Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children Classics

4.0  

ଓଡିଆ ଶିଶୁ ଗପ

Children Classics

ନାନ୍ଦୁରା କାନ୍ଦୁରା ଚନ୍ଦରା

ନାନ୍ଦୁରା କାନ୍ଦୁରା ଚନ୍ଦରା

7 mins
812


ଗାଆଁଟିର ନାମ ନବରଙ୍ଗପୁର । ଆଉ ସେହି ନବରଙ୍ଗପୁର ଗାଆଁରେ ତିନିଭାଇ ଥିଲେ । ବଡ ଭାଇ ନାଆଁ ନାନ୍ଦୁରା, ମଝିଆଁ ଭାଇ ନାଆଁ କାନ୍ଦୁରା ଓ ସବା ସାନ ଭାଇ ନାଆଁ ଚନ୍ଦରା । ନାଆଁ ଅନୁସାରେ ତିନି ଭାଇଙ୍କ ନାମରେ କିଛି ବି ଫରକ୍ ନଥିଲା, ନାମ ବି ଯେମିତି କାମ ବି ସେମିତି । ବଡ ଭାଇ ନାନ୍ଦୁରାର ନନ୍ଦର – ପନ୍ଦର କଥା ଗାଲ – ମାଲୁ କଥାଗୁଡା ଗପେ । ମିଛ ବ୍ୟତୀତ ସେ କେବେ ବି ସତ କହେନା । ମଝିଆଁ ଭାଇ କାନ୍ଦୁରା ଯେତେବେଳେ ଯାହା କହେ ସତସତିକା କାନ୍ଦି କାନ୍ଦି କହୁଛି ଶୁଣିଲେ ସେପରି ଲାଗେ । କେହି କିଛି କହିଲେ କାନ୍ଦୁରା କାନ୍ଦି କାନ୍ଦି ଅନ୍ୟ ଉପରେ ତା’ର ସବୁ ଦୋଷ ଲଦି ଦିଏ । ସାନ ଭାଇ ଚନ୍ଦରାର କଥାଟି ବଡ ଚିକ୍କଣ । କଥାରେ ପରା କହନ୍ତି –

ବଚନ ମଧୁର କଥାଟା ସରୁ

ଜାଣିଥିବ ସିଏ ଠକଙ୍କ ଗୁରୁ ।

ସେ ଚନ୍ଦରାର କଥାଟି ତ ବଡ ଚିକ୍କଣ । ସେ ଯା’ ହେଉ; ତିନିହେଁ ଏକାଠି ଥାଆନ୍ତି । ସମସ୍ତେ ବି ବିଭା ହୋଇଥାଆନ୍ତି । ସେମାନଙ୍କର ବାପା ମାଆ ତ ନାହାଁନ୍ତି । ତେଣୁ ସେ ତିନିଭାଇ କଟକ ସହରରେ ରିକ୍ସା ଟାଣନ୍ତି । ରିକ୍ସା ଭଡା ବୋହି ଯାହା ବି ରୋଜଗାର କରନ୍ତି ସେ ପଇସାରେ ପରିବାର ଚଳାନ୍ତି ।

