Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Das

Others

5.0  

Pratima Das

Others

ସାଡିଷ୍ଟିକ

ସାଡିଷ୍ଟିକ

3 mins
333


ଦିଲ୍ଲୀର ନାରୀ ନେତ୍ରୀ । ବିଚକ୍ଷଣ ବୁଦ୍ଧି । ସରକାରୀ କଳ ଗଛ ହଲାଇ ଦେଇ, ଇପ୍ସିତ ପାଚିଲାଫଳ ଗୋଟାଇ ପାରନ୍ତି । ନିଜ ମନ୍ତ୍ରଣାରେ କାହାକୁ ବି ବଳି ଚଢାଇ ଦେବାର ଦକ୍ଷତା ଭରପୁର ।

ଏବେ ସ୍ବାମୀ ବିରୋଧୀ ଦଳ ନେତା । ରାଜନୈତିକ ଷଡଯନ୍ତ୍ରର କୋଳାକୋଳିରେ ବୁଝା ପଡୁଥିଲା ବିରୋଧୀ ଦଳନେତା ନାମକୁ ମାତ୍ର କିନ୍ତୁ ଗୁପ୍ତଚର ଶାସକ ଦଳର । ନେତାଙ୍କର ଅମାନୁଷିକ ବର୍ବରତା ଭରପୁର । ଦରକାର ପଡ଼ିଲେ ଫଳସହ ଗଛ କାଟିଦେବେ ।


ରାତ୍ରି 12.30...ବିରାଟ ହଲ । ହଲରେ ହଳହଳ ପୁଅ-ପୁଅ । ପୁଅ-ପୁଅ ହଲର ଏଲ-ଇ-ଡି ସ୍କ୍ରିନରେ ବ୍ଲୁ-ଆଲୋକରେ ,ବ୍ଲୁ-କ୍ଲିପ୍ସ ସହ । ଛି.... ! ନେତା ଆଉ ନେତାଙ୍କ ସାଥି ବିକୃତ ମଜାଲୁଟୁଥାନ୍ତି । କେଉଁ ଚରମ ପ୍ରାପ୍ତି ପାଇଁ ଜଣା ନାହିଁ ।


ରାତ୍ରି 1.30… ଗୁମସୁମ କରିଡର । କରିଡରର ଶେଷମୁଣ୍ଡ ବଖରା । ମୁଣ୍ଡ ଜାମ କରି ଦେଉଥିବା ଫିମ୍ପା କାନ୍ଥର ଅଣ-ନିଶ୍ବାସି ତୀବ୍ର ଗନ୍ଧ । ବିରାଟ ଇଂଗିଲଶ୍ ମାସ୍-ଟିଫ୍ (English mastiff) ଡଗ୍ ପରି, କିଏ ବେଡ ଉପରେ ପଡିଛି । ଦୁଇଟି ଛାୟା କବାଟ ଖୋଲି ଭିତରକୁ ପଶିଲେ । ବାକାର୍ଡି ବଟଲରୁ ତିନିପେଗ ପ୍ରସ୍ତୁତ ହେବାର ଶବ୍ଦ ।

ବାସ୍, କିଛି ନୃଶଂସ ଭରା ପ୍ରାପ୍ତି । ଅନିଚ୍ଛା ସିକୃତି, ଯନ୍ତ୍ରଣାପୂର୍ଣ ଚିତ୍କାର । ଫିମ୍ପା କାନ୍ଥର ଛେଲା ଛେଲା ପଲସ୍ତରା ଖସିବାର ବିକଟାଳ ଶବ୍ଦ କିନ୍ତୁ ଛାତ ଖୁବ୍ ଶକ୍ତ । ଯନ୍ତ୍ରଣାପୂର୍ଣ୍ଣ ଚିତ୍କାର, ଛାତରେ ବାଜି ଫେରି ଆସୁଥିଲା ପୁଣି ସେ ଶରୀରକୁ । ଫ୍ଲୋରସାରା ବାନ୍ତି । କୋଠରୀଟି ବାକାର୍ଡି ବାନ୍ତି ଗନ୍ଧରେ ଅଣ-ନିଶ୍ବାସି ।

ଛାୟା ଦୁଇଟି ଅପସରି ଯାଉଥିଲେ । ସାଂଗରେ ଆସିଥିବା ସରକାରୀ କଳ ନେତା । ପିଇସାକୁ କହୁଥିଲା, ସେ ମଜା ଆଉ ନାହିଁ । Need change…. ଏମିତି ଦେଶୀ ନିରୀହ ପିଲାର ବ୍ୟବସ୍ଥା କରିବ ।


ରାତ୍ରି 3.00…. ମାସଟିଫ ପରି ଜୀବଟି ଶୋଇଛି ନଗ୍ନଅବସ୍ଥାରେ । ଆଉ ଏକ ମାସଟିଫ ପରି ଆସିଲା । ସମାନ ବୟସ ପାଖାପାଖି । Cocaine (C17H21NO4)ପୁଡିଆ ନେଇ । ପୁଡିଆ ଖୋଲାଗଲା । ମାସଟିଫ ଦେହରେ ଇଂଜେକ୍ଟ ହେଲା ।


ଅନ୍ୟ ଜଣଙ୍କ ଜାଳି ତାକୁ ନାକପଟେ ଆଘ୍ରାଣ କରୁଥିଲା । ବିକୃତ ଯୌନଲାଳସା ମେଣ୍ଟାଇବା ବେଳେ ଏମାନଙ୍କୁ ନାକ, ପାଟି,ଏପରିକି ସବୁ ପ୍ରାଇଭେଟ ଅର୍ଗାନ ଏକାପରି ମନେ ହୁଅନ୍ତି । ବାନ୍ତି ହୋଇପଡିଥିବି ବିରାଟ ଶରୀରରେ ତଥାପି ଆକର୍ଷଣ ଭର୍ତ୍ତି,କୃତ୍ରିମ ଯୌନ ଶୌଷଣକାରୀକୁ ନୃଶଂସ ଖୁସି ଦେବା ପାଇଁ ।

