Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ସୁଲତାନ୍ ଓ ବାଜପକ୍ଷୀ

ସୁଲତାନ୍ ଓ ବାଜପକ୍ଷୀ

2 mins
460


ଅନେକ ଦିନ ତଳର କଥା l ସେ ସମୟରେ ଜଣେ ବାହାଦୁର ଏବଂ ଦୟାଳୁ ସୁଲତାନ ରହୁଥିଲେ l ନ୍ୟାୟ ପରାୟଣ ଶାସନ କରିବାରୁ ଅନେକ ଦୂର ପର୍ଯନ୍ତ ତାଙ୍କର ଖ୍ୟାତି ରହୁଥିଲା l

ସୁଲତାନଙ୍କ ପାଖରେ ଗୋଟିଏ ବାଜପକ୍ଷୀ ଥିଲା l ସୁଲତାନ ତାଙ୍କୁ ପୋଷିଥିଲେ ସେ ମଧ୍ୟ ସୁଲତାନଙ୍କ ଭଳି ଦୟାଳୁ ଥିଲା l ସୁଲତାନ ଯୁଆଡେ ଯାଉଥିଲେ, ବାଜପକ୍ଷୀକୁ ସାଙ୍ଗରେ ନେଇ ଯାଉଥିଲେ l ଥରେ ସୁଲତାନଙ୍କର ଶିକାର କରିବାକୁ ଇଛା ହେଲା l ନିଜର ବଚ୍ଛା ବଚ୍ଛା ସୈନିକ ମାନଙ୍କ ସହ ସେ ବାଜପକ୍ଷୀକୁ ଧରି ଜଙ୍ଗଲ ଭିତରକୁ ଗଲେ l ଜଙ୍ଗଲଟା ଖୁବ୍ ଘଞ୍ଚ l ଚାରିଆଡ ଅନ୍ଧାର l ବାଜପକ୍ଷୀଟି ଉପରକୁ ଉଠିଯାଇ ଉଡିଲା l ଦରୀଣ ଦେଖି ପ୍ରାକୃତିକ ଭାଷାରେ ସୁଲତାନଙ୍କୁ ଜଣାଇଦେଲା l

ସୁଲତାନ ହରୀଣ ଥିବାର ଜାଣି ଘୋଡା ଉପରେ ବସି ହରୀଣକୁ ପିଛା କଲେ l ହରୀଣଟି ତୀବ୍ର ବେଗରେ ଧାଇଁଥାଏ l ବାଜପକ୍ଷୀ ଉପରୁ ବରାବର ତା ଉପରେ ନଜର ରଖିଥାଏ l ହଠାତ୍ ଏକ ପୋଖରୀ ଆସିଲା l ହଗୀଣଟା ଯୋରରେ ଡେଇଁ ଜଙ୍ଗଲ ଭିତରେ କେଉଁଆଡେ ଅଦୃଶ୍ୟ ହୋଇଗଲା l ହେଲେ ସୁଲତାନଙ୍କ ଘୋଡା ପୋଖରୀଟାକୁ ଡେଇଁ ପାରିଲା ନାହିଁ, ଅଟକିଗଲା l

ସୁଲତାନ ଆଉ ବା କଣ କରିପାରିବେ ଘୋଡା ପିଠିରୁ ଓହ୍ଲାଇ ଚାରିଆଡକୁ ଚାହିଁଲେ l ଚାରିଆଡ ଜଙ୍ଗଲ ଆଖପାଖରେ କେହିଁ ହେଲେ ନାହାନ୍ତି l ସେ ଏକୁଟିଆ l ନିଜର ସୈନିକମାନେ ବହୁ ପଛରେ ରହି ଯାଇଛନ୍ତି l ହରୀଣଟା ମଧ୍ୟ କେଉଁଆଡେ ଚାଲିଗଲା l