ହେଲେ ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇ ଯାକ ସମସ୍ତେ ମଦୁଆ । ନାନ୍ଦୁରା, କାନ୍ଦୁରା, ଚନ୍ଦରା ଏ ତିନିହେଁ ମଦ ପିଅନ୍ତି । ଯାହା ବି ରୋଜଗାର କରନ୍ତି ସେଥିରୁ ଅଧା ରୋଜଗାର ଖାଲି ମଦ ପିଇବାରେ ହିଁ ଯାଏ । ଆଉ ଅଧକ ରୋଜଗାରରେ ସେମାନଙ୍କର ପରିବାର ଚଳେ । ପରିବାର କହିଲେ ସେ ନାନ୍ଦୁରା ବଡ ଭାଇର ପୁଅ କି ଝିଅ କିଛି ବି ନାହିଁ । ସେ ଆପେ ଦୁଇ ଜଣ । ଅର୍ଥାତ୍ ସେମାନେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ । କାନ୍ଦୁରା – ମଝିଆଁ ଭାଇର ପୁଅଟିଏ ଆପେ ଦୁଇ ଜଣ । ମୋଟରେ ସେ କାନ୍ଦୁରା ପରିବାରରେ ତିନିଜଣ । ସବା ସାନ ଭାଇ ଚନ୍ଦରାର ପୁଅଟିଏ ଝିଅଟିଏ ଓ ସେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ । ଏହିପରି ସେ ଚନ୍ଦରା ପରିବାର ଚାରିଜଣ । ଦୁଇଜଣ, ତିନିଜଣ, ଚାରିଜଣ । ମୋଟରେ ତାଙ୍କ ପରିବାରଙ୍କ ସଭ୍ୟ ସଂଖ୍ୟା ନଅଜଣ । ପିଲାମାନେ ତ ଛୋଟ । ତେଣୁ ସେ ପିଲାମାନଙ୍କର ଭରଣ ପୋଷଣର ସମସ୍ତ ଦାୟିତ୍ୱ ଏ ତିନିଭାଇଙ୍କ ମୁଣ୍ଡ ଉପରେ । ତିନି ଭାଇଯାକ ଏକାଠି ସବୁ ଅଭାବ ଅସୁବିଧା ସମ୍ଭାଳି ନିଅନ୍ତି । ଏପରିକି ଏକାଠି ମଦ ବି ପିଅନ୍ତି । ଦିନକୁ ସେ ତିନି ଭାଇଙ୍କ ରୋଜଗାର ତିନିଶହରୁ ଚାରି ଶହ ଟଙ୍କା । ଦିନକୁ ଶହେ ଟଙ୍କାରୁ କାହାରି ବି ରୋଜଗାର କମ୍ ନଥାଏ । କେବେ କେଉଁଦିନ ଜଣେ ପିଛା ଦୁଇ-ଦୁଇ ଶହ ଟଙ୍କା ମଧ୍ୟ ରୋଜଗାର ହୋଇଥାଏ । ରୋଜଗାରର କିଛି ବି ଠିକ୍ ଠିକଣା ନ ଥାଏ । ପର୍ବପର୍ବାଣି ଯାନିଯାତ୍ରାରେ ପୁଣି ସେମାନଙ୍କର ରୋଜଗାର ଅଧିକ ହୁଏ ।

ସହରରେ ପର୍ବପର୍ବାଣି, ଦୋଳ ଦଶହରା ସମୟରେ ସେ ତିନିଭାଇଙ୍କର ପୁଣି ଅଧିକ ରୋଜଗାର ହୁଏ । ହେଲେ ଏ ତିନି ଭାଇ କାନ୍ଦୁରା, ନାନ୍ଦୁରା, ଚନ୍ଦରା ସହଜେତ ଜାତିରେ ମଳିକ । ନୀଚ କୁଳରେ ଜନ୍ମ ସେମାନଙ୍କର । ତେଣୁ ସେମାନେ ଟଙ୍କାର ସଦ୍ବ୍ୟବହାର ମୋଟେ କରନ୍ତି ନାହିଁ । ଓଲଟି ମଦ ପିଇ ପରିଶ୍ରମ ଉପାର୍ଜିତ ଧନକୁ ଖର୍ଚ୍ଚ କରନ୍ତି । ମାଟି ଝାଟିର ଘର, ଖାଇବା ପିନ୍ଧିବା ବ୍ୟତୀତ ଅନ୍ୟ କିଛି ବି ସେମାନେ କରିପାରନ୍ତି ନାହିଁ, ଏମିତିକି ଭବିଷ୍ୟତ ପାଇଁ ଟଙ୍କାଟିଏ ବି ସଂଚୟ କରନ୍ତି ନାହିଁ ସେମାନେ । ଯାହା ରୋଜଗାର କଲେ ଖାଲି ଖାଇଲେ ମଦ ପିଇଲେ ।

