁଥିବା ଝିଅଟେ ମିଳିବା ଅସମ୍ଭବ । ଶ୍ରଦ୍ଧା, ବସ୍ତିର ଝିଅଟିଏ । ପଡିଶା ଘର ଖୁଡିଙ୍କ ଭାରି ପ୍ରିୟ ସେ । ଦିନ ତମାମ ଖୁଡିଙ୍କ ଘରେ ରହେ, ସେଇଠି ଖାଏ ପିଏ ପୁଣି ନିଜ ଘରକୁ ସଂଧ୍ୟାରେ ଫେରିଯାଏ । ସମରକୁ ବି ଖୁଡି ଭାରି ଭଲ ପାଆନ୍ତି ଓ ଉଭୟଙ୍କ ଦେଖା ସାକ୍ଷାତ ହୁଏ, ମିଳାମିଶା ବଢେ । ଦେଖିବାକୁ ଖୁବ୍ ସୁନ୍ଦରିଟିଏ, ଓଡିଆ ଘର'ର ସଂସ୍କାର ରିତୀନିତୀ ସବୁ ଜଣା, କେବେ ହେଲେ ସମର ତାକୁ ପ୍ରେମ ପାଖ ପସେଇ ଦିଏନି । ଶ୍ରଦ୍ଧା ଖୁଡି କଥାରେ ସମର'ର ଅନେକ କାମ କରିଦିଏ ଓ ବହୁତ ଯତ୍ନ ବି ନିଏ । ଅନେକ ସମୟରେ ହସି ହସି ଏମିତି କିଛି କହିଦିଏ ତାର ପ୍ରେମ ଧରା ପଡିଯାଏ । ବେଳେ ବେଳେ ଶ୍ରଦ୍ଧା ଚୋରା ଚାହାଣୀରେ ସମରକୁ ଲୁଚି ଲୁଚି ଦେଖେ ଓ ଧରା ପଡିଗଲେ କହେ ମୋ "ବରକୁ" ଦେଖୁଛି,,,,,,ହେଲେ ସମର ଫୁଲେଇ ସିଙ୍ଘାଣିନାକି କହି ତାର କଥାକୁ ମଜ୍ଜାରେ ଉଡାଇ ଦିଏ । ଯେଉଁଦିନ ସମର ଚାକିରୀ ପାଇଁ କାନାଡା ବାହାରିଲା, "ସେ ଲୁହ ଛଳ ଛଳ ଆଖିରେ ପଚାରିଥିଲା ସମର ମୋତେ ମନେ ପକାଇବ ତ ?"

ସମର ସେଦିନ ବି ମଜ୍ଜାଳିଆ ଢଙ୍ଗରେ କହିଥିଲା "କେବେ ନୁହଁ ସିଙ୍ଘାଣି ନାକି।" ଆଉ "ତୁମେ ? "ଅସହଜ ଢଙ୍ଗରେ ସମସ୍ତଙ୍କ ନଜରରୁ ଆଖିରୁ ଝରିବାକୁ ଯାଉଥିବା ଲୁହ ବିନ୍ଦୁକୁ ପୋଛି - ମୋର ଆଉ କିଛି କାମ ନାହିଁ ଯେ ତୁମକୁ ମନେ ପକେଇବି ।" ପୁନଶ୍ଚ ସମର ପଚାରିଲା " ନେଟ୍ ପ୍ରାପାଇରେସନରେ କିଏ ସାହାଯ୍ୟ କରିବ ?" ସେସବୁ ତ ମୁଁ ତୁମ ପାଇଁ କରୁଥିଲି, ତୁମ ପାଇଁ ଯୋଗ୍ୟ ହେବି ବୋଲି,,,,,କିନ୍ତୁ ତୁମେ ତ....ତୁମେ ମୋ ପାଇଁ କାନାଡାରୁ କେବେ ଫେରିବ ? "ନାଁ ନାଁ, ମୁଁ ସେଇଠି ବାହା ହୋଇ ଘର ସଂସାର କରିବି ।" "ହୁଁ, ତୁମକୁ ମୋ ଠାରୁ ସୁନ୍ଦର ଗୁଣବାନ ମିଳିଯିବେ, ହେଲେ ମୋ ପରି ଅପାର ପ୍ରେମ କରୁଥିବା ଝିଅଟିଏ ମିଳିବ ନାହିଁ ।" "ଶ୍ରଦ୍ଧା କେଡେ ପାଗିଳିଟେ ତୁମେ" "ହୁଁ, ତୁମ ପାଇଁ, ଫୁସ୍ ଫୁସ୍ ହୋଇ କହିଥିଲା ।" ସାର୍ ପହଞ୍ଚିଗଲେ । ପାଞ୍ଚବର୍ଷ ତଳର ଅତୀତରୁ ସେ ବର୍ତ୍ତମାନକୁ ପ୍ରତ୍ୟାବର୍ତ୍ତନ କଲା । ଟେକ୍ସିବାଲା ବ୍ୟାଗ୍ ପତ୍ର ଗାଡିରୁ ଓହ୍ଲାଇ ସାରିବା ମାତ୍ରେ ପଡୋଶି ମହାପାତ୍ର ବାବୁ ପଚାରିଲେ "ଟେକ୍ସି ଏମ୍ସ୍ ଯିବୁ ? ସମର'ର ବାପା ବୋଉ ବି ସେଇଠାରେ ଉପସ୍ଥିତ ଥାଆନ୍ତି । "କଣ ହେଇଛି ମାଆ, ଖୁଡି ଠିକ୍ ଅଛନ୍ତି ତ,,,ସେ ତିନି ଜଣକ ପାଦ ଛୁଇଁ ପ୍ରଣାମ କରୁ କରୁ ପଚାରିଲା । "ନାଁ, ନାଁ ଖୁଡି'ର କିଛି ହୋଇନି, ଶ୍ରଦ୍ଧାକୁ ହସ୍ପିଟାଲରେ ଆଡମିସନ କରିବାକୁ ହେବ, ଦୁଇ ଘଣ୍ଟା ହେଲା ସେ ବେହୋସ୍ ହୋଇ ପଡିଛି ।" ତୁ ଚାଲେ ବାବା, ଏତେ ଦୂରରୁ ଆସିଛୁ ଧୁଆଧୋଇ ହୋଇ ଖିଆପିଆ କର, ସେମାନେ ଯାଆନ୍ତୁ । "ନାଁ ମାଆ, ବାସ୍ ଦୁଇ ମିନିଟ୍ । ମୁଁ ବି ଯିବି ।" ଦୁଇ ମିନିଟ୍ ପରେ ଫ୍ରେସ୍ ହୋଇ ଟେକ୍ସିରେ ବସିଲି ତ ଶ୍ରଦ୍ଧା ଖୁଡି କୋଳରେ ନିର୍ଜିବ ଅବସ୍ଥାରେ ପଡି ରହିଥାଏ । ଖୁଡିଙ୍କୁ ପ୍ରଣାମ କଲି ଓ ସେ ଆଶୀର୍ବାଦ ବି କଲେ । ପୁନଶ୍ଚ ଖୁଡି ପଚାରିଲେ -"କାହିଁକି ଏତେ ବଡ ସପନ ଦେଖାଇଥିଲୁ ବିଚାରୀକୁ, ସେ ଦିନରାତି ଝୁରି ଝୁରି ଏଇ ଅବସ୍ଥା ତାର ?" "ମୁଁ କିଛି ସପନ ଦେଖାଇନାହିଁ ଖୁଡି, କିନ୍ତୁ ଏବେ ସେକଥା ପରେ ।

