Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନକଥା
ମନକଥା
★★★★★

© Manoj Kumar Panda

Horror Tragedy

6 Minutes   438    16


Content Ranking

5th JUNE, (Day Of The Dead)

ହଁ ସେଦିନ ଆମେ ସମସ୍ତେ ବୋଧହୁଏ ମରିଥାନ୍ତୁ,ଗାଡିରେ ଡ୍ରାଇଭରକୁ ଛାଡି ଆମେ ଛଅଜଣ ଥିଲୁ । ପରିସ୍ଥିତି ବହୁତ ଗମ୍ଭୀର ଥିଲା, କେବଳ ପରସ୍ପରର ମୁହଁକୁ ଚାହୁଁଥିଲୁ କିନ୍ତୁ କିଛି କଥା କହିବାକୁ ଶବ୍ଦ ନଥିଲା, ଏକପ୍ରକାର ଭୟଭୀତ । ଗାଡ଼ିଟି ଚାଲିଥାଏ ଆଉ ସେଥିରୁ କୌଣସି ମତେ ବାହାରିବାକୁ ଚିନ୍ତା କରିବା ପୁର୍ବରୁ ଡ୍ରାଇଭର ର ବିକଟାଳ ହସ ଶୁଣି ଆମେମାନେ ଜାଣିସାରିଥିଲୁ ଯେ ତାକୁ ଭୂତ ଲାଗିଛି, ଆଉ ଆମର ମୃତ୍ୟୁ ସୁନିଶ୍ଚିତ । ତେଣୁ କିଛି ଉପାୟ ନପାଇ ଡ୍ରାଇଭର ର ପାଖସିଟ୍ ରେ ବସିଥିବା ବୁଲୁ ହଠାତ୍ ପାଟିଖୋଲି କହିଲା-

ଆରେ ବିଭୂ ହନୁମାନ ଚାଳିଶା ବଡ଼ ପାଟିରେ ଗାଆ, ମୁଁ ତକ୍ଷଣାତ୍ ଆରମ୍ଭ କଲି-

ଜୟ ହନୁମାନ ଜ୍ଞାନ ଗୁନ ସାଗର

ଜୟ କପିଶ ତହୁଁ ଲୋକ ଉଜାଗର ।

ମୁଁ ଏତକ ଆରମ୍ଭ କଲାଭିତରେ ଡ୍ରାଇଭର ପଛକୁ ବୁଲି ମୋ ଆଡ଼କୁ ଢିମା ଢିମା ଆଖିରେ ଚାହିଁ ଅଟ୍ଟହାସ୍ୟ କଲାପରି କହିଲା....

ଭାବୁଛକି ତମେମାନେ ଆଜି ବଞ୍ଚିଯିବ ବୋଲି, ଆଁ...ହା ହା ହା... ସବୁ ମରିବ, କେହି ଜଣେ ବି ବଞ୍ଚିବନି, ମରିବ ସବୁ ମରିବ, କହି ଅଚାନକ ୧୮୦ ସ୍ପିଡରେ ଗାଡ଼ି ଚଲେଇବାକୁ ଲାଗିଲା, ଭୟରେ ଆମେ ଚିତ୍କାର କରୁଥାଉ ।

ସନ୍ଧ୍ୟା ଆଠୁଟା ହେବ ରାସ୍ତାରେ ଗହଳି ବି ଥାଏ, ଆକ୍ସିଡେଣ୍ଟ ହେବା ସୁନିଶ୍ଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ, ଆଗ ସିଟ୍ ରେ ବସିଥିବା ହେତୁ ବୁଲୁ ଉପସ୍ଥିତ ବୁଦ୍ଧି ଖଟାଇ ହଠାତ୍ ହ୍ୟାଣ୍ଡ ବ୍ରେକ ମାରିଲା ଏବଂ ଆମେ ତକ୍ଷଣାତ୍ ଗାଡିରୁ ଓହ୍ଲାଇ ପଡି ସେ ଡ୍ରାଇଭର କୁ ଗାଡ଼ି ଭିତରେ ଲକ୍ କରିଦେଲୁ, ସେ ବିକଟାଳ ଚିତ୍କାର କରୁଥାଏ, ଛାଡିବିନି, ସବୁ ମରିବ କାହାକୁ ଛାଡିବିନି ।

