Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

#କଥାଦୁଇପଦ-ଦୀପ ***

#କଥାଦୁଇପଦ-ଦୀପ ***

2 mins
6.9K


#କଥାଦୁଇପଦ-ଦୀପ ***
 
ଏମିତି କଥାରେ କହିଦେଲ ଯେଉଁ କଥା କହିଚାଲିଥିଲା ଆଖିର ପଲକରେ ଏ ଯାବତ।ତୁମ ଠାରୁ ସେଇ #କଥାଦିପଦ ଶୁଣିବାକୁ ଲାଗିଗଲା ଦେଖ ମତେ କେତେ ଦିନ ଓ ବର୍ଷ  ।
***ଥରେ ପଚାରି ଦେଖ,ନିଶିକାନ୍ତ ମତେ,କେମିତି ଅଛି ମୁଁ ,***
କଣ ? ବା ତୁମକୁ ମୋର କହିବାର ବାକି ଅଛି ,କୁହ ତ,ତମରି ତ ,ଭାରି ଭୟ କାଳେ ତୁମ ଠାରୁ ମୁଁ ଦୁରେଇ ଯିବି । ଯିଏ ସବୁ ବୁଝି ଅଜଣା ରହେ,କହି ଚାଲିଥାଏ,ବଞ୍ଚିବାକୁ ମୋର ଦରକାର କେବଳ  ଜୀବନଟିଏ,
ତୁମେ ଏ କଥା ଭୁଲିଗଲ କେମିତି ଅନାମିକା 
------ବାଛିନେଇଥିଲ ଅତୀତରେ ନିଜେ,ହସ ଓ କାନ୍ଦ ନଥିବା ଜୀବନ ,
ନାଟକ ମଞ୍ଚସ୍ତ ହୋଇ ସାରିଲାଣି, ଚରିତ୍ର ଗୁଡିକ ଜୀବନ୍ତ ଅଭିନୟ କରି ଚାଲିଛନ୍ତି ,ଯବନିକା ପତ୍ତନର ଅପେକ୍ଷାରେ, ସେଇ ନାଟକରେ ଅସ୍ତିତ୍ୱ ହରାଇ କେବଳ ନିମିତ୍ତ ଏକ ଅଭିନେତା ଭିତରେ ତୁମ କଥିତ ଚରିତ୍ର ନିଶିକାନ୍ତ ।
ନାଟକଟିର ସଫଳ ରୂପାୟନ ପାଇଁ ଅଭିନେତା ସମ୍ପୂର୍ଣ ନିର୍ଭରଶୀଳ ।
 --------------------ସ୍ୱପ୍ନରେ ବିଭୋର ହେବା, ହଜିଲା ଅତୀତର ଖୋଜିଲା ସାଥିଙ୍କ ସ୍ମୃତିରେ ଜୀବନ କାଟିବା ,
ଅନାମିକା,ଦୁର୍ବିସହ ,ଦେଖ ତ ଦୁଇଟି କିଶୋର ମନ ପୁଣି ବୁଣି ଚାଲିଛନ୍ତି ଆଜି ବି କଲେଜ ସାମ୍ମନାରେ ଥିବା କୁଞ୍ଜବନେ ଠିକ ଆମଭଳି ପ୍ରଗଳଭ ହୋଇ ସିମେଣ୍ଟ ବେଞ୍ଚରେ ବସି,ନଜାଣି ବି ତାଙ୍କ ଅନିଶ୍ଚିତ ଭବିଷ୍ୟତ ।
----ସେମାନେ ବି କେଉଁଠି ଜାଣିଛନ୍ତି,
ବୃକ୍ଷଟିଏ ବଞ୍ଚିବାକୁ ହେଲେ ଆଲୋକ ଜଳ ଓ ମୃତ୍ତିକା ଦରକାର ପଡେ,ଏହି ତିନୋଟି ଉପାଦାନରୁ କେଉଁ ଗୋଟିଏ ଉପାଦାନର ଅଭାବ ଥିଲା ବୋଧେ ପୁରା କରିବାକୁ ଆମ କାହାଣୀ,ତୁମେ ଆଜି ବି ସିନ୍ଦୁର ପିନ୍ଧି ବିଧୁରା ,ମୁଁ ! ଆଜି ବି ,ଏକ ପ୍ରଶ୍ନ ? 
ନିଶୀକାନ୍ତଙ୍କୁ କ୍ଷାନ୍ତ, କରି ପାରିବ, ଅସମ୍ପୂର୍ଣ୍ଣ ଯାତ୍ରାରୁ କେବଳ ତୁମେ ।
ଫୁଲରେ ଥାଏ ବାସ,ବାସରେ ନଥାଏ ଫୁଲ,ଶ୍ରାବଣରେ ଭିଜି ,ଓଦା ହୋଇ , ଅନୁଭୂତିକୁ ସାଉଁଟି ରଖିବା ଯଦି ନପାର,ଶ୍ରାବଣ ଯେତେ ବରଷିଲେ କି ହେବ ତା ମୂଲ କୁହ ତ ! ସମ୍ପର୍କକୁ ଅନାବିଳ କରି କିଛି ସୂତ୍ରରେ ତ ବାନ୍ଧି ରଖିବା ଢେର ଭଲ ନୁହେଁ କି ? ଅନାମିକା , ହୋଇ ଯାଇ ନଥାନ୍ତା , କି ? ଦୂର ମନ ତଳେ ଲୁଚି ରହିଥିବା ଭୟ ଓ ଆଶଙ୍କା । 
ଉଭୟ ,ଭୟ,ଭୟ ଠାରୁ ଭୟର ଆଶଙ୍କାରେ କେତେଦିନ ଚାଲିଥିବା,
କାକ୍ଟସକୁ ଛାତିରେ ଧରି ସାଇତି ରଖିଲେ ସେ ତ ହେବ ରକ୍ତମୁଖା , କ୍ଷଣକ୍ଷଣ ଫୋଡି ହେଇ ଚାଲିଥିବ ଧାରୁଆ କଟୁରିଟିଏ ଭଳି ଛାତିକୁ କରି ଛିନ୍ନ ଭିନ୍ନ ।ତୁମେ ଯାହା କୁହ କଣ ? ତାହା କର,ହୋଇ ଥାନ୍ତା ଯଦି ଆଜି ତୁମକୁ ଅପେକ୍ଷାରେ ଜଳିବାକୁ ପଡି ନଥାନ୍ତା। ତୁମର ଏ ବୋଧେ, ବୋଧେ,ଏମିତି କରିଥିଲେ ଏମିତି ହୋଇଥାନ୍ତା ,କେବେତୁମ ଦିମାକରେ
ଏଇ ଚିନ୍ତାଟି,ହଜମ ହୁଏ ନାହିଁ ।         
ଅନାମିକା,#ଦୀପଟିଏ ତ ଆମେ ଦୁହେଁ ଦଲକାଏ ପବନର ଝୋକାର ଅପେକ୍ଷାରେ ।
©® କାଶ୍ୟପ,ରାୟଗଡା ।


Rate this content
Log in