ଟେକ୍ସିରେ ଯାଉଥିବା ସମୟରେ ନିଜ ଡାକ୍ତର ବନ୍ଧୁକୁ ଫୋନ୍ କରି ତତ୍କାଳ ଚିକିତ୍ସାର ବନ୍ଦୋବସ୍ତ କରୁଥାଏ । ଚିକିତ୍ସା ପରେ ଜଣାପଡିଲା ଅତ୍ୟଧିକ ଡିପ୍ରେଶନର ଶୀକାର ହୋଇଛି ଶ୍ରଦ୍ଧା । ଡାକ୍ତର ବାବୁ , ମୁଁ କଣ ଶ୍ରଦ୍ଧାକୁ ଦେଖି ପାରିବି ? ହଁ ହଁ,,,ନିଶ୍ଚିତ ରୁପେ କେହି ଜଣେ ଯାଅ । ଶ୍ରଦ୍ଧା ଆଖି ମିଟି ମିଟି କରି ଚାହିଁଥାଏ, ଖୁବ୍ କ୍ଷୀଣ ନିର୍ଜିବ ଶରୀରଟିଏ । ଆଖି ଦୁଇଟିରେ ପୋଷାଏ ପୋଷାଏ ଚାଉଳ ଧରିବ । ସମରକୁ ଆସୁଥିବାର ଦେଖି ଥରିଲା କଣ୍ଠରେ ସେ ପଚାରି୍ଲା -ତୁମେ ତ ଆସିଲ ହେଲେ ତୁମ ରାଜକୁମାରୀ କାହିଁ ? "ଶ୍ରଦ୍ଧା ତୁମେ ତ କହିଥିଲ କେହି ତୁମ ପରି ମୋତେ ଅପାର ପ୍ରେମ କରି ପାରିବେ ନାହିଁ, ବିଦେଶିନୀଟା ଛଅ ମାସରେ ମୋ ଠାରୁ ଅଲଗା ହୋଇଗଲା ।" "ମଜ୍ଜା କରନାହିଁ ସମର, ମୁଁ ତୁମକୁ କେବେ ଅଭିଶାପ ଦେଇନି କେବେ ଅମଙ୍ଗଳ ପାଞ୍ଚିନି, ଏସବୁ କେବେ ବି ମୁଁ କରି ପାରିବିନି । ତୁମେ ସବୁବେଳେ ଖୁସିରେ ରୁହ, ଜୀବନର ଅନ୍ତିମ କ୍ଷଣରେ ତୁମକୁ ଦେଖିବାର ଆଗ୍ରହ ଥିଲା,,,,,,,ଏସବୁ କହୁ କହୁ କେବେ ସେ ସବୁଦିନ ପାଇଁ ଶାନ୍ତ ପଡିଗଲା ଓ ଆଖି ଦୁଇଟି ଏବେବି ସଜଳ ଅବସ୍ଥାରେ ସମରକୁ ଚାହିଁଥାଏ ।କିଛିକ୍ଷଣ ପରେ "ଶ୍ରଦ୍ଧା,,,,,,ଶ୍ରଦ୍ଧା,,,,,ଆଖି ଖୋଲ ଶ୍ରଦ୍ଧା । ତୁମ ଅପାର ପ୍ରେମ ଆଗରେ ମୁଁ ନତମସ୍ତକ । ବାସ୍ ଥରୁଟିଏ ମୋତେ କ୍ଷମା କରିଦିଅ ।।

ସମାଜର ଦର୍ପଣ

ପ୍ରଶାନ୍ତ ସେନାପତି


Rate this content
Originality
Flow
Language
Cover Design