ସୁଲତାନଙ୍କୁ ଶୋଷଲାଗିଲା l ଶୋଷ ମେଣ୍ଟାଇବା ପାଇଁ ସେ ପୋଖରୀରୁ ପାଣି ପିଇବାକୁ ଠିକ୍ କଲେ l ସୁଲତାନ ଯେମିତି ହାତ ଆଞ୍ଜୁଳାକରି ପାଣି ପିଇବାକୁ ବାହାରିଛନ୍ତି, ବାଜ ପକ୍ଷୀଟା ହଠାତ୍ ତାଙ୍କ ପାଖକୁ ଆସି ଗୋଡମାରି ଦେବାରୁ ହାତରୁ ପାଣି ଢାଳିଗଲା l

ସୁଲତାନ ଆଶ୍ଚର୍ଯ୍ୟ ହେଲେ ତେବେ ବି ସେ କିଛି ବୁଝିପାରିଲେ ନାହିଁ l ସେ ପୁଣି ଥରେ ପାଣି ପିଇବା ପାଇଁ ହାତକୁ ଆଞ୍ଜୁଳା କଲେ l ମାତ୍ର ପୁଣି ଥରେ ବାଜପକ୍ଷୀଟି ତାଙ୍କ ପାଖକୁ ଯାଇ ଆଞ୍ଜୁଳାରେ ଥଣ୍ଟମାରି ଢାଳିଦେଲା l ସୁଲତାନ ବିବ୍ରତ ହେଲେ l ଘଟଣା କଣ ବୁଝିପାରୁ ନଥିଲେ l ସେ ବାରମ୍ବାର ବାଜପକ୍ଷୀକୁ ଘଉଡାଇଲେ ମଧ୍ୟ ସେ ପୁନର୍ବାର ଆସି ସୁଲତାନଙ୍କ ପାଣି ପିଇବାକୁ ବାରଣ କରୁଥାଏ l

ସୁଲତାନ ଙ୍କର ରାଗ ହେଲା l ସେ ଚିତ୍କାର କରି ଉଠିଲେ l ବହୁତ ହୋଇଗଲା ଆଉ ଥରେ ବି ଯଦି ତୁମେ ଯଦି ମୋତେ ବିବ୍ରତ କରିବ, ତେବେ ମୁଁ ତୁମକୁ ଖଣ୍ଡାରେ ହାଣି ଦୁଇଗଡ କରିଦେବି l

ମାତ୍ର ସୁଲତାନଙ୍କୁ ପାଣି ପିଇବାକୁ ବାରଣ କରିବାକୁ ବାଜପକ୍ଷୀଟି ତଳକୁ ଆସିଲା ଏବଂ ଥଣ୍ଟମାରି ଉପରକୁ ଚାଲିଗଲା l ସୁଲତାନ ତଲବାର ବାହାରକରି ଯେମିତି ଉପରକୁ ଚାହିଁଲେ ଆଶ୍ଚର୍ଯ୍ୟ ହୋଇଗଲେ l ଆଗରେ ଏକ ଚନ୍ଦନ ଗଛ ଥାଏ l ସେଇ ଗଛର ଡାଳରେ ଅନେକ ଗୁଡିଏ କଳାସାପ ଲଟକି ରହିଥାନ୍ତି l ସେମାନଙ୍କ ମୁହଁ ଖୋଲାଥାଏ, ଆଉ ସେଥିରୁ ବିଷ ବାହାରି ପୋଖରୀରେ ପଡୁଥାଏ l

ଏଭଳି ଦୃଶ୍ୟ ଦେଖିବାପରେ ସୁଲତାନ ସବୁକଥା ବୁଝିପାରିଲେ, ବାଜପକ୍ଷୀଟି ତାଙ୍କ ଜୀବନ ବଞ୍ଚାଇଛି l ଯଦି ଏଇ ବିଷମିଶ୍ରିତ ପାଣି ସୁଲତାନ ପିଇଥାନ୍ତେ, ତେବେ ମରି ଯାଇଥାନ୍ତେ l

ସେ ବାଜପକ୍ଷୀକୁ ସଚ୍ଚାହୃଦୟରେ କୃତଜ୍ଞତା ଜଣାଇଲେ l ସେତେବେଳକୁ ସଞ୍ଜ ହୋଇ ଆସୁଥାଏ l ବାଜପକ୍ଷୀ ପଛେ ପଛେ ସେ ମହଲକୁ ଫେରି ଆସିଲେ l


Rate this content
Log in

Similar oriya story from Inspirational