Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋନାଲିସା-:
ମୋନାଲିସା-:
★★★★★

© Prasant Kumar Senapati

Tragedy

3 Minutes   14.0K    12


Content Ranking

 ରାତି ହେବା କ୍ଷଣି ସଡକ ଧାରେ ସେ ନଜର ଆସେ ।

ସୁନା ରଙ୍ଗ ଦିହକୁ ବିଜୁଳି ଆଲୁଅର ଦୁଧିଆ କିରଣରେ ଝଲସି ଉଠେ ମୁଖମଣ୍ଡଳଟି, ଗଭାରେ ଗଜରା, ଦେହରେ ମହ ମହ ଅତରର ବାସ୍ନା,,,,ଚିକମିକ୍ ପଥର ଲଗା ବ୍ଲାଉଜ, ଆଣ୍ଠୁରୁ ଉପରକୁ ଉଠି ଆସିଥିବା ଲହଙ୍ଗା,,,,

ଲମ୍ବା ରେସମି ଖୋଲା କେଶରାଶି,,,

ଆଖିରେ କଜଳ ଧାର,,,

ଆଖିରେ ହୃଦୟକୁ ହାଣିଦେବାର ମନ ମୋହିନି ସମ୍ମୋହନ ଶକ୍ତି,,,,

ପାଦଚଲା ଲୋକେ ଥରୁଟିଏ ନିଜ ଆଖିକୁ ସୌନ୍ଦର୍ଯ୍ୟର ମହୋଦଧୀରେ ଗାଧେଇ ଦେବାପାଇଁ ଲାଜ ସରମ ଛାଡି ଘଡିଏ ଦେଖନ୍ତି ।

ରୁପରେ କୋଉ ହିରୋଇନ୍ ଠାରୁ କମ୍ ନୁହଁ,,,,,

ଗ୍ରାହକ ଖୋଜୁଥାଏ,,,,,ପାନ ଚୋବାଉଥାଏ,,,,ଆଖିରେ ତୀର ଚାଳୁଥାଏ ।

ଏଇ ସଡକ ପଛ ପାଖେ ତାର ଘର ।

ସବୁ set...

ନା ପୋଲିସ୍ ର ଭୟ,,,,ନା ବଦମାସଙ୍କ ଧମକ ।

ସବୁକୁ ଆଖିରେ ନଚେଇବା ପାଇଁ ରମ୍ଭା, ଉର୍ବଶୀ ଓ ମେନକା ଠାରୁ ମାଗି ଆଣିଛି ଯୌବନ ରୁପକ ସୌନ୍ଦର୍ଯ୍ୟର ପ୍ରସାଧାନ ସାମଗ୍ରୀ ।

ସେ ସବୁଦିନ ରାତିରେ ଆସେ ତା ପାଖକୁ, କିନ୍ତୁ କେଜାଣି କାହିଁକି ମୋନାଲିସା ଭାଆରି ବିରକ୍ତ ହୁଏ ତା ଉପରେ ।

ସେ ସ୍ବଳ୍ପ ସମୟ ପାଇଁ ରହେ,,,,ସେତକ ସମୟ ଭିତରେ ଖାଲି ଯାହା କଥା ହୁଏ ଓ ପୁରା ପଇସା ବି ପେମେଣ୍ଟ କରେ ।

ତା ଆଖିରେ କିଛି ଗୋଟେ ଥିଲା,,,ଯାହାକି ମୋନାଲିସା ମନେ ମନେ ଭୟ କରି ବସେ ।

ନଚେତ୍ ମୋନାଲିସା ତାକୁ ବାଦ୍ ଦେଲେ ସମସ୍ତଙ୍କୁ ଡରାଇବାର କଳା ତା ପାଖେ ମହଜୁଦ୍ ।

ଆଜି ମୋନାଲିସା ବିଚାରିଲା, ଏକ ନିର୍ଣ୍ଣୟ ନେବ,,,ଖାଲି ଅପେକ୍ଷା ତାର ଆସିବା ପଥକୁ ।

ଶଳା, ଚାଲି ଆସୁଛୁ ସବୁଦିନ,ନାମର୍ଦ୍ଦ କୋଉଠିକାର,,,,ଯଦି ମୋ ସାଙ୍ଗରେ ଶୋଇବୁନି,,,,ତେବେ ଶଳା ଆସୁଛୁ କାହିଁକି ?

