Soumya Ranjan Panda

Tragedy


5.0  

Soumya Ranjan Panda

Tragedy


ନୃଶଂସ ପ୍ରାଣୀ

ନୃଶଂସ ପ୍ରାଣୀ

2 mins 660 2 mins 660

କିଛି ଦିନ ଆଗରୁ ଧଳା ଧୋବ ଫର ଫର ପିନ୍ଧି କିଛି ଲୋକ ଆସି ବୁଲି ଯାଉଥିଲେ, ସାଙ୍ଗରେ କଳା ଧଳା କୋଟ ବୂଟ୍ ପିନ୍ଧି କିଛି ଲୋକ ବି ଥିଲେ, କଣ ଗୋଟେ ସ୍ଥାନ ନିରୂପଣ ବିଷୟରେ କଥା ହଉଥିଲେ । ସେଦିନ ତାକୁ ନିଦ ହଉନଥାଏ, ପୁର୍ବ ଦିନ ରାତିରେ ସେ ବଡ଼ ବଡ଼ ଗାଡି ଆଉ ସେ ମେସିନ ଗୁଡାକୁ ଦେଖି । ମଝି ମଝିରେ ଟିକେ ଆଖି ଲାଗିଆସିଲେ ତାର ମନେ ପଡ଼ିଯାଏ ସେ ବଡ଼ ଗାଡି ଚଲେଇ ଆସିଥିବା ଲୋକଟା କାହାକୁ ଫୋନରେ କହୁଥିଲା, ଏଠି ଗୋଟେ ମଦ କାରଖାନା ହବତ, ସବୁ ସଫା ହବ, ସେଇ କାମରେ ଆସିଛି, ଗଲେ ତମ କାମ କରିଦେବି । ତାର ମନରେ ବାରମ୍ବାର ଉଙ୍କାରି ମାରୁଥିଲା, ସେ ଲୋକଟା ଜଙ୍ଗଲ ସଫା କଥା କହୁ ନଥିଲା ତ ?

ଏହି ଭିତରେ କେତେବେଳେ ସକାଳ ହେଇଯାଇଛି କେଜାଣି, ଭଅଁ ଭାଁ ହେଇ ଯନ୍ତ୍ର ଗୁଡା ଆରମ୍ଭ ହେଇଗଲେଣି, କାଟିବାକୁ ଲାଗିଲେଣୀ ତାର ବଂଶଧର ମାନଙ୍କୁ, ଆଖି ତାର ଜକେଇ ଆସିଲା । ଏଇ଼ ଭିତରେ ସେପଟୁ ହରିଆ ମା କିଛି ଗାଁ ଲୋକଙ୍କୁ ଧରି ଦୌଡ଼ି ଆସିଲା, ଶୋଇଗଲାସେ ଗାଡି ଆଗରେ । ତାକୁ ସେ ମାଟିଆ ପେଣ୍ଟ ସାର୍ଟ ପିନ୍ଧା ଲୋକ ଗୁଡାକ ଉଠେଇନେଲେ, ଶହ ଶହ ସେମିତିଆ ଲୋକ ଆସିଗଲେ, ଆକ୍ରମଣ କରିଚାଲିଲେ ତାର ଅତି ପରିଚିତ ଗାଁ ଲୋକମାନଙ୍କୁ, ହରିଆ ମା କୁ । ସେ କିଛି ବୁଝି ପାରୁନଥାଏ କିଏ ଏମାନେ, କାହିଁକି ଏ ଅତ୍ୟାଚାର ।