ଦିନକର ଘଟଣା, କଟକ ସହରରେ ତ ବାଲିଯାତ୍ରା ଉତ୍ସବ । ଆଉ ପୁଣି ସେ କଟକ ସହର ବାଲିଯାତ୍ରା ବିଖ୍ୟାତ । ବହୁ ଯାତ୍ରୀ ସମାବେଶ । ଲୋକ ଗହଳି । ତିନି ଭାଇ ସେଦିନ ଭଲ ପଇସା ରୋଜଗାର କଲେ । ପଇସା ନିଶା ମଦ ନିଶାରେ କୌଣସି ଭାଇ ସହିତ କୌଣସି ଭାଇର ଆଉ ଦେଖା ନାହିଁ । ସକାଳ ପହରୁ ଆସି ସଂନ୍ଧ୍ୟା ହେଲା । କାନ୍ଦୁରା – ଚନ୍ଦରା ଦୁହେଁ ସୂର୍ଯ୍ୟାସ୍ତ ସମୟରେ ଭେଟାଭେଟି ହେଲେ । କିନ୍ତୁ ବଡ ଭାଇ ନାନ୍ଦୁରାର ଦେଖା ନାହିଁ । ନାନ୍ଦୁରା ସେଦିନ ଦିନସାରା ରିକ୍ସା ଟାଣି ସଂନ୍ଧ୍ୟାରେ ରିକ୍ସା ଟାଣିବା ବନ୍ଦ କଲା । ସଂନ୍ଧ୍ୟାରେ ଘରକୁ ଫେରିବା କଥା । ଭାଇ କାନ୍ଦୁରା – ଚନ୍ଦରାଙ୍କର ଦେଖାନାହିଁ । ତିନି ଭାଇ ସର୍ବଦା ଏକାଠି ଘରକୁ ଫେରନ୍ତି । ନାନ୍ଦୁରା ମଦ ପିଇ ସିନେମା ଦେଖିଲା । ଏଣେ ଏ କାନ୍ଦୁରା ଚନ୍ଦରା ସଂନ୍ଧ୍ୟା ଛଅଟା ବେଳକୁ ଗୋଟିଏ ନିଛାଟିଆ ଜାଗାରେ ବସିଥା’ନ୍ତି । ସାଙ୍ଗରେ ମଧ୍ୟ ମଦ ନେଇ ଯାଇଥା’ନ୍ତି । ଖୁସି ଗପ ହେଉ ଥାଆନ୍ତି କେତେ କ’ଣ ଗପ । ବୁଢୀ ଅସୁରୁଣୀ, ପାତାଳ ଗୁଣିଆ ଏମିତି କେତେ ଗପ । ଦିଲ୍ଲୀରୁ ଦୌଲତାବାଦ ପର୍ଯ୍ୟନ୍ତ କଥା ଲମ୍ବି ଚାଲିଥାଏ । କିଛି ସମୟ ପରେ କାନ୍ଦୁରା ଚନ୍ଦରାକୁ ମଦ ନିଶା ଟିକେ ଭଲ ଭାବରେ ଝୁଙ୍କେଇ ଦେଲା । ହଠାତ୍ ସେ କାନ୍ଦୁରା ଚନ୍ଦରାକୁ କହିଲା ଆବେ ଚନ୍ଦରା – କହିଲୁ ଦେଖିବା ପଶୁ ରାଇଜରେ ସବୁଠାରୁ ବଡ ଜୀବ କିଏ?