ଭୟରେ ଆମର ଦେହ ହାତ ଥରୁଥାଏ ଓ ହୋ ବଜରଙ୍ଗୀ ବଞ୍ଚେଇଦେଲେ, ଜୀବନଟା ଯାଉ ଯାଉ ରହିଗଲା । ରାସ୍ତା ମଝିରେ ଗାଡ଼ିଟି ଥାଏ । ଆଉ ଗାଡ଼ିରେ ଥିବା ଡ୍ରାଇଭର ର ଅଜବ ହରକତ ଦେଖିବାକୁ ଧିରେ ଧିରେ ଲୋକମାନେ ରୁଣ୍ଡ ହେଉଥାନ୍ତି, ପାଖରେଥିବା ଦୋକାନରୁ ପାଣି ମାଗିକି ସମସ୍ତେ ପିଇଲୁ ତାପରେ ଟ୍ରାଭେଲ ଏଜେନ୍ସିକୁ ଫୋନକରି ଡାକିଲୁ, ଯାହାହେଉ କିଛି ସମୟ ଭିତରେ ସେ ଆସି ପହଞ୍ଚିଲା ଏବଂ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇ ମତେ ପଚାରିଲା...

ଆରେ ଆରେ ଏ ଡ୍ରାଇଭରକୁ ତ ଭୂତ ଲାଗିଛି, ତମ ଭାଗ୍ୟ ଭଲ ବୁଝିଲ ବୁଦ୍ଧିଖଟେଇ ଗାଡିରୁ ବାହାରି ଆସିଛ, ହେଲେ ଏସବୁ କେମିତି ହେଲା ?

କଣ କହିବି ମୁଁ ବୁଝିପାରୁନଥାଏ, କୋଉଠୁ ଆରମ୍ଭ କରିବି କିଛି ବି ଜାଣିପାରୁନଥାଏ, ତଥାପି ଟ୍ରାଭେଲ ଏଜେନ୍ସି ର ମାଲିକ ସହ ମୋର ପୁର୍ବରୁ ପରିଚିତି ଥିବାରୁ ବିସ୍ତୃତ ଭାବରେ କହିବାକୁ ପଡିଲା ।

ଆଜି ଜୁନ୍ ୫ ତାରିଖ, ମୋ ଗର୍ଲଫ୍ରେଣ୍ଡର ଜନ୍ମଦିନ, ସେଥିପାଇଁ ଗୋଟେ ଟୁର୍ ର ପ୍ଲାନ୍ କରିଥିଲୁ, ଆମେ ଛଅଜଣ ଥିଲୁ । ମୁଁ ମୋ ଗର୍ଲଫ୍ରେଣ୍ଡ, ତା'ର ଦୁଇଜଣ ଫ୍ରେଣ୍ଡ୍ ଏବଂ ତାଙ୍କର ଦୁଇଜଣ ବୟଫ୍ରେଣ୍ଡ୍ ।

