#କଥାଦୁଇପଦ-ଦୀପ ***
#କଥାଦୁଇପଦ-ଦୀପ ***
2 mins
6.9K
#କଥାଦୁଇପଦ-ଦୀପ ***ଏମିତି କଥାରେ କହିଦେଲ ଯେଉଁ କଥା କହିଚାଲିଥିଲା ଆଖିର ପଲକରେ ଏ ଯାବତ।ତୁମ ଠାରୁ ସେଇ #କଥାଦିପଦ ଶୁଣିବାକୁ ଲାଗିଗଲା ଦେଖ ମତେ କେତେ ଦିନ ଓ ବର୍ଷ ।***ଥରେ ପଚାରି ଦେଖ,ନିଶିକାନ୍ତ ମତେ,କେମିତି ଅଛି ମୁଁ ,***କଣ ? ବା ତୁମକୁ ମୋର କହିବାର ବାକି ଅଛି ,କୁହ ତ,ତମରି ତ ,ଭାରି ଭୟ କାଳେ ତୁମ ଠାରୁ ମୁଁ ଦୁରେଇ ଯିବି । ଯିଏ ସବୁ ବୁଝି ଅଜଣା ରହେ,କହି ଚାଲିଥାଏ,ବଞ୍ଚିବାକୁ ମୋର ଦରକାର କେବଳ ଜୀବନଟିଏ,ତୁମେ ଏ କଥା ଭୁଲିଗଲ କେମିତି ଅନାମିକା------ବାଛିନେଇଥିଲ ଅତୀତରେ ନିଜେ,ହସ ଓ କାନ୍ଦ ନଥିବା ଜୀବନ ,ନାଟକ ମଞ୍ଚସ୍ତ ହୋଇ ସାରିଲାଣି, ଚରିତ୍ର ଗୁଡିକ ଜୀବନ୍ତ ଅଭିନୟ କରି ଚାଲିଛନ୍ତି ,ଯବନିକା ପତ୍ତନର ଅପେକ୍ଷାରେ, ସେଇ ନାଟକରେ ଅସ୍ତିତ୍ୱ ହରାଇ କେବଳ ନିମିତ୍ତ ଏକ ଅଭିନେତା ଭିତରେ ତୁମ କଥିତ ଚରିତ୍ର ନିଶିକାନ୍ତ ।ନାଟକଟିର ସଫଳ ରୂପାୟନ ପାଇଁ ଅଭିନେତା ସମ୍ପୂର୍ଣ ନିର୍ଭରଶୀଳ ।--------------------ସ୍ୱପ୍ନରେ ବିଭୋର ହେବା, ହଜିଲା ଅତୀତର ଖୋଜିଲା ସାଥିଙ୍କ ସ୍ମୃତିରେ ଜୀବନ କାଟିବା ,ଅନାମିକା,ଦୁର୍ବିସହ ,ଦେଖ ତ ଦୁଇଟି କିଶୋର ମନ ପୁଣି ବୁଣି ଚାଲିଛନ୍ତି ଆଜି ବି କଲେଜ ସାମ୍ମନାରେ ଥିବା କୁଞ୍ଜବନେ ଠିକ ଆମଭଳି ପ୍ରଗଳଭ ହୋଇ ସିମେଣ୍ଟ ବେଞ୍ଚରେ ବସି,ନଜାଣି ବି ତାଙ୍କ ଅନିଶ୍ଚିତ ଭବିଷ୍ୟତ ।----ସେମାନେ ବି କେଉଁଠି ଜାଣିଛନ୍ତି,ବୃକ୍ଷଟିଏ ବଞ୍ଚିବାକୁ ହେଲେ ଆଲୋକ ଜଳ ଓ ମୃତ୍ତିକା ଦରକାର ପଡେ,ଏହି ତିନୋଟି ଉପାଦାନରୁ କେଉଁ ଗୋଟିଏ ଉପାଦାନର ଅଭାବ ଥିଲା ବୋଧେ ପୁରା କରିବାକୁ ଆମ କାହାଣୀ,ତୁମେ ଆଜି ବି ସିନ୍ଦୁର ପିନ୍ଧି ବିଧୁରା ,ମୁଁ ! ଆଜି ବି ,ଏକ ପ୍ରଶ୍ନ ?ନିଶୀକାନ୍ତଙ୍କୁ କ୍ଷାନ୍ତ, କରି ପାରିବ, ଅସମ୍ପୂର୍ଣ୍ଣ ଯାତ୍ରାରୁ କେବଳ ତୁମେ ।ଫୁଲରେ ଥାଏ ବାସ,ବାସରେ ନଥାଏ ଫୁଲ,ଶ୍ରାବଣରେ ଭିଜି ,ଓଦା ହୋଇ , ଅନୁଭୂତିକୁ ସାଉଁଟି ରଖିବା ଯଦି ନପାର,ଶ୍ରାବଣ ଯେତେ ବରଷିଲେ କି ହେବ ତା ମୂଲ କୁହ ତ ! ସମ୍ପର୍କକୁ ଅନାବିଳ କରି କିଛି ସୂତ୍ରରେ ତ ବାନ୍ଧି ରଖିବା ଢେର ଭଲ ନୁହେଁ କି ? ଅନାମିକା , ହୋଇ ଯାଇ ନଥାନ୍ତା , କି ? ଦୂର ମନ ତଳେ ଲୁଚି ରହିଥିବା ଭୟ ଓ ଆଶଙ୍କା ।ଉଭୟ ,ଭୟ,ଭୟ ଠାରୁ ଭୟର ଆଶଙ୍କାରେ କେତେଦିନ ଚାଲିଥିବା,କାକ୍ଟସକୁ ଛାତିରେ ଧରି ସାଇତି ରଖିଲେ ସେ ତ ହେବ ରକ୍ତମୁଖା , କ୍ଷଣକ୍ଷଣ ଫୋଡି ହେଇ ଚାଲିଥିବ ଧାରୁଆ କଟୁରିଟିଏ ଭଳି ଛାତିକୁ କରି ଛିନ୍ନ ଭିନ୍ନ ।ତୁମେ ଯାହା କୁହ କଣ ? ତାହା କର,ହୋଇ ଥାନ୍ତା ଯଦି ଆଜି ତୁମକୁ ଅପେକ୍ଷାରେ ଜଳିବାକୁ ପଡି ନଥାନ୍ତା। ତୁମର ଏ ବୋଧେ, ବୋଧେ,ଏମିତି କରିଥିଲେ ଏମିତି ହୋଇଥାନ୍ତା ,କେବେତୁମ ଦିମାକରେଏଇ ଚିନ୍ତାଟି,ହଜମ ହୁଏ ନାହିଁ ।ଅନାମିକା,#ଦୀପଟିଏ ତ ଆମେ ଦୁହେଁ ଦଲକାଏ ପବନର ଝୋକାର ଅପେକ୍ଷାରେ ।©® କାଶ୍ୟପ,ରାୟଗଡା ।