ଏ ପ୍ରକାର ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଯାଇ ଚନ୍ଦରା କହିଲା, ପଶୁ ରାଇଜରେ ସବୁଠାରୁ ବଡ ଜୀବ ହେଉଛି ହାତୀ । ଏହା ଶୁଣି କାନ୍ଦୁରା କହିଲା ସାବାସ୍ ଚନ୍ଦରା, ତୁ ଏକଦମ୍ ଠିକ୍ କହିଛୁ । ତେବେ ଆଉ ଗୋଟିଏ ପ୍ରଶ୍ନ ପଚାରୁଛି କହ । ତହୁଁ ସେ ଚନ୍ଦରା କହିଲା ତେବେ ପ୍ରଶ୍ନଟି ଆଗ କ’ଣ କୁହ । କାନ୍ଦୁରା କହିଲା ହାତୀ ତ ଏତେ ବଡ ଜୀବ, କହିଲୁ ଦେଖି ହାତୀ ପିଲା ଜନ୍ମ କରେ ନା ଅଣ୍ଡା ଦିଏ? ଚନ୍ଦରା କହିଲା, ନା ହାତୀ ଅଣ୍ଡା ଦିଏ ନାହିଁ, ବରଂ ସେ ପିଲା ଜନ୍ମ କରେ । ଏକଥା ଶୁଣି କାନ୍ଦୁରା କହିଲା ନା – ହାତୀ ଅଣ୍ଡା ଦିଏ । ଏହିପରି ଭାବେ କେହି କାହାରି କଥାରୁ ବି ବାହାରିଲେ ନାହିଁ । ଏଣେ ଚନ୍ଦରା କହିଲା, ହାତୀ ପିଲା ଜନ୍ମ କରେ । ତେଣେ ସେ କାନ୍ଦୁରା କହିଲା ହାତୀ ଅଣ୍ଡା ଦିଏ । ଅଣ୍ଡା – ପିଲା । ପିଲା – ଅଣ୍ଡା । ଏମିତି କାନ୍ଦୁରା ଚନ୍ଦରାଙ୍କ ମଧ୍ୟରେ ଝଗଡା ହୋଇଗଲା । ସେତେବେଳକୁ ତ ରାତି ଆସି ଦଶଟା ହେଲାଣି । ନାନ୍ଦୁରା, କାନ୍ଦୁରା ଓ ଚନ୍ଦରାକୁ ଖୋଜି ଖୋଜି ହଠାତ୍ ସେମାନଙ୍କ ନିକଟରେ ଯାଇ ପହଁଚିଗଲେ । ସେ ନାନ୍ଦୁରା ତ ନାକ ପର୍ଯ୍ୟନ୍ତ ପିଇଛି । ଏ ଦୁଇ ଜଣଙ୍କଠାରୁ ବି ଅଧିକ ମଦ ପିଇଛି ନାନ୍ଦୁରା । କାନ୍ଦୁରା, ଚନ୍ଦରାଙ୍କ ଏଭଳି ପାଟିତୁଣ୍ଡ ଶୁଣି ସେ ନାନ୍ଦୁରା କହିଲା ଆବେ ହେ କାନ୍ଦୁରା ଚନ୍ଦରା କାହିଁକି ପାଟିତୁଣ୍ଡ କରୁଛୁ? ଚନ୍ଦରାର ତ ଚିକ୍କଣ କଥା । ତେଣୁ ଚନ୍ଦରା ଟିକେ ଗେହ୍ଲେଇ ହୋଇ କହିଲା, ନାନ୍ଦୁରା ଭାଇ, କାନ୍ଦୁରା ଭାଇ ମୋତେ ପଚାରିଲା ହାତୀ ପିଲା ଜନ୍ମ କରେ ନା ଅଣ୍ଡା ଦିଏ । ମୁଁ କହିଲି ହାତୀ ପିଲା ଜନ୍ମ କରେ । କିନ୍ତୁ କାନ୍ଦୁରା ଭାଇ କହୁଛି ହାତୀ ଅଣ୍ଡା ଦିଏ । ତମେ ତ ଆମର ବଡ ଭାଇ ତେଣୁ ତୁମେ ହିଁ କୁହ କାହାର ଭୁଲ୍ କାହାର ଠିକ୍ । ଏସବୁ ଶୁଣି ସେ ନାନ୍ଦୁରା କହିଲା, ଏଠି ହାତୀ ତ ନାହିଁ ହାତୀ ଥିଲେ କହିଥାନ୍ତା, ନହେଲେ ଆମେ ତାକୁ ପଚାରିଥାନ୍ତେ । ହାତୀ ସେ ତ ବଣରେ ଥିବ । ତେବେ ତୁମ ଦୁଇ ଜଣଙ୍କ କଥା ଭୁଲ୍ । ହାତୀ ହେଉଛି ବଣର ରାଜା । ତା’ ଇଚ୍ଛା ହେଲେ ସେ ଅଣ୍ଡା ଦେଇପାରେ । ତମେ କହିଲେ ସେ ପିଲା ଜନ୍ମ କରିବନି କି ତମେ କହିଲେ ସେ ଅଣ୍ଡା ବି ଦେବନି ବୁଝିଲ । ଏକଥା ଶୁଣି ଚନ୍ଦରା କହିଲା, ଭାଇ ତମେ ପୁରାପୁରି ଠିକ୍ କହିଛ । ସବୁ ରଜାର ଇଚ୍ଛାରେ ଭାଇ ଆମେ ତ ଛାର ପ୍ରଜା । କିଏ ସେ ଅଛି ତାଙ୍କୁ କହିବାକୁ? ନାନ୍ଦୁରା କହିଲା, ଆବେ ଚନ୍ଦରା, କାନ୍ଦୁରା ମୋତେ ନିଦ ମାଡିଲାଣି ମୁଁ ରିକ୍ସା ଉପରେ ଶୋଇଗଲି ତା’ପରେ କାନ୍ଦୁରା ଚନ୍ଦରା ମଧ୍ୟ ଶୋଇଗଲେ ।