ତିନି ଝିଅ, ତିନି ପୁଅ ଏମିତି ଛଅଜଣ । ପ୍ଲାନ୍ ହିସାବରେ ଆମର ପୁରୀ ଯିବାର ଥିଲା, ସକାଳ ୬ରୁ ଭୂବନେଶ୍ବରରୁ ବାହାରିଥିଲୁ । ମୋ ଗର୍ଲଫ୍ରେଣ୍ଡ ଜଗନ୍ନାଥଙ୍କୁ ଭାରି ଭଲପାଏ । ଆଉ ଏମିତିରେ ବି ଆଜି ତା'ର ଜନ୍ମଦିନ ଥିବାରୁ ସକାଳୁ ସକାଳୁ ପ୍ରଥମେ ମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଲୁ । ଝିପ୍ ଝିପ୍ ବର୍ଷା ବି ହେଉଥାଏ, ଦର୍ଶନ ସାରି ସିଧା ବିଚ୍ କୁ ଗଲୁ, ବର୍ଷା ସାଙ୍ଗକୁ ସମୁଦ୍ରରେ ଗାଧୁଆ ଖୁବ୍ ମଜାଦାର ଥିଲା, କେତେବେଳେ ଯେ ତିନିଟା ବାଜିସାରିଥିଲା ଆମକୁ ଜଣାନଥିଲା, ଭୋକ ହେବାରୁ ଗୋଟେ ରେଷ୍ଟୁରାଣ୍ଟ ରେ ଯାଇ ଖାଇଲୁ। ସେଇଠୁ ବାହାରିଲା ବେଳକୁ ସନ୍ଧ୍ୟା ହୋଇ ଆସିଲାଣି । ମୋ ଗର୍ଲଫ୍ରେଣ୍ଡ କୁ ଆଇସକ୍ରିମ ଭାରି ପସନ୍ଦ କିନ୍ତୁ ସେଇ ରେଷ୍ଟୁରାଣ୍ଟ ରେ ଆଇସକ୍ରିମ ନଥିବାରୁ ତା'ର ମନଟା ଟିକିଏ ଦୁଃଖ ହେଲା, ମୁଁ ତାକୁ ବୁଝେଇ କହିଲି, ହଉ ହେଲା ମନଦୁଃଖ କରନି, ଡେରି ହଉଛି ଏବେ ଚାଲ ଆଗରେ ଥିବା ଯେକୌଣସି ଦୋକାନରୁ ନେଇଯିବା, ହେଲେ ବିଶ୍ବାସ କର କୋଉଠୁ ବି ଆଇସକ୍ରିମ ମିଳିଲାନି । ଏପଟେ ଲେଟ୍ ବି ହେଉଛି, ଅନ୍ଧାର ହେଇଗଲାଣି, ତମେ କହୁନ, ଆମ ପୁଅମାନଙ୍କର କ'ଣ ଅଛି ଯେତେ ରାତି ହେଲେବି ଚଳିବ କିନ୍ତୁ ଝିଅମାନେ ସନ୍ଧ୍ୟା ପୁର୍ବରୁ ଘରେ ପହଞ୍ଚିବାକୁ ପଡିବ ନା, ନହେଲେ ଘର ଲୋକଙ୍କଠୁ କେତେ କଥା ଶୁଣିବାକୁ ପଡିବ, ଘରୁ ଦୁଇ ଚାରି ଥର ଫୋନ୍ ବି ଆସିଲାଣି । ବସ୍ ରେ ଅଛି ଆଉ ଅଳ୍ପ ସମୟ ଲାଗିବ ଏମିତି କେତେ ବାହାନା କରିବାକୁ ପଡୁଛି ପ୍ରେମିକା ମାନଙ୍କୁ, ଏହାରି ଭିତରେ ଆଇସକ୍ରିମ ନିଶା ମନରୁ ଉତୁରି କୋଲଡ୍ରିଙ୍କ୍ସ ରେ କାମ ଚଳେଇବେ ବୋଲି ମହାରାଣୀମାନେ ଇଚ୍ଛା ବ୍ୟକ୍ତକରି ମତେ ବାରମ୍ବାର କହିଲେଣି, ତେଣୁ ମୁଁ ରାସ୍ତାର ଦୁଇପାଶ୍ବକୁ ନିରେଖି ଦେଖୁ ଦେଖୁ ହାଁ ହାଁ ରଖ ରଖ ଏଇଠି ରଖ କହିବା ଭିତରେ ଗାଡ଼ି ଦୋକାନଠୁ ଦୁଇଶହ ମିଟର ଦୂରରେ ଗୋଟେ ଆମ୍ବଗଛ ମୁଳରେ ରଖିଲା, ଚାରିଆଡ କିଟ୍ କିଟ୍ ଅନ୍ଧାର, ମୋ ଗର୍ଲଫ୍ରେଣ୍ଡ ଡୋର ସାଇଡ଼ରେ ବସିଥିବା ହେତୁ ଆଗ ଡିଆଁଟେ ମାରି ଦୋକାନକୁ ଧାଇଁଲା, ଆଉ ମୁଁ....ତା ପଛେ ପଛେ, ସେ ଯାହାହେଉ କୋଲଡ୍ରିଙ୍କ୍ସ୍ ପିଇ ମହାରାଣୀ ମାନଙ୍କ ମନ ଟିକେ ଶାନ୍ତି ହେଲା ।