ବସ୍ତି ମୁଣ୍ଡ ସଡକରେ ସେ ପାଦ ରଖିବା କ୍ଷଣି ମୋନାଲିସା ବର୍ଷିପଡିଲା,

"ଶଳା ନାମର୍ଦ୍ଦ, ମୋ ପାଖରେ ଶୋଇବୁନି ତ ଆସୁଛୁ କୁଆଡେ ? ମୋ ଧନ୍ଦା ମାନ୍ଦା କରିବା ପାଇଁ ଆସୁଥିବୁ ଯଦି ନା,,,,ତୁ ଜାଣିନୁ ଏ ମୋନାଲିସା କ୍ୟା ଚିଜ୍ ହେ ?"

"ସମ୍ପୁର୍ଣ୍ଣ ଜଡବତ, ନୀରବ ନିଶ୍ଚଳ ।"

ମୋନାଲିସାକୁ ତାର ଚୁପଚାପ୍ ନୀରବତା ଅଧିକ ଖତେଇ ହେଉଥାଏ ।

"ଦେଖେ,,,,ମୋ ମଥା ଗରମ ଅଛି,,,ତୁ ମୋନାଲିସା କୁ ଚିହ୍ନିନୁ । କଣ ପାଇଁ ଆସୁଛୁ କହ ?

"କାହିଁକି ନା,,,,,ମୁଁ ଭଲପାଏ ତୋତେ ।"

"ଥୁଉଉ,,ଶଳା,,,,ପ୍ରେମ,,,,ପୁଣି ମୋ ପରି ଗୋଟେ ବେଶ୍ୟାକୁ । ତୋ ପ୍ରେମରେ ନିଆଁ,,,, ତୋତେ ଆଉ ଝିଅ ମିଳିଲେନି ଶଳା ଧନ୍ଦାବାଲିକୁ ଭଲ ପାଇବୁ ?"

"ହଁ, ପ୍ରେମ କରିବି,,,,ବହୁତ ସାରା ପ୍ରେମ । ସେ ମୁହଁ ତଳକୁ କରି କହିଥିଲା ।

ମୁଣ୍ଡ ଖରାପ କରନା ଶଳା,,,,ପ୍ରେମ ଶବ୍ଦଟି ଶୁଣିଲେ ଘୃଣା ଲାଗେ ମୋତେ ।

ମୁଁ ବାହା ହେବାକୁ ଚାହେଁ,,,,ଘରଣୀ ସଜେଇ ମୋ ଚଉଁରା ମୂଳେ ତୁ ସଞ୍ଜବତୀ ଦେବୁ ।

ହା,,,ହା,,,ହା କରି ହସିଲା ଅନେକ ସମୟ ଯାଏ । ହସରେ ଭରି ରହିଥିଲା ଲାଞ୍ଚିତ,କାମନା, ବାସନା ଓ ଶୋଷଣର ଦଗ୍ଧିଭୂତ ଆତ୍ମସମ୍ମାନ ।

ଆଉ ସେ ଆଖି ଢିମା ଢିମା କରି ଚାହିଁଥାଏ ।

ଘରଣୀ,,,ହା,,,ହା,,,,ହା,,,ପୁଣି ହସିଲା ।

ନାବାଳିକା ସମୟରୁ ମୁଁ ବଳାତ୍କାର, ରାତି ଅନ୍ଧାରରେ ଟ୍ୟୁସନରୁ ଫେରିବା ସମୟରେ କାମାନ୍ଧ ଯୁବକ ଦ୍ବାରା ଶୀକାର । ବୁଢା ବାପା ମାଆ, ଗରିବର ବିପିଏଲ୍ ଷ୍ଟାମ୍ପ ପିଟା ପରିବାର କାହାକୁ ହାତ ପତେଇବେ ସହାୟତା ? କିଏ ଦେବ ଧର୍ଷିତା ନାବାଳିକାକୁ ନ୍ୟାୟ ? ହାରିଗଲୁ ଆମେ,,,,

ପୁଣି ଆସିଲା ଜଣେ,,,ଖୁବ୍ ମଧୁର ମଧୁର କଥାରେ ମୋହିନେଲା ମନ, ଭରିଦେଲା ସପନ । ସଜେଇଲା କେତେ ଫଗୁଣ ଠାରୁ ଆଣି ପ୍ରିତୀ ପରାଣ । ଅତି ଆପଣାର ହେଲା,,,, ଆପଣେଇ ନେଲା ।