ତା ପରଦିନ ଘଟଣା, ରାତି ପାହି ସକାଳ ହେଲା । ତାପରେ ସମସ୍ତେ ନିଦରୁ ଉଠିଲେ । ସକାଳୁ ସକାଳୁ ତ ମଦ ନିଶା ଛାଡି ଯାଇଛି । ନାନ୍ଦୁରା କହିଲା କିବେ କାନ୍ଦୁରା ଚନ୍ଦରା ସବୁଦିନ ଆମେ ସଂନ୍ଧ୍ୟା ପୂର୍ବରୁ ଘରକୁ ଯାଉଥିଲେ, ହେଲେ କାଲିଠାରୁ ଆମେ ତ ଆଉ ଘରକୁ ଯାଇନେ – ଏଇଠି ଶୋଇ ରାତି ପୁହାଇ ଦେଲେ ତେବେ କାଲି ତ ଘରେ ଆମ ପିଲା ଛୁଆ ସବୁ ଓପାସ, କ’ଣ କରିବା କାଲି ମୁଁ ଦୁଇ ଶହ ଟଙ୍କା ରୋଜଗାର କରିଥିଲି । ହୋଟେଲ୍ରେ ଖାଇବା, ମଦ ପିଇବା, ସିନେମା ଦେଖିବାରେ ସବୁ ଖର୍ଚ୍ଚ । ଏବେ ନାଲି ପଇସାଟେ ବି ମୋ ପାଖରେ ନାହିଁ । କାନ୍ଦୁରା କହିଲା ମୋର ମଧ୍ୟ ସବୁ ପଇସା ଖର୍ଚ୍ଚ ହୋଇଯାଇଛି । ଚନ୍ଦରା କହିଲା, ମୋର ମଧ୍ୟ କାଲି ଦୁଇଶହ ଟଙ୍କା ରୋଜଗାର ହୋଇଥିଲା । ହେଲେ ମୁଁ ମଦ ଭାଟିରେ ଦଶ ଟଙ୍କା ବୋଲି ଶହେ ଟଙ୍କା ଦେଇ ଦେଇଛି । ସେ ମୋତେ ତ ଆଉ ନବେ ଟଙ୍କା ଫେରାଇବା କଥା । ଭାଟିବାଲା ମୋର ସବୁ ପଇସା ରଖି ଦେଲା ଆଉ ସେ ପଇସା ଫେରାଇବ ନାହିଁ । ଫାଙ୍କି ଦେଇ ଓଲଟି କହିବ ଆଉ ଶହେ ଟଙ୍କାରେ ମଦ ପିଇ ହୋଟେଲ୍ରେ ଖାଇଛି । ଏଣୁ ମୋ ପାଖରେ ମଧ୍ୟ ଟଙ୍କାଟିଏ ନାହିଁ ।