ତାପରେ ବାହାରିଲୁ ଗାଡିରେ ଅନ୍ତାକ୍ଷରୀ ଚାଲିଥାଏ, ସମସ୍ତେ ଖୁବ୍ ଜଲ୍ଲି ମୁଡ୍ ରେ ଥାଆନ୍ତି, ମୋ ଗର୍ଲଫ୍ରେଣ୍ଡ ର ହାବଭାବ ମତେ ଟିକେ ଅଲଗା ପ୍ରକାର ଲାଗୁଥାଏ, ମଝିରେ ମଝିରେ ମୋ ଜଙ୍ଘକୁ ଯୋରରେ ଚାପିଧରୁଛି, ମତେ ଲାଗୁଥାଏ ଯେମିତି ସେ କିଛି କଷ୍ଟ ପାଉଛି, ଆଉ ମୋ କାନ୍ଧରେ ମୁଣ୍ଡ ରଖି ଚୁପି ଚୁପି କରି କାନ୍ଦୁଛି, ମତେ ତ ଆଶ୍ଚର୍ଯ୍ୟ ଲାଗିଲା, ଜନ୍ମ ଦିନରେ ପିଲାଟା କାନ୍ଦୁଛି କ'ଣ? ମୁଁ ତାକୁ ହଲେଇଦେଇ କହିଲି ଏଇ କଣ ହେଲା ? କାନ୍ଦୁଛ କ'ଣ ପାଇଁ?

ବାସ୍ ମୋର ଏଇ ପ୍ରଶ୍ନକୁ ସେ ଯେମିତି ଅନେକ ବେଳୁ ଅପେକ୍ଷା କରି ରହିଥିଲା, ଆଉ ମୁଁ ପଚାରିବାକ୍ଷଣି ଢିମା ଢିମା ଆଖକରି ଭୟଙ୍କର ହସ ହସିବାକୁ ଲାଗିଲା,

ହି....ହା...ହା...ହା...ହା

କାନ୍ଦୁଛି... ହା ହା ହା

ଗାଡିରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ, ଆଉ ମୁଁ ତାକୁ ମାଡିବସି ଧରିଥିଲି, ବାପରେ କି ବଳ ତା'ର, ସତେ ଯେମିତି ମତେ ଟେକିକି ଫୋପାଡି ଦେବ, ବୁଲୁ କହିଲା ତାକୁ ବୋଧେ ଭୁତ ଲାଗିଛି, ଗୋଟେ କାମ କର ତା କାନରେ ହନୁମାନ ଚାଳିଶା ପଢ଼, ଭୂତ ଛାଡିକିଯିବାକୁ ବାଟ ପାଇବନି ।

ମୁଁ ପ୍ରତିଦିନ ଠାକୁର ପୂଜା କରିବାବେଳେ ଚାଳିଶା ପାଠକରେ ସେଥିପାଇଁ ମୋର ସମ୍ପୂର୍ଣ୍ଣ ଭାବରେ ମୂଖସ୍ତଥାଏ, ତେଣୁ ମୁଁ ସାଙ୍ଗେ ସାଙ୍ଗେ ବଡପାଟିରେ ତା କାନପାଖରେ ଗାଇଲି, ଆଉକି ତାକୁ ସମ୍ଭାଳି ହୁଏ, କି ଗର୍ଜନ ବାପ୍ ରେ ବାପ୍ କୋଉଠି ଥିଲା ସେ ବଳ ଆମେ ତିନିଜଣ ବି ସମ୍ଭାଳିବା ମୁସ୍କିଲ ହେଇପଡିଲା, ତଥାପି ମୁଁ ଛାଡୁନଥାଏ, ଚାଳିଶା ସରିବା ପର୍ଯ୍ୟନ୍ତ ମାଡିବସି ତା କାନରେ ଗାଇଚାଲିଥାଏ, ଓଃ..ହୋ.. ଟିକିଏ ନିସ୍ତେଜ ହେଲାପରି ଲାଗିଲା, ସେତେବେଳକୁ ଆମେ ପିପିଲିରେ ପହଞ୍ଚି ସାରିଥାଉ, ବୁଲୁ ଗାଡି ଅଟକାଇ ପଚାରି ବୁଝିଲା, ଯେ ପାଖରେ ଜଣେ ଗୁଣିଆ ଅଛି, ତୁରନ୍ତ ସେଠାକୁ ନେଇଗଲୁ ।

ବିଶ୍ବାସ କରିବନି ତା ଶରୀରର ଓଜନ ଏତେ ବଢିଯାଇଥିଲା ଯେ ଆମେ ତିନିଜଣ ବି ତାକୁ ବଡ କଷ୍ଟ ରେ ଟେକିକି ଗୁଣିଆ ପାଖକୁ ନେଲୁ। ଗୁଣିଆର ମନ୍ତୁରା ପାଣି ପଡିବାକ୍ଷଣି ସେ ଚିହିଁକି ଉଠିଲା, ଆଉ ସାଙ୍ଗେ ସାଙ୍ଗେ ଆକ୍ଟିଭ୍ ଭୂତରେ ପରିଣତ ହେଇଗଲା ।

ଗୁଣିଆ ପଚାରିଲା-

ଏଇ... ତୁ କିଏ?