ସପନ ପୁରା କରିବାକୁ ଯାଇ ମଥାରେ ସିନ୍ଦୁର ଦେଲା,,,,ମୋର କଅଁଳିଆ ଦେହକୁ ଢେର ଦିନ ଯାଏ,,,,, । ପୁରା ଦୁଇଲକ୍ଷରେ ଅଗଣିତ ମାଂସଲୋଭୀଙ୍କ ଅଧୀନସ୍ଥ କରିଦେଲା ଶଳା ହାରାମଜାଦା ।

ପୁଲିସି ବାଲା ବି,,,,,

ଥୁଉଉଉ,,,ଶଳ ମରଦ ଜାତି ।

ପୁଣି ଭାବିଲି,,,,ବିକ୍ରୀ ହେଲି ତ ନିଜେ କାହିଁକି ବିକ୍ରୀ ହେବିନି ।

ଏବେ ମୁଁ ମୋ ନିଜ ସ୍ବାଧିନରେ ନିଜକୁ ବିକୁଛି ।

ମୁଁ ମୋ ନିଜ ମର୍ଜିର ମାଲିକ,,,

ପୁରୁଷ ଭାବେ ନାରୀକୁ କିଣୁଛି,,,କିନ୍ତୁ ଏହା ଭାବେନି ମାଲ ବି ଦେଉଛି ଓ ନିଜକୁ ବି ଖର୍ଚ୍ଚ କରୁଛି ।

ଦେଖଏଏ ମୋନାଲିସା,,,ତୋ ଅତୀତର ଘଟଣା ମୁଁ ଜାଣିନି ।

ଏକଥା ବି ଜାଣିନି ତୁ ମୋର କି କାମରେ ଆସିବୁ,,,ସଭିଏଁ ଆସନ୍ତି ପଇସା ଦେଇ ଭିତରକୁ ପସନ୍ତି,,,,ମୁଁ ବି ଆସୁଛି,,,ପଇସା ଦେଇ ଘଡିଏ କାଳ ତୋ ସାଥିରେ ଗପୁଛି,,,ତୁ ମୋ ନଜରରେ ଭାଆରି କୋମଳମତୀ ହସଖୁସି ଜହ୍ନଟିଏ ।

ଚୁପ୍ ଶଳା, ମୁଁ କିଛି ଶୁଣିବିନି,,,,,ଆଉଥରେ ମୋ ସାମନାକୁ ଆସିବୁ ତ ମର୍ଡର କରିଦେବି । ଧକ୍କା ଦେଇ ମୋନାଲିସା ବାହାରକୁ ଠେଲିଦେଲା ।

ମୁଁ ପୁଣି ଆସିବି,,,,ଘଡିଏ ଗପିବା ପାଇଁ,,,ଖୁସି ଟିକିଏ କିଣିବା ପାଇଁ । ତୋଅର ଯାହା ଇଛା ତାଆ କର ।

ବହୁତ ସମୟ ଯାଏ ସେ ଆଖିରୁ ଲୁହ ଗଡାଇଲା, ଯେଉଁ ବେଡ୍ ଉପରେ ସେ ଅଲଗା ଅଲଗା ପୁରୁଷଙ୍କ ସହ ପ୍ରତ୍ୟେକଦିନ ମରୁଥିଲା,,,,ଆଜି ସେ ବେଡ କୁ ନିରେଖି ଚାହିଁଲା ।

ଜଣାନାହିଁ, କଣ ଭାବିଲା କେଜାଣି,,,,ହଠାତ୍ ଠିଆ ହୋଇ ପାଦ ଆଗକୁ ବଢାଇଲା ।

ନଦୀ ପୋଲ ଉପରେ ଢେର ସମୟ ଯାଏ ଠିଆ ହୋଇ ରହିଲା,,,

ତୁମେ କାହିଁକି ପୂର୍ବରୁ ମୋ ଜୀବନରେ ଆସିଲ ନାହିଁ,,,ଏବେ କେମିତି ତୁମକୁ ମୁଁ ବର୍ବାଦ ହେବାକୁ ଦେବି ।

ସକାଳେ ନଦୀର ସୁନୀଳ ଜଳରାଶିରେ ମୋନାଲିସାର ମୃତଦେହ ଭାସୁଥିଲା,,,,ସେ ସେତିକି ଶାନ୍ତ ଥିଲା,,,,ଯେତିକି ନଦୀ ।

© ପ୍ରଶାନ୍ତ ସେନାପତି

ମୋନାଲିସା ପୋଲିସ୍ ନାମର୍ଦ୍ଦ

Rate the content


Originality
Flow
Language
Cover design

Comments

Post

Some text some message..