କ’ଣ କରିବା ନାନ୍ଦୁରା କହିଲା, କାଲିତ ଆଉ ରୋଷେଇ ହେଇ ନଥିବ । ତେଣୁ ସ୍ତ୍ରୀ ପିଲା ସବଂଶେ ଉପାସ, ଆଜି ସେମାନେ ନିଶ୍ଚୟ ଛାଂଚୁଣୀରେ ମାଡମାରି ଆମ ପିଠି ସିଧା କରିଦେବେ । ସେମିତି ଠୁଙ୍ଗା ଠୁଙ୍ଗା ଖାଲି ହାତରେ ତ ଆଉ ଘରକୁ ଯାଇ ହବନି । ତେଣୁ ଚାଲ ଗୋଟିଏ କାମ କରିବା ଆଜି ରିକ୍ସା ଟାଣି ଯାହା ବି ରୋଜଗାର କରିବା ସେ ପଇସାରେ ଅଳ୍ପ ମଦ ପିଇ ଘରକୁ ଫେରିବା ଏ କଥା ସେ ନାନ୍ଦୁରା କହିଲା । ବଡ ଭାଇ ନାନ୍ଦୁରା କଥା ସମସ୍ତଙ୍କ ମନକୁ ବି ବେଶ୍ ପାଇଲା । ତାପରେ ତିନିହେଁ ରିକ୍ସା ଟାଣିଲେ । ଫଳରେ କିଛି ପଇସା ମଧ୍ୟ ରୋଜଗାର ହେଲା । ତେଣୁ ମଦ ଟିକେ ଟିକେ ପିଇଲେ । କିଛି ବି ଖାଇଲେ ନାହିଁ, ଖାଇବାକୁ ସେମାନଙ୍କ ପାଖରେ ପଇସା ଥିଲେ ମଧ୍ୟ ଘରେ ସ୍ତ୍ରୀ ପିଲା କ’ଣ ଖାଇବେ ଏହିଭଳି ବିଚାର କରି ତିନି ଭାଇ ସୂର୍ଯ୍ୟାସ୍ତ ସମୟରେ ଘରେ ଯାଇ ପହଁଚିଲେ । ଏଣେ ତ ଦୁଇଦିନ ହେଲାଣି ଘରେ ରୋଷେଇ ନାହିଁ । ତେଣୁ ନାନ୍ଦୁରା, କାନ୍ଦୁରା, ଚନ୍ଦରାଙ୍କୁ ଦେଖି ସେମାନଙ୍କ ସ୍ତ୍ରୀ ରାଗରେ ଖାଲି ଜର ଜର ହୋଇ ହାତରେ ଛାଂଚୁଣୀ ମୁଠାଧରି ଦୌଡି ଆସିଲେ, ନାନ୍ଦୁରା ସ୍ତ୍ରୀ ନାନ୍ଦୁରାଙ୍କୁ, କାନ୍ଦୁରା ସ୍ତ୍ରୀ କାନ୍ଦୁରାକୁ, ଚନ୍ଦରା ସ୍ତ୍ରୀ ଚନ୍ଦରାକୁ ମନ ଇଚ୍ଛା ବାଡେଇଲେ । ମାଡଖାଇ ସେ ତିନି ଭାଇଯାକ ଖାଲି ବାପାଲେ ବୋଉଲୋ ହେଉଥାନ୍ତି । ସ୍ତ୍ରୀମାନେ ମାଡ ସହିତ ଗାଳି ବି ଦେଉଥାନ୍ତି, ଯୋଗିନୀଖିଆ ମଦୁଆ ମଦ ପିଇବ, ଆଉ ଏଠି ତୁମ ସ୍ତ୍ରୀ ପିଲା ଚଳିବେ କେମିତି, ଖାଇବେ କ’ଣ । ତାପରେ ସମସ୍ତେ ମିଶିକି ଏକ ମିଟିଙ୍ଗ୍ କରିଥିଲେ । ସମସ୍ତେ କହିଲେ ତମେ ଯଦି ମଦ ପିଇବ ଆମେ ମଧ୍ୟ ମଦ ପିଇବୁ ଦେଖିବା କ’ଣ ହେଉଛି ।