ତୋ ନାଁ କ'ଣ?

କୁଆଡେ ଆସିଛୁ?

କହ... କହୁଛୁ ନା ଏଇଲେ ଦେଖିବୁ କହି ଧରିଥିବା ବେତରେ ଦୁଇ ଚାରି ପାହାର ଦେଲା, ସେ କହୁଛି କହୁଛି ଚିତ୍କାର କରୁଥିଲା ଆଉ ସେ ଶବ୍ଦ... ମୁଁ ବାହାରେ ଥାଇ ବି ଯେତେବେଳେ ମୋ କାନରେ ବାଜୁଥିଲା, ସେତେବେଳେ ମୁଁ ସାଉଁଟି ରଖୁଥିବା ସବୁ ଧର୍ଯ୍ୟ ଦମ୍ଭ ଗୁଡିକ ଯେମିତି ଏକାବେଳେ ଭାଙ୍ଗିରୁଜି ଗୁଣ୍ଡ ହେଇଯାଉଥିଲା, ହଁ ତା ସାଙ୍ଗ ମାନେ ମତେ ଧର୍ଯ୍ୟ ଧରିବାପାଇଁ ବାରମ୍ବାର ସାନ୍ତ୍ଵନା ଦେଉଥିଲେ,

ତଥାପି !!

ତଥାପି... ତା ପିଠିରେ ବାଜୁଥିବା ପ୍ରତିଟି ବେତ ପାହାର ମୋର ଧର୍ଯ୍ୟର ପରିସୀମାକୁ ବାରମ୍ବାର ଧୂଳିସାତ କରୁଥିଲା । ମୁଁ ବାରଣ୍ଡାରେ ବସି ଭୋ ଭୋ ହେଇ କାନ୍ଦୁଥିଲି ।

ଗୁଣିଆ ପଚାରିଲା- କିଏ ତୁ... କହ?

ସେ ଉତ୍ତର ଦେଲା - ମୁଁ କାଞ୍ଚନ !!!

ଗୁଣିଆ- ଏ ଝିଅ ସହ କାହିଁକି ଆସିଲୁ?

ସେ କହିଲା- ମୁଁ ଆମ୍ବଗଛ ମୂଳେ ବସିଥିଲି, ସେ କାହିଁକି ମୋ ଉପରେ ଚଢିକି ଆସିଲା, କାହିଁକି ଆସିଲା? । ଆରେ ଆରେ କୋଲଡ୍ରିଙ୍କ୍ସ୍ କିଣିବାକୁ ଗଲାବେଳେ ଗାଡ଼ିଟା ଯୋଉ ଆମ୍ବଗଛ ମୂଳେ ରଖିଥିଲା, ଇଏ ବୋଧେ ସେଇଠି ବସିଥିଲା, ସାଙ୍ଗ ମାନେ ଏମିତି କଥା ହେଉଥାନ୍ତି । ଗୁଣିଆ ବହୁତ ବୁଝେଇଲା ପରେ ସେ ଛାଡିକି ଯିବବୋଲି ରାଜିହେଲା, ସମସ୍ତେ ଏହାକୁ ଏକପ୍ରକାର ଉପଭୋଗ କରୁଥିଲେ, ଆଉ ସବୁଠୁ ଅଧିକ ଉପଭୋଗ କରୁଥିଲା ଆମ ଡ୍ରାଇଭର ଟା, ଦୁଆରବନ୍ଧକୁ ଦୁଇହାତରେ ଧରି ଠିଆହୋଇ ବାବା ଏଇଟା ପଚାର, ସେଇଟା ପଚାର ହଉଥିଲା, ଜାଣିଛ !!