ଯୌନଚାରୀ ହାତଗୋଡ ଫିଟାଉଥିଲା । ଗୋଟେ ପେଗ ବାକାର୍ଡି ମାରି ଚାଲିଗଲା । ପିଉସୀ ପୁଅ ଭାଇ । ଜୀବନ ତଥାପି ବଂଚିଛି । ସୃଷ୍ଟିରେ ପ୍ରଳୟ ଆସିନି ଏ ଯାବତ୍ । ପଶୁ ଶ୍ରେଷ୍ଠ ସୃଷ୍ଟି ପ୍ରମାଣିତ ଏଠି ମଣିଷ ବିଲ୍-କୁଲ୍ ଶ୍ରେଷ୍ଠ ସୃଷ୍ଟି ନୁହେଁ ।


ସକାଳ 7.00….ନୁଆ ନୁଆ ଦୁନିଆଁ ଦେଖୁଥିବା ମା ଆସିଲା । ମୁଣ୍ଡ ପିଟି କାନ୍ଦି ପାରୁ ନଥିଲା । ଶକ୍ତ କଟକଣା ଏଠି । ରାତ୍ରି ଅନିଦ୍ରା ଲାଲ୍ ଲାଲ୍ ଆଖିରୁ ଲୁହ ବାହାରୁ ନଥିଲା । ଲୁହ ଶକ୍ତ ହୋଇ ପତା ଭାରୀ କରୁଥିଲା । ଗାଁଉଲି ମା, ପୁଅ ଓଠ ଚିରିହୋଇ ସୃଷ୍ଟି କ୍ଷତ ବିଷୟରେ ସମ୍ୟକ ଧାରଣା ଆଣି ପାରୁ ନଥିଲା । ମା, ନିଜ ଓଠ ଆଉ ପ୍ରାଉଭେଟ ଜାଗାର କ୍ଷତ ଆଉ ରକ୍ତ କ୍ଷରଣର ଧାରଣା ଢେର ପାଇ ଜାଣି ସାରିଲାଣି ସିନା । ମା ମୁହଁ ଆଉଁସୁ ଆଉଁସୁ କହୁଥିଲା ଏ ନଶା ଛାଡୁନୁ ବୋଲି, ମୁଁ ଅପାଘର ଛାଡି ପାରୁନି । ଏ ଘରଛାଡିଦେଲେ, ତୋ ଚିକିତ୍ସା ?

ରାତ୍ରିରେ ଯେଉଁ ନର୍କ ଯନ୍ତ୍ରଣା ତୋ ଅପା ବଂଗଳା ବାହାରକୁ ନେଇ ଦେଉଛି ତୁ ଦେଖିଲେ ଆତ୍ମା ଶିହରୀ ଉଠନ୍ତା । ଭାବୁଥିଲି ଶୁଣାଇବିନି । ଶୁଣାଉଛି, ମା ଯନ୍ତ୍ରଣାରେ ତୁ ଭଲ ରାସ୍ତାକୁ ଆସିଯିବୁ ବୋଲି । ବାପା ମଲାପରେ, ଅପା କଥାରେ ଗାଁ ଛାଡିବାକୁ କାହିଁକି ବାଧ୍ୟ କଲୁ । ଦିଲ୍ଲୀ ମାୟା ନଗରୀ ମୋହରେ ।


ଯନ୍ତ୍ରଣାଭରା ହୃଦୟ ଅକୁହା କୋହ ସହି ସହି ସମସ୍ତ ସାମର୍ଥ୍ୟ ହରାଇ ସାରିଥିଲା ଶରୀରଟି । ନିଜକୁ ଠିକ ସାବ୍ୟସ୍ତ କରିବାର ମୌକାଟିଏ ନପାଇ ଅର୍ଦ୍ଧ-ନିମିଳୀତ ନୟନରେ ମା କୁ ଶେଷ ଦର୍ଶନ କଲା । ଓଠ ଥରୁଥିଲା ହେଲେ କଥା ଦିପଦ ବାହାରି ପାରୁ ନଥିଲା ପାଟିରୁ ମା ମୁଁ ନିର୍ଦୋଷ ଏତିକି କହିଵାକୁ ।  ଇଛା ଥିଲା ଏଭଳି ପୃଥିବୀକୁ ଧ୍ବଂସ କରିଦେବ ଶେଷ-ନିଶ୍ବାସ ତ୍ୟାଗ ପୂର୍ବରୁ ।

English Mastiff Dog କେଉଁ ଅଧିକ ବଂଚେ ଯେ । 6-12ବର୍ଷ ତ , ଯେତେ ଦାମୀ କୁକୁର ହେଲେ ମଧ୍ୟ । ମଣିଷ ମାସଟିଫ୍ ଡ଼ଗ୍ ଠୁ ମୂଲ୍ୟବାନ ନୁହେଁ ଏଠି ।


ଏହି ଗପର ପ୍ରଥମ ପୋଷ୍ଟଟି କୌଣସି କାରଣ ବଶତଃ ଡିଲିଟ ହୋଇଗଲା । ମୋ ପ୍ରିୟ ବନ୍ଧୁ ମାନଙ୍କର ସୁଚିନ୍ତିତ ମତାମତ ସବୁ ହରାଇ ଦୁଃଖିତ ।



Rate this content
Log in