ତାର ଜନ୍ମ ଆଜିକୁ ମାତ୍ର ମାସେ ଖଣ୍ଡେ ହେଇଛି, ଦେଖିଛି ତ ସେ ମା ର ଛାଇ, କିଛି ଗାଁ ଲୋକଙ୍କୁ, ହରିଆ ଆଉ ତା ମାକୁ, ତାଙ୍କର ସେ ଗୌରୀ ନାମ ଗାଇ ଓ ଗୁରିଆ ନାମ ବାଛୁରୀ କୁ, ସେ ବଡ଼ ବଡ଼ ଶୁଣ୍ଢ ବାଲା ହାତୀ, ସେ କୀଟ ପତଙ୍ଗ ଓ ତାଙ୍କଠାରୁ ସକାଳର ସେ ଗୁଣୁ ଗୁଣୁ ସୁମଧୁର ଗୀତ । ହେଲେ ତାକୁ ଏମାନଙ୍କୁ ସବୁ ଯେତେ ଡର ଲାଗୁନଥିଲା, ଏଇ଼ ଲୋକ ମାନଙ୍କୁ ଦେଖି ବେଶୀ ଡର ଲାଗୁଛି । ନିଜ ଭଳିଆ ଦେଖା ଯାଉଥିବା ଲୋକଙ୍କୁ ଏମିତି ମାରୁଛନ୍ତି, ଅତ୍ୟାଚାର କରୁଛନ୍ତି । କି ନୃଶଂସ ଏମାନେ ! ତା ଠାରୁ ତ ଭଲ ମଝି ମଝିରେ ଜାଳ କରିବାକୁ ଆସୁଥିବା ଗାଁ ଲୋକ ମାନେ, ସେ ହାତୀ ଭାଇ ଭଉଣି ମାନେ । ଛୋଟ ପିଲାଟେ ହେଲେବି ତାର ମନକୁ ଭାରି ବ୍ୟସ୍ତ କରୁଥାଏ ଏସବୁ, ଆଖି ଲୁହ ରେ ଭରି ଯାଉଥାଏ, ଦେଖୁ ଦେଖୁ ସେ ବନ୍ଧୁକଧାରୀ ଲୋକ ମାନେ ଗାଁ ଲୋକଙ୍କୁ ରକ୍ତାକ୍ତ କରିଦେଲେ, ସେମାନଙ୍କୁ ରୋକିବା ପାଇଁ ମଝି ମଝିରେ ଧୂଆଁ ଛାଡୁଥିଲେ, ସେଥିରେ ତାର ବି ଆଖି ଜଳି ଯାଉଥିଲା।

ଦେଖୁ ଦେଖୁ କିଛି ସମୟ ଭିତରେ ଚାରିଆଡ ନିସ୍ତବ୍ଧ ହେଇଗଲା, ପୁଣି ଥରେ ସେ ଯନ୍ତ୍ର ଗୁଡ଼ିକ ଶବ୍ଦ କରିବାକୁ ଲାଗିଲା । ଭସ୍ ଭସ୍ କରି କାଟି ଗଡେଇ ଦେଲେ ଗଣ୍ଡି ଗୁଡାକ । ଭାବନାରେ ସେ କେମିତି ଗୋଟେ ଶାନ୍ତ ପଡ଼ିଯାଇଥିଲା, ଠିକ ଏଇ଼ ସମୟରେ ହଟାତ ତା "ମା" ର ଶରୀର ଟି ଧଡ କରି ପଡ଼ିଲା ତା ଆଗରେ । ଦୁଃଖରେ ତା ଛାତି ଯେମିତି ଫାଟି ଗଲା ।

ଆଜି ରାତିରେ ଏକା ସେ ଭାବିବାକୁ ଲାଗିଥାଏ ତାର ପ୍ରକୃତ ଶତ୍ରୁ କିଏ ? ହରିଆ ଆଉ ତା ମା ? ସବୁଦିନ କିଛି ଜାଳ କରି ଆସୁଥିବା, ସେ ଗାଁ ଲୋକ ? ପ୍ରଥମ ଧଳା ଧୋବ ଫର ଫର ପିନ୍ଧି ଆସିଥବା ସେ ଲୋକଗୁଡ଼ା, ନା ଏଇ ମାଟିଆ ପେଣ୍ଟ ସାର୍ଟ ପିନ୍ଧା ନୃଶଂସ ଲୋକ ଗୁଡାକ, ଯାହାକୁ ସେ କେବେ ଦେଖିନଥିଲା ? ଏଇ ଭିତରେ ସେ ଦେଖିଲା କିଛି ଲୋକ ନିଆଁ ହୁଳା ଧରି, ତାର ସେ ହାତୀ ଭାଇ ଭଉଣୀ ମାନଙ୍କୁ ଗୋଡ଼େଇଛନ୍ତି, ଆଉ ସେମାନେ ଯେମିତି ତା ଆଡକୁ ପ୍ରାଣ ରକ୍ଷା ପାଇଁ ଦୌଡ଼ି ଆସୁଛନ୍ତି, କ୍ଷଣକେ ଗୋଟେ ବିଶାଳ ପ୍ରାଣୀ ଧପ୍ କରି ତାକୁ କୁଦି ଦେଇ ଚାଲିଗଲା !


Rate this content
Originality
Flow
Language
Cover Design