ମାଡ ଖାଇ ତିନି ଭାଇ ରିକ୍ସା ଟାଣି ଯାହା ବି ରୋଜଗାର କରିଥିଲେ ସ୍ତ୍ରୀମାନଙ୍କୁ ସବୁ ଟଙ୍କା ଦେଲେ । ତେଲ, ଲୁଣ, ଡାଲି, ଚାଉଳ କିଣି ରୋଷେଇ କରି ଖାଇଲେ । ତା’ପରଦିନ ସକାଳେ ନାନ୍ଦୁରା, କାନ୍ଦୁରା, ଚନ୍ଦରା ଯେତେବେଳେ ରିକ୍ସାଧରି ବାହାରିଲେ ନାନ୍ଦୁରା ସ୍ତ୍ରୀ ନାନ୍ଦୁରା ରିକ୍ସାରେ ବସିଲା ତେଣୁ ଆଉ କେହି ବି ସେ ରିକ୍ସାରେ ଉଠିଲେ ନାହିଁ । ତିନିଜଣ ଯାକ ବାଧ୍ୟ ହୋଇ ଯେଝା ସ୍ତ୍ରୀମାନଙ୍କୁ ବସାଇ ସହର ଭିତରକୁ ଚାଲିଲେ । ସ୍ତ୍ରୀଲୋକ ରିକ୍ସାରେ ବସିଥିବା ଦେଖି ଆଉ କେହି ବି ସେ ରିକ୍ସାରେ ବସିଲେ ନାହିଁ । ସ୍ତ୍ରୀମାନଙ୍କୁ ସହର ସାରା ବୁଲେଇ ତିନିହେଁ ଲୋକ ଉପାସରେ ଘରକୁ ଫେରିଲେ । ଏବେ ସେ ତିନି ଜଣଙ୍କ ମୁଣ୍ଡରେ ଚେତା ପଶିଲା । ତିନିହେଁ ଆଉ କେବେବି ମଦ ପିଇବେ ନାହିଁ ବୋଲି ଶପଥ କଲେ । ଧୀରେ ଧୀରେ ମଦ ପିଇବା ମଧ୍ୟ ଛାଡି ଦେଲେ ସେମାନେ । ସେମାନେ ବୁଝିଲେ ମଦ୍ୟପ ଦିନକୁ ହଜାର ଟଙ୍କା ରୋଜଗାର କଲେ ମଧ୍ୟ ଅଭାବ ରହିବ । ମଦ ପିଇବା ଛାଡି ନାନ୍ଦୁରା, କାନ୍ଦୁରା, ଚନ୍ଦରା ବିଡି ସିଗାରେଟ୍ ଟାଣିଲେ । ଭବିଷ୍ୟତ ପାଇଁ କିଛି ଟଙ୍କା ବି ସଂଚୟ କଲେ । କୋଠାଘର କଲେ । ଅନ୍ୟ ମଦ୍ୟପ ରିକ୍ସା ଚାଳକମାନଙ୍କୁ କହିଲେ ଆମେ ତ ବଦଳି ଯାଇଛୁ ଏବେ ତୁମେ ବି ବଦଳି ଯାଅ ।


Rate this content
Log in

Similar oriya story from Children