ମୋର ତ ରାଗ ଚିଡୁଥିଲା ସଳାକୁ ଦିଗୋଇଠା ଦିଅନ୍ତି। ଛାଡ ଯାଆହେଉ କିଛି ସମୟ ପରେ ଭୂତ ଛାଡ଼ିଗଲା ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ, ଗୁଣିଆ ବି ଆମକୁ ଦେଖେଇ ପଚାରିଲା ମା ରେ କହିଲୁ ଇଏ କିଏ ? ସେ କିଏ? ସେ ବି ଠିକ୍ ଠିକ୍ ଉତ୍ତର ଦେଲା, ଆମେ ସମସ୍ତେ ଖୁସିହେଲୁ, ଡ୍ରାଇଭର କୁ ଗାଡ଼ି ଷ୍ଟାଟ୍ କରିବାକୁ କହିଲୁ ଆଉ ଗୁଣିଆକୁ ଧନ୍ୟବାଦ ଦେଇ ସେଠୁ ବାହାରିଲୁ । ମୋ ଗର୍ଲଫ୍ରେଣ୍ଡ କୁ ପଚାରିଲି, ଏବେ କେମିତି ଲାଗୁଛି ? ସେ କହିଲା ମୋର କଣ ହେଇଥିଲା ? ଆଉ ଆମେ ଇଆଡ଼େ କୁଆଡେ ଆସିଥିଲେ? ମୁଁ କହିଲି ଆରେ ସେ କିଛିନାହିଁ ମ, ତମେ ଶୋଇପଡିଥିଲ ତ ସେମିତି ଲାଗୁଛି, ଆଛା ତମକୁ କଣ ହନୁମାନ ଚାଳିଶା ଆସେ? ସେ ହଁ କହିଲା, ତେବେ ଟିକେ ଗାଇଲ ଶୁଣିବା ।

ବାସ୍ ମୋର ଏଇ ଶେଷପଦ କଥାଟି ଯେମିତି ଭାରି କଷ୍ଟ ଦେଲା ଡ୍ରାଇଭରକୁ, ସାଙ୍ଗେ ସାଙ୍ଗେ ସେ ଉତକ୍ଷିପ୍ତ ହେଇ କହିଲା - ହୁଁ....ଆଛା ....ଭାବିଛ ଏସବୁ କଲେ ତୁମେମାନେ ବଞ୍ଚିଯିବ, ମରିବ....ସମସ୍ତେ ମରିବ .... ହା ହା ହା ହା, ତକ୍ଷଣାତ୍ ଆମମୁହଁରୁ ବାହାରୁଥିବା କଥା ଗୁଡିକ ଯେମିତି ହଠାତ୍ ବରଫ ଜମାଟ ବାନ୍ଧିଲାପରି ବାନ୍ଧିଦେଲା, ଆଉ ଆମେ ପରସ୍ପର ର ମୁହଁକୁ ଚାହିଁଲୁ,

ହଁ.. ମୁଁ ବି ସେଇୟା ଭାବୁଥାଏ ଯାହା ଅନ୍ୟମାନେ ଭାବୁଥାନ୍ତି । ମୋ ଗର୍ଲଫ୍ରେଣ୍ଡ ଶରୀରରୁ ଭୂତ ବାହାରି ଦୁଆର ମୁହଁରେ ଠିଆ ହେଇଥିବା ଡ୍ରାଇଭର ଶରୀରରେ ପ୍ରବେଶ କରିଛି, ସେଇଥିପାଇଁ ସେ ଏମିତି ହେଉଛି । ମାରିଦେଇଥାନ୍ତା ଆଜି ଆମକୁ ବଜରଙ୍ଗୀ ବଞ୍ଚେଇ ଦେଲେ।।

ଟ୍ରାଭେଲ୍ ଏଜେନ୍ସି କହିଲା, ଆଛା ତମେ ବ୍ୟସ୍ତ ହୁଅନି, ମୋ ଗାଡିରେ ଆରାମରେ ଭୁବନେଶ୍ୱର ଯାଅ । ମୁଁ ଏବେ ଏସବୁ କଥା ବୁଝୁଛି । ତାପରେ ଆମେ ଭଲରେ ଫେରିଥିଲୁ।।

” କିନ୍ତୁ ହଁ ଆଜି ବି ମନେଅଛି

ସେ ୫ଜୁନ ର ଲୋମ ଟାଙ୍କୁରା କଥା,

ଯାହା ସେଦିନ ମୋ ଜୀବନରେ ଘଟିଥିବା

ଏକ ଦୁଃଖଦ ଅନୁଭୂତିର ବ୍ୟଥା”

✍️ ମନୋଜ କୁମାର ପଣ୍ଡା/ଅଡା,ବାଲେଶ୍ବର

ଡ୍ରାଇଭର ଆକ୍ସିଡେଣ୍ଟ ଆଇସକ୍ରିମ

Rate the content


Originality
Flow
Language
Cover design

Comments

Post

Some text some message..